ବିଜେଡିର ୮ ନୂତନ ସହପର୍ଯ୍ୟବେକ୍ଷକ

ଭୁବନେଶ୍ୱର,୮।୨(ବ୍ୟୁରୋ): ବିଜେଡି ପକ୍ଷରୁ ରବିବାର ସୁନ୍ଦରଗଡ ଜିଲା ସହିତ ୭ଟି ନିର୍ବାଚନମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଏହି ୮ ନବନିଯୁକ୍ତ ସହପର୍ଯ୍ୟବେକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। ସୁନ୍ଦରଗଡ ଜିଲା ଲାଗି କୁନା ବିହାରୀ ଦାସଙ୍କୁ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡରେ ଏକ କାର୍ଯ୍ୟକ୍ରମ ଥିବାରୁ ଏଭଳି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ସେହିପରି ତଲସରା ନିର୍ବାଚନମଣ୍ଡଳୀରେ ଦେବୀ ପ୍ରସାଦ ତ୍ରିପାଠୀ, ସୁନ୍ଦରଗଡ ନିର୍ବାଚନମଣ୍ଡଳୀ ଲାଗି ଦେବାଶିଷ ମଲ୍ଲିକ, ବଣାଇରେ ରଞ୍ଜିତ ମହାପାତ୍ର, ବୀରମିତ୍ରପୁରରେ ସଂଗ୍ରାମ କେଶରୀ ପାଇକରାୟ, ରଘୁନାଥପାଲିରେ ଶିଶିର ପରିଜା, ରାଜଗାଙ୍ଗପୁରରେ ଆଶିଷ ଚକ୍ରବର୍ତ୍ତୀ ଏବଂ ରାଉରକେଲା ଲାଗି ଅସୀତ ପଟ୍ଟନାୟକଙ୍କୁ ସହପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇ-ବିଧାନସଭା କର୍ମଶାଳା ଉଦ୍‌ଘାଟିତ

ଭୁବନେଶ୍ୱର,୧୬।୨(ବ୍ୟୁରୋ):  ବିଧାନସଭାର ସମସ୍ତ ଗୃହକାର୍ଯ୍ୟ ଡିଜିଟାଲ ବ୍ୟବସ୍ଥାରେ ପରିଚାଳିତ ହେବା ନେଇ ୨ ଦିନିଆ ଜାତୀୟ ଇ-ବିଧାନ ପ୍ରୟୋଗ କର୍ମଶାଳା ଓଡିଶା ବିଧାନସଭା ନୂଆ ସମ୍ମିଳନୀ...

ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ମଦର୍ସ ଡେ’

ଭୁବନେଶ୍ୱର,୧୩।୫(ବ୍ୟୁରୋ)- ମଦର୍ସ ଡେ’ ତଥା ମାତୃ ଦିବସ ଉପଲକ୍ଷେ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲ୍‌ ଏବଂ ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ୍‌’ର ମିଳିତ ସହଯୋଗରେ ରବିବାର...

ନ୍ୟାୟ ନ ପାଇଲେ ଆତ୍ମାହୁତି

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଆମ ୫ବର୍ଷର ଝିଅକୁ ମାରିଦେଲେ। ତା’ ଆଖି, କିଡ୍‌ନୀ କାଢ଼ିନେଲେ। ଘଟଣାକୁ ୫ମାସ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ପୋଲିସ ଜାଣିଶୁଣି ଗିରଫ କରୁନାହିଁ। ଝିଅକୁ...

CORONAVIRUS UPDATE: ରାଜ୍ୟରେ ୨୧୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧,୨୬୪ ଚିହ୍ନଟ; ଜାଣନ୍ତୁ କେଉଁ ଜିଲାରେ କେତେ

ଭୁବନେଶ୍ୱର,୨୩ା୭(ବ୍ୟୁରୋ) : ଗୁରୁବାର ରାଜ୍ୟରୁ ପୁଣି ୧୨୬୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ୨୭ଟି ଜିଲାରୁ ଏହି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଲଗାତାର ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ନରେନ୍ଦ୍ର...

ମଣ୍ଟୁ ଘୋଷ ହତ୍ୟା ଘଟଣା: ପୋଲିସ ଏନକାଉଣ୍ଟରରେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଝାରସୁଗୁଡା ଅଫିସ/ଲଖନପୁର,୦୬।୧୧(ଡି.ଏନ.ଏ.):ଝାରସୁଗୁଡା ଜିଲା ବ୍ରଜରାଜନଗର ସହରରେ ଗତ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଗୁଳିମାଡ କରିଛନ୍ତି। ଏଥିରେ କୁଖ୍ୟାତ ଅପରାଧୀ ସୋନୁ ଘୋଷଙ୍କ ଭାଇ ମଣ୍ଟୁ ଘୋଷଙ୍କ...

ବାତ୍ୟା ଆଶଙ୍କା: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ରାଜନଗର,୬।୧୧(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’କୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ବୁଧବାର ସଚେତନ କରାଯାଇଛି। ଏ...

ସହରାଞ୍ଚଳ ପାନୀୟ ଜଳ ବିପଜ୍ଜନକ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ସହରାଞ୍ଚଳକୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ। ପାନୀୟ ଜଳ ଯୋଗାଇ ଦେବା ପୂର୍ବରୁ ସେଗୁଡିକର ମାନ ବିଆଇଏସ୍‌(ବ୍ୟୁରୋ ଅଫ ଇଣ୍ଡିଆନ...

Advertisement
Archives

Model This Week