Posted inଜାତୀୟ

ନିର୍ଭୟା କାଣ୍ଡକୁ ପୂରିଲା ୯ ବର୍ଷ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାକୁ ୯ ବର୍ଷ ପୂରିଛି। ୨୦୧୨ ଡିସେମ୍ବର ୧୬ ରାତିରେ ଏହି ବୀଭତ୍ସ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଦକ୍ଷିଣ ଦିଲ୍ଲୀରେ ଏକ ଚଳନ୍ତା ବସ୍‌ରେ ୨୨ ବର୍ଷୀୟ ପାରାମେଡିକ୍‌ ଛାତ୍ରୀ ନିର୍ଭୟାଙ୍କୁ ୬ ଜଣ ଗଣବଳାତ୍କାର କରିବା ସହ ଅତି ଅମାନୁଷିକ ଭାବେ ଆକ୍ରମଣ କରି ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ମୁମୂର୍ଷୁ ଅବସ୍ଥାରେ ୧୫ ଦିନ ମୃତ୍ୟୁସହ ସଂଗ୍ରାମ କରିବା ପରେ ପୀଡ଼ିତା ସିଙ୍ଗାପୁରର ଏକ ହସ୍ପିଟାଲରେ ଆଖି ବୁଜିଥିଲେ। ଏହି ଘଟଣାକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ବଳାତ୍କାର ରୋକିବା ଲାଗି ଆଇନକୁ କଠୋର କରିବା ନିମନ୍ତେ ଦାବି ହୋଇଥିଲା। ୯ ବର୍ଷ ପରେ ବି ଦେଶରେ ମହିଳା ଅସୁରକ୍ଷିତ। ଏଥିରୁ ସରକାର କିଛି ଶିକ୍ଷା ଗ୍ରହଣ କଲେନାହିଁ। ନାରୀ ସୁରକ୍ଷା ପ୍ରସଙ୍ଗ ଅନାଲୋଚିତ ବିଷୟ ହୋଇ ରହିଗଲା ବୋଲି ନିର୍ଭୟାଙ୍କ ବାପା କହିଛନ୍ତି। ଗତବର୍ଷ ୪ ଅପରାଧୀଙ୍କୁ ଫାଶୀ ଦିଆଯାଇଥିଲା। ଗଣସମର୍ଥନ ଯୋଗୁ ଏହା ସମ୍ଭବ ହୋଇଥିଲା। ହେଲେ ଏବେ ମଧ୍ୟ ଦିଲ୍ଲୀ ମହିଳାଙ୍କ ପାଇଁ ଅସୁରକ୍ଷିତ। ପାର୍ଲାମେଣ୍ଟର ମହିଳା ସଦସ୍ୟମାନେ ନାରୀ ସୁରକ୍ଷା ପ୍ରସଙ୍ଗ ବାରମ୍ବାର ଉଠାଇବା ଆବଶ୍ୟକ, ଯାହା ହେଉନାହିଁ ବୋଲି ନିର୍ଭୟାଙ୍କ ବାପା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବର ପଞ୍ଚମ ବିଜୟ

ମୁଲାନପୁର,୧୯ା୪: ପ୍ରିୟାଂଶ ଆର୍ଯ୍ୟ ଓ କୁପର କନୋଲୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ରବିବାର ରାତିରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ…

କାର୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ବେଲଗୁଣ୍ଠା,୧୯।୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ ଗଙ୍ଗପୁର ଥାନା ଅଧୀନ ଇନ୍ଦନପୁର ଗ୍ରାମରେ ଏକ କାର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ…

ରୋଷେଇ ବେଳେ ବିସ୍ଫୋରଣ ହେଲା ଗ୍ଯାସ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ୩…

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଦଳିତ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ରବିବାର  ସନ୍ଧ୍ୟାରେ ରୋଷେଇ ଗ୍ଯାସ ସିଲିଣ୍ଡର ଲିକ୍ ହୋଇ…

ସାଙ୍ଗ ଗୁଳିରେ ଚାଲିଗଲା ସାଙ୍ଗର ଜୀବନ

ଫୁଲବାଣୀ/ଚକାପାଦ/ବାଲିଗୁଡା,୧୯ା୪(ରାକେଶ କୁମାର ରାଉତ/ପ୍ରତାପ କିଶୋର ବେହେରା/ ସଞ୍ଜୟ କୁମାର ପାଣିଗ୍ରାହୀ): ଜଙ୍ଗଲକୁ ଶିକାର କରିବାକୁ ୩ ସାଙ୍ଗ ଯାଇଥିଲେ। ହେଲେ ଶିକାର କଲାବେଳେ ବନ୍ଧୁକ ଧରିଥିବା ଯୁବକଙ୍କ…

ପ୍ରେମିକାକୁ ମାଡ଼ ମାରିଲେ ପ୍ରେମିକ, ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ

କୋରାପୁଟ,୧୯ା୪(ଅମିତାଭ ବେହେରା ): ପ୍ରେମିକର ନିର୍ଯ୍ୟାତନା ସହି ନପାରି ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଚକା ଫାଟି ଗଛରେ ପିଟିହେଲା କାର: ପରିବାରର ୬ଗୁରୁତର

ବଘିଆପଡ଼ା,୧୯।୪(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞାପୀଠ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍‌ର ଆଗ…

ଥୁଆମୂଳ ରାମପୁରରେ ଅବକାରୀ ବିଭାଗର ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ

ଥୁଆମୂଳ ରାମପୁର,୧୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମହୁଲ ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ…

ପାରିବାରିକ ହିଂସା, ଟାଙ୍ଗିଆ ଚୋଟରେ ମହିଳା ଗୁରୁତର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ବାଘମରା ସାହିରେ ରବିବାର ଅପରାହ୍ନରେ ପାରିବାରିକ ହିଂସା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ ଟାଙ୍ଗିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri