ମ୍ୟାଚ୍‌ ବେଳେ ଷ୍ଟାଡିୟମରେ ଅଘଟଣ, ଚାଲିଗଲା ୮ ଜୀବନ

ୟାଓଣ୍ଡେ,୨୫।୧: କାମେରୁନିଆନ ଫୁଟ୍‌ବଲ ଷ୍ଟାଡିୟମରେ ସୋମବାର ଆୟୋଜିତ ଆଫ୍ରିକା କପ୍‌ ଅଫ୍‌ ନେଶନ୍ସ ମ୍ୟାଚ୍‌ ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି।

ଓଲେମ୍‌ବେ ଷ୍ଟାଡିୟମରେ ଏକାଥରକେ ୬୦ ହଜାର ଦର୍ଶକ ବସି ପାରିବେ। ମାତ୍ର କୋଭିଡ୍‌-୧୯ କାରଣରୁ ଦର୍ଶକଙ୍କ କ୍ଷମତାକୁ ୬୦ ପ୍ରତିଶତ ହ୍ରାସ କରି ଦିଆଯାଇଥିଲା। କିନ୍ତୁ କାମେରୁନର ଇଣ୍ଡୋମିଟେବଲ ଲାୟନ୍ସ ଦଳର ମ୍ୟାଚ୍‌ ପାଇଁ ଦର୍ଶକଙ୍କ ସଂଖ୍ୟାକୁ ୮୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା।

ଷ୍ଟାଡିୟମରେ ଓ ବାହାରେ ଦର୍ଶକଙ୍କ ପ୍ରବଳ ଭିଡ଼ ଲାଗିଥିଲା। ଦଳାଚକଟା ଯୋଗୁ ୨ ମହିଳା ଓ ଜଣେ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ପୀଡ଼ିତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଜରିଆରେ ନିଆଯାଇଥିଲା। କିନ୍ତୁ ଅତ୍ୟଧିକ ଟ୍ରାଫିକ ଯୋଗୁ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା। ପ୍ରାୟ ୫୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇ ଜଣ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ହଜାରେ ଟ୍ରଫି: ସଞ୍ଜୁ ସାମସନଙ୍କ ଦ୍ୱିଶତକ

ଅଲୁର,୧୩।୧୦- ଏଠାରେ ଚାଲିଥିବା ବିଜୟ ହଜାରେ ଟ୍ରଫିର ଦିନିକିଆ ଟୁର୍ନାମେଣ୍ଟରେ ଗୋଆ ବିପକ୍ଷ ମ୍ୟାଚ୍‌ରେ କେରଳର ସଞ୍ଜୁ ସାମସନ ଦ୍ୱିଶତକ ହାସଲ କରିଛନ୍ତି। ସେ ୧୨୯...

ସୌଦି ଆରବ ଭାରତ ସମେତ ୬ ଦେଶର ଯାତ୍ରୀଙ୍କୁ ସିଧାସଳଖ ପ୍ରବେଶ ପାଇଁ ଦେଲା ଅନୁମତି

ରିୟାଦ,୨୬ ।୧୧: ସୌଦି ଆରବ ଡିସେମ୍ବର ୧ରୁ ଭାରତ ସମେତ ୬ ଦେଶର ଯାତ୍ରୀଙ୍କୁ ଦେଶରେ ସିଧାସଳଖ ପ୍ରବେଶ ଅନୁମତି ପ୍ରଦାନ କରିଛି । ପୂର୍ବରୁ...

ବିଆର୍‌ଆଇ ଫୋରମ୍‌ରେ ଯୋଗଦେଲାନି ଭାରତ

ବେଜିଂ,୨୭ା୪(ଆଇଏଏନ୍‌ଏସ୍‌): ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)କୁ ବିରୋଧ କରି ଭାରତ ଦ୍ୱିତୀୟ ଥର ଲାଗି ବେଜିଂର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ଫୋରମ୍‌ରୁ ନିଜକୁ...

କୋନର ଜିତିଲେ ୯ମ ଷ୍ଟେଜ୍‌

ପ୍ୟାରିସ, ୫ା୭: ଅଷ୍ଟ୍ରେଲିଆର ବେନ୍‌ ଓ’ କୋନର ଟୁର୍‌ ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ୯ମ ଷ୍ଟେଜ୍‌ ବିଜେତା ହୋଇଛନ୍ତି। କ୍ଲସେସ୍‌ଠାରୁ ଟାଇଗ୍ନେସ ୧୪୪.୯ କିଲୋମିଟର...

ସମୁଦ୍ରକୂଳରେ ଶହ ଶହ ମୃତ ପକ୍ଷୀ, ଭୂତାଣୁ ସଂକ୍ରମଣ ଆଶଙ୍କା…

ମସ୍କୋ,୩।୧୦: ରୁଷିଆର ସମୁଦ୍ର କୂଳରେ ଶହ ଶହ ମୃତ ପକ୍ଷୀ ପଡ଼ି ରହିଛନ୍ତି। ସ୍ଥାନୀୟ ଅଜୋଭ ସାଗର କୂଳରେ ଥିବା ଆରାବାଟ୍‌ ସ୍ପିଟ୍‌ରେ ଏତେ ସଂଖ୍ୟକ...

ଭାରତ ବିପକ୍ଷରେ ମାକ୍ସଓ୍ବେଲ୍‌ଙ୍କ ଅର୍ଦ୍ଧଶତକ: ପଞ୍ଜାବ କୋଚ୍‌ କହିଲେ ଏହା ଏକ ଅପରାଧ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍‌) କିଙ୍ଗସ ଏକାଦଶ ପଞ୍ଜାବର ବ୍ୟାଟିଂ କୋଚ ୱାସିମ ଜାଫର୍‌ ମଜାଳିଆ ଟୁଇଟ୍‌ କରିଛନ୍ତି। ରବିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ...

ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ : ଏଫ୍‌ସି ଗୋଆର ପ୍ରଶଂସନୀୟ ପ୍ରଦର୍ଶନ

ମାର୍ଗାଓ, ୧୬।୪(ପି.ଟି.)-ଭାରତର ପ୍ରଥମ ଦଳ ଭାବେ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ର ଗ୍ରୁପ୍‌ ଷ୍ଟେଜ୍‌ ଖେଳିଥିବା ଏଫ୍‌ସି ଗୋଆ ନିଜ ଓପନିଂ ମ୍ୟାଚରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି।...

କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରୋନ’କୁ ନେଇ ଚେତାବନୀ ଦେଲା ଡବ୍ଲୁଏଚଓ

ଜେନେଭା,୨୭ ।୧୧: ବେଳକୁ ବେଳ ରୂପ ବଦଳାଉଛି କରୋନା ଭାଇରସ । ଏବେ ଏହାର ନୂଆ ସ୍ୱରୂପ ବା ଭାରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି...

Advertisement
Archives

Model This Week