୮୦ ପଇସାରେ ମିଳୁଛି ତ୍ରିରଙ୍ଗା

କଟକ ଅଫିସ, ୪।୮: ସ୍ବାଧୀନତା ଦିବସ ପାଳନ ପାଇଁ ସହରରେ ବିଭିନ୍ନ ଦୋକାନରେ ବିକ୍ରି ହେଉଛି ନାନାରକମର ସାମଗ୍ରୀ। ମୁଣ୍ଡରେ ମାରିବା ବ୍ୟାଣ୍ଡ ଠାରୁ ଆରମ୍ଭ କରି ତ୍ରିରଙ୍ଗା ଟି-ଶାର୍ଟ, ବ୍ୟାଜ୍‌, ଘର ସଜା ସାମଗ୍ରୀ, ତ୍ରିରଙ୍ଗା ମାଳ, ତ୍ରିରଙ୍ଗା ପଗଡି, ବିଭିନ୍ନ ଗିଫ୍ଟ ଆଇଟମ ଦେଖିବାକୁ ମିଳିଛି । ତେବେ କଟକ ଚୌଧୁରୀ ବଜାର ଅଞ୍ଚଳରେ ଦୀର୍ଘ ୬୫ ବର୍ଷ ଧରି ଚାଲିଆସିଥିବା ଖଦି ଭବନରେ କିନ୍ତୁ ଦେଖିବାକୁ ମିଳିଛି କିଛି ସ୍ବତନ୍ତ୍ରତା। ବର୍ତ୍ତମାନ ସମୟରେ ବିିଭିନ୍ନ ସାମଗ୍ରୀ ଦର ଆକାଶ ଛୁଆଁ ହୋଇଥିବାବେଳେ ଏଠାରେ ଜାତୀୟ ପତାକା ମାତ୍ର ୮୦ ପଇସା ମୂଲ୍ୟରେ ମିଳୁଛି। ଚଳିତ ବର୍ଷ ଦେଶବ୍ୟାପୀ ସ୍ବାଧୀନତାର ୭୫ ବର୍ଷ ପାଳନ କରାଯାଉଥିବାରୁ ଏଠାରେ ଜାତୀୟ ପତାକା ପାଇଁ ସ୍ବତନ୍ତ୍ର ମୂଲ୍ୟ ରଖାଯାଇଛି। ୧୯୫୭ରେ ଆରମ୍ଭ ହୋଇଥିବା ଏହି ଦୋକାନ ବର୍ତ୍ତମାନ ତୃତୀୟ ପିଢି ସମ୍ଭାଳୁଛନ୍ତି। ପ୍ରଥମେ ସ୍ବର୍ଗତ ରବୀନ୍ଦ୍ରନାଥ ମହାନ୍ତି ପରେ ଦିଲୀପ ମହାନ୍ତି ଓ ବର୍ତ୍ତମାନ ଅମିତ ମହାନ୍ତି ଏହାକୁ ଚଳାଇ ଆସିଛନ୍ତି । ପ୍ରତିବର୍ଷ ସ୍ବାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସରେ ଏଠାରେ ଲୋକଙ୍କ ବେଶ୍‌ ଗହଳି ଦେଖିବାକୁ ମିଳେ। ବର୍ତ୍ତମାନର ଟ୍ରେଣ୍ଡିଂ ଅନୁଯାୟୀ ବିଭିନ୍ନ ପ୍ରକାର ସାମଗ୍ରୀ ଏଠାରେ ମିଳୁଛି। ଜାତୀୟ ପତାକାର କୌଣସି ଜାତି ଧର୍ମ ବର୍ଣ୍ଣ ନାହିଁ । ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଯେପରି ଧନୀଗରିବ ସମସ୍ତେ ଏହାକୁ ଉଡ଼ାଇ ପାରିବେ ସେପରି ସାମଗ୍ରୀ ରଖି ବିକ୍ରି କରୁଛୁ । ୮୦ ପଇସାରୁ ଆରମ୍ଭ କରି ୨୮ଶହ ଟଙ୍କା ପର୍ଯ୍ୟନ୍ତ ତ୍ରିରଙ୍ଗା ରହିଛି। ଏଥିସହ ଲୋକଙ୍କ ଚାହିଦା ଅନୁଯାୟୀ ମଧ୍ୟ ବିଭିନ୍ନ ସାମଗ୍ରୀ ରହିଛି ବୋଲି ଏହାର ମାଲିକ ଦିଲୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ ଭ୍ୟାନ୍‌ ସହ ବାଇକ୍‌ ଧକ୍କା; ଆରୋହୀ ଗୁରୁତର

ଆନନ୍ଦପୁର, ୪/୭ (ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଶାଳବଣି–ବିରିଡିହା ରାସ୍ତାରେ ଶନିବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା…

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

ଅଦିନିଆ ବର୍ଷା ସହ ଘନ କୁହୁଡ଼ି: ଜନଜୀବନ ଅସ୍ତବ୍ୟସ୍ତ

ଥୁଆମୂଳ ରାମପୁର,୪।୭,(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ତିନି ଦିନ ହେଲା ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଗାତାର ଲାଗି…

ଘାଟିରେ ବାରମ୍ବାର ଅଟକୁଛି ଭାରୀଯାନ, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କଣ୍ଟେନର ଉକ୍ତ ଘାଟି…

୧୧ଦିନ ହେବ ଅନ୍ଧାରରେ ସିର୍ଲା ପଞ୍ଚାୟତ, ପଞ୍ଚାୟତ ବାସୀ ଘେରିଲେ ବିଦ୍ୟୁତ କାର୍ଯ୍ୟାଳୟ

ତୁମୁଡିବନ୍ଧ,୪।୭,(ଦିପକ କୁମାର ପରାସେଠ): ପ୍ରାୟ ୧୧ ଦିନ ହେବ ସିର୍ଲା ପଞ୍ଚାୟତ ଅନ୍ଧାରରେ ରହିଛି। ଏଥିରେ ଅତିଷ୍ଠ ହୋଇ ପଞ୍ଚାୟତ ବାସୀ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।ଏହି…

କେସିଙ୍ଗା ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟକୁ ନେଇ ଗୁପ୍ତ ବୈଠକ

କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ସହର କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ କିଛି ମାସ ପରେ ନିର୍ବାଚନ ହେବାର ସଙ୍କେତ ମିଳିବା ପରେ ବିଜେଡି ପକ୍ଷରୁ…

ବାଣୀବିହାର ଡ୍ରେନ୍‌ରେ ଭାସିଗଲେ ଯୁବକ, ଅଗ୍ନିଶମ ବାହିନୀର ଚାଲିଛି ଖୋଜାଖୋଜି

ଭୁବନେଶ୍ୱର, ୪।୭: ରାଜଧାନୀରେ ବର୍ଷା ଆରମ୍ଭ ହେଉ ହେଉ ଏକ ଅଘଟଣ ଘଟିଛି। ଭୁବନେଶ୍ୱରର ବାଣୀବିହାର ଅଞ୍ଚଳରେ ଥିବା ପ୍ରମୁଖ ଡ୍ରେନ୍‌ରେ ପ୍ରବଳ ସ୍ରୋତରେ ଭାସି ଜଣେ…

ବିଜେଡ଼ି ନେତା ଭୃଗୁ ବକ୍ସିପାତ୍ରଙ୍କ ହୁମ୍ମା ରେଳ ଷ୍ଟେଶନ ଗ୍ରସ୍ତ, ଯାତ୍ରୀଙ୍କ ବିଭିନ୍ନ ସମସ୍ୟା ନେଇ କଲେ ଆଲୋଚନା

ଗଞ୍ଜାମ,୪।୭,(ବିଦ୍ୟାଧର ସାହୁ ): ବରିଷ୍ଟ ବିଜେଡ଼ି ନେତା ତଥା ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ହୁମ୍ମା ରେଳ ଷ୍ଟେଶନରେ ପହଞ୍ଚି ଯାତ୍ରୀଙ୍କ ସୁବିଧା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri