ମାଟ୍ରିକ ଢାଞ୍ଚାରେ ହେବ ଅଷ୍ଟମ ପ୍ରଶ୍ନପତ୍ର

ଭୁବନେଶ୍ୱର, ୧୩ା୧୨(ବ୍ୟୁରୋ):କୋଭିଡ୍‌ ଯୋଗୁ ରାଜ୍ୟରେ ସ୍କୁଲସ୍ତରରେ ଉଭୟ ଶିକ୍ଷାଦାନ ଓ ପରୀକ୍ଷା ପରିଚାଳନାରେ ବହୁ ସମସ୍ୟା ଉପୁଜିଥିଲା। ବିନା ପରୀକ୍ଷାରେ ପିଲାଙ୍କୁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇ ମାଟ୍ରିକ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା। ଏପରିକି ପିଲାଙ୍କ ଦକ୍ଷତା ଯାଞ୍ଚ କରିବାର ସୁଯୋଗ ବି ମିଳି ନ ଥିଲା। ତେଣୁ ଦଶମ ବୋର୍ଡ ପରୀକ୍ଷା ପୂର୍ବରୁ ସମ୍ମେଟିଭ ପରୀକ୍ଷାର ପ୍ରଚଳନ କରାଯିବା ସହ ଏହି ଢାଞ୍ଚାରେ ନବମ ଶ୍ରେଣୀ ପରୀକ୍ଷା ପରିଚାଳନା କରାଯାଉଛି। ତେବେ ପିଲାଙ୍କ ମନରୁ ପରୀକ୍ଷା ଭୟ ଦୂର କରିବା ଲାଗି ଏହି ବ୍ୟବସ୍ଥାକୁ ଏଣିକି ଅଷ୍ଟମ ଶ୍ରେଣୀରୁ କାର୍ଯ୍ୟକାରୀ କରାଯିବ। ଫଳରେ ଉଭୟ ନବମ ଓ ଦଶମ ପରୀକ୍ଷାକୁ ନେଇ ପିଲାମାନେ ମାନସିକ ସ୍ତରରେ ଚାପମୁକ୍ତ ରହିବେ। ଏହାବ୍ୟତୀତ ରାଜ୍ୟରେ ମାଟ୍ରିକ ପରୀକ୍ଷାରେ କପିଶୂନ୍ୟ ସହ ଯେପରି ସବୁ ସ୍କୁଲରେ ପାସ୍‌ ହାର ଶତପ୍ରତିଶତ ରହିବ, ସେଥିଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅଷ୍ଟମ ଶ୍ରେଣୀରୁ ପିଲାଙ୍କୁ ଟ୍ରେଣ୍ଡ୍‌ କରାଯିବ। ମାଟ୍ରିକ ପରୀକ୍ଷାରେ ଯେପରି ସେଟ୍‌ ପ୍ରଶ୍ନପତ୍ର ରହୁଛି, ସେହିପରି ସେଟ୍‌ ପ୍ରଶ୍ନପତ୍ର ଅଷ୍ଟମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାରୁ ଆରମ୍ଭ ହେବ। ଏଥିରେ ୩ଟି ସେଟ୍‌ର ପ୍ରଶ୍ନପତ୍ର ରହିବ। ପ୍ରତି ପରୀକ୍ଷାର୍ଥୀଙ୍କ ପାର୍ଶ୍ୱରେ କିମ୍ବା ଆଗଧାଡ଼ି ଓ ପଛଧାଡ଼ିରେ ସମାନ ସେଟ୍‌ ପ୍ରଶ୍ନପତ୍ର ଦିଆଯିବ ନାହିଁ। ସେଟ୍‌ ପ୍ରଶ୍ନପତ୍ର ସହ ପିଲାମାନେ ଅଭ୍ୟସ୍ତ ରହିଲେ ସେମାନଙ୍କୁ ଆଉ ମାଟ୍ରିକ ପରୀକ୍ଷାରେ ଏଥିଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଯଦିଓ ମାଟ୍ରିକ ପରୀକ୍ଷା ଭଳି ପିଲାଙ୍କୁ ଆଡମିଟ୍‌ କାର୍ଡ ଦିଆଯିବ ନାହିଁ, ମାତ୍ର ଯାଞ୍ଚ ପ୍ରକ୍ରିୟା, ଶ୍ରେଣୀରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ବାଣ୍ଟିବା, ନିର୍ଦ୍ଧାରିତ ସମୟରେ ଉତ୍ତରଖାତା ସଂଗ୍ରହ କରିବା ଆଦି ମାଟ୍ରିକ ପରୀକ୍ଷା ଭଳି କରାଯିବ।
ଅଷ୍ଟମ ଶ୍ରେଣୀରୁ ସେଟ୍‌ ପ୍ରଶ୍ନପତ୍ର ପ୍ରଚଳନ ଲାଗି ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିବା ବେଳେ ଏହାର ପ୍ରଶ୍ନପତ୍ର ଏସ୍‌ସିଇଆର୍‌ଟି ପ୍ରସ୍ତୁତ କରିବ ବୋଲି ସୂଚନା ଦିଆଯାଇଛି। ଏଥିପାଇଁ ଏକ ୮ଜଣିଆ କମିଟି ଗଠନ କରାଯିବ। ଏହି ନୂଆ ବ୍ୟବସ୍ଥା ସମ୍ପର୍କରେ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି, ଅଷ୍ଟମରୁ ଏପରି ଅଭିନବ ପ୍ରୟାସ ଲାଗୁ କରିବା ପରେ ରାଜ୍ୟରେ ଜିରୋ ରେଜଲ୍ଟ ମିଶନ ଏକ ପ୍ରକାର ସଫଳ ହେବ। ତେବେ ସରକାରୀ ସ୍କୁଲ ସମେତ ସରକାରୀ ସ୍ବୀକୃତିପ୍ରାପ୍ତ ସ୍କୁଲଗୁଡିକରେ ମଧ୍ୟ ଏହି ଢାଞ୍ଚା ଲାଗୁ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ଶ୍ରେଣୀ ପାଠପଢ଼ା ସହ ପିଲାଙ୍କ ଦକ୍ଷତା ବୃଦ୍ଧି, ପ୍ରତିଯୋଗିତାମୂଳକ ମନୋଭାବ ଜାଗ୍ରତ କରିବା, ବିଜ୍ଞାନ ପ୍ରତି ଆକୃଷ୍ଟ ହେବା, ବିଷୟଭିତ୍ତିକ ପାଠ୍ୟକ୍ରମରେ ସବୁ ବର୍ଗର ପିଲାଙ୍କ ଦକ୍ଷତା ବଢ଼ାଇବା ଦିଗରେ ଗଣଶିକ୍ଷା ମନ୍ତ୍ରୀ ଓ ସଚିବ ଗୁରୁତ୍ୱ ଦେଉଛନ୍ତି। ଏଥିସହ ବିଭାଗର ବରିଷ୍ଠ ଅଧିକାରୀ ଜିଲାୱାରୀ ଗସ୍ତ କରି ସ୍କୁଲ ଯାଞ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri