ଏମ୍ସରୁ ପଶ୍ଚିମବଙ୍ଗ ଦଲାଲଙ୍କ ସହ ୯ ଗିରଫ

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଦଲାଲଙ୍କ ରାଜୁତି ଚାଲିଛି। ମାଗଣା ଟିକେଟକୁ ହାତେଇବା ସହ ବିକ୍ରି କରୁଛନ୍ତି। ଏପରିକି ବିଭିନ୍ନ ବାହାନାରେ ରୋଗୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଠକି ନେଉଛନ୍ତି। ଫଳରେ ରୋଗୀମାନେ ଶୋଷଣର ଶିକାର ହେବା ସହ ପ୍ରତିଦିନ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଟିକେଟ ନ ପାଇ ହଟହଟା ହେଉଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବାବେଳେ ଶେଷରେ ଶୁକ୍ରବାର ଖଣ୍ଡଗିରି ଥାନା ପୋଲିସ ୯ଜଣ ଦଲାଲଙ୍କୁ ଗିରଫ କରିଛି। ଏଥିରେ ଏକ ବଡ଼ ର଼୍ୟାକେଟ କାମ କରୁଛି। ପଶ୍ଚିମବଙ୍ଗ ଦଲାଲଙ୍କ ସହ ଓଡ଼ିଶାର କେତେଜଣ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏପରିକି ମେଡିକାଲ କର୍ମଚାରୀ, ସ୍ଥାନୀୟ ଘରୋଇ ମେଡିସିନ ଷ୍ଟୋର୍‌, ଡାଇଗ୍ନୋଷ୍ଟିକ୍‌ ଓ ଲଜ୍‌ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଉଠୁଥିବାରୁ ପୋଲିସ ଉକ୍ତ ଦିଗକୁ ନେଇ ମଧ୍ୟ ତଦନ୍ତ କରୁଛି। ତେବେ ଗିରଫ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗର ଜୟନ୍ତ ଗିରି, କ୍ରିଷ୍ଣା ପ୍ରସାଦ ସାମନ୍ତ ଓରଫ ରୁଣ୍ଟୁ, କମଳ ପଖିରିୟା, ଅମିତ ପ୍ରତିହର ଓରଫ ବାବୁନ। ସେହିପରି ଭରତପୁର ଥାନା ଅଞ୍ଚଳରେ ରହୁଥିବା ନୟାଗଡର ଦୀପକ କୁମାର ସାହୁ ଓରଫ ସିଲୁ, ଖଣ୍ଡଗିରି ଥାନା ଅଞ୍ଚଳର ମୃତ୍ୟୁଞ୍ଜୟ ମିଶ୍ର, ରଶ୍ମି ରଞ୍ଜନ ଦାସ, ସରୋଜ କୁମାର ଭୁଜବଳ ଓରଫ ସୋନୁ ଏବଂ ଏକ ଘରୋଇ ମେଡିସିନ ଷ୍ଟୋର୍‌ର କର୍ମଚାରୀ କେନ୍ଦ୍ରାପଡାର ଅବିନାଶ ବେହେରା ଓରଫ ଲିଟୁ। ଏମାନଙ୍କଠାରୁ ୫ଟି ମୋବାଇଲ ଫୋନ୍‌, ଟଙ୍କା, ଆଧାର କାର୍ଡ, ଓପିଡି ରିକ୍ୟୁଜିଶନ ସ୍ଲିପ୍‌, ପେସେଣ୍ଟ କାର୍ଡ ଆଦି ଜବତ କରାଯାଇଛି। ଏନେଇ ପୋଲିସ ମାମଲା (ନଂ. ୫୪୬/୨୦୨୨) ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ପୋଲିସର ଗିରଫଦାରୀ ପରେ ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟ ଦଲାଲମାନେ ଚମ୍ପଟ ମାରିଛନ୍ତି। ଏମାନେ ସାଧାରଣତଃ ନିରୀହ ତଥା ବାହାର ରାଜ୍ୟରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଟାର୍ଗେଟ କରୁଥିବା ପୋଲିସ କହିଛି।
ଏ ସମ୍ପର୍କରେ ଏମ୍ସର ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ କହିଛନ୍ତି, ଏମ୍ସରେ ଦଲାଲଙ୍କ ପ୍ରାଦୁର୍ଭାବ ରହିଛି। ଦଲାଲମାନେ ବାହାରେ ଟିକେଟ ବିକ୍ରି କରୁଛନ୍ତି, ଲୋକଙ୍କୁ ହଇରାଣ କରୁଛନ୍ତି। ଏଥିରେ ଏମ୍ସ କର୍ମଚାରୀଙ୍କ ସଂପୃକ୍ତି ଥିବା ନେଇ କୌଣସି ସୂଚନା ନାହିଁ। କାହାର ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଯଦି କୌଣସି ଦଲାଲ ଟଙ୍କା ନେଉଥିବା ଖବର ଆସୁଛି ତୁରନ୍ତି ପୋଲିସକୁ ଖବର ଦିଆଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri