ଧରାପଡ଼ିଲା ୯ ଜଣିଆ ନକଲି ପୋଲିସ ଗ୍ୟାଙ୍ଗ

ଭୁବନେଶ୍ୱର,୨୭।୪ (ବ୍ୟୁରୋ): ତେଲ ଟ୍ୟାଙ୍କର ସହ ଡ୍ରାଇଭର ଓ ହେଲ୍‌ପରଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ମାରିବା ଏବଂ ମୁଣ୍ଡ ଜାମିନ ରଖି ମାଲିକଙ୍କଠାରୁ ୪ ଲକ୍ଷ ଟଙ୍କା ନେବା ମାମଲାରେ କମିଶନରେଟ ପୋଲିସ ଏକ ୯ ଜଣିଆ ନକଲି ପୋଲିସ ଗ୍ୟାଙ୍ଗକୁ ଧରିଛି। ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ବେଗୁନିଆ ଥାନା ଅଞ୍ଚଳର ସତ୍ୟପ୍ରିୟ ପଟ୍ଟନାୟକ (୪୫), ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଦୀପକ ଜାଲି (୩୨), ବଡ଼ଗଡ଼ ଥାନା ବ୍ରିଟ କଲୋନିର ସ୍ବାଗତ ପଟ୍ଟନାୟକ (୨୨), ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଞ୍ଚଳର ସୁଶାନ୍ତ ଦାସ (୫୦), କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ପ୍ରିୟରଞ୍ଜନ ସ୍ବାଇଁ (୨୮), ଜଗତ୍‌ସିଂହପୁର ଜିଲା ସଦର ଥାନା ଅଞ୍ଚଳର ଏସ୍‌.ବି. ଅମ୍ରିତ କୁମାର (୨୮) ଓ ମଞ୍ଚେଶ୍ୱର ଥାନା ଚକେଇସିଆଣିର ଅଶୋକ ନାୟକ (୨୬)। ଅନ୍ୟ ୨ଜଣ ନାବାଳକ ଅଛନ୍ତି। ବୁଧବାର ୭ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ନାବାଳକଦ୍ୱୟଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ପୋଲିସ ହାଜର କରିଛି। ଏହି ଗ୍ୟାଙ୍ଗଠାରୁ ଲୁଟ୍‌ ଟ୍ୟାଙ୍କର ସମେତ ୩ଟି କାର୍‌, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ପୋଲିସ ଫ୍ଲିକର ଲାଇଟ୍‌, ୧୦ ହଜାର ଟଙ୍କା ଓ ୮ଟି ମୋବାଇଲ ଜବତ କରାଯାଇଛି। ଏଥିସହ ୪ ଲକ୍ଷ ଟଙ୍କା ଯାଇଥିବା ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଫ୍ରିଜ୍‌ କରିଛି।
ସୂଚନା ଅନୁଯାୟୀ, ଅଭିଯୋଗକାରୀ ଶଶିଭୂଷଣ ପାତ୍ରଙ୍କର କୋରାପୁଟ ଜିଲା ପାଡ଼ୁଆଠାରେ ପାତ୍ର ଫିଲିଂ ଷ୍ଟେଶନ ରହିଛି। ସେ ଟ୍ୟାଙ୍କର ଦ୍ୱାରା ପାରାଦୀପରୁ ପାଡ଼ୁଆକୁ ତେଲ ଆଣନ୍ତି। ଗତ ବୁଧବାର ଶଶିଭୂଷଣଙ୍କ ଡ୍ରାଇଭର ମହେଶ ଯାଦବ ଓ ହେଲ୍‌ପର ମିଥୁନ ଯାଦବ ତେଲ ଆଣିବା ପାଇଁ ପାଡ଼ୁଆରୁ ଉକ୍ତ ଟ୍ୟାଙ୍କର ନେଇ ପାରାଦୀପ ଅଭିମୁଖେ ବାହାରିଥିଲେ। ଜଟଣୀ ଗଙ୍ଗପଡ଼ା ନିକଟରେ ଅଭିଯୁକ୍ତମାନେ ବନ୍ଧୁକ ଦେଖାଇ ନିଜକୁ ପୋଲିସ କହି ଉକ୍ତ ଟ୍ୟାଙ୍କରକୁ ଅଟକାଇଥିଲେ। ଏହାପରେ ସେମାନେ ଟ୍ୟାଙ୍କର ସହ ଡ୍ରାଇଭର ଓ ହେଲ୍‌ପରଙ୍କୁ ଏୟାରଫିଲ୍ଡ ଥାନା ଅନ୍ତର୍ଗତ କୁହା ଅଞ୍ଚଳସ୍ଥିତ ଏକ ଜଙ୍ଗଲକୁ ନେଇଯାଇଥିଲେ। ସେମାନେ ଡ୍ରାଇଭର ଓ ହେଲ୍‌ପରଙ୍କୁ ନିସ୍ତୁକ ମାଡ଼ ମାରି ମାଲିକଙ୍କୁ ୪ ଲକ୍ଷ ଟଙ୍କା ମାଗିଥିଲେ। ଏପରିକି ଗଞ୍ଜେଇ ଚାଲାଣ ହେଉଥିବା କହି ଟଙ୍କା ପଠାଅ ବୋଲି ଅଭିଯୁକ୍ତମାନେ କହିଥିଲେ। ଟଙ୍କା ନ ଦେଲେ ଉକ୍ତ ଟ୍ୟାଙ୍କର ସିଜ୍‌ କରାଯିବ ବୋଲି ଅଭିଯୁକ୍ତମାନେ କହିଥିଲେ। ଏହାପରେ ମାଲିକ ୨ ଲକ୍ଷ ଟଙ୍କା ଲେଖାଏଁ ଡ୍ରାଇଭର ଓ ହେଲ୍‌ପରଙ୍କ ଆକାଉଣ୍ଟକୁ ପଠାଇବା ପରେ ଅଭିଯୁକ୍ତମାନେ ଉକ୍ତ ଟଙ୍କାକୁ ନେଇଯାଇଥିଲେ। ଗୁରୁବାର କୌଣସିମତେ ଗୁରୁତର ହେଲ୍‌ପର ମିଥୁନ ସେଠାରୁ ଖସି ଭୟରେ ପୋଲିସକୁ ନ ଜଣାଇ ଚିକିତ୍ସା ପାଇଁ କଲିକତା ପଳାଇଯାଇଥିଲେ। ଏହାପରେ ଗୁରୁତର ଡ୍ରାଇଭର ସେଠାରୁ ଖସି ଆସି ସ୍ଥାନୀୟ ଲୋକଙ୍କ ସହଯୋଗରେ ଥାନାରେ ପହଞ୍ଚିଥିଲେ। ପରେ ମାଲିକ ଶଶିଭୂଷଣ ଥାନାରେ ପହଞ୍ଚି ଏ ସଂକ୍ରାନ୍ତରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (ନଂ.୧୦୩/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ମଙ୍ଗଳବାର ବିଭିନ୍ନ ସ୍ଥାନରୁ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri