୭ ଓ୍ବାର୍ଡ କଂଗ୍ରେସ ଶୂନ୍ୟ

ଢେଙ୍କାନାଳ ଅଫିସ, ୮ା୩ ଢେଙ୍କାନାଳ ପୌର ପରିଷଦ ନିର୍ବାଚନରେ ହାତ ଟେକିଦେଲା କଂଗ୍ରେସ। ୨୦୧୩ରେ ମ୍ୟୁନିସିପାଲିଟିର ମୋଟ ୨୩ ଓ୍ବାର୍ଡ ମଧ୍ୟରୁ ୧୧ ଆସନରେ ବିଜୟୀ ହୋଇ ସର୍ବବୃହତ୍‌ ଦଳ ପାଲଟିଥିବା ବେଳେ ଚଳିତ ନିର୍ବାଚନରେ କଂଗ୍ରେସକୁ ପ୍ରାର୍ଥୀ ମିଳିଲେ ନାହିଁ। ଫଳରେ ଦେଶର ଏହି ସର୍ବପୁରାତନ ଦଳ ୭ଟି ଓ୍ବାର୍ଡରେ ପ୍ରାର୍ଥୀ ଦେଇପାରିନାହିଁ। ସମ୍ପୃକ୍ତ ୭ ଓ୍ବାର୍ଡକୁ କର ଛଡ଼ା କରି ଦଳ ନିର୍ବାଚନ ପୂର୍ବରୁ ଏକପ୍ରକାର ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଛି। ତେବେ କଂଗ୍ରେସର ପ୍ରାର୍ଥୀ ନ ଦେବାକୁ ନେଇ ଚର୍ଚ୍ଚାକୁ ଆସିଛି ୬ନଂ. ଓ୍ବାର୍ଡ। କାରଣ ଏହି ଓ୍ବାର୍ଡର ବାସିନ୍ଦା ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ସିଂଦେଓ। ଏଭଳି ଜଣେ ପୁରୁଖା ନେତାଙ୍କ ଉପସ୍ଥିତି ସତ୍ତ୍ୱେ ଉକ୍ତ ଓ୍ବାର୍ଡରୁ ଦଳ ପ୍ରାର୍ଥୀ ଦେଇ ନ ପାରିବାକୁ ନେଇ ସହରରେ ନା ନା ଆଲୋଚନା ହେଉଛି। ଏଭଳି ସ୍ଥିତିରେ ବିଜେଡି ଏବଂ ଭାଜପା ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ସ୍ପଷ୍ଟ ହୋଇଛି।
ଅନ୍ୟପଟେ ଦଳୀୟ ବିଦ୍ରୋହ ଆଶଙ୍କାରେ ନଗରପାଳ ପ୍ରାର୍ଥୀଙ୍କ ନାମ ଝୁଲାଇ ରଖିଥିବା ଶାସକ ବିଜେଡି ନାମାଙ୍କନ ପ୍ରକ୍ରିୟାର ଅନ୍ତିମ ଦିନରେ ଅନିମା ନାୟକଙ୍କୁ ଟିକେଟ ଦେଇଛି। ସେହିପରି ବିଜେଡିରେ ଶତାଧିକ ଆଶାୟୀ ଟିକେଟ୍‌ ପାଇବାକୁ ଆଶା କରିଥିବାବେଳେ ସେମାନଙ୍କୁ ଶେଷ ମୁହୂର୍ତ୍ତରେ ନିରାଶ ହେବାକୁ ପଡ଼ିଛି। ସେଥିରୁ କେତେଜଣ ଭାଜପାରେ ଯୋଗଦେଇଛନ୍ତି। ନଗର ଯୁବ ବିଜେଡି ସଭାପତି ବିନୋଦ ମହାନ୍ତି ଦଳୀୟ ଟିକେଟରୁ ବଞ୍ଚତ୍ତ ହେବା ପରେ ଭାଜପାରେ ମିଶିଥିଲେ। ତାଙ୍କ ସ୍ତ୍ରୀ ଜୁଲିନା ମହାନ୍ତି ୭ନଂ. ଓ୍ବାର୍ଡରୁ ଭାଜପା କାଉନ୍‌ସିଲର ପ୍ରାର୍ଥୀ ହୋଇଛନ୍ତି। ଅନୁରୂପ ଭାବେ ବିଜେଡିର ବରିଷ୍ଠ କର୍ମକର୍ତ୍ତା ତଥା ପୂର୍ବତନ କାଉନ୍‌ସିଲର ଜ୍ଞାନଚାନ୍ଦ ମିଶ୍ର ମଧ୍ୟ ଟିକେଟ ନ ପାଇ ୩ନଂ. ଓ୍ବାର୍ଡରୁ ଭାଜପା କାଉନ୍‌ସିଲର ଭାବେ ନାମାଙ୍କନ ଦାଖଲ କରିଛନ୍ତି।
କଂଗ୍ରେସ ପକ୍ଷରୁ ଅତି ତରବରିଆ ଭାବେ ପ୍ରାର୍ଥୀ ଚୂଡ଼ାନ୍ତ କରାଯାଇଥିଲା। ସବୁ ଓ୍ବାର୍ଡ ପାଇଁ ପ୍ରାର୍ଥୀ ଯୋଗାଡ଼ ମଧ୍ୟ କଷ୍ଟକର ହୋଇପଡ଼ିଲା। ଏଥିଲାଗି ଦଳୀୟ କର୍ମକର୍ତ୍ତାମାନେ ଶାସକ ଦଳକୁ ଦାୟୀ କରିଛନ୍ତି। ଶାସକ ଦଳ ଅର୍ଥବଳ ଓ ବାହୁବଳ ଲଗାଇ ନିର୍ବାଚନକୁ ପ୍ରଭାବିତ କରୁଛି। ଦଳୀୟ ପ୍ରାର୍ଥୀଙ୍କୁ ଧମକଚମକ ଦେଇ ବସାଇ ଦିଆଯାଇଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri