ଆତ୍ମସମର୍ପଣ କଲେ ୯୦୭ ମାଓବାଦୀ, ସମର୍ଥକ

ମାଲକାନଗିରି/ଚିତ୍ରକୋଣ୍ଡା, ୨୦ା୧୨ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ପଣସପୁଟ ପଞ୍ଚାୟତ ଘନବେଡା ବିଏସ୍‌ଏଫ୍‌ କ୍ୟାମ୍ପରେ ମଙ୍ଗଳବାର ୯୦୭ ଜଣ ମାଓବାଦୀ ଓ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୪୬୭ ଜଣ ମାଓବାଦୀ ସମର୍ଥକ ରହିଥିବା ଜଣାପଡିଛି। ଅବଶିଷ୍ଟ ୪୬୭ ଜଣ ମାଓବାଦୀ ମିଲିସିଆ ଅଛନ୍ତି। ମାଓବାଦୀ ସମର୍ଥକମାନେ ବାଡା ଆମ୍ବଲିବେଡା, ସାନା ଅମ୍ବଲିବେଡା, ଅଙ୍ଗୁରଗୁଡା, ନାକମୁମୁଡି ପଞ୍ଚାୟତର ଟିକରପଡା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସାଦରାମ, କୋଣ୍ଡେହେଞ୍ଜେରୀ, ନାଡମାନଜାରି, ଜାଣ୍ଟ୍ରି, ମାରିପଡା, କୋଡିଗଣ୍ଡି ବାଚଲପଦର, ରାମାଗୁଡା ଏବଂ ଆଣ୍ଡ୍ରାପାଲି ପଞ୍ଚାୟତର ପଣଷପୁଟ , ବେଜିଙ୍ଗି, ମୁକୁଦିପାଲି, ଗୁରୁସେଟୁ, ବଟିଗୁଡା, ସିନ୍ଦିପୁଟ, ମୁଣ୍ଡିଗୁମ୍ମା ଏବଂ ପାନସପୁଟ ପଞ୍ଚାୟତର ଡଙ୍ଗରପଦର, ବିହନଗୁଡ଼ି, ସିମିଲିପଦର ଏବଂ ଜାଜମ୍ବୋ ଜି. ଇଲାମପାଗାଲ, ଯୋଡାମ୍ବୋ ଥାନା ଅନ୍ତଗର୍ର୍ତ ପୁଲିଜାଲମା, ବଙ୍ଗାପୁଟ ପଞ୍ଚାୟତର କୋଟିଆଗୁଡା ଏବଂ ମାଜିଗୁଡା, କୁମୁଦା ପଞ୍ଚୟତର ସିରଲିମେଟା, ମୁଚିଙ୍ଗପୁଟ ଅଞ୍ଚଳର ବୋଲି ଜଣାପଡିଛି। ସମସ୍ତେ ମାଲକାନଗିରି ପୋଲିସ ଏବଂ ଘନବେଡା ବିଏସ୍‌ଏଫ୍‌ କ୍ୟାମ୍ପରେ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀମାନେ ଗୃହଦାହ, ହତ୍ୟାକାଣ୍ଡ ଭଳି ବିଭିନ୍ନ ହିଂସାକାଣ୍ଡରେ ଜଡିତ ଅଛନ୍ତି। ତେବେ ବର୍ତ୍ତମାନ ସରକାର ଓ ପ୍ରଶାସନର ଉନ୍ନୟନମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେମାନେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ଏହି ଅବସରରେ ଆତ୍ମସମର୍ପଣ କରିଥିବା ସମର୍ଥକମାନେ ମାଓବାଦୀ ମୁର୍ଦ୍ଦାବାଦ ଧ୍ୱନି ଦେଇଥିଲେ। ପୋଲିସ ପକ୍ଷରୁ ଏମାନଙ୍କୁ ସରକାରଙ୍କ ରହିଥିବା ଥଇଥାନ ବ୍ୟବସ୍ଥା ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିବ ବୋଲି ମାଲକାନଗିରି ଏସ୍‌ପି ନୀତୀଶ ଓ୍ବାଧ୍ୱାନୀ କହିଛନ୍ତି। ସମସ୍ତଙ୍କୁ ଶାଢି, କପଡା, ଛୋଟ ପିଲାମାନଙ୍କୁ ଶିକ୍ଷା ଉପକରଣ, କ୍ରୀଡା ସାମଗ୍ରୀ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଘନବେଡା ବିଏସ୍‌ଏଫ୍‌ ଯବାନଙ୍କ ସହ ଅନ୍ୟ ପୋଲିସ ଅଧିକାରୀ, ବିଏସ୍‌ଏଫ୍‌ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ୫୦ ସକ୍ରିୟ ମିଲିସିଆ ଗତ ୨ା୬ା୨୨ରେ, ୩୯୭ ମିଲିସିଆ ଏବଂ ସମର୍ଥକ ୧୧ା୬ା୨୨ରେ ଏବଂ ୫୦୦ ମିଲିସିଆ ଏବଂ ସମର୍ଥକ ୨୨ା୮ା୨୨ରେ ଆତ୍ମସମର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri