ମାଟ୍ରିକ ଢାଞ୍ଚାରେ ହେବ ଅଷ୍ଟମ ପ୍ରଶ୍ନପତ୍ର

ଭୁବନେଶ୍ୱର, ୧୩ା୧୨(ବ୍ୟୁରୋ):କୋଭିଡ୍‌ ଯୋଗୁ ରାଜ୍ୟରେ ସ୍କୁଲସ୍ତରରେ ଉଭୟ ଶିକ୍ଷାଦାନ ଓ ପରୀକ୍ଷା ପରିଚାଳନାରେ ବହୁ ସମସ୍ୟା ଉପୁଜିଥିଲା। ବିନା ପରୀକ୍ଷାରେ ପିଲାଙ୍କୁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇ ମାଟ୍ରିକ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା। ଏପରିକି ପିଲାଙ୍କ ଦକ୍ଷତା ଯାଞ୍ଚ କରିବାର ସୁଯୋଗ ବି ମିଳି ନ ଥିଲା। ତେଣୁ ଦଶମ ବୋର୍ଡ ପରୀକ୍ଷା ପୂର୍ବରୁ ସମ୍ମେଟିଭ ପରୀକ୍ଷାର ପ୍ରଚଳନ କରାଯିବା ସହ ଏହି ଢାଞ୍ଚାରେ ନବମ ଶ୍ରେଣୀ ପରୀକ୍ଷା ପରିଚାଳନା କରାଯାଉଛି। ତେବେ ପିଲାଙ୍କ ମନରୁ ପରୀକ୍ଷା ଭୟ ଦୂର କରିବା ଲାଗି ଏହି ବ୍ୟବସ୍ଥାକୁ ଏଣିକି ଅଷ୍ଟମ ଶ୍ରେଣୀରୁ କାର୍ଯ୍ୟକାରୀ କରାଯିବ। ଫଳରେ ଉଭୟ ନବମ ଓ ଦଶମ ପରୀକ୍ଷାକୁ ନେଇ ପିଲାମାନେ ମାନସିକ ସ୍ତରରେ ଚାପମୁକ୍ତ ରହିବେ। ଏହାବ୍ୟତୀତ ରାଜ୍ୟରେ ମାଟ୍ରିକ ପରୀକ୍ଷାରେ କପିଶୂନ୍ୟ ସହ ଯେପରି ସବୁ ସ୍କୁଲରେ ପାସ୍‌ ହାର ଶତପ୍ରତିଶତ ରହିବ, ସେଥିଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅଷ୍ଟମ ଶ୍ରେଣୀରୁ ପିଲାଙ୍କୁ ଟ୍ରେଣ୍ଡ୍‌ କରାଯିବ। ମାଟ୍ରିକ ପରୀକ୍ଷାରେ ଯେପରି ସେଟ୍‌ ପ୍ରଶ୍ନପତ୍ର ରହୁଛି, ସେହିପରି ସେଟ୍‌ ପ୍ରଶ୍ନପତ୍ର ଅଷ୍ଟମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାରୁ ଆରମ୍ଭ ହେବ। ଏଥିରେ ୩ଟି ସେଟ୍‌ର ପ୍ରଶ୍ନପତ୍ର ରହିବ। ପ୍ରତି ପରୀକ୍ଷାର୍ଥୀଙ୍କ ପାର୍ଶ୍ୱରେ କିମ୍ବା ଆଗଧାଡ଼ି ଓ ପଛଧାଡ଼ିରେ ସମାନ ସେଟ୍‌ ପ୍ରଶ୍ନପତ୍ର ଦିଆଯିବ ନାହିଁ। ସେଟ୍‌ ପ୍ରଶ୍ନପତ୍ର ସହ ପିଲାମାନେ ଅଭ୍ୟସ୍ତ ରହିଲେ ସେମାନଙ୍କୁ ଆଉ ମାଟ୍ରିକ ପରୀକ୍ଷାରେ ଏଥିଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଯଦିଓ ମାଟ୍ରିକ ପରୀକ୍ଷା ଭଳି ପିଲାଙ୍କୁ ଆଡମିଟ୍‌ କାର୍ଡ ଦିଆଯିବ ନାହିଁ, ମାତ୍ର ଯାଞ୍ଚ ପ୍ରକ୍ରିୟା, ଶ୍ରେଣୀରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ବାଣ୍ଟିବା, ନିର୍ଦ୍ଧାରିତ ସମୟରେ ଉତ୍ତରଖାତା ସଂଗ୍ରହ କରିବା ଆଦି ମାଟ୍ରିକ ପରୀକ୍ଷା ଭଳି କରାଯିବ।
ଅଷ୍ଟମ ଶ୍ରେଣୀରୁ ସେଟ୍‌ ପ୍ରଶ୍ନପତ୍ର ପ୍ରଚଳନ ଲାଗି ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିବା ବେଳେ ଏହାର ପ୍ରଶ୍ନପତ୍ର ଏସ୍‌ସିଇଆର୍‌ଟି ପ୍ରସ୍ତୁତ କରିବ ବୋଲି ସୂଚନା ଦିଆଯାଇଛି। ଏଥିପାଇଁ ଏକ ୮ଜଣିଆ କମିଟି ଗଠନ କରାଯିବ। ଏହି ନୂଆ ବ୍ୟବସ୍ଥା ସମ୍ପର୍କରେ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି, ଅଷ୍ଟମରୁ ଏପରି ଅଭିନବ ପ୍ରୟାସ ଲାଗୁ କରିବା ପରେ ରାଜ୍ୟରେ ଜିରୋ ରେଜଲ୍ଟ ମିଶନ ଏକ ପ୍ରକାର ସଫଳ ହେବ। ତେବେ ସରକାରୀ ସ୍କୁଲ ସମେତ ସରକାରୀ ସ୍ବୀକୃତିପ୍ରାପ୍ତ ସ୍କୁଲଗୁଡିକରେ ମଧ୍ୟ ଏହି ଢାଞ୍ଚା ଲାଗୁ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ଶ୍ରେଣୀ ପାଠପଢ଼ା ସହ ପିଲାଙ୍କ ଦକ୍ଷତା ବୃଦ୍ଧି, ପ୍ରତିଯୋଗିତାମୂଳକ ମନୋଭାବ ଜାଗ୍ରତ କରିବା, ବିଜ୍ଞାନ ପ୍ରତି ଆକୃଷ୍ଟ ହେବା, ବିଷୟଭିତ୍ତିକ ପାଠ୍ୟକ୍ରମରେ ସବୁ ବର୍ଗର ପିଲାଙ୍କ ଦକ୍ଷତା ବଢ଼ାଇବା ଦିଗରେ ଗଣଶିକ୍ଷା ମନ୍ତ୍ରୀ ଓ ସଚିବ ଗୁରୁତ୍ୱ ଦେଉଛନ୍ତି। ଏଥିସହ ବିଭାଗର ବରିଷ୍ଠ ଅଧିକାରୀ ଜିଲାୱାରୀ ଗସ୍ତ କରି ସ୍କୁଲ ଯାଞ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?