ସାଢ଼େ ୮ ବର୍ଷରେ ୮୧୫ ଲୋକ, ୬୬୯ ହାତୀ ମୃତ

ଭଞ୍ଜନଗର,୧୦।୧୦(ଡି.ଏନ୍‌.ଏ.): ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ଯୋଗୁ ଜଙ୍ଗଲ ଉପରେ ଲୋକଙ୍କ ଆବଶ୍ୟକତା ବଢ଼ିଲା। ଏହାଦ୍ୱାରା ଜଙ୍ଗଲ କ୍ଷୟ ହେଲା। ଫଳରେ ହାତୀ ସମେତ ଅନ୍ୟାନ୍ୟ ବନ୍ୟପ୍ରାଣୀ ଗଁାମୁହଁା ହେଉଛନ୍ତି। ଯାହାଦ୍ୱାରା ହାତୀ ମଣିଷ ମଧ୍ୟରେ ଅଧିକାଂଶ ସମୟ ଲଢ଼େଇ ହେଉଛି। ଏହି କ୍ରମରେ ୨୦୧୪ ଏପ୍ରିଲ ପହିଲାରୁ ରବିବାର ସୁଦ୍ଧା ରାଜ୍ୟରେ ହାତୀ ମଣିଷ ଲଢ଼େଇ ହୋଇ ୮୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୪୯ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲାରେ ଏହି ସମୟ ମଧ୍ୟରେ ୧୫ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୫ ଆହତ ହୋଇଛନ୍ତି। ଏଥିସହ ୬୬୯ ହାତୀ ବିଭିନ୍ନ କାରଣରୁ ମୃତ୍ୟୁବରଣ କରିଛନ୍ତି। ୨୦୧୭ ହାତୀଗଣନା ଅନୁସାରେ ରାଜ୍ୟରେ ୧୯୭୬ ହାତୀ ଅଛି। ବିଗତ ୫ ବର୍ଷ ହେବ ରାଜ୍ୟରେ ହାତୀଗଣନା ହୋଇ ନ ଥିବା ବେଳେ ବର୍ତ୍ତମାନ ହାତୀ ଜନ୍ମ ଏବଂ ମୃତ୍ୟୁ ଯୋଗୁ ଏହି ସଂଖ୍ୟା ବଦଳିବ। ଏଭଳି ସ୍ଥିତିରେ ଶନିବାର ରାତିରେ ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ କ୍ଷେତମୁଣ୍ଡାଳିରେ ହାତୀପଲ ଆକ୍ରମଣରେ ଜଣେ ଭାଗଚାଷୀ ପବିତ୍ର ପାତ୍ର (୪୦)ଙ୍କ ମୃତ୍ୟୁ ଘଟିଛି। ବନ ବିଭାଗ କର୍ମଚାରୀ ପହଞ୍ଚତ୍ ପବିତ୍ରଙ୍କ ମୃତଦେହ ଜବତ କରିଥିଲେ। ଏଥିସହ ହାତୀପଲକୁ ଜଙ୍ଗଲକୁ ଘଉଡ଼ାଇଥିଲେ। ପ୍ରକାଶ ଯେ, ରାତିରେ ପବିତ୍ରଙ୍କ ସମେତ ଗ୍ରାମର ଦୂତିକୃଷ୍ଣ ପ୍ରଧାନ, ସଜ୍ଜିତ ପ୍ରଧାନ, କିଶୋର ଚନ୍ଦ୍ର ପ୍ରଧାନ, ଧୋବା ଆଳତିଆ, ରମେଶ ଆଳତିଆ ପ୍ରମୁଖ ୬ ଜଣ ମିଶି ଜମିରୁ ହାତୀ ଘଉଡ଼ାଇବାକୁ ଯାଇଥିଲେ। ରାତି ପ୍ରାୟ ୯ଟା ୪୦ରେ ୧୭ଟି ହାତୀ ବାରଦଣ୍ଡାରୁ କ୍ଷେତମୁଣ୍ଡାଳି ଅଭିମୁଖେ ଆସି ପବିତ୍ରଙ୍କ ସମେତ ଅନ୍ୟମାନଙ୍କ ଜମିରେ ଫସଲ ଖାଉଥିଲା। ତେଣୁ ସେମାନେ ହାତୀଙ୍କୁ ଘଉଡ଼ାଇଥିଲେ। ଏହି ସମୟରେ ହାତୀପଲ ସେମାନଙ୍କୁ ଓଲଟା ଗୋଡ଼ାଇଥିଲା। ଫଳରେ ସମସ୍ତେ ପ୍ରାଣବିକଳରେ ଦୌଡ଼ିଥିଲେ। କିନ୍ତୁ ପବିତ୍ର କିଛି ବାଟ ଦୌଡ଼ି ଯିବା ପରେ ତଳେ ପଡ଼ିଯାଇଥିଲେ। ଏହି ସମୟରେ ହାତୀପଲ ପବିତ୍ରଙ୍କୁ ଗୋଡ଼ରେ ଦଳିଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଅକ୍ଟୋବର ୨ରୁ ୮ ବନ୍ୟପ୍ରାଣୀ ସୁରକ୍ଷା ସଚେତନତା ସପ୍ତାହ ଚାଲିଥିବା ବେଳେ ଅନ୍ୟପଟେ ହାତୀ ଆକ୍ରମଣରେ ଜଣେ ଭାଗଚାଷୀଙ୍କ ମୃତ୍ୟୁ ଚିନ୍ତାଜନକ ହୋଇପଡ଼ିଛି। ଗଞ୍ଜାମ ଜିଲାରେ ହାତୀ ଆକ୍ରମଣରେ ଦିଗପହଣ୍ଡି ରେଞ୍ଜ୍‌ ସିଙ୍ଗିପୁରରେ ୧୫ ଜୁନ୍‌ ୨୦୨୧ରେ ୨ଜଣ ଏବଂ ଜଗନ୍ନାଥପ୍ରସାଦ ରେଞ୍ଜ୍‌ ଜିଲିବାରେ ୧୦ ଜୁନ୍‌ ୨୦୨୧ରେ ଜଣେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ଗାଲେରୀ ରେଞ୍ଜ୍‌ ନୂଅଁାପଲ୍ଲୀରେ ୨୭ ଡିସେମମ୍ବର ୨୦୨୦ରେ ୨ଜଣ ମୃତ୍ୟୁବରଣ କରିଛନ୍ତି। ଆସିକା ରେଞ୍ଜ୍‌ ଶୋଭଚନ୍ଦ୍ରପୁରରେ ୧୩ ଏପ୍ରିଲ ୨୦୧୯ରେ ଜଣେ, ଦିଗପହଣ୍ଡି ରେଞ୍ଜ୍‌ ସାନଦାଣ୍ଡସାହିରେ ୨୧ ଜାନୁୟାରୀ ୨୦୨୦ରେ ଜଣେ, ୨୨ ଡିସେମ୍ବର ୨୦୧୮ରେ ଏହି ରେଞ୍ଜ୍‌ର ଚୁଡ଼ଙ୍ଗପୁରରେ ଜଣେ, ତାରସିଂ ରେଞ୍ଜ୍‌ର ଶିଶୁଲୁଣ୍ଡାରେ ୩୦ ଏପ୍ରିଲ ୨୦୧୭ରେ ଜଣେ ମୃତ୍ୟୁବରଣ କରିଛନ୍ତି। ୨୦୧୬-୧୭ ଆର୍ଥତ୍କ ବର୍ଷରେ ଜଣେ ମଧ୍ୟ ମୃତ୍ୟୁବରଣ କରିନାହାନ୍ତି। ଖଲ୍ଲିକୋଟ ରେଞ୍ଜ ପାଳଧୁଆଳି ଗଁାରେ ୩ ଜୁନ୍‌ ୨୦୧୫ରେ ଜଣେ, ସୋରଡ଼ା ରେଞ୍ଜ ବଡ଼ଗୋଛାରେ ୮ ନଭେମ୍ବର ୨୦୧୫ରେ ଜଣେ, ଖଲ୍ଲିକୋଟ ରେଞ୍ଜ ଗୁରୁଣ୍ଠିରେ ୨୦ ଜାନୁୟାରୀ ୨୦୧୬ରେ ଜଣେ ମୃତ୍ୟୁବରଣ କରିଛନ୍ତି । ୪ ମାର୍ଚ୍ଚ ୨୦୧୫ରେ ଦିଗପହଣ୍ଡି ରେଞ୍ଜ ଧର୍ମପୁର ଗ୍ରାମରେ ଜଣେ, ସୋରଡ଼ା ରେଞ୍ଜ ଢେପାପଲ୍ଲୀ ଗଁାରେ ୧୯ ମାର୍ଚ୍ଚ ୨୦୧୫ରେ ଜଣେ ମୃତ୍ୟୁବରଣ କରିଛନ୍ତି। ରାଜ୍ୟର ଢେଙ୍କାନାଳ, ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲାରେ ହାତୀ ମଣିଷ ଲଢ଼େଇ ବଢୁଛି। ସେହି ଅନୁପାତରେ ଗଞ୍ଜାମ ଜିଲାରେ କମ୍‌ ଅଛି। କର୍ନାଟକ, ଆସାମ, କେରଳ, ତାମିଲନାଡ଼ୁ ରାଜ୍ୟରେ ଓଡ଼ିଶାଠାରୁ ଅଧିକ ହାତୀ ଥିଲେ ମଧ୍ୟ ଓଡ଼ିଶା ଅପେକ୍ଷା ସେଠାରେ ମୃତ୍ୟୁହାର କମ୍‌। ରାଜ୍ୟରେ ଲୋକେ ହାତୀ ଘଉଡ଼ାଇବାକୁ ଯିବା ସମୟରେ ସଚେତନତା ଅଭାବରୁ ବିପଦରେ ପଡୁଛନ୍ତି। ଏନେଇ ବରିଷ୍ଠ ପରିବେଶବିତ୍‌ ରଞ୍ଜିତ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ରାଜ୍ୟରେ ପାରମ୍ପରିକ ହାତୀ କରିଡର କ୍ଷତିଗ୍ରସ୍ତ ହେଉଥିବା ଯୋଗୁ ହାତୀମାନେ ସୁରକ୍ଷିତ ଭାବେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯାଇପାରୁନାହାନ୍ତି । ତେଣୁ ସେମାନେ ଗୋଟିଏ ଜଙ୍ଗଲରେ ଆବଦ୍ଧ ହୋଇ ଅଧିକାଂଶ ଦିନ ରହିବା ଯୋଗୁ ଖାଦ୍ୟ ଅନ୍ବେଷଣରେ ଗଁାମୁହଁା ହେଉଛନ୍ତି । ଏହି ସମୟରେ ମଣିଷ ଓ ହାତୀ ମଧ୍ୟରେ ଲଢ଼େଇ ହେଉଛି। ଏଥିଲାଗି କରିଡରଗୁଡ଼ିକର ପୁନରୁଦ୍ଧାର ହେବାର ଆବଶ୍ୟକତା ରହିଛି । ଏଥିସହ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିଲେ ହାତୀ ମଣିଷ ଲଢ଼େଇ କମିବ ବୋଲି ସେ କହିଛନ୍ତି।

ବାବୁଲା ପ୍ରଧାନ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri