Posted inଜାତୀୟ

ଉମର ଖଲିଦ୍‌ଙ୍କୁ ଚିଠି ଲେଖିଲେ NYC ମେୟରଙ୍କ ସମେତ ୮ ଆମେରିକୀୟ ସାଂସଦ, ଭାରତକୁ କଲେ ବଡ ଅପିଲ୍

ନୂଆଦିଲ୍ଲୀ,୨।୧: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଜେଲରେ ଥିବା ଉମର ଖାଲିଦ୍‌ଙ୍କୁ ଆମେରିକାରୁ ଆସିଛି ସମର୍ଥନର ଚିଠି। ୟୁଏପିଏ (UAPA) ଅଧିନରେ ତିହାର ଜେଲରେ ଥିବା ଖାଲିଦ୍‌ଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଓ ତ୍ୱରିତ ବିଚାର ପାଇଁ ୮ ଜଣ ଆମେରିକୀୟ ଡେମୋକ୍ରାଟିକ୍ ସାଂସଦ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖିଛନ୍ତି। ଏହା ସହିତ ନବନିର୍ବାଚିତ ନ୍ୟୁୟର୍କ ସିଟି ମେୟର ଜୋହ୍ରାନ୍ ମାମଦାନି ଖଲିଦଙ୍କ ପାଇଁ ଏକ ବ୍ୟକ୍ତିଗତ ଚିଠି ଲେଖିଥିବା ଜଣାପଡିଛି।

ଭାରତୀୟ ବଂଶୋଦ୍ଭବ ତଥା ନବନିର୍ବାଚିତ ମେୟର ଜୋହ୍ରାନ୍ ମାମଦାନିଙ୍କ ହସ୍ତଲିଖିତ ଚିଠିଟି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଚିଠିରେ ସେ ଖାଲିଦଙ୍କୁ ସମ୍ବୋଧିତ କରି ଲେଖିଛନ୍ତି, “ପ୍ରିୟ ଉମର, ମୁଁ ତୁମର ତିକ୍ତତା ବିଷୟରେ କହିଥିବା କଥାକୁ ବାରମ୍ବାର ଭାବେ, ଏବଂ ନିଜକୁ ତିକ୍ତତାରେ ଗ୍ରାସିତ ନକରିବାର ଗୁରୁତ୍ୱକୁ ମନେ ପକାଏ। ତୁମର ପିତାମାତାଙ୍କୁ ଭେଟି ମୁଁ ଖୁସି ହେଲି। ଆମେ ସମସ୍ତେ ତୁମ ବିଷୟରେ ଭାବୁଛୁ।” ଗତ ଡିସେମ୍ବର ୨୦୨୫ ରେ ଖାଲିଦଙ୍କ ପିତାମାତା ଆମେରିକା ଗସ୍ତରେ ଥିବା ବେଳେ ମାମଦାନି ସେମାନଙ୍କୁ ଭେଟିଥିଲେ।

ସେହିପରି ଆମେରିକାର ୮ ଜଣ ଡେମୋକ୍ରାଟିକ୍ ସାଂସଦ, ଯେଉଁମାନଙ୍କ ମଧ୍ୟରେ ଜିମ୍ ମ୍ୟାକଗଭର୍ନ ଏବଂ ଜେମି ରାସ୍କିନ୍ ଅଛନ୍ତି, ସେମାନେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ଖାଲିଦଙ୍କୁ ଜାମିନ ଦେବା ଏବଂ ବିଳମ୍ବ ନକରି ତାଙ୍କର ବିଚାର ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି। ସେମାନେ ଏତେ ଲମ୍ବା ସମୟ ଧରି ବିନା ବିଚାରରେ କାରାଗାରରେ ରହିବା ଆନ୍ତର୍ଜାତୀୟ ଆଇନଗତ ମାନଦଣ୍ଡ ସହିତ କିପରି ସାଲିସ୍ ହେଉଛି ବୋଲି ପ୍ରଶ୍ନ କରିଛନ୍ତି।

ଖଲିଦଙ୍କୁ ଡିସେମ୍ବର ୧୬ ରୁ ୨୯ ପର୍ଯ୍ୟନ୍ତ ତାଙ୍କ ଭଉଣୀଙ୍କ ବିବାହରେ ଯୋଗ ଦେବା ପାଇଁ ଦିଲ୍ଲୀ କୋର୍ଟ ପକ୍ଷରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri