୧୪ ହଜାର ପିଲାଙ୍କ ପାଇଁ ୮୮ ପରୀକ୍ଷା କେନ୍ଦ୍ର

ଜଗତ୍‌ସିଂହପୁର ଅଫିସ, ୩୦ା୪: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହା ମେ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଜଗତ୍‌ସିଂହପୁର ଜିଲାରେ ୮୮ଟି କେନ୍ଦ୍ର କରାଯାଇଛି। ଏସବୁ କେନ୍ଦ୍ରରେ ରେଗୁଲାର, ଏକ୍ସ ରେଗୁଲାର, ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେବାକୁ ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ କେବଳ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥଙ୍କ ପାଇଁ ୭୯ଟି କେନ୍ଦ୍ର କରାଯାଇଛି। ମୋଟ ଉପରେ ୧୪,୨୯୩ ଜଣ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଦେବାର ସୁଯୋଗ ଦିଆଯାଇଛି। ସେଥିମଧ୍ୟରୁ ରେଗୁଲାର ଓ ଏକ୍ସ ଗେରୁଲାର ୧୩,୭୯୩, ମଧ୍ୟମା ୭୨ ଓ ମୁକ୍ତ ବିଦ୍ୟାଳୟର ୪୨୯ ଜଣ ଛାତ୍ରୀଛାତ୍ର ରହିଛନ୍ତି। ଜିଲାର ବାଲିକୁଦା ବ୍ଲକର ୧୧ଟି ପରୀକ୍ଷା କେନ୍ଦ୍ରରେ ୧୭୬୦ ଜଣ ଛାତ୍ରୀଛାତ୍ର, ବିରିଡ଼ିର ୬ଟିରେ ୮୭୪, ଏରସମାର ୧୩ଟିରେ ୧୮୭୬, ଜଗତ୍‌ସିଂହପୁରର ୧୪ଟିରେ ୨୧୭୬, କୁଜଙ୍ଗର ୧୬ଟିରେ ୩୦୪୭, ନାଉଗାଁର ୭ଟିରେ ୧୦୩୨, ରଘୁନାଥପୁରର ୭ଟିରେ ୧୨୩୫ ଏବଂ ତିର୍ତ୍ତୋଲ ବ୍ଲକର ୧୪ଟି କେନ୍ଦ୍ରରେ ୨୨୯୪ ଜଣଙ୍କୁ ପରୀକ୍ଷା ସୁଯୋଗ ମିଳିଛି। ସୂଚୀ ଅନୁଯାୟୀ ପ୍ରଥମ ଦିନ ସକାଳ ୮ରୁ ୧୦ଟା ପର୍ଯ୍ୟନ୍ତ ଇଂରାଜୀ ପରୀକ୍ଷା ହୋଇଥିଲା। କିନ୍ତୁ କୌଣସି ସ୍ଥାନରେ କପି କିମ୍ବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିବା ଜିଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲାର ୮୮ କେନ୍ଦ୍ରରେ ୯୭୪ ଇନ୍‌ଭିଜିଲେଟର, ୨୦୦ ରୋଭର, ୧୭୬ ରିଲିଭରଙ୍କୁ ମିଶାଇ ମୋଟ ୧୩୫୦ ଜଣଙ୍କୁ ପରୀକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେହିପରି ୮୮ ସୁପରିଣ୍ଟେଣ୍ଡେଣ୍ଟ, ୮୮ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମଧ୍ୟ କେନ୍ଦ୍ର ଦାୟିତ୍ୱ ଦିଆଯାଇଛି। ଜିଲାରେ ୮ଟି ନୋଡାଲ କେନ୍ଦ୍ର କରାଯାଇଛି। ସେଗୁଡିକ ହେଲା ଜଗତ୍‌ସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାଲିକୁଦା ହାଇସ୍କୁଲ, ନାଉଗାଁହାଟ ହାଇସ୍କୁଲ, ବରିଡ଼ି ବ୍ଲକ ଅନ୍ତର୍ଗତ ଚାନ୍ଦପୁରସ୍ଥିତ ପଞ୍ଚାୟତିରାଜ ହାଇସ୍କୁଲ, ତିର୍ତ୍ତୋଲସ୍ଥିତ ଏମ୍‌ଏସ୍‌ ଏକାଡେମୀ, କୁଜଙ୍ଗସ୍ଥିତ ବି.ବି. ହାଇସ୍କୁଲ, ରଘୁନାଥପୁରସ୍ଥିତ ଶିଶୁ ବିଦ୍ୟାମନ୍ଦିର ଓ ଏରସମା ହାଇସ୍କୁଲ। ଏସବୁ କେନ୍ଦ୍ରରେ ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ରଖାଯାଉଛି। ଏହି ଦାୟିତ୍ୱରେ ୮ଜଣ ରାଜସ୍ବ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ପ୍ରଶ୍ନପତ୍ର ଓ ଖାତା ଆଦି ନେବା ଆଣିବା ପାଇଁ ୨୧ଟି ଡେସପାଚ୍‌ ଦଳ ଗଠନ ହୋଇଛି। ଏହି ଦଳରେ ପୋଲିସ କର୍ମଚାରୀ ସାମିଲ ଅଛନ୍ତି। ପରୀକ୍ଷାରେ କପି ଧରିବା ନିମନ୍ତେ ୫ ଥାକିଆ ସ୍କ୍ବାଡ୍‌ର ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ ବୋର୍ଡର ୨ଟି, ଜିଲା ଶିକ୍ଷା ବିଭାଗର ୨ (ଡିଇଓ, ଏଡିଇଓ), ରାଜ୍ୟ ଶିକ୍ଷା ନିର୍ଦ୍ଦେଶାଳୟର ଗୋଟିଏ, ଜିଲାପାଳ ଓ ଏସ୍‌ପିଙ୍କ ପକ୍ଷରୁ ଗୋଟିଏ ଲେଖାଏଁ ସ୍କ୍ବାଡ୍‌ ରହିଛି। ବିଡିଓ, ତହସିଲଦାର ପ୍ରମୁଖଙ୍କୁ ସ୍ବତନ୍ତ୍ର ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚଳିତବର୍ଷଠାରୁ ପ୍ରତି ବିଷୟରେ ୮୦ ନମ୍ବର ପରୀକ୍ଷା ହେଉଛି । ସେଥିମଧ୍ୟରୁ ଅବଜେକ୍ଟିଭ୍‌ ୫୦ ଓ ସବ୍‌ଜେକ୍ଟିଭ୍‌ ୩୦ ନମ୍ବର ରହିଛି। ଏଥିସହ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ନେବା ବାରଣ କରାଯାଇଛି ବୋଲି ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ: ୨୪ ମାମଲାର ଶୁଣାଣି

ବରଗଡ଼, ୨୫।୮(ପ୍ରେମାନନ୍ଦ ଖମାରୀ): ମହିଳାମାନଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଏବଂ ସମସ୍ୟାର ସମାଧାନ ବ୍ୟବସ୍ଥାକୁ ସେମାନଙ୍କ ଦ୍ୱାରଦେଶରେ ପହଞ୍ଚାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ବରଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ…

ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣା: ଆଉ ୬ ଗିରଫ, ମୋଟ ଗିରଫ ସଂଖ୍ୟା ୮କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୫।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗ୍ରାମରେ ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣାରେ ପୋଲିସକୁ ବଡ଼…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ପାଟଣା ବ୍ଲକ୍‌ର ୪୧ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି: ନିଯୁକ୍ତିପତ୍ର ବାଣ୍ଟିଲେ …

ପାଟଣା,୨୫।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ୪୧ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଚତୁର୍ଥ ବର୍ଗରୁ ତୃତୀୟ ବର୍ଗକୁ ପଦୋନ୍ନତି ପାଇଛନ୍ତି।…

କିରିକୁଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ନିଶା ମୁକ୍ତ ଓଡ଼ିଶା’ ଅଭିଯାନ: ଗଞ୍ଜେଇ ଚାଷ-ନିଶାରୁ ଦୂରେଇ ରହିବାକୁ…

ଦାରିଙ୍ଗବାଡ଼ି,୨୫।୮ (ଅରୁଣ ସାହୁ): କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦାରିଙ୍ଗବାଡ଼ି ଥାନା କିରିକୁଟି ସରକାରୀ ଉନ୍ନୀତ ଉଚ୍ଚ…

ସୋନାଲିସା ଓ ମିହିର ରଞ୍ଜନଙ୍କୁ ସମ୍ମାନିତ କଲା ସମ୍ବର୍ଦ୍ଧନା ମଞ୍ଚ

ପାଟଣା,୨୫।୮(ବୀର କିଶୋର ଦାଶ): ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ମଞ୍ଚ, ସ୍ୱାମ ପାଟଣା ପକ୍ଷରୁ ମଙ୍ଗଳବାର ପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଶେଷ ସମ୍ବର୍ଦ୍ଧନା…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ପାଣି ଡ୍ରମ ଭିତରେ କୁଣ୍ଡଳୀ ମାରି ବସିଥିଲା ବିରାଟକାୟ ଅଜଗର, ପରିବାର ଲୋକଙ୍କ ମଧ୍ୟରେ ଖେଳିଗଲା ଆତଙ୍କ, ତା’ ପରେ…

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଅଞ୍ଚଳରେ ଏକ ବିଶାଳ ଅଜଗର ସାପ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri