Posted inଜାତୀୟ

ବିଦେଶରେ ମେଡିକାଲ ପଢ଼ୁଥିବା ୯୦ପ୍ରତିଶତ ଛାତ୍ର ଭାରତରେ କ୍ୱାଲିଫାଏ କରିବାରେ ଅସମର୍ଥ: କେନ୍ଦ୍ରମନ୍ତ୍ରୀ

ବେଙ୍ଗାଲୁରୁ,୨।୩: ୟୁକ୍ରେନ ଓ ରୁଷିଆ ଯୁଦ୍ଧରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାର ଅପରେଶନ ଗଙ୍ଗା ଅନ୍ତର୍ଗତ ଅଭିଯାନକୁ ଜୋରଦାର କରିଛନ୍ତି। ୟୁକ୍ରେନରେ ଲଗାତର ଯୁଦ୍ଧ ଚାଲିଥିବା ବେଳେ ମଙ୍ଗଳବାର ଖାର୍କ୍ୱିଭ ସହରରେ ରୁଷିଆ ସୈନ୍ୟଙ୍କ ଗୁଳିରେ ଜଣେ ଭାରତୀୟ ଛାତ୍ରଙ୍କ ମୁତ୍ୟୁ ହୋଇଛି। ଇତିମଧ୍ୟରେ ଭାରତର କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ବିଦେଶରେ ଡାକ୍ତରୀ ଅଧ୍ୟୟନ ପାଇଁ ଯାଉଥିବା ୯୦ ପ୍ରତିଶତ ଭାରତୀୟ ଛାତ୍ର ଯୋଗ୍ୟତା ଅର୍ଜନ କରିବାରେ ସକ୍ଷମ ନୁହଁନ୍ତି ବୋଲି ଯୋଶୀ ଦାବି କରିଛନ୍ତି। ଦେଶର ଲୋକମାନେ ଅଧ୍ୟୟନ ପାଇଁ ଦେଶକୁ ଯିବାର କାରଣ ବିଷୟରେ ଆଲୋଚନା କରିବା ଏହା ଠିକ୍‌ ସମୟ ନୁହେଁ ବୋଲି ସେ କହିଛନ୍ତି। ତେବେ ଯେଉଁମାନେ ବିଦେଶରେ ଅଧ୍ୟୟନ କରି ଡାକ୍ତରୀ ଡିଗ୍ରୀ ହାସଲ କରନ୍ତି, ସେମାନଙ୍କୁ ବୈଦେଶିକ ମେଡିକାଲ ସ୍ନାତକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିଥାଏ। ଏହାପରେ ସେମାନେ ଭାରତରେ ଚିକିତ୍ସା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ଯୋଶୀଙ୍କ ବିବୃତ୍ତି ଏଭଳି ଏକ ସମୟରେ ଆସିଛି ଯେତେବେଳେ ୟୁକ୍ରେନରେ ହଜାର ହଜାର ଭାରତୀୟ ଛାତ୍ର ଫସି ରହିଛନ୍ତି ଏବଂ ସରକାର ସେମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପଟେ ଏହି ବୟାନ ଯୋଗୁ ଯୋଶୀ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜୟ ଶ୍ରୀ ରାମ’ ନ କହିବାରୁ ମାଡ଼ ଘଟଣା, ମିଛ କହୁଛି ୟୁପି ପୋଲିସ

ନୂଆଦିଲ୍ଲୀ,୧୬।୬: ‘ଜୟଶ୍ରୀ ରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ଘଟଣା ବୁଧବାର ନୂଆ ମୋଡ଼ ନେଇଛି। ଟୁଇଟର ଓ ଜର୍ନାଲିଷ୍ଟ, କଂଗ୍ରେସ ନେତାଙ୍କ...

କେରଳ ବିଧାନସଭା ପ୍ରସ୍ତାବ ଅଣସାମ୍ବିଧାନିକ: ରାଜ୍ୟପାଳ

ଥିରୁଭାନନ୍ତପୁରମ୍‌,୨।୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ କେରଳ ବିଧାନସଭାରେ ପାରିତ ହୋଇଥିବା ପ୍ରସ୍ତାବ ଅଣସାମ୍ବିଧାନିକ ବୋଲି ରାଜ୍ୟପାଳ ଆରିଫ୍‌ ମହମ୍ମଦ୍‌ ଖାଁ କହିଛନ୍ତି। ଏହି...

ଆଜି ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ଚମ୍ପାୱତ,୩୧।୫: ଉତ୍ତରାଖଣ୍ଡର ଚମ୍ପାୱତ ଆସନରେ ହେବାକୁ ଥିବା ଉପ-ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସମେତ ଚାରିଜଣ ପ୍ରାର୍ଥୀଙ୍କ ଭାଗ୍ୟ ମଙ୍ଗଳବାର ଇଭିଏମ୍‌ରେ ବନ୍ଦ ହେବ।...

ଦିଲ୍ଲୀ ମାକ୍ସ ହସ୍ପିଟାଲର ୧୫୦କର୍ମଚାରୀ ସେଲ୍ଫ କ୍ୱାରାଣ୍ଟାଇନ୍‌

ନୂଆଦିଲ୍ଲୀ, ୧୩।୪: ଦିଲ୍ଲୀର ସାକେତ ସ୍ଥିତ ମାକ୍ସ ହସ୍ପିଟାଲରେ ୧୫୦ କର୍ମଚାରୀଙ୍କୁ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ପଠାଇ ଦିଆଯାଇଛି। ଏମାନେ ସମସ୍ତେ ୨ଜଣ କରୋନା ପଜିଟିଭ୍‌ ରୋଗୀଙ୍କ...

ଫଡନବିଶଙ୍କ ଅଭିଯୋଗକୁ ନେଇ ନୱାବ କହିଲେ କାଲି ପକାଇବେ ହାଇଡ୍ରୋଜେନ ବମ୍‌

ମୁମ୍ବାଇ,୯ ।୧୧: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକଙ୍କର ଅଣ୍ଡରୱାର୍ଲଡ ସମ୍ପର୍କ ଥିବା କହିଥିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ...

ଭାରତ-ଚାଇନା ବିବାଦକୁ ନେଇ ସର୍ବଦଳୀୟ ବୈଠକ: ଏଏପି ବ୍ୟତୀତ ସାମିଲ ହେଲେ ୨୦ ଦଳ

ନୂଆଦିଲ୍ଲୀ,୧୯।୬: ଭାରତ-ଚାଇନା ସୀମା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅପରାହ୍ନରେ ଏକ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଛି। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

ଦୀପାବଳିରେ ରାଜଧାନୀରେ ଫୁଟିବନି ବାଣ, ସରକାର ଜାରି କଲେ କଟକଣା…

ନୂଆଦିଲ୍ଲୀ,୧୫।୯: ଚଳିତ ଦୀପାବଳିରେ ଗତ ବର୍ଷ ଭଳି ମଧ୍ୟ ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇବା ଏବଂ ବିକ୍ରି ଉପରେ ସରକାର କଡ଼ା କଟକଣା ଜାରି କରିଛନ୍ତି।...

ନିଶାଗ୍ରସ୍ତଙ୍କ ସହ କରନ୍ତୁ ନାହିଁ ଝିଅର ବିବାହ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୫ ।୧୨: କେନ୍ଦ୍ର ଆବାସ ଓ ସହରୀ ମାମଲାର ରାଜ୍ୟମନ୍ତ୍ରୀ କୌଶଲ କିଶୋର ଜନତାଙ୍କୁ ଅପିଲ କରିଛନ୍ତି ଯେ ସେ ସେମାନଙ୍କ ଝିଅ ଓ ଭଉଣୀର...

Advertisement
Archives

Model This Week