୧୪ ହଜାର ପିଲାଙ୍କ ପାଇଁ ୮୮ ପରୀକ୍ଷା କେନ୍ଦ୍ର

ଜଗତ୍‌ସିଂହପୁର ଅଫିସ, ୩୦ା୪: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହା ମେ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଜଗତ୍‌ସିଂହପୁର ଜିଲାରେ ୮୮ଟି କେନ୍ଦ୍ର କରାଯାଇଛି। ଏସବୁ କେନ୍ଦ୍ରରେ ରେଗୁଲାର, ଏକ୍ସ ରେଗୁଲାର, ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେବାକୁ ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ କେବଳ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥଙ୍କ ପାଇଁ ୭୯ଟି କେନ୍ଦ୍ର କରାଯାଇଛି। ମୋଟ ଉପରେ ୧୪,୨୯୩ ଜଣ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଦେବାର ସୁଯୋଗ ଦିଆଯାଇଛି। ସେଥିମଧ୍ୟରୁ ରେଗୁଲାର ଓ ଏକ୍ସ ଗେରୁଲାର ୧୩,୭୯୩, ମଧ୍ୟମା ୭୨ ଓ ମୁକ୍ତ ବିଦ୍ୟାଳୟର ୪୨୯ ଜଣ ଛାତ୍ରୀଛାତ୍ର ରହିଛନ୍ତି। ଜିଲାର ବାଲିକୁଦା ବ୍ଲକର ୧୧ଟି ପରୀକ୍ଷା କେନ୍ଦ୍ରରେ ୧୭୬୦ ଜଣ ଛାତ୍ରୀଛାତ୍ର, ବିରିଡ଼ିର ୬ଟିରେ ୮୭୪, ଏରସମାର ୧୩ଟିରେ ୧୮୭୬, ଜଗତ୍‌ସିଂହପୁରର ୧୪ଟିରେ ୨୧୭୬, କୁଜଙ୍ଗର ୧୬ଟିରେ ୩୦୪୭, ନାଉଗାଁର ୭ଟିରେ ୧୦୩୨, ରଘୁନାଥପୁରର ୭ଟିରେ ୧୨୩୫ ଏବଂ ତିର୍ତ୍ତୋଲ ବ୍ଲକର ୧୪ଟି କେନ୍ଦ୍ରରେ ୨୨୯୪ ଜଣଙ୍କୁ ପରୀକ୍ଷା ସୁଯୋଗ ମିଳିଛି। ସୂଚୀ ଅନୁଯାୟୀ ପ୍ରଥମ ଦିନ ସକାଳ ୮ରୁ ୧୦ଟା ପର୍ଯ୍ୟନ୍ତ ଇଂରାଜୀ ପରୀକ୍ଷା ହୋଇଥିଲା। କିନ୍ତୁ କୌଣସି ସ୍ଥାନରେ କପି କିମ୍ବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିବା ଜିଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲାର ୮୮ କେନ୍ଦ୍ରରେ ୯୭୪ ଇନ୍‌ଭିଜିଲେଟର, ୨୦୦ ରୋଭର, ୧୭୬ ରିଲିଭରଙ୍କୁ ମିଶାଇ ମୋଟ ୧୩୫୦ ଜଣଙ୍କୁ ପରୀକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେହିପରି ୮୮ ସୁପରିଣ୍ଟେଣ୍ଡେଣ୍ଟ, ୮୮ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମଧ୍ୟ କେନ୍ଦ୍ର ଦାୟିତ୍ୱ ଦିଆଯାଇଛି। ଜିଲାରେ ୮ଟି ନୋଡାଲ କେନ୍ଦ୍ର କରାଯାଇଛି। ସେଗୁଡିକ ହେଲା ଜଗତ୍‌ସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାଲିକୁଦା ହାଇସ୍କୁଲ, ନାଉଗାଁହାଟ ହାଇସ୍କୁଲ, ବରିଡ଼ି ବ୍ଲକ ଅନ୍ତର୍ଗତ ଚାନ୍ଦପୁରସ୍ଥିତ ପଞ୍ଚାୟତିରାଜ ହାଇସ୍କୁଲ, ତିର୍ତ୍ତୋଲସ୍ଥିତ ଏମ୍‌ଏସ୍‌ ଏକାଡେମୀ, କୁଜଙ୍ଗସ୍ଥିତ ବି.ବି. ହାଇସ୍କୁଲ, ରଘୁନାଥପୁରସ୍ଥିତ ଶିଶୁ ବିଦ୍ୟାମନ୍ଦିର ଓ ଏରସମା ହାଇସ୍କୁଲ। ଏସବୁ କେନ୍ଦ୍ରରେ ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ରଖାଯାଉଛି। ଏହି ଦାୟିତ୍ୱରେ ୮ଜଣ ରାଜସ୍ବ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ପ୍ରଶ୍ନପତ୍ର ଓ ଖାତା ଆଦି ନେବା ଆଣିବା ପାଇଁ ୨୧ଟି ଡେସପାଚ୍‌ ଦଳ ଗଠନ ହୋଇଛି। ଏହି ଦଳରେ ପୋଲିସ କର୍ମଚାରୀ ସାମିଲ ଅଛନ୍ତି। ପରୀକ୍ଷାରେ କପି ଧରିବା ନିମନ୍ତେ ୫ ଥାକିଆ ସ୍କ୍ବାଡ୍‌ର ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ ବୋର୍ଡର ୨ଟି, ଜିଲା ଶିକ୍ଷା ବିଭାଗର ୨ (ଡିଇଓ, ଏଡିଇଓ), ରାଜ୍ୟ ଶିକ୍ଷା ନିର୍ଦ୍ଦେଶାଳୟର ଗୋଟିଏ, ଜିଲାପାଳ ଓ ଏସ୍‌ପିଙ୍କ ପକ୍ଷରୁ ଗୋଟିଏ ଲେଖାଏଁ ସ୍କ୍ବାଡ୍‌ ରହିଛି। ବିଡିଓ, ତହସିଲଦାର ପ୍ରମୁଖଙ୍କୁ ସ୍ବତନ୍ତ୍ର ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚଳିତବର୍ଷଠାରୁ ପ୍ରତି ବିଷୟରେ ୮୦ ନମ୍ବର ପରୀକ୍ଷା ହେଉଛି । ସେଥିମଧ୍ୟରୁ ଅବଜେକ୍ଟିଭ୍‌ ୫୦ ଓ ସବ୍‌ଜେକ୍ଟିଭ୍‌ ୩୦ ନମ୍ବର ରହିଛି। ଏଥିସହ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ନେବା ବାରଣ କରାଯାଇଛି ବୋଲି ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri