ଧାନ ବିକ୍ରିରୁ ବଞ୍ଚିତ ୯୭୪ ଚାଷୀ

ଚମ୍ପୁଆ, ୬।୪(ଡି.ଏନ୍‌.ଏ.) – କେନ୍ଦୁଝର ଜିଲା ଚମ୍ପୁଆ ଓ ଭଣ୍ଡା ଲ୍ୟାମ୍ପର ୯୭୪ ଜଣ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି। ୨୦୨୧-୨୨ର ଖରିଫ ଋତୁରେ ଟୋକନ୍‌ ପାଇ ମଧ୍ୟ ଧାନ ବିକ୍ରି କରିପାରି ନାହାନ୍ତି। ସୂଚନା ଅନୁସାରେ, ଚମ୍ପୁଆ ଲ୍ୟାମ୍ପ ଅଧୀନରେ ଚମ୍ପୁଆ, କରଞ୍ଜିଆ, ରଜିଆ ଓ ଜାମୁଦଲକ ବ୍ରାଞ୍ଚ ଥିବାବେଳେ ଭଣ୍ଡା ଲ୍ୟାମ୍ପ ଅଧୀନରେ ଭଣ୍ଡା, ଭୂଇଁପୁର, ଫୁଲକଳେଇଁ, ଜ୍ୟୋତିପୁର ବ୍ରାଞ୍ଚ ରହିଛି।
୨୦୨୧-୨୨ ମସିହାରେ ଚମ୍ପୁଆ ଲ୍ୟାମ୍ପରେ ୨୫୪୦ଚାଷୀ ଧାନ ବିକ୍ରି କରିବା ପାଇଁ ରେଜିଷ୍ଟ୍ରେସନ କରିଥିବା ବେଳେ ଚମ୍ପୁଆ ଲ୍ୟାମ୍ପକୁ ୪୯ ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ରହିଥିଲା। ଚାଷୀମାନେ ଧାନ ବିକ୍ରି ପାଇଁ ୨୦୨୧ ମସିହା ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ନାମ ପଞ୍ଜୀକରଣ କରିଥିଲେ। ଚାଷୀମାନଙ୍କୁ ଟୋକନ୍‌ ମିଳିବା ସହିତ ଧାନ କ୍ରୟର ଦିନ ମୋବାଇଲ ମେସେଜ ମାଧ୍ୟମରେ ସୂଚନା ଦିଆଯାଇଥିଲା। ମାତ୍ର ମିଳୁଥିବା ଟୋକନ ଅନୁଯାୟୀ ଉଭୟ ଲ୍ୟାମ୍ପରେ ଟାର୍ଗେଟ ଅଭାବ ରହିଥିବାରୁ ଚାଷୀମାନେ ଟୋକନ ପାଇ ମଧ୍ୟ ଧାନ ବିକ୍ରି କରିପାରି ନ ଥିଲେ। ଏପରିକି ଟୋକନର ଅବଧି ଶେଷ ହୋଇ ଯାଇଥିଲେ ମଧ୍ୟ ଟାର୍ଗେଟର ଅଭାବ ଦେଖା ଦେଇଥିଲା। ଉଭୟ ଲ୍ୟାମ୍ପର ଏମ.ଡି କହିଛନ୍ତି ଚମ୍ପୁଆରେ ୫୨୪ ଜଣ ଚାଷୀ ୧୬ ହଜାର କୁଇଣ୍ଟାଲ ଧାନ ବିକ୍ରି ପାରି ନଥିବା ବେଳେ ଭଣ୍ଡା ଲ୍ୟାମ୍ପର ୪୫୦ ଜଣ ଚାଷୀ ୧୮୫୭୧ କୁଇଣ୍ଟାଲ ଧାନ ବିକ୍ରି କରି ପାରି ନାହାନ୍ତି। ଫଳରେ ଚାଷୀମାନେ ଦଲାଲ୍‌ମାନଙ୍କ ଦ୍ୱାରା କମ୍‌ ଦାମ୍‌ରେ ରାଜ୍ୟ ବାହାରେ ଧାନ ବିକି ଥିବା ଜଣାଯାଇଛି। ଚମ୍ପୁଆ ଲ୍ୟାମ୍ପ ଅଧୀନରେ ୮୨ ଗାଁ ରହିଥିବା ବେଳେ ୧୨ ହଜାର ଚାଷୀ ଲ୍ୟାମ୍ପର ମେମ୍ବର ରହିଥିବା ଜଣାଯାଇଛି। ଏ ନେଇ ଚମ୍ପୁଆ ଏମ.ଡି. ବିଭୁତି ଗିରିଙ୍କୁ ପଚାରିବାରୁ ଟାର୍ଗେଟ ଆସୁ ଆସୁ ଟୋକନ୍‌ର ଅବଧି ଶେଷ ହୋଇଯାଇଥିବାରୁ ଚାଷୀମାନେ ଧାନ ବିକ୍ରି କରି ପାରି ନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri