Posted inଜାତୀୟ

ନିର୍ଭୟା କାଣ୍ଡକୁ ପୂରିଲା ୯ ବର୍ଷ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାକୁ ୯ ବର୍ଷ ପୂରିଛି। ୨୦୧୨ ଡିସେମ୍ବର ୧୬ ରାତିରେ ଏହି ବୀଭତ୍ସ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଦକ୍ଷିଣ ଦିଲ୍ଲୀରେ ଏକ ଚଳନ୍ତା ବସ୍‌ରେ ୨୨ ବର୍ଷୀୟ ପାରାମେଡିକ୍‌ ଛାତ୍ରୀ ନିର୍ଭୟାଙ୍କୁ ୬ ଜଣ ଗଣବଳାତ୍କାର କରିବା ସହ ଅତି ଅମାନୁଷିକ ଭାବେ ଆକ୍ରମଣ କରି ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ମୁମୂର୍ଷୁ ଅବସ୍ଥାରେ ୧୫ ଦିନ ମୃତ୍ୟୁସହ ସଂଗ୍ରାମ କରିବା ପରେ ପୀଡ଼ିତା ସିଙ୍ଗାପୁରର ଏକ ହସ୍ପିଟାଲରେ ଆଖି ବୁଜିଥିଲେ। ଏହି ଘଟଣାକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ବଳାତ୍କାର ରୋକିବା ଲାଗି ଆଇନକୁ କଠୋର କରିବା ନିମନ୍ତେ ଦାବି ହୋଇଥିଲା। ୯ ବର୍ଷ ପରେ ବି ଦେଶରେ ମହିଳା ଅସୁରକ୍ଷିତ। ଏଥିରୁ ସରକାର କିଛି ଶିକ୍ଷା ଗ୍ରହଣ କଲେନାହିଁ। ନାରୀ ସୁରକ୍ଷା ପ୍ରସଙ୍ଗ ଅନାଲୋଚିତ ବିଷୟ ହୋଇ ରହିଗଲା ବୋଲି ନିର୍ଭୟାଙ୍କ ବାପା କହିଛନ୍ତି। ଗତବର୍ଷ ୪ ଅପରାଧୀଙ୍କୁ ଫାଶୀ ଦିଆଯାଇଥିଲା। ଗଣସମର୍ଥନ ଯୋଗୁ ଏହା ସମ୍ଭବ ହୋଇଥିଲା। ହେଲେ ଏବେ ମଧ୍ୟ ଦିଲ୍ଲୀ ମହିଳାଙ୍କ ପାଇଁ ଅସୁରକ୍ଷିତ। ପାର୍ଲାମେଣ୍ଟର ମହିଳା ସଦସ୍ୟମାନେ ନାରୀ ସୁରକ୍ଷା ପ୍ରସଙ୍ଗ ବାରମ୍ବାର ଉଠାଇବା ଆବଶ୍ୟକ, ଯାହା ହେଉନାହିଁ ବୋଲି ନିର୍ଭୟାଙ୍କ ବାପା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ସୀମା ମଧ୍ୟରେ ରହିଛି ବାବା ଦିଲ୍ଲୀପ୍‌ ସିଂଙ୍କ ଦରଘା: ଆସନ୍ତି ଦୁଇଦେଶର ଶ୍ରଦ୍ଧାଳୁ

ଜମ୍ମୁ,୨୦।୬: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତେବେ ଜମ୍ମୁରେ ଥିବା ବାବା ଦିଲ୍ଲୀପ ସିଂଙ୍କ ଦରଘାକୁ ଉଭୟ ଦେଶର ଶ୍ରଦ୍ଧାଳୁ...

ହିନ୍ଦୁ ସମାଜ ପାର୍ଟିର ନେତାଙ୍କୁ ଗଳା କାଟି ହତ୍ୟା

ଲକ୍ଷ୍ନୌ,୧୮।୧୦: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ହିନ୍ଦୁ ସମାଜ ପାର୍ଟିର ନେତା କମଲେଶ ତିଓ୍ବାରୀଙ୍କୁ ଶୁକ୍ରବାର ଦିନ ଦ୍ୱିପହରରେ ଗଳା କାଟି ହତ୍ୟା କରାଯାଇଛି। ଚିକିତ୍ସାଧିନ ଅବସ୍ଥାରେ...

ବର୍ଷକ ମଧ୍ୟରେ ଭାଜପା ହାତରୁ ଖସି ଯାଇପାରେ ପଞ୍ଚମ ରାଜ୍ୟ

ନୂଆଦିଲ୍ଲୀ,୨୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ମତଗଣନା ସୋମବାର ସକାଳୁ ଆରମ୍ଭ ହୋଇଛି। ଏଥିରେ ସକାଳ ୧୧ଟା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ୩୧ଟି ଆସନରେ ଆଗୁଆ...

ରାହୁଲଙ୍କ ଚୌକିଦାର, ରାଫାଲ ସ୍ଲୋଗାନ ବିଫଳ: ୨୦୧୪ ତୁଳନାରେ ୧୧ଟି ଅଧିକ ଆସନରେ ଜିତିବ କଂଗ୍ରେସ

ନୂଆଦିଲ୍ଲୀ,୨୩ା୫(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଚୌକିଦାର ଏବଂ ରାଫାଲ ସ୍ଲୋଗାନ ବିଫଳ ହୋଇଛି। ନ୍ୟାୟ ଯୋଜନା ମଧ୍ୟ ଦଳ ପାଇଁ ଭୋଟ ସଂଗ୍ରହ କରିବାରେ...

୨୦୨୪ ନିର୍ବାଚନ ପୂର୍ବରୁ ଏନଡିଏକୁ ପୁନର୍ଜୀବିତ କରୁଛି ଭାଜପା, ବିଜୟ ନୁହେଁ ସହଜ: ଓମାର…

ଶ୍ରୀନଗର,୧୨।୭ : ନ୍ୟାଶନାଲ କନଫରେନ୍ସ (ଏନସି) ନେତା ଓମାର ଅବଦୁଲ୍ଲା କହିଛନ୍ତି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) କୁ...

ମୋଦିଙ୍କ ସହ ଏକାଠି ମଞ୍ଚରେ ବସିବେ ନାହିଁ ଦିଦି

କୋଲକାତା,୭ ।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିରୋଧ କରି ଭାରତୀୟ ଜନତା ପାର୍ଟି(ଭାଜପା) ରାଷ୍ଟ୍ରିୟ ଅଧ୍ୟକ୍ଷ ଜେବି ନଡ୍ଡା ଫେରିବାର ୨୪ ଘଣ୍ଟା ନ...

ମାନେସାର ହୋଟେଲରେ ଭାଜପା ବିଧାୟକ

ନୂଆଦିଲ୍ଲୀ,୧୨ା୩(ଆଇଏଏନ୍‌ଏସ୍‌): ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଥିବାବେଳେ କଂଗ୍ରେସ ଏବଂ ଭାଜପା ସେମାନଙ୍କ ବିଧାୟକମାନଙ୍କୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରିଛନ୍ତି। ଭାଜପା ଏହାର ସମସ୍ତ ବିଧାୟକଙ୍କୁ ହରିୟାଣାର...

ଜେଡିୟୁର ଷ୍ଟାର ପ୍ରଚାରକ ତାଲିକାରେ ନାହାନ୍ତି ପ୍ରଶାନ୍ତ-ପବନ

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜନତା ଦଳ ୟୁନାଇଟେଡ(ଜେଡିୟୁ) ତା’ର ଷ୍ଟାର ପ୍ରଚାରକଙ୍କ ଏକ ତାଲିକା ଜାରି କରିଛି। ଏଥିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

Advertisement
Archives

Model This Week