୧୦୦୦ ତଳକୁ ଖସିଲା ପେଟିଏମ୍‌ ଶେୟାର

ମୁମ୍ବାଇ,୨୦।୧: ଦେଶର ଅଗ୍ରଣୀ ଡିଜିଟାଲ ପେମେଣ୍ଟ ସେବା ପ୍ରଦାନକାରୀ ସଂସ୍ଥା ପେଟିଏମ୍‌ ନିବେଶକଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ବୁଧବାର ଏହାର ଶେୟାର ୫% ଖସି ଥିବାବେଳେ ଗତ ୩ ସପ୍ତାହରେ ୨୬% ଶେୟାର ହ୍ରାସ ପାଇଛି। ଏପରିକି ପ୍ରଥମ ଥର ପାଇଁ ପେଟିଏମ୍‌ର ଶେୟାର ମୂଲ୍ୟ ୧୦୦୦ ଟଙ୍କାରୁ ତଳକୁ ରହିଛି। ମାର୍କେଟ କ୍ୟାପିଟାଲ ୬୪,୬୬୫ କୋଟି ଟଙ୍କାକୁ ହ୍ରାସ ହୋଇଛି। ଏହାର କାରବାର ସମୟରେ ପେଟିଏମ୍‌ ଶେୟାର ଏହାର ନୂ୍ୟନତମ ମୂଲ୍ୟ ୯୯୦ ଟଙ୍କାରେ ରହିଛି। ତେବେ କାରବାର ସମାପ୍ତ ହେବା ବେଳକୁ ପେଟିଏମ୍‌ର ଶେୟାର ମୂଲ୍ୟ ୯୯୭ ଟଙ୍କାରେ ବନ୍ଦ ହୋଇଛି। ଗତ ୩ ସପ୍ତାହ ମଧ୍ୟରେ ପେଟିଏମ୍‌ର ଷ୍ଟକ୍‌ ମୂଲ୍ୟ ୨୬% ହ୍ରାସ ପାଇଥିବାବେଳେ ୨,୧୫୦ ଟଙ୍କା ମୂଲ୍ୟରେ ଏହାର ଶେୟାର ୫୪% ହ୍ରାସ ପାଇଛି। ୨୦୨୧ ନଭେମ୍ବର ୧୮ରେ କମ୍ପାନୀ ଶେୟାର ବଜାରରେ ପ୍ରବେଶ କରିଥିଲା। ବୁଧବାର ବିଏସ୍‌ଇ ସେନ୍‌ସେକ୍ସରେ ୧.୨% ହ୍ରାସ ତୁଳନାରେ ପେଟିଏମ୍‌ ୯୯୭ ଟଙ୍କା ମୂଲ୍ୟରେ ୪.୪% ହ୍ରାସ ପାଇଛି। ଏହା ମିଳିତ ୫.୨ ନିୟୁତ ଇକ୍ୱିଟି ଶେୟାର ଏନ୍‌ଏସ୍‌ଇ ଏବଂ ବିଏସ୍‌ଇ କାଉଣ୍ଟରରେ ପରିବର୍ତ୍ତନ କରିଥିଲା। ଏହି ତାଲିକାରେ ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ୧୦.୩୭% ଅଂଶଧନ ଧାରଣ କରିଥିବାବେଳେ ବ୍ୟକ୍ତିଗତ ଅଂଶୀଦାରମାନେ ପେଟିଏମ୍‌ରେ ୧୨.୦୫% ହୋଲ୍ଡ କରିଛି। କମ୍ପାନୀର ଏହି ମୂଲ୍ୟ ହ୍ରାସ ଯୋଗୁ ବୁଧବାର ନିବେଶକମାନେ ପେଟିଏମ୍‌ର ଶେୟାର ବିକିବା ଆରମ୍ଭ କରିଦେଇଛନ୍ତି। ମଙ୍ଗଳବାର କ୍ଲୋଜିଂ ବେଳକୁ ଶେୟାର ମୂଲ୍ୟ ୧୦୪୧ ଟଙ୍କାରେ ବନ୍ଦ ହୋଇଥିଲା। ହେଲେ କାରବାର ସେସନରେ ଅଚାନକ ମୂଲ୍ୟ ହ୍ରାସ ନିବେଶକଙ୍କୁ ନିରାଶ କରିଥିଲା। ଯେବେଠୁ ପେଟିଏମ୍‌ ବଜାରରେ ଲିଷ୍ଟିଂ ହେଲାଣି ସେବେଠୁ ଏହାର ମୋଟ ମୂଲ୍ୟାୟନରେ ୫୦% ପର୍ଯ୍ୟନ୍ତ ହ୍ରାସ ଦେଖାଗଲାଣି। ବ୍ରୋକ୍‌ରେଜ ହାଉସ୍‌ ଦ୍ୱାରା ଡାଉନଗ୍ରେଡ୍‌ ହେବା ପରେ ପେଟିଏମ୍‌ର ମାର୍କେଟ କ୍ୟାପିଟାଲାଇଜେଶନରେ ୭୫ ହଜାର କୋଟି ଟଙ୍କାରୁ ଅଧିକ ହ୍ରାସ ହେଲାଣି। ପେଟିଏମ୍‌ର ଆଇପିଓ ପ୍ରାଇସ ହିସାବରେ ମାର୍କେଟ ଭାଲ୍ୟୁ ୧.୩୯ ଲକ୍ଷ କୋଟି ଟଙ୍କାରେ ଲିଷ୍ଟିଂ ହୋଇଥିଲା। ବୁଧବାର ଏହା ୬୪,୬୬୫ କୋଟି ଟଙ୍କାକୁ ପହଞ୍ଚିଯାଇଛି। ପେଟିଏମ୍‌ ବହୁ ଆଶା ନେଇ ଦେଶରେ ଆଇପିଓ ଆଣିଥିଲେ। ଶେୟାର ପିଛା ମୂଲ୍ୟ ୨୧୫୦ ଟଙ୍କାରେ କମ୍ପାନୀ ୧୮, ୮୦୦ କୋଟି ଟଙ୍କାର ଆଇପିଓ ଆଣିଥିଲା। ତେବେ ଲିଷ୍ଟିଂ ପରଠାରୁ ଶେୟାର ଦର ଲଗାତର ହ୍ରାସ ପାଇଚାଲିଛି। ଏଭଳିି ପରିସ୍ଥିତି ଲାଗି କମ୍ପାନୀର ସଂସ୍ଥାପକ ବିଜୟ ଶେଖର ଶର୍ମା ଆଇପିଓ ଆଣିବାର ସମୟ ଭୁଲ୍‌ ଥିଲା ବୋଲି କହିଛନ୍ତି। ଏବେ ଶେୟାର ମୂଲ୍ୟ ଇସ୍ୟୁ ପ୍ରାଇସ ୫୮% କୁ ହ୍ରାସ ହୋଇଛି। ଏହା ପୂର୍ବରୁ ପେଟିଏମ୍‌ର ଟାର୍ଗେଟକୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା। ଏହା ସତ୍ତ୍ୱେ ପରିସ୍ଥିତି ସୁଧୁରିବା ବଦଳରେ ଉତ୍କଟ ହେବାରେ ଲାଗିଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଡିଜିଟାଲ ପେମେଣ୍ଟ ନିୟମାବଳୀ ୱାଲେଟ୍‌ ଚାର୍ଜକୁ କ୍ୟାପ୍‌ କରିପାରେ। ପେମେଣ୍ଟ ବ୍ୟବସାୟ ପାଇଁ ପେଟିଏମ୍‌ ଲାଗି ମୋଟ ଆୟର ୭୦% ପେମେଣ୍ଟ ବ୍ୟବସାୟ ଗଠନ କରିଥାଏ। ଏହି ଚାର୍ଜକୁ କ୍ୟାପିଂ କରୁଥିବା ଯେକୌଣସି ନିୟମାବଳୀ ରାଜସ୍ବକୁ ଯଥେଷ୍ଟ ପ୍ରଭାବିତ କରିପାରେ। ବୀମା ରେଗୁଲେଟୋରି ଏବଂ ଡେଭଲପମେଣ୍ଟ ଅଥରିଟି ଦ୍ୱାରା ବୀମାକୁ ପେଟିଏମ୍‌ର ସମ୍ପ୍ରତି ପ୍ରତ୍ୟାଖ୍ୟାନ ଯୋଗୁ ଏଭଳି ହୋଇଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା...

ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...

ଆଜିଠୁୁ ଜିଓର ଫ୍ରିଡମ ଅଫର: ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ‘ଜିଓ’ର ବହୁ ପ୍ରତୀକ୍ଷିତ ସ୍କିମ୍‌ ‘ ଫ୍ରିଡମ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୨୫।୭: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪...

ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ

ଭୁବନେଶ୍ୱର, ୨୫।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)  ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କର ସ୍ନାତକୋତ୍ତର ଦିବସ ନିକଟରେ ପାଳିତ...

ସୀମା ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ଲାଲ୍‌ଚାନ୍ଦ୍‌ର ପ୍ରଶଂସା

ଭୁବନେଶ୍ୱର, ୨୫।୭: ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଶୁକ୍ଳ ହ୍ରାସ କରିଛନ୍ତି। ଏପରିକି ସୀମା ଶୁଳ୍କ ୧୫% ରୁ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪

ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍‌ ତଥା ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ...

ଜିଏସ୍‌ଟି ସ୍ଲାବ୍‌ର ହୋଇପାରେ ସରଳୀକରଣ

ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ(ଜିଏସ୍‌ଟି) ସ୍ଲାବ୍‌ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ଟ୍ୟାକ୍ସ ସ୍ଲାବ୍‌...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri