Posted inଖେଳ

ଏକମାତ୍ର ଭାରତୀୟ ଭାବେ ଆଜାରୁଦ୍ଦିନଙ୍କ ନାଁରେ ରହିଛି ଏହି ନିଆରା ରେକର୍ଡ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ ୫୮ତମ ଜନ୍ମଦିବସ ପାଳନ କରୁଛନ୍ତି। ଭାରତ ପକ୍ଷରୁ ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ୱ ତୁଲାଇ ଥିବା ଆଜାରୁଦ୍ଦିନ ନିଜ କ୍ୟାରିୟର ଅନେକ ରେକର୍ଡ ହାସଲ କରିଛନ୍ତି। ୧୯୬୦, ଫେବୃୟାରୀ ୮ରେ ସେ ହାଇଦ୍ରାବଦରେ ଜନ୍ମହଣ କରିଥିଲେ। କ୍ରିକେଟ୍‌ କ୍ୟାରିୟର୍‌ ଉଚ୍ଚ ଶିଖରରେ ଥିବାବେଳେ ତାଙ୍କ ନାଁରେ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ଆସିଥିଲା। ଫଳରେ ତାଙ୍କ କ୍ୟାରିୟର୍‌ ପତ୍ତନ ଆଡକୁ ଗତି କରିଥିଲେ। ଏହାସତ୍ତ୍ୱେ ସେ କ୍ରିକେଟ୍‌ କ୍ୟାରିୟରରେ ଏମିତି କିଛି ରେକର୍ଡ ହାସଲ କରିଥିଲେ ଯାହା ଭାଙ୍ଗିବା କଷ୍ଟକର। ସେ ଡେବ୍ୟୁ ମ୍ୟାଚ୍‌ରେ ଶତକ ହାସଲ କରିଥିବାବେଳେ ଜୀବନର ଶେଷ ମ୍ୟାଚ୍‌ରେ ମଧ୍ୟ ଶତକ ଅର୍ଜନ କରିଥିଲେ। ଏମିତି ନିଆରା ରେକର୍ଡ ହାସଲ କରିବାରେ ସେ ପ୍ରଥମ ଭାରତୀୟ କ୍ରିକେଟର୍‌ ହୋଇଥିଲେ। କ୍ୟାରିୟରର ପ୍ରଥମ ଟେଷ୍ଟରେ ୧୯୮୪-୮୫ରେ ଇଂଲଣ୍ଡ ବିପକ୍ଷରେ ୧୧ର ରନର ପାଳି ଖେଲିଥିଲେ। ସେହିପରି ଶେଷ ଟେଷ୍ଟ ୨୦୦୦ରେ ଦକ୍ଷିଣ ଆଫ୍ରିକାରେ ୧୦୨ ରନ୍‌ କରିଥିଲେ। ଆଜାରୁଦ୍ଦିନ ଭାରତ ପକ୍ଷରୁ ୯୯ ଟେଷ୍ଟ ଖେଳି ୬୨୧୫ ରନ୍‌ କରିଥିଲେ ସେଥିରେ ୨୨ଟି ଶତକ ହାସଲ କରିଥିଲେ। ସେହିପରି ୩୩୪ଟି ଏକଦିବସୀୟ ମ୍ୟାଚ୍‌ ୯୩୭୮ ରନ୍‌ କରିଛନ୍ତି। ସେଥିରେ ୭ଟି ଶତକ ଏବଂ ୫୮ଟି ଅର୍ଦ୍ଧଶତକ ସାମିଲ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୨ ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ: କଳିଙ୍ଗରେ ଭାରତ-କାତାର ମ୍ୟାଚ ସମ୍ଭାବନା

ଭୁବନେଶ୍ୱର, ୧୧।୯(କ୍ରୀଡ଼ା ପ୍ରତିନିଧି): ଭାରତର ଅଘୋଷିତ କ୍ରୀଡ଼ା ରାଜଧାନୀଭାବେ ବିବେଚିତ ହେଉଥିବା ଭୁବନେଶ୍ୱରକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ବଡ଼ ମ୍ୟାଚ। ବିଶ୍ୱସ୍ତରୀୟ କ୍ରୀଡ଼ା...

ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଶ୍ରୀଲଙ୍କା

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୨ା୭ (ପି.ଟି.)-ନିକୋଲାସ ପୁରନଙ୍କ ଲଢୁଆ ଶତକ ସତ୍ତ୍ୱେ ଚଳିତ ଆଇସିସି ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ୨୩ରନରେ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଛି। ୩୩୯...

ରିକି ପଣ୍ଟିଂଙ୍କୁ ‘ପଣ୍ଟର’ ଆଖ୍ୟା ଦେଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର

କିଛି ଖେଳାଳିଙ୍କ ପ୍ରକୃତ ନାଁ ଅପେକ୍ଷା ଡାକ ନାମରେ ଅଧିକ ପରିଚିତ ହାସଲ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଅନ୍ୟତମ।...

ଆଶେସ ଟୁର୍‌ ଉପରେ ଆଣ୍ଡରସନଙ୍କ ନଜର

ସାଉଥାମ୍ପଟନ,୨୮।୯(ପି.ଟି.): ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ଟେଷ୍ଟରେ ୬୦୦ ଉଇକେଟ ଅକ୍ତିଆର କରିଥିବା ଇଂଲଣ୍ଡର ଜେମ୍ସ ଆଣ୍ଡରସନ ଏବେ ଏକ ନୂଆ ଲକ୍ଷ୍ୟ ଧାର୍ଯ୍ୟ...

‘ଭୟଭୀତ ହେବାର ଆବଶ୍ୟକତା ନାହିଁ’

ଲଣ୍ଡନ,୨୬।୫- ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ୍‌ ଭାରତକୁ ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୬ ଉଇକେଟରେ ପରାସ୍ତ କରିଛି। ଟ୍ରେଣ୍ଟ ବୋଲ୍ଟ ଓ କଲିନ ଡେ ଗ୍ରାଣ୍ଡହୋମଙ୍କ...

‘ଅଫ୍‌ ସ୍ପିନ ଖେଳିବାରେ ଦୁର୍ବଳ ଥିଲେ ଏହି ମହାନ ବ୍ୟାଟ୍ସମ୍ୟାନ ’

ନୂଆଦିଲ୍ଲୀ,୨୦।୮ : ଅନ୍ତର୍ଜାତୀୟ କ୍ରିକେଟର ଦିନିକିଆ ଓ ଟେଷ୍ଟ ଫର୍ମାଟରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଅଫ୍‌ ସ୍ପିନ ଖେଳିବାରେ...

ଭାରତୀୟ ଯୁବ ଦଳ ଜିତିଲା ତ୍ରି-ରାଷ୍ଟ୍ରୀୟ ସିରିଜ

ଲଣ୍ଡନ, ୧୨।୮- ଭାରତୀୟ ଯୁବ କ୍ରିକେଟ୍‌ ଦଳ ୧୯ ବର୍ଷରୁ କମ୍‌ ତ୍ରି-ରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛି। ହୋଭ୍‌ସ୍ଥିତ କାଉଣ୍ଟି ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲ...

ବୋଟାସ ଜିତିଲେ ଆଜରବୈଜାନ ଗ୍ରାଁ ପ୍ରି

ବାକୁ, ୨୯ା୪ (ଏଏଫ୍‌ପି)-ମର୍ସିଡିଜ୍‌ ଟିମ୍‌ମେଟ୍‌ ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ଭାଲଟେରି ବୋଟାସ ଆଜରବୈଜାନ ଫର୍ମୁଲାଓ୍ବାନ ଗ୍ରାଁ ପ୍ରି ରେସ୍‌ ଜିତିଛନ୍ତି। ଏଥିସହିତ ସେ ୨୦୧୯...

Advertisement
Archives

Model This Week