୯ ମାସର ଶିଶୁକୁ ଚୋରିକରି ବିକ୍ରି

କାମାକ୍ଷାନଗର, ୧୪।୧୨(ଡି.ଏନ୍‌.ଏ.): ଜଣେ ମା’ ହୋଇ ବୁଝିଲେନି ଅନ୍ୟ ଜଣେ ମା’ର ମମତା। ଓଲଟି ପଡ଼ୋଶୀ ଭାବେ ଚଳୁଥିବା ମହିଳାଙ୍କ ଅସହାୟତାର ଫାଇଦା ନେଲେ। ତାଙ୍କର ୯ମାସର ଶିଶୁପୁତ୍ରକୁ ଘରୁ କୌଶଳକ୍ରମେ ଚୋରି କରିନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଶିଶୁର ମା’ ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସ ଅଭିଯୁକ୍ତା ନଳିନୀ ଲୋହାର ଏବଂ ମିର୍ଜା ମଇଉଦ୍ଦିନ୍‌ ବେଗ୍‌ଙ୍କୁ ଗିରଫ କରିଛି। ତେବେ ଉଭୟେ ଥାନାରୁ ଜାମିନରେ ମୁକୁଳିଛନ୍ତି। ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା।
ପୋଲିସ ସୂଚନା ଅନୁଯାୟୀ, କାମାକ୍ଷାନଗର ଥାନା ଜିରିଡ଼ାମାଳି ବସ୍ତିର ଏକ ପରିତ୍ୟକ୍ତ ଘରେ ବିନୋଦ ପଧାନ, ସ୍ତ୍ରୀ ସାବିତ୍ରୀ ଏବଂ ନିଜର ୯ମାସର ଶିଶୁପୁତ୍ର ସହିତ ରହୁଛନ୍ତି। ଉକ୍ତ ଅଞ୍ଚଳରେ ଅନ୍ୟ କେତେଜଣ ଜରିଗୋଟାଳି, ଦିନମଜୁରିଆ ରହୁଥିବାବେଳେ ବିନୋଦଙ୍କ ଘର ପାଖକୁ ଲାଗି ଏକ ଝୁମ୍ପୁଡ଼ିରେ ନଳିନୀ ଲୋହାର ଓରଫ୍‌ ବୁଚୁ ନାମକ ଜଣେ ମହିଳା ସପରିବାର ରହୁଛନ୍ତି। ନଳିନୀଙ୍କ ସ୍ବାମୀ ଟିକିଲି ଏକ ଚୋରି ମାମଲାରେ ଗିରଫ ହୋଇ ଜେଲରେ ଥିବାବେଳେ ଉଭୟଙ୍କ ୩ବର୍ଷ, ୨ବର୍ଷ ଏବଂ ୩ ମାସର ସନ୍ତାନ ଅଛନ୍ତି। ମୁଣ୍ଡିଦେଉଳି ଅଞ୍ଚଳର ନିଃସନ୍ତାନ ମିର୍ଜା ଅନେକ ସମୟରେ ଉକ୍ତ ବସ୍ତିକୁ ଯିବାଆସିବା କରୁଥିଲେ। ବିବାହର ୩ବର୍ଷ ପରେ ତାଙ୍କର କୌଣସି ସନ୍ତାନ ହେଉ ନ ଥିଲା। ତେଣୁ ସେ ସାବିତ୍ରୀଙ୍କ ଶିଶୁପୁତ୍ର ଉପରେ ଆଖି ପକାଇବା ସହ ନଳିନୀଙ୍କ ସହ ମିଶି ଯୋଜନା କରିଥିଲେ। ନଳିନୀ ରବିବାର ମଧ୍ୟାହ୍ନରେ ସାବିତ୍ରୀଙ୍କ ପୁଅକୁ ଘରୁ ଚୋରି କରି ମିର୍ଜାଙ୍କୁ ବିକ୍ରି କରିଦେଇଥିଲେ। ଏଣେ ପୁଅକୁ ନ ପାଇ ସାବିତ୍ରୀ ବସ୍ତିବାସିନ୍ଦାଙ୍କ ସହ କାମାକ୍ଷାନଗର ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ପଚରାଉଚୁରା ସମୟରେ ନଳିନୀ ସବୁ ସତ ମାନିଯାଇଥିଲେ। ଏପଟେ ଘଟଣା ପ୍ରଘଟ ହେବା ପରେ ମିର୍ଜା ଭୟଭୀତ ହୋଇପଡ଼ିଥିଲେ। ଶିଶୁପୁତ୍ରକୁ ଫେରାଇବାକୁ ନଳିନୀଙ୍କ ପାଖକୁ ଯିବା ବେଳେ ସେଠାେ0ର ଉପସ୍ଥିତ ପୋଲିସ ତାଙ୍କୁ ଗିରଫ କରିଥିଲା। ଏ ସମ୍ପର୍କରେ କାମାକ୍ଷାନଗର ଥାନାରେ ନଂ. ୪୩୬/୨୧, ଦଫା ୩୬୩ରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri