ବିଜେଡି ଦଖଲରେ ୯୧

ଭୁବନେଶ୍ୱର,୮ା୪(ବ୍ୟୁରୋ):ରାଜ୍ୟର ୧୦୫ ପୌର ପରିଷଦ/ଏନ୍‌ଏସି ଉପାଧ୍ୟକ୍ଷ ପଦବୀ ନିର୍ବାଚନ ଗୁରୁବାର ଶେଷ ହୋଇଛି। ଏହି ନିର୍ବାଚନରେ ମଧ୍ୟ ବିଜେଡିକୁ ବିପୁଳ ସଫଳତା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ବିଜେଡି ୯୧ଟି ଉପାଧ୍ୟକ୍ଷ ପଦ ହାତେଇଛି। ଭାଜପାକୁ ମାତ୍ର ୬ଟି ଉପାଧ୍ୟକ୍ଷ ପଦବୀରେ ସନ୍ତୁଷ୍ଟ ହେବାକୁ ପଡିଛି। ତେବେ ଅନ୍ୟ ୮ଟି ପୌର ପରିଷଦ ଓ ଏନ୍‌ଏସିରେ କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ତେବେ ଉପାଧ୍ୟକ୍ଷ ପାଇଁ ଆବଶ୍ୟକ ସଂଖ୍ୟା ଥିଲେ ମଧ୍ୟ ଅନେକ ପୌରାଞ୍ଚଳରେ ବିଜେଡିକୁ ନିରାଶ ହେବାକୁ ପଡିଛି। ବିରୋଧୀ ବିଜେଡିକୁ ଚକମା ଦେଇଛନ୍ତି।
କେଉଁଠି ଭାଜପା, କଂଗ୍ରେସ ତ କେଉଁଠି ସ୍ବାଧୀନ ପ୍ରାର୍ଥୀମାନେ ବାଜି ମାରିଛନ୍ତି। କ୍ରସ ଭୋଟିଂ ଯୋଗୁ ଏଭଳି ହୋଇଥିବା ଜଣାପଡ଼ିଛି। କାଉସିଲରମାନେ କାହାକୁ ଭୋଟ ଦେଉଛନ୍ତି ତାହା ଦଳୀୟ ଏଜେଣ୍ଟଙ୍କୁ ଦେଖାଇବାକୁ ହେବ। ତେବେ ଏହା ସତ୍ତ୍ୱେ କେତେକ ସ୍ଥାନରେ ବିଜେଡିର କ୍ରସ ଭୋଟିଂ ହୋଇଥିବା ସୂଚନା ମିଳିଛି। ଜଗତସିଂହପୁର, ପାରାଦୀପ, ରେଢାଖୋଲ, ଖରିଆର ପୌର ପରିଷଦ ଅଧ୍ୟକ୍ଷ ପଦବୀ ବିଜେଡି ହାତରୁ ଖସି ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଜଗତସିଂହପୁରରେ ୧୦ଟି କାଉନସିଲର ଥିଲେ ବି ଉପାଧ୍ୟକ୍ଷ ପଦବୀ ଭାଜପା ହାତକୁ ଯାଇଛି। ସ୍ବାଧୀନ ଓ କଂଗ୍ରେସ ସହଯୋଗରେ ଭାଜପା ଏହି ଆସନ ହାତେଇବାରେ ସଫଳ ହୋଇଛି। ସେହିପରି ପାରାଦୀପ ମ୍ୟୁନିସିପାଲିଟିରେ ବିଜେଡିର ୭ଟି କାଉନସିଲର ଥିବାବେଳେ ବିଜେଡି ପ୍ରାର୍ଥୀଙ୍କୁ ୬ଟି ଭୋଟ ମିଳିଛି। ଏଠାରେ ଜଣେ ବିଜେଡି କାଉନସିଲର କ୍ରସ ଭୋଟିଂ କରିଥିବାବେଳେ ସେ କିଏ ତାହା ସ୍ପଷ୍ଟ ହୋଇନାହିଁ। ଏହି ପୌରାଞ୍ଚଳରେ କଂଗ୍ରେସ ନେତା ବାପି ସର୍କେଲଙ୍କ ସମର୍ଥତ୍ତ ପ୍ରାର୍ଥୀ ଛବିଲତା ରାଉତଙ୍କୁ ୧୦ଟି ଭୋଟ ମିଳିଛି। ସେହିପରି ରେଢାଖୋଲ ଏନଏସିରେ ବିଜେଡିର ୬, ଭାଜପାର ୬ ଓ କଂଗ୍ରେସର ଜଣେ କାଉନସିଲର ଥିବା ବେଳେ ଭାଜପା ବାଜି ମାରି ନେଇଛି। ସେହିପରି ଉଦଳାରେ ଭାଜପାର ଅଧ୍ୟକ୍ଷ ଥିବା ବେଳେ ବିଜେଡି ଉପାଧ୍ୟକ୍ଷ ପଦବୀ ହାତେଇବାରେ ସଫଳ ହେଇଛି। ଦଶପଲ୍ଲାରେ ସ୍ବାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ଥିବା ବେଳେ ବିଜେଡି ପ୍ରାର୍ଥୀ ଉପାଧ୍ୟକ୍ଷ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri