Posted inଖେଳ

୮ରୁ ଅଲ୍‌ ଓଡ଼ିଶା ନାଲ୍‌କୋ ଟେନିସ୍‌

ଭୁବନେଶ୍ୱର,୪ା୧୨ (ସରୋଜ ଜେନା): ଭୁବନେଶ୍ୱର ଜିଲା ଟେନିସ ସଂଘ(ବିଡିଟିଏ) ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ୨୨ତମ ଅଲ୍‌ ଓଡ଼ିଶା ନାଲ୍‌କୋ ଟେନିସ୍‌ ଟୁର୍ନାମେଣ୍ଟ। ଡିସେମ୍ବର ୮-୧୦ ମଧ୍ୟରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ୯ ବର୍ଗରେ ୩୦୦ରୁ ଅଧିକ ଖେଳାଳି ଭାଗ ନେବାକୁ ଥିବାବେଳେ ମୋଟ ୪ ଲକ୍ଷ ୩୨ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ରବିବାର ଏ ସମ୍ପର୍କିତ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ ବିଡିଟିଏ ସମ୍ପାଦକ ଶାଶ୍ୱତ ମିଶ୍ର କହିଥିଲେ, କୋଭିଡ୍‌ କାରଣରୁ ୩ ବର୍ଷ ବନ୍ଦ ରହିବା ପରେ ଏହି ଟୁର୍ନାମେଣ୍ଟ ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ନାଲ୍‌କୋ ଏହାର ମୁଖ୍ୟ ପ୍ରାୟୋଜକ ରହିଥିବା ବେଳେ ଓଏମ୍‌ସି ଓ ଟାଟା ଷ୍ଟିଲ ସହ ପ୍ରାୟୋଜକ ରହିଛନ୍ତି। ତେଣୁ ଅଲ ଓଡ଼ିଶା ଟେନିସ ଟୁର୍ନାମେଣ୍ଟ ସହ ନାଲ୍‌କୋକୁ ଯୋଡା ଯାଇଛି। ବିଡିଟିଏ ସହ ନାଲ୍‌କୋ ୫ ବର୍ଷ ପାଇଁ ପ୍ରାୟୋଜକ ଚୁକ୍ତି ସ୍ବାକ୍ଷର କରିଛି। ୧୪ ବର୍ଷରୁ କମ୍‌ ବାଳକ-ବାଳିକା, ୧୮ ବର୍ଷରୁ କମ ବାଳକ, ମହିଳା ଓପନ, ପୁରୁଷ ଓପନ, ପୁରୁଷ ଡବଲ୍ସ, ପୁରୁଷ ଭେଟେରାନ(୪୦ ବର୍ଷରୁ ଊର୍ଦ୍ଧ୍ୱ) ଡବଲ୍ସ, ପୁରୁଷ ଭେଟେରାନ(୫୦ ବର୍ଷରୁ ଊର୍ଦ୍ଧ୍ୱ) ଏବଂ ପୁରୁଷ ଭେଟେରାନ (୬୦ ବର୍ଷରୁ ଊର୍ଦ୍ଧ୍ୱ) ଆଦି ୯ ବର୍ଗରେ ୩୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସିଙ୍ଗଲ୍ସ ବୟସ ବର୍ଗରେ ୨୦୦ ଟଙ୍କା, ପୁରୁଷ ଓ ମହିଳା ବର୍ଗର ଓପନ ନିମନ୍ତେ ୩୦୦ ଟଙ୍କା ଏବଂ ଭେଟେରାନ ଡବଲ୍ସ ନିମନ୍ତେ ୫୦୦ ଟଙ୍କା ପ୍ରବେଶିକା ଫି ପ୍ରତିଯୋଗୀଙ୍କ ନିମନ୍ତେ ଧାର୍ଯ୍ୟ କରାଯାଇଛି। ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରବିବାର କଳିଙ୍ଗ ଷ୍ଟାଡିୟମସ୍ଥିତ ଟେନିସ ସେଣ୍ଟରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଡିଟିଏ ସମ୍ପାଦକ ଶାଶ୍ୱତ ମିଶ୍ର, କୋଷାଧ୍ୟକ୍ଷ ଅଜୟ ସାହୁ, ଦେବୀ ବିଶ୍ୱାଳ ଏବଂ ସରୋଜ ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri