୧୦୦୦ ତଳକୁ ଖସିଲା ପେଟିଏମ୍‌ ଶେୟାର

ମୁମ୍ବାଇ,୨୦।୧: ଦେଶର ଅଗ୍ରଣୀ ଡିଜିଟାଲ ପେମେଣ୍ଟ ସେବା ପ୍ରଦାନକାରୀ ସଂସ୍ଥା ପେଟିଏମ୍‌ ନିବେଶକଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ବୁଧବାର ଏହାର ଶେୟାର ୫% ଖସି ଥିବାବେଳେ ଗତ ୩ ସପ୍ତାହରେ ୨୬% ଶେୟାର ହ୍ରାସ ପାଇଛି। ଏପରିକି ପ୍ରଥମ ଥର ପାଇଁ ପେଟିଏମ୍‌ର ଶେୟାର ମୂଲ୍ୟ ୧୦୦୦ ଟଙ୍କାରୁ ତଳକୁ ରହିଛି। ମାର୍କେଟ କ୍ୟାପିଟାଲ ୬୪,୬୬୫ କୋଟି ଟଙ୍କାକୁ ହ୍ରାସ ହୋଇଛି। ଏହାର କାରବାର ସମୟରେ ପେଟିଏମ୍‌ ଶେୟାର ଏହାର ନୂ୍ୟନତମ ମୂଲ୍ୟ ୯୯୦ ଟଙ୍କାରେ ରହିଛି। ତେବେ କାରବାର ସମାପ୍ତ ହେବା ବେଳକୁ ପେଟିଏମ୍‌ର ଶେୟାର ମୂଲ୍ୟ ୯୯୭ ଟଙ୍କାରେ ବନ୍ଦ ହୋଇଛି। ଗତ ୩ ସପ୍ତାହ ମଧ୍ୟରେ ପେଟିଏମ୍‌ର ଷ୍ଟକ୍‌ ମୂଲ୍ୟ ୨୬% ହ୍ରାସ ପାଇଥିବାବେଳେ ୨,୧୫୦ ଟଙ୍କା ମୂଲ୍ୟରେ ଏହାର ଶେୟାର ୫୪% ହ୍ରାସ ପାଇଛି। ୨୦୨୧ ନଭେମ୍ବର ୧୮ରେ କମ୍ପାନୀ ଶେୟାର ବଜାରରେ ପ୍ରବେଶ କରିଥିଲା। ବୁଧବାର ବିଏସ୍‌ଇ ସେନ୍‌ସେକ୍ସରେ ୧.୨% ହ୍ରାସ ତୁଳନାରେ ପେଟିଏମ୍‌ ୯୯୭ ଟଙ୍କା ମୂଲ୍ୟରେ ୪.୪% ହ୍ରାସ ପାଇଛି। ଏହା ମିଳିତ ୫.୨ ନିୟୁତ ଇକ୍ୱିଟି ଶେୟାର ଏନ୍‌ଏସ୍‌ଇ ଏବଂ ବିଏସ୍‌ଇ କାଉଣ୍ଟରରେ ପରିବର୍ତ୍ତନ କରିଥିଲା। ଏହି ତାଲିକାରେ ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ୧୦.୩୭% ଅଂଶଧନ ଧାରଣ କରିଥିବାବେଳେ ବ୍ୟକ୍ତିଗତ ଅଂଶୀଦାରମାନେ ପେଟିଏମ୍‌ରେ ୧୨.୦୫% ହୋଲ୍ଡ କରିଛି। କମ୍ପାନୀର ଏହି ମୂଲ୍ୟ ହ୍ରାସ ଯୋଗୁ ବୁଧବାର ନିବେଶକମାନେ ପେଟିଏମ୍‌ର ଶେୟାର ବିକିବା ଆରମ୍ଭ କରିଦେଇଛନ୍ତି। ମଙ୍ଗଳବାର କ୍ଲୋଜିଂ ବେଳକୁ ଶେୟାର ମୂଲ୍ୟ ୧୦୪୧ ଟଙ୍କାରେ ବନ୍ଦ ହୋଇଥିଲା। ହେଲେ କାରବାର ସେସନରେ ଅଚାନକ ମୂଲ୍ୟ ହ୍ରାସ ନିବେଶକଙ୍କୁ ନିରାଶ କରିଥିଲା। ଯେବେଠୁ ପେଟିଏମ୍‌ ବଜାରରେ ଲିଷ୍ଟିଂ ହେଲାଣି ସେବେଠୁ ଏହାର ମୋଟ ମୂଲ୍ୟାୟନରେ ୫୦% ପର୍ଯ୍ୟନ୍ତ ହ୍ରାସ ଦେଖାଗଲାଣି। ବ୍ରୋକ୍‌ରେଜ ହାଉସ୍‌ ଦ୍ୱାରା ଡାଉନଗ୍ରେଡ୍‌ ହେବା ପରେ ପେଟିଏମ୍‌ର ମାର୍କେଟ କ୍ୟାପିଟାଲାଇଜେଶନରେ ୭୫ ହଜାର କୋଟି ଟଙ୍କାରୁ ଅଧିକ ହ୍ରାସ ହେଲାଣି। ପେଟିଏମ୍‌ର ଆଇପିଓ ପ୍ରାଇସ ହିସାବରେ ମାର୍କେଟ ଭାଲ୍ୟୁ ୧.୩୯ ଲକ୍ଷ କୋଟି ଟଙ୍କାରେ ଲିଷ୍ଟିଂ ହୋଇଥିଲା। ବୁଧବାର ଏହା ୬୪,୬୬୫ କୋଟି ଟଙ୍କାକୁ ପହଞ୍ଚିଯାଇଛି। ପେଟିଏମ୍‌ ବହୁ ଆଶା ନେଇ ଦେଶରେ ଆଇପିଓ ଆଣିଥିଲେ। ଶେୟାର ପିଛା ମୂଲ୍ୟ ୨୧୫୦ ଟଙ୍କାରେ କମ୍ପାନୀ ୧୮, ୮୦୦ କୋଟି ଟଙ୍କାର ଆଇପିଓ ଆଣିଥିଲା। ତେବେ ଲିଷ୍ଟିଂ ପରଠାରୁ ଶେୟାର ଦର ଲଗାତର ହ୍ରାସ ପାଇଚାଲିଛି। ଏଭଳିି ପରିସ୍ଥିତି ଲାଗି କମ୍ପାନୀର ସଂସ୍ଥାପକ ବିଜୟ ଶେଖର ଶର୍ମା ଆଇପିଓ ଆଣିବାର ସମୟ ଭୁଲ୍‌ ଥିଲା ବୋଲି କହିଛନ୍ତି। ଏବେ ଶେୟାର ମୂଲ୍ୟ ଇସ୍ୟୁ ପ୍ରାଇସ ୫୮% କୁ ହ୍ରାସ ହୋଇଛି। ଏହା ପୂର୍ବରୁ ପେଟିଏମ୍‌ର ଟାର୍ଗେଟକୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା। ଏହା ସତ୍ତ୍ୱେ ପରିସ୍ଥିତି ସୁଧୁରିବା ବଦଳରେ ଉତ୍କଟ ହେବାରେ ଲାଗିଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଡିଜିଟାଲ ପେମେଣ୍ଟ ନିୟମାବଳୀ ୱାଲେଟ୍‌ ଚାର୍ଜକୁ କ୍ୟାପ୍‌ କରିପାରେ। ପେମେଣ୍ଟ ବ୍ୟବସାୟ ପାଇଁ ପେଟିଏମ୍‌ ଲାଗି ମୋଟ ଆୟର ୭୦% ପେମେଣ୍ଟ ବ୍ୟବସାୟ ଗଠନ କରିଥାଏ। ଏହି ଚାର୍ଜକୁ କ୍ୟାପିଂ କରୁଥିବା ଯେକୌଣସି ନିୟମାବଳୀ ରାଜସ୍ବକୁ ଯଥେଷ୍ଟ ପ୍ରଭାବିତ କରିପାରେ। ବୀମା ରେଗୁଲେଟୋରି ଏବଂ ଡେଭଲପମେଣ୍ଟ ଅଥରିଟି ଦ୍ୱାରା ବୀମାକୁ ପେଟିଏମ୍‌ର ସମ୍ପ୍ରତି ପ୍ରତ୍ୟାଖ୍ୟାନ ଯୋଗୁ ଏଭଳି ହୋଇଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri