ସାଢ଼େ ୮ ବର୍ଷରେ ୮୧୫ ଲୋକ, ୬୬୯ ହାତୀ ମୃତ

ଭଞ୍ଜନଗର,୧୦।୧୦(ଡି.ଏନ୍‌.ଏ.): ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ଯୋଗୁ ଜଙ୍ଗଲ ଉପରେ ଲୋକଙ୍କ ଆବଶ୍ୟକତା ବଢ଼ିଲା। ଏହାଦ୍ୱାରା ଜଙ୍ଗଲ କ୍ଷୟ ହେଲା। ଫଳରେ ହାତୀ ସମେତ ଅନ୍ୟାନ୍ୟ ବନ୍ୟପ୍ରାଣୀ ଗଁାମୁହଁା ହେଉଛନ୍ତି। ଯାହାଦ୍ୱାରା ହାତୀ ମଣିଷ ମଧ୍ୟରେ ଅଧିକାଂଶ ସମୟ ଲଢ଼େଇ ହେଉଛି। ଏହି କ୍ରମରେ ୨୦୧୪ ଏପ୍ରିଲ ପହିଲାରୁ ରବିବାର ସୁଦ୍ଧା ରାଜ୍ୟରେ ହାତୀ ମଣିଷ ଲଢ଼େଇ ହୋଇ ୮୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୪୯ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲାରେ ଏହି ସମୟ ମଧ୍ୟରେ ୧୫ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୫ ଆହତ ହୋଇଛନ୍ତି। ଏଥିସହ ୬୬୯ ହାତୀ ବିଭିନ୍ନ କାରଣରୁ ମୃତ୍ୟୁବରଣ କରିଛନ୍ତି। ୨୦୧୭ ହାତୀଗଣନା ଅନୁସାରେ ରାଜ୍ୟରେ ୧୯୭୬ ହାତୀ ଅଛି। ବିଗତ ୫ ବର୍ଷ ହେବ ରାଜ୍ୟରେ ହାତୀଗଣନା ହୋଇ ନ ଥିବା ବେଳେ ବର୍ତ୍ତମାନ ହାତୀ ଜନ୍ମ ଏବଂ ମୃତ୍ୟୁ ଯୋଗୁ ଏହି ସଂଖ୍ୟା ବଦଳିବ। ଏଭଳି ସ୍ଥିତିରେ ଶନିବାର ରାତିରେ ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ କ୍ଷେତମୁଣ୍ଡାଳିରେ ହାତୀପଲ ଆକ୍ରମଣରେ ଜଣେ ଭାଗଚାଷୀ ପବିତ୍ର ପାତ୍ର (୪୦)ଙ୍କ ମୃତ୍ୟୁ ଘଟିଛି। ବନ ବିଭାଗ କର୍ମଚାରୀ ପହଞ୍ଚତ୍ ପବିତ୍ରଙ୍କ ମୃତଦେହ ଜବତ କରିଥିଲେ। ଏଥିସହ ହାତୀପଲକୁ ଜଙ୍ଗଲକୁ ଘଉଡ଼ାଇଥିଲେ। ପ୍ରକାଶ ଯେ, ରାତିରେ ପବିତ୍ରଙ୍କ ସମେତ ଗ୍ରାମର ଦୂତିକୃଷ୍ଣ ପ୍ରଧାନ, ସଜ୍ଜିତ ପ୍ରଧାନ, କିଶୋର ଚନ୍ଦ୍ର ପ୍ରଧାନ, ଧୋବା ଆଳତିଆ, ରମେଶ ଆଳତିଆ ପ୍ରମୁଖ ୬ ଜଣ ମିଶି ଜମିରୁ ହାତୀ ଘଉଡ଼ାଇବାକୁ ଯାଇଥିଲେ। ରାତି ପ୍ରାୟ ୯ଟା ୪୦ରେ ୧୭ଟି ହାତୀ ବାରଦଣ୍ଡାରୁ କ୍ଷେତମୁଣ୍ଡାଳି ଅଭିମୁଖେ ଆସି ପବିତ୍ରଙ୍କ ସମେତ ଅନ୍ୟମାନଙ୍କ ଜମିରେ ଫସଲ ଖାଉଥିଲା। ତେଣୁ ସେମାନେ ହାତୀଙ୍କୁ ଘଉଡ଼ାଇଥିଲେ। ଏହି ସମୟରେ ହାତୀପଲ ସେମାନଙ୍କୁ ଓଲଟା ଗୋଡ଼ାଇଥିଲା। ଫଳରେ ସମସ୍ତେ ପ୍ରାଣବିକଳରେ ଦୌଡ଼ିଥିଲେ। କିନ୍ତୁ ପବିତ୍ର କିଛି ବାଟ ଦୌଡ଼ି ଯିବା ପରେ ତଳେ ପଡ଼ିଯାଇଥିଲେ। ଏହି ସମୟରେ ହାତୀପଲ ପବିତ୍ରଙ୍କୁ ଗୋଡ଼ରେ ଦଳିଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଅକ୍ଟୋବର ୨ରୁ ୮ ବନ୍ୟପ୍ରାଣୀ ସୁରକ୍ଷା ସଚେତନତା ସପ୍ତାହ ଚାଲିଥିବା ବେଳେ ଅନ୍ୟପଟେ ହାତୀ ଆକ୍ରମଣରେ ଜଣେ ଭାଗଚାଷୀଙ୍କ ମୃତ୍ୟୁ ଚିନ୍ତାଜନକ ହୋଇପଡ଼ିଛି। ଗଞ୍ଜାମ ଜିଲାରେ ହାତୀ ଆକ୍ରମଣରେ ଦିଗପହଣ୍ଡି ରେଞ୍ଜ୍‌ ସିଙ୍ଗିପୁରରେ ୧୫ ଜୁନ୍‌ ୨୦୨୧ରେ ୨ଜଣ ଏବଂ ଜଗନ୍ନାଥପ୍ରସାଦ ରେଞ୍ଜ୍‌ ଜିଲିବାରେ ୧୦ ଜୁନ୍‌ ୨୦୨୧ରେ ଜଣେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ଗାଲେରୀ ରେଞ୍ଜ୍‌ ନୂଅଁାପଲ୍ଲୀରେ ୨୭ ଡିସେମମ୍ବର ୨୦୨୦ରେ ୨ଜଣ ମୃତ୍ୟୁବରଣ କରିଛନ୍ତି। ଆସିକା ରେଞ୍ଜ୍‌ ଶୋଭଚନ୍ଦ୍ରପୁରରେ ୧୩ ଏପ୍ରିଲ ୨୦୧୯ରେ ଜଣେ, ଦିଗପହଣ୍ଡି ରେଞ୍ଜ୍‌ ସାନଦାଣ୍ଡସାହିରେ ୨୧ ଜାନୁୟାରୀ ୨୦୨୦ରେ ଜଣେ, ୨୨ ଡିସେମ୍ବର ୨୦୧୮ରେ ଏହି ରେଞ୍ଜ୍‌ର ଚୁଡ଼ଙ୍ଗପୁରରେ ଜଣେ, ତାରସିଂ ରେଞ୍ଜ୍‌ର ଶିଶୁଲୁଣ୍ଡାରେ ୩୦ ଏପ୍ରିଲ ୨୦୧୭ରେ ଜଣେ ମୃତ୍ୟୁବରଣ କରିଛନ୍ତି। ୨୦୧୬-୧୭ ଆର୍ଥତ୍କ ବର୍ଷରେ ଜଣେ ମଧ୍ୟ ମୃତ୍ୟୁବରଣ କରିନାହାନ୍ତି। ଖଲ୍ଲିକୋଟ ରେଞ୍ଜ ପାଳଧୁଆଳି ଗଁାରେ ୩ ଜୁନ୍‌ ୨୦୧୫ରେ ଜଣେ, ସୋରଡ଼ା ରେଞ୍ଜ ବଡ଼ଗୋଛାରେ ୮ ନଭେମ୍ବର ୨୦୧୫ରେ ଜଣେ, ଖଲ୍ଲିକୋଟ ରେଞ୍ଜ ଗୁରୁଣ୍ଠିରେ ୨୦ ଜାନୁୟାରୀ ୨୦୧୬ରେ ଜଣେ ମୃତ୍ୟୁବରଣ କରିଛନ୍ତି । ୪ ମାର୍ଚ୍ଚ ୨୦୧୫ରେ ଦିଗପହଣ୍ଡି ରେଞ୍ଜ ଧର୍ମପୁର ଗ୍ରାମରେ ଜଣେ, ସୋରଡ଼ା ରେଞ୍ଜ ଢେପାପଲ୍ଲୀ ଗଁାରେ ୧୯ ମାର୍ଚ୍ଚ ୨୦୧୫ରେ ଜଣେ ମୃତ୍ୟୁବରଣ କରିଛନ୍ତି। ରାଜ୍ୟର ଢେଙ୍କାନାଳ, ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲାରେ ହାତୀ ମଣିଷ ଲଢ଼େଇ ବଢୁଛି। ସେହି ଅନୁପାତରେ ଗଞ୍ଜାମ ଜିଲାରେ କମ୍‌ ଅଛି। କର୍ନାଟକ, ଆସାମ, କେରଳ, ତାମିଲନାଡ଼ୁ ରାଜ୍ୟରେ ଓଡ଼ିଶାଠାରୁ ଅଧିକ ହାତୀ ଥିଲେ ମଧ୍ୟ ଓଡ଼ିଶା ଅପେକ୍ଷା ସେଠାରେ ମୃତ୍ୟୁହାର କମ୍‌। ରାଜ୍ୟରେ ଲୋକେ ହାତୀ ଘଉଡ଼ାଇବାକୁ ଯିବା ସମୟରେ ସଚେତନତା ଅଭାବରୁ ବିପଦରେ ପଡୁଛନ୍ତି। ଏନେଇ ବରିଷ୍ଠ ପରିବେଶବିତ୍‌ ରଞ୍ଜିତ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ରାଜ୍ୟରେ ପାରମ୍ପରିକ ହାତୀ କରିଡର କ୍ଷତିଗ୍ରସ୍ତ ହେଉଥିବା ଯୋଗୁ ହାତୀମାନେ ସୁରକ୍ଷିତ ଭାବେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯାଇପାରୁନାହାନ୍ତି । ତେଣୁ ସେମାନେ ଗୋଟିଏ ଜଙ୍ଗଲରେ ଆବଦ୍ଧ ହୋଇ ଅଧିକାଂଶ ଦିନ ରହିବା ଯୋଗୁ ଖାଦ୍ୟ ଅନ୍ବେଷଣରେ ଗଁାମୁହଁା ହେଉଛନ୍ତି । ଏହି ସମୟରେ ମଣିଷ ଓ ହାତୀ ମଧ୍ୟରେ ଲଢ଼େଇ ହେଉଛି। ଏଥିଲାଗି କରିଡରଗୁଡ଼ିକର ପୁନରୁଦ୍ଧାର ହେବାର ଆବଶ୍ୟକତା ରହିଛି । ଏଥିସହ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିଲେ ହାତୀ ମଣିଷ ଲଢ଼େଇ କମିବ ବୋଲି ସେ କହିଛନ୍ତି।

ବାବୁଲା ପ୍ରଧାନ


Enter your email to get our daily news in your inbox.

All Right Reserved By Dharitri.Com

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?