୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ ଏକ ପୂର୍ବରୁ ସାର୍ବଜନୀନ ହୋଇନଥିବା ଭିଡିଓ ମିଳିଛି । ଏଥିରେ ସେ ଭବିଷ୍ୟତର ଅଲକାଏଦା ନେତା ଅନୱର ଅଲ-ଅୱଲାକୀଙ୍କ ସହ ପେଣ୍ଟବଲ୍ ଖେଳୁଥିବା ଏବଂ କଥାବାର୍ତ୍ତା କରୁଥିବା ଦେଖାଯାଇଛି।

ଭିଡିଓରେ ସାଉଦି ଆରବର ଇସଲାମିକ୍ ଆଫେୟାର୍ସ ମନ୍ତ୍ରଣାଳୟ ସହ ଜଡ଼ିତ ଜଣେ ଅଧିକାରୀ ମଧ୍ୟ ଦେଖାଯାଇଥିବା ତଦନ୍ତରେ ଜଣାପଡିଛି । ଏହି ଫୁଟେଜ୍ ୧୯୯୭ କିମ୍ବା ୧୯୯୮ ମସିହାର ବୋଲି କୁହାଯାଉଛି ।

ରିପୋର୍ଟ ଅନୁସାରେ, ପେଣ୍ଟବଲ୍ ଖେଳ ସମୟରେ କିଛି ଲୋକ ସାମରିକ ପୋଷାକ ପିନ୍ଧିଥିଲେ ଏବଂ ଧାର୍ମିକ ନାରା ମଧ୍ୟ ଦେଇଥିଲେ। FBIର ତଦନ୍ତରେ ଏଭଳି ପେଣ୍ଟବଲ୍ ସେସନ୍‌କୁ ଜିହାଦୀ ପ୍ରଶିକ୍ଷଣ ପାଇଁ ବ୍ୟବହାର କରାଯାଉଥିବା ନେଇ ତଥ୍ୟ ମିଳିଥିବା ଦାବି କରାଯାଇଛି । ଅନୱର ଅଲ-ଅୱଲାକୀଙ୍କ ଅଲକାଏଦା ସଂପୃକ୍ତ ବ୍ୟକ୍ତିଙ୍କ ସହ ସମ୍ପର୍କ ଥିବା ନେଇ ମଧ୍ୟ FBI ପାଖରେ ସୂଚନା ଥିଲା। ୧୯୯୮ ଜାନୁଆରୀର ଆଉ ଏକ ଭିଡିଓରେ ବାୟୁମୀ ଓ ଅୱଲାକୀ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖାଯାଇଥିବା ରିପୋର୍ଟରେ କୁହାଯାଇଛି।

ବାୟୁମୀ ୧୯୯୪ରେ ଇଂରାଜୀ ଶିଖିବା ପାଇଁ ସାଉଦି ଆରବରୁ ସାନ୍ ଡିଏଗୋ ଯାଇଥିବା କହିଥିଲେ। କିନ୍ତୁ ପରବର୍ତ୍ତୀ ତଦନ୍ତରେ ସେ ଇଂରାଜୀ ପଢ଼ିବା ଅପେକ୍ଷା ଧାର୍ମିକ କାର୍ଯ୍ୟକଳାପରେ ଅଧିକ ସକ୍ରିୟ ଥିବା ତଥ୍ୟ ସାମ୍ନାକୁ ଆସିଥିଲା। ୯/୧୧ ଆକ୍ରମଣ ପରେ ବାୟୁମୀ FBIର ନଜରକୁ ଆସିଥିଲେ। ତାଙ୍କ ନାମ ନୱାଫ୍ ଅଲ-ହାଜମୀ ଓ ଖାଲିଦ୍ ଅଲ-ମିହଧାରଙ୍କ ଆପାର୍ଟମେଣ୍ଟ ଭଡ଼ା ଚୁକ୍ତି ସହ ଜଡ଼ିତ ଥିଲା। ଏହି ଦୁଇଜଣ ୯/୧୧ ଆକ୍ରମଣର ୧୯ ଅପହରଣକାରୀଙ୍କ ମଧ୍ୟରେ ଥିଲେ ଏବଂ ପେଣ୍ଟାଗନ୍ ଉପରେ ହୋଇଥିବା ଆକ୍ରମଣରେ ବ୍ୟବହୃତ ବିମାନ ସହ ସଂପୃକ୍ତ ଥିଲେ । ୯/୧୧ ଆକ୍ରମଣ ପରେ ବାୟୁମୀ ବ୍ରିଟେନ୍‌ର ବର୍ମିଂହାମ୍ ଯାଇଥିଲେ ଏବଂ ୨୧ ସେପ୍ଟେମ୍ବର ୨୦୦୧ରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଠିକଣାରେ ତଦନ୍ତ ବେଳେ ହଜାର ହଜାର ଦସ୍ତାବିଜ, ଫଟୋ ଏବଂ ପ୍ରାୟ ୮୦ଟି ଭିଡିଓ ଟେପ୍ ମିଳିଥିଲା। ସେଥିରୁ ଏକ ନୋଟବୁକ୍ ପୃଷ୍ଠାରେ ବିମାନର ଚିତ୍ର ସହ ଏହାର ଉଚ୍ଚତା ଓ ଅନ୍ୟାନ୍ୟ ଗଣନା ଲେଖା ଥିଲା। ଏହାର କପି ଲଣ୍ଡନର FBI ଅଧିକାରୀଙ୍କ ପାଖରେ ମଧ୍ୟ ପହଞ୍ଚିଥିଲା।

ରିପୋର୍ଟ ଅନୁସାରେ, ଏହି ପ୍ରମାଣର କିଛି ଅଂଶ ଆମେରିକାର ୯/୧୧ ତଦନ୍ତକାରୀଙ୍କ ପାଖରେ ସମୟରେ ପହଞ୍ଚିନଥିଲା। ଫଳରେ ବାୟୁମୀଙ୍କ ସହ ୯/୧୧ ଆକ୍ରମଣର ସମ୍ଭାବ୍ୟ ସମ୍ପର୍କ ନେଇ ତଦନ୍ତରେ ବିଳମ୍ବ ହୋଇଥିବା ନେଇ ପ୍ରଶ୍ନ ଉଠିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ODI ବ୍ୟାଟ୍ସମ୍ୟାନଙ୍କ ଟପ-୧୦ରେ ସାମିଲ ହେଲେ କେଏଲ ରାହୁଲ, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି

ନୂଆଦିଲ୍ଲୀ,୭।୧୦: ODI କ୍ରିକେଟରେ ଭାରତୀୟ ବ୍ୟାଟରମାନଙ୍କର ପ୍ରାଧାନ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ICC ରାଙ୍କିଙ୍ଗରେ, କେ.ଏଲ. ରାହୁଲ ଏକ ବଡ଼ ଧରଣର ଅଗ୍ରଗତି କରି ଶ୍ରେଷ୍ଠ…

ଇନଷ୍ଟାଗ୍ରାମ୍ ପ୍ରେମିକଙ୍କ ସହ ବିବାହ କରିବାକୁ ରାଜି ହେଲେନି ମା’; ଏମିତି ହତ୍ୟା କଲେ ଝିଅ, ଶୁଣିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୭ା୧୦: ହରିୟାଣାର ସୋନିପତରୁ ଆସିଛି ଛାତିଥରା ଘଟଣା।ଇନଷ୍ଟାଗ୍ରାମ୍‌ରେ ହୋଇଥିବା ପ୍ରେମ ଓ ବିବାହ କରିବାକୁ ନେଇ ମା’ ପ୍ରତିବନ୍ଧକ ସାଜିବାରୁ ନିଜ ପ୍ରେମିକ ସହ ମିଶି ମା’ଙ୍କୁ…

ଘର ଦୋହଲିଲା, ଟିଭି ଭାଙ୍ଗିଲା! ଗାଁଲୋକଙ୍କ ଅଭିଯୋଗ ପରେ ବେଆଇନ ପଥର ଖାଦାନ ଉପରେ ଚଢ଼ାଉ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଆଙ୍କୋରଡ଼ା ମୌଜା ବଡ଼ଢ଼ିମିରା ପାହାଡ଼ରେ ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ ଅଭିଯୋଗ ହୋଇଛି। ଏପରି…

ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସର୍ବୋଚ୍ଚ ସମ୍ମାନ

ଷ୍ଟକହୋମ,୭।୧୦: ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ବୈଜ୍ଞାନିକ ହେନ୍ରି ବି. କାଗାନ୍ ଓ କେନ୍ସୋ ସୋଆଇଙ୍କୁ ପ୍ରଦାନ କରାଯାଇଛି । ରସାୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?