୯ ମାସର ଶିଶୁକୁ ଚୋରିକରି ବିକ୍ରି

କାମାକ୍ଷାନଗର, ୧୪।୧୨(ଡି.ଏନ୍‌.ଏ.): ଜଣେ ମା’ ହୋଇ ବୁଝିଲେନି ଅନ୍ୟ ଜଣେ ମା’ର ମମତା। ଓଲଟି ପଡ଼ୋଶୀ ଭାବେ ଚଳୁଥିବା ମହିଳାଙ୍କ ଅସହାୟତାର ଫାଇଦା ନେଲେ। ତାଙ୍କର ୯ମାସର ଶିଶୁପୁତ୍ରକୁ ଘରୁ କୌଶଳକ୍ରମେ ଚୋରି କରିନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଶିଶୁର ମା’ ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସ ଅଭିଯୁକ୍ତା ନଳିନୀ ଲୋହାର ଏବଂ ମିର୍ଜା ମଇଉଦ୍ଦିନ୍‌ ବେଗ୍‌ଙ୍କୁ ଗିରଫ କରିଛି। ତେବେ ଉଭୟେ ଥାନାରୁ ଜାମିନରେ ମୁକୁଳିଛନ୍ତି। ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା।
ପୋଲିସ ସୂଚନା ଅନୁଯାୟୀ, କାମାକ୍ଷାନଗର ଥାନା ଜିରିଡ଼ାମାଳି ବସ୍ତିର ଏକ ପରିତ୍ୟକ୍ତ ଘରେ ବିନୋଦ ପଧାନ, ସ୍ତ୍ରୀ ସାବିତ୍ରୀ ଏବଂ ନିଜର ୯ମାସର ଶିଶୁପୁତ୍ର ସହିତ ରହୁଛନ୍ତି। ଉକ୍ତ ଅଞ୍ଚଳରେ ଅନ୍ୟ କେତେଜଣ ଜରିଗୋଟାଳି, ଦିନମଜୁରିଆ ରହୁଥିବାବେଳେ ବିନୋଦଙ୍କ ଘର ପାଖକୁ ଲାଗି ଏକ ଝୁମ୍ପୁଡ଼ିରେ ନଳିନୀ ଲୋହାର ଓରଫ୍‌ ବୁଚୁ ନାମକ ଜଣେ ମହିଳା ସପରିବାର ରହୁଛନ୍ତି। ନଳିନୀଙ୍କ ସ୍ବାମୀ ଟିକିଲି ଏକ ଚୋରି ମାମଲାରେ ଗିରଫ ହୋଇ ଜେଲରେ ଥିବାବେଳେ ଉଭୟଙ୍କ ୩ବର୍ଷ, ୨ବର୍ଷ ଏବଂ ୩ ମାସର ସନ୍ତାନ ଅଛନ୍ତି। ମୁଣ୍ଡିଦେଉଳି ଅଞ୍ଚଳର ନିଃସନ୍ତାନ ମିର୍ଜା ଅନେକ ସମୟରେ ଉକ୍ତ ବସ୍ତିକୁ ଯିବାଆସିବା କରୁଥିଲେ। ବିବାହର ୩ବର୍ଷ ପରେ ତାଙ୍କର କୌଣସି ସନ୍ତାନ ହେଉ ନ ଥିଲା। ତେଣୁ ସେ ସାବିତ୍ରୀଙ୍କ ଶିଶୁପୁତ୍ର ଉପରେ ଆଖି ପକାଇବା ସହ ନଳିନୀଙ୍କ ସହ ମିଶି ଯୋଜନା କରିଥିଲେ। ନଳିନୀ ରବିବାର ମଧ୍ୟାହ୍ନରେ ସାବିତ୍ରୀଙ୍କ ପୁଅକୁ ଘରୁ ଚୋରି କରି ମିର୍ଜାଙ୍କୁ ବିକ୍ରି କରିଦେଇଥିଲେ। ଏଣେ ପୁଅକୁ ନ ପାଇ ସାବିତ୍ରୀ ବସ୍ତିବାସିନ୍ଦାଙ୍କ ସହ କାମାକ୍ଷାନଗର ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ପଚରାଉଚୁରା ସମୟରେ ନଳିନୀ ସବୁ ସତ ମାନିଯାଇଥିଲେ। ଏପଟେ ଘଟଣା ପ୍ରଘଟ ହେବା ପରେ ମିର୍ଜା ଭୟଭୀତ ହୋଇପଡ଼ିଥିଲେ। ଶିଶୁପୁତ୍ରକୁ ଫେରାଇବାକୁ ନଳିନୀଙ୍କ ପାଖକୁ ଯିବା ବେଳେ ସେଠାେ0ର ଉପସ୍ଥିତ ପୋଲିସ ତାଙ୍କୁ ଗିରଫ କରିଥିଲା। ଏ ସମ୍ପର୍କରେ କାମାକ୍ଷାନଗର ଥାନାରେ ନଂ. ୪୩୬/୨୧, ଦଫା ୩୬୩ରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri