୯୪ ଅଙ୍ଗନୱାଡ଼ି କେନ୍ଦ୍ରର ନାହିଁ ନିଜସ୍ବ କୋଠା

ନୂଆଗଡ଼,୨୦ା୩: ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲା ନୂଆଗଡ଼ ବ୍ଲକରେ ୯୪ଟି ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ବ କୋଠା ନାହିଁ। ବ୍ଲକ ପରିସରଭୁକ୍ତ ୧୯ ପଞ୍ଚାୟତର ୨୧୩ଟି ୱାର୍ଡର ୭ଟି ସେକ୍ଟରରେ ସମୁଦାୟ ୨୭୪ଟି ଅଙ୍ଗନୱାଡି କେନ୍ଦ୍ର ଅଛି। କିନ୍ତୁ ସେଥିରୁ ବେତାରସିଂ ସେକ୍ଟରରେ ୧୧ଟି, ବୁରୁସିଂ ସେକ୍ଟରରେ ୧୩ଟି, କେରେଡାଙ୍ଗ ସେକ୍ଟରରେ ୮, ଖଜୁରିପଦା ସେକ୍ଟରରେ ୧୫, ଏନ୍‌.ଝାଲରସିଂ ସେକ୍ଟରରେ ୨୦, ନୂଆଗଡ଼ ସେକ୍ଟରରେ ୯, ଟଟରଙ୍ଗ ସେକ୍ଟରରେ ୧୮ଟି ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ବ କୋଠା ନାହିଁ। ଏହି ସେକ୍ଟର ଗୁଡ଼ିକର ବିଭିନ୍ନ ଗ୍ରାମର ବିଭିନ୍ନ କେନ୍ଦ୍ରର କୋଠା କାର୍ଯ୍ୟ ଆରମ୍ଭ ହୋଇ ଅଧପନ୍ତରିଆ ଭାବରେ ପଡ଼ି ରହିଛି। କେଉଁ କେଉଁ ଗ୍ରାମରେ ଭିତ୍ତିଭୂମିର ଚିହ୍ନଟ ହୋଇ ପାରୁ ନଥିବାରୁ କାର୍ଯ୍ୟ ହୋଇ ପାରୁନାହିଁ। ତେଣୁ କେତେକ ଅଙ୍ଗନୱାଡି କର୍ମୀଙ୍କ ଘରେ, ଭଡ଼ା ଘରେ, ଗ୍ରାମର କୋଠ ଘରେ ଓ ସ୍କୁଲ ବିଲଡିଂର କୌଣସି ଏକ ଶ୍ରେଣୀ କୋଠରୀଠାରେ ଅଙ୍ଗନୱାଡ଼ି ପରିଚାଳିତ ହେଉଛି। ୯୪ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ କୋଠା ନଥିବାରୁ ଶିଶୁ ମାନଙ୍କ ପାଠ ପଢାରେ ନାନା ସମସ୍ୟା ହେଉଥିବା ବେଳେ ଚାଉଳ, ଡାଲି ଏବଂ ଅନ୍ୟାନ୍ୟ ସାମଗ୍ରୀ ରଖିବା ଲାଗି କର୍ମଚାରୀମାନେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ କୋଠା ନଥିବାରୁ ପ୍ରାକ ବିଦ୍ୟାଳୟର ଶିଶୁ ମାନଙ୍କୁ ଗୋଟିଏ କକ୍ଷରେ ପାଠ ପଢ଼ାଇବା ସହ ସେହି କକ୍ଷରେ ହିଁ ଗ୍ୟାସ ଚୁଲା ସାହାର୍ଯ୍ୟରେ ଖାଦ୍ୟ ରୋଷେଇ କରାଯାଉଥିବା ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। କେନ୍ଦ୍ରର ନିଜସ୍ବ କୋଠା ନଥିବା ବିଷୟ ନେଇ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ ହେଉଛି। ୨୦୧୩ ସାଲରୁ ଅନେକ ଅଙ୍ଗନୱାଡ଼ି ଗୃହର କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ସାଲ ଯାଏ କେତେକ ଅଧପନ୍ତରିଆ ଭାବେ ପଡି଼ ରହିଛି। କେତେକ ପୂର୍ଣ୍ଣାଙ୍ଗ ହୋଇ ମଧ୍ୟ ହସ୍ତାନ୍ତର ହୋଇ ନାହିଁ ଏବଂ ନିଜସ୍ବ କୋଠା ନଥିବା କେନ୍ଦ୍ରର କର୍ମୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ବାରମ୍ବାର ଅଭିଯୋଗ କରୁଥିବା କହିଛନ୍ତି ସିଡିପିଓ ସୁରତି ପ୍ରଧାନ। ରାଜ୍ୟ ସରକାର ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ପୁଷ୍ଟି ସାର କମ ଥିବା ଶିଶୁ ମାନଙ୍କ ଯତ୍ନ ସହ ଭିଟାମିନ ବଟିକା, ଖାଦ୍ୟ ପ୍ରଦାନ, ସ୍ବାସ୍ଥ୍ୟ ପରୀକ୍ଷା, ପାଠ ପଢା, ଗର୍ଭବତୀ ମହିଳାମାନଙ୍କୁ ଆଇରନ ବଟିକା ଓ ଆବଶ୍ୟକ ପରାମର୍ଶ ସାଙ୍ଗକୁ ପ୍ରାକ ବିଦ୍ୟାଳୟର ୩ବର୍ଷଠାରୁ ୬ବର୍ଷ ଶିଶୁମାନଙ୍କୁ ଅଙ୍ଗନୱାଡି କେନ୍ଦ୍ରରେ ଶିକ୍ଷା ଦିଆଯାଇଥାଏ। ତତ୍‌ସହିତ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥାଏ। ବର୍ତ୍ତମାନ ୭ଲକ୍ଷ ଟଙ୍କା ଲେଖାଏ ବ୍ୟୟ ଅଟକଳରେ ଅଙ୍ଗନୱାଡି ନିଜସ୍ବ କୋଠା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଅଧପନ୍ତରିଆ ଭାବେ ରହିଥିବା ପୁରୁଣା ଅଙ୍ଗନୱାଡି କେନ୍ଦ୍ରର କୋଠା କାର୍ଯ୍ୟ ନିମନ୍ତେ ପୁଣି ୨ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଜିଲା ପ୍ରଶାସନ ତଥା ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଧ୍ୟାନ ଦେଇ ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ବ କୋଠା ନିର୍ମାଣ ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ସମସ୍ୟା ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ୍ୟୁମ୍ନ ଦାସଙ୍କୁ ପଚାରିବାରୁ ଅଧପନ୍ତରିଆ ଭାବେ ରହିଥିବା ପୁରୁଣା ନଥିପତ୍ରକୁ କାର୍ଯ୍ୟକ୍ଷମ କରି କାର୍ଯ୍ୟ କରାଯିବ। କିଛି ଗ୍ରାମରେ ଜମି ଚିହ୍ନଟ ହୋଇ ପାରୁନଥିବାରୁ ଗୃହ କାର୍ଯ୍ୟ ବନ୍ଦ ଅଛି। କାର୍ଯ୍ୟ ଶେଷ ହୋଇଥିବା କେନ୍ଦ୍ରକୁ ହସ୍ତାନ୍ତର କରାଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?