ଜିଲାରେ ବଢୁଛି ତଟକ୍ଷୟ ସମସ୍ୟା

କେନ୍ଦ୍ରାପଡ଼ା ଅଫିସ,୨୨।୧୧: କେନ୍ଦ୍ରାପଡ଼ା ଜିଲାରେ ସାମୁଦ୍ରିକ ତଟକ୍ଷୟ ଏକ ସମସ୍ୟା ଭାବେ ଉଭାହୋଇଛି। ଏଥିଯୋଗୁ ୧୯୬୦ରୁ ୨୦୧୬ ମଧ୍ୟରେ ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରୁ ୮୮ ବର୍ଗ କିଲୋମିଟର ହେନ୍ତାଳ ବଣ ନଷ୍ଟ ହୋଇଛି। ରାଜନଗର ବ୍ଲକ ପେଣ୍ଠଠାରେ ନିର୍ମିତ ଜିଓ ସିନ୍ଥେଟିକ ୱାଲ୍‌ କ୍ରମାଗତ ନଷ୍ଟ ହେବା ଫଳରେ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତଟକ୍ଷୟ ଫଳରେ ଆଗାମୀ ଦିନରେ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଆଗମନ ଆଶଙ୍କା ଘେରରେ ଥିବାବେଳେ ସୁନାମି ପ୍ରବଣ ୬୪ ଗ୍ରାମକୁ ବିପଦ ମାଡିଆସୁଛି ବୋଲି ସ୍ଥାନୀୟ ପରିବେଶବିତ୍‌ ଓ ବୁଦ୍ଧିଜୀବୀ ମତ ଦେଇଛନ୍ତି।
୪୮ କିଲୋମିଟର ସମୁଦ୍ର ତଟ ମଧ୍ୟରୁ ୨୮ କିଲୋମିଟର ଅଞ୍ଚଳରେ ତଟକ୍ଷୟ ଉତ୍କଟ ରୂପ ଧାରଣ କରିଛି। ଏହି ସମସ୍ୟା ଯୋଗୁ ରାଜନଗର ବ୍ଲକର ସାତଭାୟାବାସୀଙ୍କୁ ବଗପାଟିଆକୁ ସ୍ଥାନାନ୍ତର କରାଯାଇଛି। ପାପୁଲି ମୁହାଣରୁ ଧାମରା ମୁହାଣ ପର୍ଯ୍ୟନ୍ତ ତଟକ୍ଷୟ ଜାରି ରହିଥିବା ବେଳେ ପେଣ୍ଠଠାରେ ନିର୍ମିତ ଜିଓ ଟ୍ୟୁବ୍‌ୱାଲ୍‌ ସୁରକ୍ଷିତ ନ ଥିବା ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି। ସେ ଦର୍ଶାଇଛନ୍ତି, ଓଡିଶାର ୪୮୦ କିଲୋମିଟର ସମୁଦ୍ର ତଟ ମଧ୍ୟରୁ ୩୬ ପ୍ରତିଶତ ଅଞ୍ଚଳରେ ସମୁଦ୍ରର ଉତ୍ତାଳ ଲହଡି ବିପଦ ସୃଷ୍ଟି କରିଛି। ଜିଲା ପ୍ରଶାସନର ତଥ୍ୟ ଅନୁଯାୟୀ ଏଥିରୁ କେନ୍ଦ୍ରାପଡ଼ା ଜିଲାର ତଟାଞ୍ଚଳ ବାଦ୍‌ ପଡିନାହିଁ। ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରୁ ୧୯୬୦ ମସିହାରୁ ଅଦ୍ୟାବଧି ୮୮ ବର୍ଗକିଲୋମିଟର ହେନ୍ତାଳ ବଣ ନଷ୍ଟ ହୋଇଛି। ଏପରି କି ବିଗତ ସାମୁଦ୍ରିକ ଝଡ଼ ସମୟରେ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ହେଉଥିବା ତଟକ୍ଷୟ ଉଦ୍‌ବେଗଜନକ ସ୍ଥିତିରେ ଅଛି। ଗତ ୨ ବର୍ଷ ମଧ୍ୟରେ ଅଗରନାଶୀ, ବାବୁବାଲି ଆଦି ଅଲିଭ୍‌ ରିଡ୍‌ଲେଙ୍କ ପ୍ରଜନନ ସ୍ଥଳ ସଙ୍କୁଚିତ ହୋଇଛି ବୋଲି ବୁଦ୍ଧିଜୀବୀ ତଥ୍ୟ ଉପସ୍ଥାପନ କରିଛନ୍ତି। ପେଣ୍ଠ ଗ୍ରାମର ହରିହର ଦାସ କହିଛନ୍ତି, ତଟକ୍ଷୟ ରୋକିବା ପାଇଁ ୱାର୍ଲଡ ବ୍ୟାଙ୍କ ସହାୟତାରେ ୩୩ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏଠାରେ ଜିଓ ଟ୍ୟୁବୱାଲ୍‌ ନିର୍ମିତ ହୋଇଥିଲା। ତେବେ ନିର୍ମାଣ ସମୟରେ ଏହାର ଗୋଟିଏ ଟ୍ୟୁବ୍‌ ଫାଟିବା ସହ ବିଭିନ୍ନ ସମୟରେ ନିଆଁ ଲାଗି ୫୦ରୁ ଊର୍ଦ୍ଧ୍ୱ ଗାବିୟନ ବକ୍ସ ପୋଡିଗଲାଣି। ସେହିପରି ଏଠାରେ ସାମୁଦ୍ରିକ ଢ଼େଉ ମାଡ ଫଳରେ ଗାବିୟନ ବକ୍ସର ରଶି ଛିଡୁଥିବାବେଳେ ନିକଟସ୍ଥ ବନ୍ଧର ପଥରଗୁଡିକୁ ସମୁଦ୍ର ମଧ୍ୟକୁ ଟାଣିନେଉଛି। ଫଳରେ ଏହି ଟ୍ୟୁବ ୱାଲ୍‌ ସୁରକ୍ଷିତ ହେଉ ନାହିଁ। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହନ୍ତି, ତଟକ୍ଷୟ ରୋକିବା ପାଇଁ ହେନ୍ତାଳବଣ ସକ୍ଷମ। ତେବେ ବନ ବିଭାଗ ପକ୍ଷରୁ ଏହାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉ ନ ଥିବାରୁ ହାବେଳିଖଟି, ସାତଭାୟା, ନାଶୀ ଆଦି ଅଞ୍ଚଳରେ ତଟକ୍ଷୟ ବଢ଼ୁଛି। ଏଥିସହିତ ତଟାଞ୍ଚଳରୁ ଚିଙ୍ଗୁଡିଘେରି ଉଚ୍ଛେଦ ଓ ଅନୁପ୍ରବେଶ ରୋକିବା ଜରୁରୀ ହୋଇପଡିଛି। ଜାତୀୟ ଉଦ୍ୟାନ ଓ ଜିଲାର ଚିହ୍ନଟ ୬୪ ସୁନାମିପ୍ରବଣ ଗ୍ରାମର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତ ଅନୁଧ୍ୟାନ ହେବା ଆବଶ୍ୟକ। ଏ ସମ୍ପର୍କରେ ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ କହିଛନ୍ତି, ତଟକ୍ଷୟରୁ ମୁକ୍ତି ପାଇଁ ପ୍ରତିବର୍ଷ ହେନ୍ତାଳବଣ ସୃଷ୍ଟି କରାଯାଉଛି। ଏହାସହ ରାସାୟନିକ ପଦାର୍ଥ ଓ ବର୍ଜ୍ୟବସ୍ତୁ ସମୁଦ୍ର ମଧ୍ୟକୁ ନ ଛାଡିବା ପାଇଁ ସଚେତନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri