ଧାନ ବିକ୍ରିରୁ ବଞ୍ଚିତ ୯୭୪ ଚାଷୀ

ଚମ୍ପୁଆ, ୬।୪(ଡି.ଏନ୍‌.ଏ.) – କେନ୍ଦୁଝର ଜିଲା ଚମ୍ପୁଆ ଓ ଭଣ୍ଡା ଲ୍ୟାମ୍ପର ୯୭୪ ଜଣ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି। ୨୦୨୧-୨୨ର ଖରିଫ ଋତୁରେ ଟୋକନ୍‌ ପାଇ ମଧ୍ୟ ଧାନ ବିକ୍ରି କରିପାରି ନାହାନ୍ତି। ସୂଚନା ଅନୁସାରେ, ଚମ୍ପୁଆ ଲ୍ୟାମ୍ପ ଅଧୀନରେ ଚମ୍ପୁଆ, କରଞ୍ଜିଆ, ରଜିଆ ଓ ଜାମୁଦଲକ ବ୍ରାଞ୍ଚ ଥିବାବେଳେ ଭଣ୍ଡା ଲ୍ୟାମ୍ପ ଅଧୀନରେ ଭଣ୍ଡା, ଭୂଇଁପୁର, ଫୁଲକଳେଇଁ, ଜ୍ୟୋତିପୁର ବ୍ରାଞ୍ଚ ରହିଛି।
୨୦୨୧-୨୨ ମସିହାରେ ଚମ୍ପୁଆ ଲ୍ୟାମ୍ପରେ ୨୫୪୦ଚାଷୀ ଧାନ ବିକ୍ରି କରିବା ପାଇଁ ରେଜିଷ୍ଟ୍ରେସନ କରିଥିବା ବେଳେ ଚମ୍ପୁଆ ଲ୍ୟାମ୍ପକୁ ୪୯ ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ରହିଥିଲା। ଚାଷୀମାନେ ଧାନ ବିକ୍ରି ପାଇଁ ୨୦୨୧ ମସିହା ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ନାମ ପଞ୍ଜୀକରଣ କରିଥିଲେ। ଚାଷୀମାନଙ୍କୁ ଟୋକନ୍‌ ମିଳିବା ସହିତ ଧାନ କ୍ରୟର ଦିନ ମୋବାଇଲ ମେସେଜ ମାଧ୍ୟମରେ ସୂଚନା ଦିଆଯାଇଥିଲା। ମାତ୍ର ମିଳୁଥିବା ଟୋକନ ଅନୁଯାୟୀ ଉଭୟ ଲ୍ୟାମ୍ପରେ ଟାର୍ଗେଟ ଅଭାବ ରହିଥିବାରୁ ଚାଷୀମାନେ ଟୋକନ ପାଇ ମଧ୍ୟ ଧାନ ବିକ୍ରି କରିପାରି ନ ଥିଲେ। ଏପରିକି ଟୋକନର ଅବଧି ଶେଷ ହୋଇ ଯାଇଥିଲେ ମଧ୍ୟ ଟାର୍ଗେଟର ଅଭାବ ଦେଖା ଦେଇଥିଲା। ଉଭୟ ଲ୍ୟାମ୍ପର ଏମ.ଡି କହିଛନ୍ତି ଚମ୍ପୁଆରେ ୫୨୪ ଜଣ ଚାଷୀ ୧୬ ହଜାର କୁଇଣ୍ଟାଲ ଧାନ ବିକ୍ରି ପାରି ନଥିବା ବେଳେ ଭଣ୍ଡା ଲ୍ୟାମ୍ପର ୪୫୦ ଜଣ ଚାଷୀ ୧୮୫୭୧ କୁଇଣ୍ଟାଲ ଧାନ ବିକ୍ରି କରି ପାରି ନାହାନ୍ତି। ଫଳରେ ଚାଷୀମାନେ ଦଲାଲ୍‌ମାନଙ୍କ ଦ୍ୱାରା କମ୍‌ ଦାମ୍‌ରେ ରାଜ୍ୟ ବାହାରେ ଧାନ ବିକି ଥିବା ଜଣାଯାଇଛି। ଚମ୍ପୁଆ ଲ୍ୟାମ୍ପ ଅଧୀନରେ ୮୨ ଗାଁ ରହିଥିବା ବେଳେ ୧୨ ହଜାର ଚାଷୀ ଲ୍ୟାମ୍ପର ମେମ୍ବର ରହିଥିବା ଜଣାଯାଇଛି। ଏ ନେଇ ଚମ୍ପୁଆ ଏମ.ଡି. ବିଭୁତି ଗିରିଙ୍କୁ ପଚାରିବାରୁ ଟାର୍ଗେଟ ଆସୁ ଆସୁ ଟୋକନ୍‌ର ଅବଧି ଶେଷ ହୋଇଯାଇଥିବାରୁ ଚାଷୀମାନେ ଧାନ ବିକ୍ରି କରି ପାରି ନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ଜଙ୍ଗଲରୁ ମିଳିଲା ଯୁବତୀଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ଆତ୍ମହତ୍ୟା ନା ହତ୍ୟା ବଢିଲା ସସ୍‌ପେନ୍ସ

ପଟ୍ଟାଙ୍ଗି,୨୨।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତ ଅନ୍ତର୍ଗତ କପାଟିଗୁଡା ଜଙ୍ଗଲରୁ ସନ୍ଦେହଜନକ ଭାବେ ଯୁବତୀଯୁବକଙ୍କ ମୃତଦେହ ସୁଙ୍କି ପୋଲିସ ଉଦ୍ଧାର…

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ : ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଲାଞ୍ଜିଗଡ଼,୨୨।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ନିଜେ ଚଳାଉଥିବା ଟ୍ରାକ୍ଟର ଚକରେ ଚାପିହୋଇ ଡ୍ରାଇଭରଙ୍କ…

ନାବାଳିକାଙ୍କୁ ବ୍ଲାକମେଲ କରି ଦୀର୍ଘଦିନ ଧରି ଶୋଷଣ କରୁଥିଲେ ନାବାଳକ, ଅଭିଯୋଗ ପରେ ନାବାଳକଙ୍କୁ …

ପାରଳାଖେମୁଣ୍ଡି, ୨୨।୬(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଜଣେ ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ…

ଅତର ବ୍ୟବସାୟୀଙ୍କୁ ଠକେଇ, ଅସଲି ନେଇ ନକଲି ଦେଇଦେଲେ, ଠକିନେଲେ ଏତେ କୋଟି ଟଙ୍କା

ଛତ୍ରପୁର, ୨୨।୬( ଦିଲ୍ଲୀପ ସାମଲ): ଅତି ଚତୁରତା ସହ ବ୍ଲୁ ପ୍ରିଣ୍ଟ କରି ଫିଲ୍ମ ଷ୍ଟାଇଲରେ ହୋଇଛି କିଆ ଅତର ଠକେଇ । ଲକ୍ଷ କି ଦୁଇ…

ମହିଳା ଆଇନଜୀବୀଙ୍କ ଆକସ୍ମିକ ବିୟୋଗ: ଚାରିଆଡ଼େ ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି, ୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟା ଆଇନଜୀବି ରମା ସୁବୁଦ୍ଧିଙ୍କ ସୋମବାର ଆକସ୍ମିକ ପରଲୋକ ହୋଇଯାଇଛି। ଗତ ୧୯୫୨…

ଲଭ,ସେକ୍ସ, ଧୋକ୍କା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଜେଲଗଲେ ଅଭିଯୁକ୍ତ ଡାକ୍ତର

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ…

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିବ…

ଗଞ୍ଜାମ ,୨୨।୬(ବିଦ୍ୟାଧର ସାହୁ ) : ଅଜଣା ଗାଡି ଧକ୍କାରେ ଶନିବାର ଗଞ୍ଜାମ ଅଞ୍ଚଳର ଅନିଲ ମହାପାତ୍ର ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri