ନବୋଦୟ ସ୍କୁଲର ୮୫ ପିଲା କରୋନା ପଜିଟିଭ୍‌,କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା…

ନୈନିତାଲ, ୨।୧ : ନୈନିତାଲର ସୁୟାଲବାଡ଼ିସ୍ଥିତ ଜବାହର ନବୋଦୟ ସ୍କୁଲର ୮୫ପିଲାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଆକ୍ରାନ୍ତ ପିଲାଙ୍କୁ ଆଇସୋଲେଶନରେ ରଖାଯାଇଛି। ସେହିପରି ପ୍ରଶାସନ ପକ୍ଷରୁ ସ୍କୁଲି ପରିସରକୁ କଣ୍ଟେନମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି।

କରୋନା ନେଗେଟିଭ୍‌ ପିଲାଙ୍କୁ କେବେ ଘରକୁ ପଠାଯିବ ସେ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହିତ ସ୍ଥାନୀୟ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଲୋଚନା ପରେ ନିଷ୍ପତ୍ତି ଗ୍ରହଣ କରାଯିବ।

ଆଲମୋରା-ଆହ୍ଲାଦିନୀ ରାଜପଥ ପାର୍ଶ୍ୱରେ ଥିବା ଗଙ୍ଗରକୋଟଠାରେ ନିର୍ମିତ ଜବାହର ନାବୋଦୟ ବିଦ୍ୟାଳୟରେ ଆରଟିପିସିଆର ପରୀକ୍ଷା ଅନ୍ତର୍ଗତ ସ୍କୁଲ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ନମୁନା ସଂଗ୍ରହ କରାଯାଇଥିଲା।

ରିପୋର୍ଟରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ପ୍ରାୟ ୧୧ ଜଣ ପିଲା କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହା ପରେ ସ୍ବାସ୍ଥ୍ୟ ବିଭାଗର ଟିମ ପକ୍ଷରୁ ଏକ ସ୍ବତନ୍ତ୍ର ଶିବିର ଆୟୋଜନ କରି ୪୯୬ ପିଲାଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇଥିଲା। ଏହା ପରେ ଶନିବାର ଦିନ ମିଳିଥିବା ରିପୋର୍ଟରେ ବିଦ୍ୟାଳୟର ୮୫ ପିଲା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବିଦ୍ୟାଳୟକୁ ଏକ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

ସେହିପରି କରୋନା ସଂକ୍ରମଣ ଯୋଗୁ ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋ ଦେବୀ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି। ଏଠାରେ ୧୩ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପନିପରିବା-ଫଳ ବିକ୍ରେତାଙ୍କର ହେବ କରୋନା ଟେଷ୍ଟ

ଦୋଡା,୩୧।୫: କରୋନା ଭାଇରସ ସଂକ୍ରମଣ ଧିରେ ବୃଦ୍ଧି ପାଉ ଥିବାରୁ ଏବେ ଏହା ସରକାରଙ୍କ ସମେତ ସାଧାରଣ ଜନତାଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି। ଜମ୍ମୁ-କଶ୍ମୀରର...

ମୁଣ୍ଡକା ଅଗ୍ନିକାଣ୍ଡ: ଫ୍ୟାକ୍ଟ୍ରି ମାଲିକଙ୍କ ଦୁଇ ପୁଅ ଗିରଫ

ନୂଆଦିଲ୍ଲୀ,୧୪ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡରେ ଫ୍ୟାକ୍ଟ୍ରି ମାଲିକଙ୍କ ଦୁଇ ପୁଅ ବରୁଣ ଗୋୟଲ ଓ ହରିଶ ଗୋୟଲଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା...

ଏନ୍‌ଡିଏ ସରକାର ଗଢିପାରେ ହେଲେ ପ୍ରକୃତ ବିଜୟୀ ହେଉଛନ୍ତି ତେଜସ୍ୱୀ: ଶିବସେନା

ମୁମ୍ବାଇ,୧୨ ।୧୧: ବିହାର ବିଧାନସଭା ନିର୍ବାଚନରେ ଏକ ଷ୍ଟାଟିିସକାଲ ଗେମ୍‌ରେ ନ୍ୟାଶନାଲ ଡେମେକ୍ରାଟିକ ଆଲାଏନ୍ସ(ଏନ୍‌ଡିଏ) ବିଜୟ ଲାଭ କରିଛି ସତ । ହେଲେ ରାଷ୍ଟ୍ରୀୟ ଜନତା...

ଚାଇନାର ଆଇଫୋନ୍‌ ସିଟିରେ କରୋନା ବେକାବୁ, ଲକ୍‌ଡାଉନ ଯୋଗୁ ଘରେ ଭୋକ ଉପାସରେ ରହୁଛନ୍ତି ଲୋକେ…

ବେଜିଂ,୩୧।୧୦ : ଚାଇନାର ଝୋଙ୍ଗଝୋଉ ସହରରେ କରୋନା ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ପାଇଁ ଏଠାରେ ଚାଇନା ପ୍ରଶାସନ...

ଭାରତରେ ଗୁଗଲ-ଜି ମେଲ୍‌ ସର୍ଭର ଡାଉନ୍‌

ନୂଆଦିଲ୍ଲୀ, ୨୦।୮: ଭାରତରେ ଗୁରୁବାର ସକାଳଠାରୁ ଗୁଗଲ ଏବଂ ଜି-ମେଲ୍‌ ସର୍ଭର ଡାଉନ୍‌ ରହିଛି। ଫଳରେ ୟୁଜରଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଜି-ମେଲ୍‌ରେ ଆକ୍ଟିଭ୍‌...

୬ ମାସ ମାଗଣା ମିଳିବ ରାଶନ, କ୍ୟାବିନେଟ୍‌ ନିଷ୍ପତ୍ତି…

ନୂଆଦିଲ୍ଲୀ, ୨୬।୩ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମୟ ସୀମାକୁ ୬ ମାସ ବୃଦ୍ଧି କରାଯାଇଛି। ଏହା ମାର୍ଚ୍ଚ ୩୧ରେ ଶେଷ ହେଉଥିଲା।...

କୋଭିଶିଲ୍ଡ ପରେ କୋଭାକ୍ସିନ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ, ୩।୧: ଭାରତର ଔଷଧ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ବିଶେଷଜ୍ଞ କମିଟି ଶୁକ୍ରବାର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିଶିଲ୍ଡ ଟିକାକୁ ଅନୁମୋଦନ ଲାଗି ସୁପାରିସ କରିବା ପରେ...

ସେପ୍ଟେମ୍ବରରେ ବି ଖୋଲିବନି ସ୍କୁଲ: ୫୮ ପ୍ରତିଶତ ଅଭିଭାବକ ଅରାଜି !

ନୂଆଦିଲ୍ଲୀ, ୧୧।୮: କରୋନା ମହାମାରୀ ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଲକ୍‌ ଡାଉନ୍‌ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଅନ୍‌ଲକ୍‌ର ତୃତୀୟ...

Advertisement
Archives

Model This Week