ଆନ୍ଦୋଳନକୁ ଓହ୍ଲାଇଲେ ୮୧୦୨ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ୨୦୧୫ରେ ନିଯୁକ୍ତି ପାଇଥିବା ୮୧୦୨ଜଣ କନିଷ୍ଠ ଶିକ୍ଷକଙ୍କ ଚୁକ୍ତି ସମୟ ପୂରଣ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଚାକିରି ନିୟମିତ କରୁ ନ ଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଏହି ଶିକ୍ଷକମାନେ ରବିବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ୨୦୧୫ ବ୍ୟାଚ୍‌ ଓଡିଶା କନିଷ୍ଠ ଶିକ୍ଷକ ସଂଘ ଆହ୍ବାନକ୍ରମେ କନିଷ୍ଠ ଶିକ୍ଷକମାନେ ଭୁବନେଶ୍ୱରସ୍ଥିତ ଗାନ୍ଧୀମାର୍ଗରେ ଧାରଣା ଦେଇଛନ୍ତି। ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ଏହି ଶିକ୍ଷକମାନେ ୬ ବର୍ଷରେ ନିୟମିତ ହେବାର ସରକାରୀ ନିର୍ଦ୍ଦେଶନାମା ରହିଛି। ହେଲେ ଅବଧି ପୂରଣ ହୋଇ ୧୧ମାସ ଆତିକ୍ରାନ୍ତ ହୋଇଥିବା ଧାରଣାରତ ଶିକ୍ଷକମାନେ କ୍ଷୋଭର ସହ କହିଛନ୍ତି। ଏପରିକି ଶିକ୍ଷକଙ୍କୁ ତୁରନ୍ତ ନିୟମିତ କରିବା ପାଇଁ ଓଡିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ କୁହାଯାଇଥିଲେ ମଧ୍ୟ ସରକାର ଏହାକୁ ଆବମାନନା କରିଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି। ଯଦି ସରକାର ତତ୍କାଳ ନିୟମିତ ପ୍ରକ୍ରିୟାକୁ ମଞ୍ଜୁରୀ ନ ଦିଅନ୍ତି, ତେବେ ଶିକ୍ଷକମାନେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୫ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା: ନାମ ଯୋଡ଼ିବା, କାଟିବା, ସଂଶୋଧନ ପାଇଁ କରନ୍ତୁ ଏଭଳି

ଭୁବନେଶ୍ୱର,୪।୧୨(ବ୍ୟୁରୋ): ୨୦୨୧ ପାଇଁ ନୂଆ ଭୋଟର ତାଲିକା ଜାନୁଆରୀ ୧୫ରେ ପ୍ରକାଶ ପାଇବ। ଏନେଇ ଶୁକ୍ରବାର ଖବରଦାତା ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ...

ଚାକିରି ଚାଲିଯିବା ପରେ ଜୀବନ ହାରିଲେ ଯୁବକ

ଭୁବନେଶ୍ୱର,୧୩ା୭(ବ୍ୟୁରୋ): କରୋନା ଛଡ଼ାଇ ନେଲା ଜୀବିକା। ଚାକିରି ଚାଲିଯିବା ପରେ ଅସହ୍ୟ ହୋଇଗଲା ଆର୍ଥିକ ସମସ୍ୟା। ଶେଷରେ ଅର୍ଥ ଓ ପେଟ ଚିନ୍ତାରେ ଜୀବନ ହାରିଦେଲେ...

ଚାଷୀ ସମସ୍ୟା, ପକ୍କାଘର ବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ଦୀର୍ଘଦିନ ଧରି ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଉ ନ ଥିବା ଭାଜପା ନିଜର ରଣନୀତି ପରିବର୍ତ୍ତନ କରିଛି। ରାଜ୍ୟରେ ପଞ୍ଜୀକରଣ କରିଥିବା ସମସ୍ତ...

୨ଦିନ ଆହୁରି ବଢିବ ତାତି!

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ତାତିରେ କଲବଲ ହୋଉଛନ୍ତି ଲୋକେ। ତେବେ ୨ଦିନ ମଧ୍ୟରେ ତାତିରେ ବିଶେଷ ପରିବର୍ତ୍ତନ ହେବ ନାହିଁ...

ତାଗିଦ ସତ୍ତ୍ୱେ କରୁଥିଲେ କୋଭିଡ ନିୟମ ଉଲ୍ଲଂଘନ: ସିଲ୍‌ ହେଲା ମୋବାଇଲ୍‌ ଦୋକାନ

ଗଞ୍ଜାମ,୧୩।୮(ଡି.ଏନ୍‌.ଏ. ): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଅସମ୍ଭାଳ ହୋଇ ପଡିଥିବା ବେଳେ ଗଞ୍ଜାମ ସହରର କିଛି ବ୍ୟବସାୟୀ କୋଭିଡ ନିୟମ ମାନୁନାହାନ୍ତି । ଫଳରେ...

ଏମ୍‌ଏଲ୍‌ଓଏସ୍‌ରେ ପଞ୍ଜୀକୃତ ହେବେ ଡାକ୍ତର

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାଜ୍ୟରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କୁ ମେଡିକୋ ଲିଗାଲ ଓପିନିଅନ ସିଷ୍ଟମ୍‌ (ଏମ୍‌ଏଲ୍‌ଓଏସ୍‌)ରେ ପଞ୍ଜୀକୃତ କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ...

୪ବ୍ଲକରେ ୪ ଲକ୍ଷ ଜଳବନ୍ଦୀ

ଭୋଗରାଇ,୨୨ା୮(ଡିି. ଏନ.ଏ.): ସୁବର୍ଣ୍ଣରେଖା ଉପର ମୁଣ୍ଡରେ ଲଘୁଚାପ ଜନିତ ଭୀଷଣ ବର୍ଷା ହେବାରୁ ଚାନ୍ଦିଲି ଡ୍ୟାମ ସହିତ ବିଭିନ୍ନ ଜଳାଧାରରେ ବର୍ଷା ପାଣି ପରିପୂର୍ଣ ହୋଇଛି।...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୯,୧୭୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

Advertisement
Archives

Model This Week