ରାଜ୍ୟର ଋଣଭାର ୯୭,୨୦୫ କୋଟି

ଭୁବନେଶ୍ୱର,୨୭।୭(ବ୍ୟୁରୋ): ରାଜ୍ୟରେ ଋଣଭାର ଅସମ୍ଭାଳ ହେଲାଣି। ମା’ ପେଟର ଛୁଆ ଉପରେ ମୁଣ୍ଡ ପିଛା ଋଣ ୨୨ ହଜାର ଟଙ୍କା। ଗରିବଙ୍କ ସଂଖ୍ୟା ବଢ଼ିଚାଲିଛି। କିନ୍ତୁ ସରକାର ଋଣ କରି ଘିଅ ପିଇବା ନୀତି ଧରିଛନ୍ତି। ରାଜ୍ୟର ଋଣଭାରକୁ ନେଇ ବିରୋଧୀ ଦଳ ସଦସ୍ୟମାନେ ଏହିଭଳି ସରକାରଙ୍କୁ ସଣ୍ଡୁଆଶି ଆକ୍ରମଣ କରିଛନ୍ତି।
ମଙ୍ଗଳବାର ‘ଋଣ ଭାରରେ ବୁଡ଼ିଛି ଓଡ଼ିଶା’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଣି ବିରୋଧୀ ସରକାରଙ୍କୁ ଘେରିଥିଲେ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଅଫିସରମାନେ ଯାହା ଧରାଇ ଦେଉଛନ୍ତି ମନ୍ତ୍ରୀ ବିଧାନସଭାରେ ତାହା ପଢ଼ି ଦେଉଛନ୍ତି। ରାଜ୍ୟ ଗରିବ ହୋଇଚାଲିଛି। ବଜେଟର ୭୦% ଖର୍ଚ୍ଚ ନ ହୋଇ ପଡ଼ିରହୁଛି। ୨୦୦୪ରେ ଏଲ୍‌ ଆଣ୍ଡ୍‌ ଟି କମ୍ପାନୀ ରାଉରକେଲା-ସମ୍ବଲପୁର ରାସ୍ତା ବାବଦରେ ୨୦ କୋଟି ଟଙ୍କା ପାଇବାକୁ ଥିବାବେଳେ ନ ଦିଆଯିବାରୁ ୧୨୦ କୋଟି ଟଙ୍କା ଏବେ ସରକାର ଗଣିବେ। ଏହି ଟଙ୍କା ଏବେ ସରକାର ଋଣ କରି ଦେବେ। ନୀତି ଆୟୋଗ ଆକଳନ ଅନୁଯାୟୀ ରାଜ୍ୟ ଏବେ ୧୬ତମ ସ୍ଥାନରେ ରହିଛି। ଚଳିତ ବର୍ଷ ରାଜ୍ୟ ସରକାର ଖୋଲା ବଜାରରୁ ୩ ହଜାର କୋଟି ଟଙ୍କା, ଜାତୀୟ କୃଷି ବ୍ୟାଙ୍କରୁ ୩,୩୪୧ କୋଟି ଟଙ୍କା ଋଣ କରିବେ। ଚଳିତ ବର୍ଷ ୧୨,୫୫୧ କୋଟି ଟଙ୍କାର ଋଣ ଆଣି ସାରିଲେଣି ବୋଲି ସାଲୁଜା। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ, ୨୦୧୯-୨୦ରେ ରାଜ୍ୟର ମୁଣ୍ଡ ପିଛା ଋଣ ୪,୯୧୮ ଥିବାବେଳେ ୨୦୨୨ରେ ଏହା ୨୨,୦୦୦ ଟଙ୍କାରେ ପହଞ୍ଚିଲାଣି। ଖଣି କ୍ଷେତ୍ରରୁ ସେତେବେଳେ ୨ ହଜାର କୋଟି ଟଙ୍କା ରାଜସ୍ବ ମିଳୁଥିବା ବେଳେ ଏବେ ୫୪ ହଜାର କୋଟି ଟଙ୍କା ରାଜସ୍ବ ମିଳୁଛି। ତଥାପି ସରକାରଙ୍କୁ ନିଅଣ୍ଟ ହେଉଛି। ଋଣ ଉପରେ ଋଣ କରି ଚାଲିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ଋଣ ଭାର ୩୭୫% ବଢ଼ିଛି ବୋଲି ସେ କହିଛନ୍ତି।
ଭାଜପା ସଭ୍ୟ ମୋହନ ମାଝି କହିଛନ୍ତି ଯେ, ମୁଣ୍ଡ ପିଛା ଋଣ ବଢ଼ି ବଢ଼ି ୨୩ ହଜାର ଟଙ୍କାରେ ପହଞ୍ଚିଲାଣି। ଚଳିତ ବର୍ଷ ରାଜ୍ୟର ଋଣ ଭାର ୧ ଲକ୍ଷ ୧୨ ହଜାର ୪୦୧ କୋଟି ଓ ଆଗାମୀ ବର୍ଷ ଏହା ୧ ଲକ୍ଷ ୩୪ ହଜାର ୭୫୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ୨୦୨୫-୨୬ ବେଳକୁ ଏହା ୧ ଲକ୍ଷ ୮୭ ହଜାର ୨୩୬ କୋଟି ଟଙ୍କାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଥିବା ସେ କହିଛନ୍ତି। ଆଲୋଚନାରେ ଭାଗ ନେଇ ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ ଓ କୁସୁମ ଟେଟେ ମଧ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।
ବିଜେଡି ସଭ୍ୟ ଶଶିଭୂଷଣ ବେହେରା ମୁଲତବୀ ପ୍ରସ୍ତାବକୁ ବିରୋଧ କରି କହିଥିଲେ, ସରକାର ଋଣ କରି ଘିଅ ପିଉନାହାନ୍ତି। ରାଜ୍ୟର ବିକାଶ ପାଇଁ ଉକ୍ତ ଅର୍ଥ ଖର୍ଚ୍ଚ କରାଯାଉଛି। ୨୦୦୦ ମସିହାରେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ଲାଗି ଓଭର ଡ୍ରାଫ୍ଟ କରିବାକୁ ପଡ଼ୁଥିଲା। ଏବେ ସେ ସ୍ଥିତି ଆଉ ନାହିଁ। କେନ୍ଦ୍ର ସରକାର ୮ଟି କେନ୍ଦ୍ରୀୟ ଯୋଜନାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିବା ବେଳେ ଅନ୍ୟ ଯୋଜନାରେ କେନ୍ଦ୍ର ଓ ରାଜ୍ୟର ଅଂଶକୁ ୬୦:୪୦କୁ ଖସାଇ ଦିଆଯାଇଛି। ଏଥିଲାଗି ରାଜ୍ୟ ଉପରେ ଅଧିକ ଚାପ ପଡ଼ୁଛି ବୋଲି ବେହେରା କହିଥିଲେ। ବିଜେଡି ସଭ୍ୟ ସୁବାସ ବେହେରା ଓ ରମେଶ ବେହେରା ରାଜ୍ୟର ବିକାଶ ପାଇଁ ଋଣ କରିବାକୁ ପଡ଼େ ବୋଲି କହିଥିଲେ।
ମୁଲତବୀ ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ ଭାରତବର୍ଷରେ ବିହାରକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟ ତୁଳନାରେ ଆମର ସ୍ଥିତି ଭଲ ଅଛି। ପଡ଼ୋଶୀ ଛତିଶଗଡ଼ର ମୁଣ୍ଡ ପିଛା ଋଣ ୩୮ହଜାର ୭୩୧ ଥିବାବେଳେ ପଶ୍ଚିମବଙ୍ଗର ୫୭ ହଜାର ୩୪୫, ପଞ୍ଜାବର ୯୩ ହଜାର ୨୩୫ ଟଙ୍କା ରହିଛି। ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧିନିୟମ (ଏଫ୍‌ଆର୍‌ବିଏମ୍‌) ଆଇନ ଅନୁଯାୟୀ ଜିଏସ୍‌ଡିିପିର ୨୫% ମଧ୍ୟରେ ଋଣ ଭାର ରହିବା ଆବଶ୍ୟକ। ରାଜ୍ୟରେ ସୁଧ ଦେୟ ଓ ରାଜସ୍ବ ଆଦାୟ ଅନୁପାତ ୧୫% ମଧ୍ୟରେ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତିକା ‘ଷ୍ଟେଟ୍‌ ଫାଇନାନ୍ସସେସ-ଏ ଷ୍ଟଡି ଅଫ୍‌ ବଜେଟସ୍‌ ୨୦୨୧-୨୨’ ଅନୁଯାୟୀ ସମସ୍ତ ରାଜ୍ୟର ମୁଣ୍ଡ ପିଛା ଋଣ ୫୧ ହଜାର ୩୧ ଟଙ୍କା ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ମୁଣ୍ଡ ପିଛା ଋଣ ଭାର ୯୯ ହଜାର ୮୧୬ ଟଙ୍କା ରହିଛି। ଋଣ କରିବାରେ ଓଡ଼ିଶା ଦ୍ୱିତୀୟ ସର୍ବନିମ୍ନ ରାଜ୍ୟ । ୧୯୯୯-୨୦୦୦ରେ ରାଜ୍ୟର ଋଣ ଭାର ୧୮ ହଜାର ୧୦୦ କୋଟି ଟଙ୍କା ଓ ମୁଣ୍ଡ ପିଛା ଋଣ ୪,୯୧୮ ଟଙ୍କା ଥିଲା। ରାଜ୍ୟରେ ୨୦୨୦-୨୧ରେ ଋଣ ଭାର ୧ ଲକ୍ଷ ୨୭ ହଜାର କୋଟି ଟଙ୍କା ଥିବାବେଳେ ୨୦୨୧-୨୨ରେ ଋଣ ଭାର ୯୭ ହଜାର ୨୦୫ କୋଟି ଟଙ୍କାକୁ ହ୍ରାସ ପାଇଛି। ମୁଣ୍ଡ ପିଛା ଋଣ ଭାର ୨୨,୦୪୨ ଟଙ୍କା ରହିଛି। ୧୯୯୯-୨୦୦୦ ବର୍ଷରେ ରାଜ୍ୟର ମୁଣ୍ଡ ପିଛା ଋଣ ୪,୯୧୮ ଟଙ୍କା ଥିବା ବେଳେ ମୁଣ୍ଡ ପିଛା ଆୟ ୧୩,୦୧୨ ଟଙ୍କା ଥିଲା। ତେବେ ୨୦୨୧-୨୨ରେ ରାଜ୍ୟର ମୁଣ୍ଡ ପିଛା ଋଣ ୨୨,୦୪୨ ଟଙ୍କା ଥିବା ବେଳେ ରାଜ୍ୟର ମୁଣ୍ଡ ପିଛା ଆୟ ୧ ଲକ୍ଷ ୨୭ ହଜାର ଟଙ୍କାରେ ପହଞ୍ଚିଛି। ତେବେ ଓମ୍ବାଡସି, କାମ୍ପା ଏବଂ ଖୋଲା ବଜାରରୁ ୩ ପ୍ରତିଶତ ସୁଧରେ ଋଣ କରାଯାଉଛି। ନାବାର୍ଡଠାରୁ କମ୍‌ ସୁଧରେ ଋଣ କରି ଗ୍ରାମୀଣ ପ୍ରକଳ୍ପ ନିର୍ମାଣ କରାଯାଉଛି, ବାହ୍ୟ ଋଣକୁ ମୋଟ ଋଣର ୭ ପ୍ରତିଶତ ମଧ୍ୟରେ ସୀମିତ ରଖାଯାଉଛି। ତେଣୁ ରାଜ୍ୟର ଋଣକୁ ନେଇ ବିରୋଧୀ ସଦସ୍ୟମାନେ କୌଣସି ଆଶଙ୍କା କରିବା ଉଚିତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ଭାଜପା ଏବଂ କଂଗ୍ରେସର ସଦସ୍ୟମାନେ ବିଧାନସଭା କକ୍ଷ ଛାଡ଼ି ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?