ଆଳିରେ ଖୁଲମ୍‌ଖୁଲା ଚାଲିଛି ଚୋରାମଦ କାରବାର

ଆଳି,୪।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ଦିନକୁ ଦିନ ଚୋରାମଦ କାରବାର ଖୁଲମ୍‌ଖୁଲା ଭାବେ ବଢ଼ିଚାଲିଛି। ଚୋରାମଦ ବେପାରୀମାନେ ଦିନରାତି ଏହି କାରବାରରେ ଲିପ୍ତ ରହୁଥିବା ବେଳେ ଅବକାରୀ ବିଭାଗ ନିଦାବିଷ୍ଣୁ ସାଜିଛି। ଗାଁ ଗହଳିରେ ଥିବା ପାନ ଦୋକାନଠାରୁ ଆରମ୍ଭ କରି ଭୁସାମାଲ ଦୋକାନ ପର୍ଯ୍ୟନ୍ତ ସବୁଠି ଚୋରାମଦର ଖୁଲମ୍‌ଖୁଲା ବେପାର ଚାଲିଛି। ଗାଁରେ ଚୋରାମଦ ମିଳୁଥିବାରୁ ଗ୍ରାମ୍ୟ ପରିବେଶ ନଷ୍ଟ ହେବା ସହ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି। ଆଳିରେ ଏହି କାରବାର ରୋକିବା ନିମନ୍ତେ ଅବକାରୀ କାର୍ଯ୍ୟାଳୟ ରହିଛି। ମାତ୍ର ତାହା ସବୁ ସମୟରେ ଖୋଲା ରହୁନି। ବିଭାଗ ଅଧିକାରୀଙ୍କ ଅନୁପସ୍ଥିତ ସୂଚାଇ ଦେଉଛି ଯେ, ଏହି କାରବାର ପଛରେ ବିଭାଗର ପ୍ରଚ୍ଛଦ ହାତ ରହିଛି। ଆଳି ବ୍ଲକରେ ଏକ ସରକାରୀ ଠିପି ବନ୍ଦ ମଦ ଦୋକାନ, ବିଅର ପାର୍ଲର ଓ ଗୋଟିଏ ଦେଶୀମଦ ଦୋକାନ ଥିବାବେଳେ ଜୁଆଣିଆରେ ବିଅର ପାର୍ଲର, ଗୋବିନ୍ଦପୁରରେ ଠିପି ବନ୍ଦ ମଦ ଦୋକାନ, ବାଟିପଡା ଠିପି ବନ୍ଦ ମଦ ଦୋକାନ, ସିଙ୍ଗିରି ମଦ ଦୋକାନ ରହିଛି। ଏଥିସହ ଗାଁ ଗହଳିରେ ଏବେ ଗୋଟିଏ ପରେ ଗୋଟିଏ ଚୋରାମଦ କାଉଣ୍ଟର ଖୋଲିବାରେ ଲାଗିଛି। ଆଳିରେ ଚୋରାମଦ କାରବାର ବନ୍ଦ କରିବାକୁ ଅବକାରୀ ବିଭାଗ ରହିଛି। ମାତ୍ର ବିଭାଗ ଅଧିକାରୀ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟାଳୟକୁ ଆସୁଛନ୍ତି। ହାତଗଣତି କେତେଜଣ ବ୍ୟବସାୟୀଙ୍କୁ ଟାର୍ଗେଟ କରି ସେମାନଙ୍କଠାରୁ ଚୋରାମଦ, ଗଞ୍ଜେଇ ଆଦି ଜବତ କରି ଜେଲ ପଠାଉଛନ୍ତି। ମାତ୍ର ପରେ ବ୍ୟବସାୟୀ ଜଣକ ଜେଲରୁ ମୁକୁଳି ଆସି ପୁଣି ସୁରୁଖୁରୁରେ ବ୍ୟବସାୟ କରୁଛନ୍ତି। ଗତ ମାସରେ ଆଳି ପୋଲିସ କୋଳିଡିହ, ବାଳକାଟି, ସିଙ୍ଗିରି ଆଦି ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଚୋରାମଦ, ଗଞ୍ଜେଇ ଜବତ କରିଥିଲା। ଅବକାରୀ ବିଭାଗ ମଧୁବନରେ ଚଢ଼ାଉ କରି ଜଣେ ବ୍ୟବସାୟୀଙ୍କ ନିକଟରୁ ଅଳ୍ପ ମଦ ଜବତ କରି ବାହାବା ନେବାରେ ଲାଗିଛି। ଏଠାରେ ପ୍ରଶ୍ନ ଉଠୁଛି, ଯଦି ପୋଲିସ ଚୋରାମଦ ଜବତ କରିବାରେ ସଫଳ ହେଉଛି ତେବେ ଅବକାରୀ ବିଭାଗ କାହିଁକି ଏହା କରୁନାହିଁ। ଅପରପକ୍ଷରେ କେଉଁ ସ୍ଥାନରୁ କେତେ ପରିମାଣର ମଦ ଜବତ କରାଗଲା ସେ ସମ୍ପର୍କରେ ଗଣମାଧ୍ୟମକୁ ଆଳି ଅବକାରୀ ବିଭାଗ କୌଣସି ସୂଚନା ଦେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିର୍ମାଣର ୫ମାସ ମଧ୍ୟରେ ରାସ୍ତାରୁ ଉଠି ଗଲାଣି ପିଚୁ, ଭିଜିଲାନ୍ସ ତଦନ୍ତ ପାଇଁ ଦାବି

କୋକସରା,୧୯।୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷରୁ ମରାମତି ଅଭାବ କାରଣରୁ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ବଜାର ପଡିଆ ଛକ ବିଜୁ ଏକ୍ସପ୍ରେସୱେରୁ ବିଜମରା ଭାୟା ବୋବରିଆ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

ଗାଁକୁ ରାସ୍ତା ନାହିଁ, ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ମହିଳା

ପାତ୍ରପୁର,୧୯ା୮(ଉମାଚରଣ ନେପାକ): ପକ୍କା ରାସ୍ତା ନ ଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ସାତସପନ। ଏହାର ଏକ ଦୁଃଖଦ ଚିତ୍ର ପାତ୍ରପୁର ବ୍ଲକ ଆଙ୍କୁଲି…

ତୁମୁଡିବନ୍ଧ BJDରେ ନୂଆ ନେତୃତ୍ୱ: ମଙ୍ଗ ଧରିଲେ କୁନା ଦଣ୍ଡସେନା ଓ ଯୋହନ ବାରିକ

ତୁମୁଡିବନ୍ଧ,୧୯ା୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ଏକ ବୈଠକ ବୁଧବାର ପୂର୍ବାହ୍ନ ୧୦ଘଣ୍ଟା ସମୟରେ ମୁଣ୍ଡିଗଡ଼ ସେବା…

ମା’ ଦଣ୍ଡକାଳୀ ମନ୍ଦିର ଦାନହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ, ପୂଜକ ଦେଖିବା ପରେ…

ଦିଗପହଣ୍ଡି/ପାଟପୁର,୧୯ା୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନାଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ପଳାସପୁର ଗ୍ରାମ ନିକଟ ମା ’ ଦଣ୍ଡକାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri