Posted inଜାତୀୟ

ରାଜଧାନୀରେ କରୋନାର ଭୟାବହତା: କେବଳ ଏପ୍ରିଲରେ ୯,୪୦୦ ଲୋକଙ୍କ ସରିଲାଣି ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୧୧।୫: ରାଜଧାନୀ ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହରର ଆତଙ୍କ ଦେଖିବାକୁ ମିଳିଛି। କେବଳ ଏପ୍ରିଲ ମାସରେ ରାଜଧାନୀ ମ୍ୟୁନିସିପାଲିଟି କର୍ପୋରେଶନ ଦ୍ୱାରା ପରିଚାଳିତ ୨୮ କୋଭିଡ୍‌ ନାମିତ ଶବଦାହ କେନ୍ଦ୍ରରେ ୯,୪୦୦ରୁ ଅଧିକ ଲୋକଙ୍କ କରୋନା ପ୍ରୋଟୋକଲ୍‌ ଅଧୀନରେ ଶତ୍କାର କରାଯାଇଛି। ଏଥିରୁ ସେଠାକାର ପରିସ୍ଥିତି ସହଜରେ ଅନୁମେୟ। କାରଣ ମହାମାରୀ ଆରମ୍ଭ ହେବା ପରଠାରୁ ଏହା ହେଉଛି ସର୍ବୋଚ୍ଚ ଅନ୍ତିମ ସଂସ୍କାର।

କୁହାଯାଉଛି ଦ୍ୱିତୀୟ ଲହର ଦିଲ୍ଲୀ ଉପରେ ଭାରୀ ପଡ଼ିଛି। ଏବେ ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ଲକ୍‌ଡାଉନ୍‌ ଜାରି ରହିଛି। ପ୍ରାରମ୍ଭିକ ସମୟରେ ଗୋଟିଏ ପଟେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କରୋନା ଚିକିତ୍ସା କରୁଥିବା ଡାକ୍ତରଖାନାଗୁଡ଼ିକରେ ଅକ୍ସିଜେନ୍‌ ଏବଂ ଆଇସିୟୁର ଅଭାବ ପରିଲକ୍ଷିତ ହୋଇଥିଲା। ହେଲେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ରାଜଧାନୀକୁ ପ୍ରତ୍ୟେହ ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ପହଞ୍ଚିଥିଲା। ଏବେ ଏଠାରେ ଅକ୍ସିଜେନ୍‌ ଏବଂ ଆଇସିୟୁ ଶଯ୍ୟାର ଅଭାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ପରିବାରର କୋଟିଏ ଟଙ୍କା ଚଳୁ

ଭୋପାଳ,୨୬ା୫: ଅତି ଲୋଭ କରି ମଧ୍ୟପ୍ରଦେଶ ସାଗର ଜିଲାର ବୀଣା ଅଞ୍ଚଳର ସବ୍‌-ପୋଷ୍ଟ ଅଫିସ ପୋଷ୍ଟମାଷ୍ଟର ବିଶାଳ ଅହିରଓ୍ବାର ଏବେ ପୋଲିସ ହାଜତରେ। ସେ ୨୪...

୧୭୫ ବର୍ଷର ପୁରୁଣା ସ୍କୁଲ, ଯେଉଁଠି ଏବେ ବି ଗାନ୍ଧୀ ଟୋପି ପିନ୍ଧି ପଢୁଛନ୍ତି ଛାତ୍ର

ଭୋପାଳ, ୨୯।୯:ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିଟି ଜିନିଷକୁ ସାଇତି ରଖିବା ପାଇଁ ସବୁବେଳେ ପ୍ରଚେଷ୍ଟା ହୋଇଆସିଛି। ସେ ଟୋପି ହେଉ ଅବା ସେ ବ୍ୟବହାର...

ଗୁଟ୍‌ଖାଠୁ ଶସ୍ତା ମଣିଷ ଜୀବନ

ପାଟନା, ୧୭।୨ : ବିହାରର ରାଜଧାନୀ ଠାରୁ ୨୫୦ କିଲୋମିଟର ଦୂରରେ ଥିବା ସୁପାଲରୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ବାକିରେ ଗୁଟ୍‌ଖା ଦେବାକୁ...

କୋଇଲା ଅଭାବ: ସୃଷ୍ଟି ହେବ ଅଭୂତପୂର୍ବ ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୨୨।୪: ବିଭିନ୍ନ ରାଜ୍ୟରେ ତାପମାତ୍ରା ଅସହ୍ୟ ହୋଇଥିବାବେଳେ କୋଇଲା ଅଭାବ ଯୋଗୁ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ଲୋକଙ୍କୁ ଅତିଷ୍ଠ କଲାଣି। ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ...

ମନ୍ଦିର ଭିତରକୁ ପଶିଆସିଲା କୁମ୍ଭୀର: ଲୋକେ କଲେ ପୂଜାର୍ଚ୍ଚନା

ଅହମ୍ମଦାବାଦ, ୨୪।୬: ଗୁଜରାଟର ମହିସାଗର ଜିଲାରେ ଥିବା ଖୋଡିୟାର ମାତା ମନ୍ଦିର ଭିତରକୁ ଏକ କୁମ୍ଭୀର ପଶିଆସିଥିଲା। ଶ୍ରଦ୍ଧାଳୁ ମାତାଙ୍କ ରୂପ ଭାବ କୁମ୍ଭୀରକୁ ପୂଜାର୍ଚ୍ଚନା...

କମ୍‌ ପରିମାଣର ନିଶାଦ୍ରବ୍ୟର ବ୍ୟକ୍ତିଗତ ବ୍ୟବହାରକୁ ଅପରାଧ ଭାବେ ବିବେଚନା ନ କରିବାକୁ ଆବେଦନ…

ନୂଆଦିଲ୍ଲୀ,୨୮।୧୦: ମାଦକ ଦ୍ରବ୍ୟ ସେବନ ନେଇ ସେଲିବ୍ରିଟି ଯୁବବର୍ଗଙ୍କ ହାଇ ପ୍ରୋଫାଇଲ ଗିରଫ ମାମଲାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ କରାଯାଇଛି।...

ମୁଣ୍ଡ ନୋଇଲେ ସରକାର: ଲିଖିତ ପ୍ରଶ୍ନ ପଚାରି ପାରିବେ ବିରୋଧୀ

ନୂଆଦିଲ୍ଲୀ, ୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ହେବାକୁ ଥିବା ସଂସଦର...

ଦେଶରେ କରୋନା ଦ୍ୱାରା ପୁନଃସଂକ୍ରମିତ ହୋଇଛନ୍ତି ୩ ଜଣ

ନୂଆଦିଲ୍ଲୀ, ୧୩।୧୦: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିବାରେ ଲାଗିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୭୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନାରେ...

Advertisement
Archives

Model This Week