ବନ୍ଧୁକ, ଭୁଜାଲି ଦେଖାଇ ବ୍ୟାଙ୍କ ମାଲିକଙ୍କଠାରୁ ଲୁଟିନେଲେ ୯ ଲକ୍ଷ ଟଙ୍କା

ଖଇରା,୪ା୮(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ଡୁଙ୍ଗୁରା ବଜାରରେ ଥିବା ଏକ କିଓସ୍କୋ ବ୍ୟାଙ୍କ ମାଲିକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ୭ଜଣ ଯୁବକ ୯ଲକ୍ଷ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ପାଇଛି ା ସିସି ଟିଭି ଫୁଟେଜରୁ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି ା ଡୁଙ୍ଗୁରା ସମିତି ସଭ୍ୟ ଶିଶିର ସାମଲଙ୍କ ପୁଅ ରାକେଶଙ୍କର ଡୁଙ୍ଗୁରା ବଜାରରେ ଏକ କିଓସ୍କୋ ବ୍ୟାଙ୍କ ରହିଛି ା ଗୁରୁବାର ସକାଳ ସାଢ଼େ ୮ଟାରେ ରାକେଶ ମେଡିକାଲ ନକଟରେ ଥିବା ଘରୁ ନିଜର ଟଙ୍କା ବ୍ୟାଙ୍କ ଧରି ବ୍ୟାଙ୍କ କାର୍ଯ୍ୟାଳୟକୁ ବହାରିଥିଲେ। ଏହି ସମୟରେ କୋଭିଡ୍‌ ଟିକା ପାଇଁ ମେଡିକାଲ ସମ୍ମୁଖରେ କରାଯାଇଥିବା ଧାଡ଼ିରେ ଜଣେ ଲୁଟେରା ଛିଡ଼ା ହୋଇ ରାକେଶଙ୍କ ଗତିବିଧି ଅନୁଧ୍ୟାନ କରୁଥିଲେ। ସେ ତାଙ୍କ ସାଥୀମାନଙ୍କୁ ଖବର ଦେଇଥିଲେ। ଏତିକିବେଳେ ୪ଜଣ ୨ଟି ବାଇକ୍‌ରେ ଆସି ବନ୍ଧୁକ ଓ ଭୁଜାଲି ଦେଖାଇ ୯ ଲକ୍ଷ ଟଙ୍କା ଥିବା ବ୍ୟାଗ ଧରି ପଳାଇଥିଲେ। ସିମୁଳିଆ ଥାନା ଅଧୀନ ଅଡା ୟୁପି ସ୍କୁଲ ନିକଟରେ ଆଉ ୨ଜଣ ପଲସର ଗାଡ଼ିରେ ଜଗି ରହିଥିଲେ ା ୫ଜଣ ଡୁଙ୍ଗୁରାରୁ କେନାଲ ରାସ୍ତା ଦେଇ ଅଡ଼ାରେ ପହଞ୍ଚିବା ପରେ ବ୍ୟାଗରେ ଥିବା ଟଙ୍କାକୁ ଏକ ଗାମୁଛାରେ ବାନ୍ଧି ବ୍ୟାଗଟିକୁ ଫିଙ୍ଗି ଦେଇଥିଲେ ା ହଠାତ୍‌ ପଲସର ଗାଡ଼ିଟି ଷ୍ଟାର୍ଟ ନ ହେବାରୁ ସେମାନେ ସମସ୍ତେ ପଲସର ଗାଡ଼ି ଛାଡି ଅନ୍ୟ ଗାଡ଼ିରେ ପଳାଇଥିଲେ। କିଓସ୍କୋ ବ୍ୟାଙ୍କ ସିସିଟିଭି ଫୁଟେଜରୁ ଗଗନଧୂଳି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ପରେ ତାଙ୍କ ନିକଟରୁ ଅନ୍ୟ ୬ ଜଣଙ୍କର ସୁରାକ ମିଳିଛି ା ସମସ୍ତେ ସୋର ଅଞ୍ଚଳର ବୋଲି ଜଣାପଡ଼ିବା ପରେ ସ୍ଥାନୀୟ ଯୁବ ଗୋଷ୍ଠୀ ଓ ସିମୁଳିଆ ପୋଲିସ ପକ୍ଷରୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ଘରେ ବହି ପହଞ୍ଚାଇବେ ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୪।୪(ବ୍ୟୁରୋ): ଛାତ୍ରୀଛାତ୍ରଙ୍କ ଘରେ ପାଠ୍ୟ ପୁସ୍ତକ ପହଞ୍ଚାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କ ଘରେ ଶିକ୍ଷକମାନେ ବହି ପହଞ୍ଚାଇବେ। ଏ ନେଇ...

ବିଧାନସଭାରେ ହେବ ବିରାଟ କାଠ ତିଆରି ଅରଟ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଓ ରାଜ୍ୟର ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାର ସୁରକ୍ଷା ପାଇଁ ଆନ୍ତଃ...

ଛାତ୍ରମାନେ ସଫା କରୁଛନ୍ତି ପାଣି ଟାଙ୍କି

ନୂଆପଡ଼ା ଅଫିସ୍‌, ୯।୪: ନୂଆପଡ଼ା ଜିଲା କୋମନା ବ୍ଳକ ଅନ୍ତର୍ଗତ ତରବୋଡ ଠାରେ ଅବସ୍ଥାପିତ ଜବାହାର ନବୋଦୟ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ...

ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ନେଇ ଅସନ୍ତୋଷ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧ା୯(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରୁ ପାଣିଗଣ୍ଡା ରାସ୍ତା ସାମ୍ପ୍ରସାରଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ଜନଅସନ୍ତୋଷ ଦେଖାଯାଇଛି। ଶୁକ୍ରବାର ବ୍ରାହ୍ମଣୀଗାଁ ଥାନା...

ପୁରୀ ଗଣବଳାତ୍କାର ଘଟଣା:ହାଇକୋର୍ଟରେ ଅଭିଯୁକ୍ତ

କଟକ ଅଫିସ,୧୩।୧୨:ରାଜ୍ୟର ବହୁଚର୍ଚ୍ଚିତ ପୁରୀ ଗଣବଳାତ୍କାର ଘଟଣା ଭିନ୍ନ ମୋଡ଼ ନେଇଛି। ଏହି ମାମଲାରେ ଅଭିଯୁକ୍ତ ଥିବା ରାଜେଶ କୁମାର ସେଠୀ ଗୁରୁବାର ହାଇକୋର୍ଟଙ୍କ ଦ୍ୱାରସ୍ଥ...

ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ଝୁମ୍ପୁରା, ୧।୯ (ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜଙ୍ଗଲାଞ୍ଚଳରେ ଅବସ୍ଥିତ ନୟାଗଡ ପଞ୍ଚାୟତର ପୁରୁଣାପାଣି ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା। ରାସ୍ତାସାରା ଖାଲଢିପ ସାଙ୍ଗକୁ କାଦୁଅ ପଚପଚ।...

ଜିଲାପାଳଙ୍କ ମିଳିତ ଜନଶୁଣାଣି:୧୧୬ ଅଭିଯୋଗରୁ ୪୪ ତୁରନ୍ତ ସମାଧାନ

ବିଞ୍ଝାରପୁର,୧୪|୮(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟ ପରିସର ସଭାଗୃହରେ ମଙ୍ଗଳବାର ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଜିଲାପାଳ ରଞ୍ଜନ କୁମାର ଦାସଙ୍କ...

ନୂଆ ରୂପ ନେବ ରଘୁନନ୍ଦନ ଲାଇବ୍ରେରି

ପୁରୀ ଅଫିସ, ୨୯।୮: ନୂଆ ରୂପ ନେବ ରଘୁନନ୍ଦନ ଲାଇବ୍ରେରି। ଏହାକୁ ବିଶ୍ୱସ୍ତରୀୟ ପାଠାଗାରରେ ପରିଣତ କରାଯିବ। ଏଥିରେ ଥିବା ଦୁର୍ମୂଲ୍ୟ ପୁସ୍ତକ, ପୋଥି ଓ...

Advertisement
Archives

Model This Week