Posted inଜାତୀୟ

୭୯୮ ଭାରତୀୟଙ୍କୁ ନେଇ ହିଣ୍ଡନ ଏୟାରବେସ୍‌ ପହଞ୍ଚିଲେ ୪ ବିମାନ…

ଗାଜିଆବାଦ୍‌,୩।୩ : ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଏୟାରଲିଫ୍ଟ କାର୍ଯ୍ୟ ଜାରି ରହିଛି। ଗୁରୁବାର ମୋଟ ୭୯୮ ଭାରତୀୟଙ୍କୁ ନେଇ ଭାରତୀୟ ବାୟୁସେନାର ୪ଟି ବିମାନ ଗାଜିଆବାଦ୍‌ର ହିଣ୍ଡନ ଏୟାରବେସ୍‌ରେ ପହଞ୍ଚିଛି।

ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ ରୋମାନିଆର ରାଜଧାନୀ ବୁକାରେଷ୍ଟ, ହଙ୍ଗେରୀର ବୁଦ୍ଧାପେଷ୍ଟ ଏବଂ ପୋଲାଣ୍ଡର ରେଜଜୋ ସହରର ଭାରତୀୟମାନଙ୍କୁ ଏୟାର ଲିଫ୍ଟ କରାଯାଇଛି। ବିମାନ ୪ଟି ଗୁରୁବାର ସକାଳେ ଏୟାରବେସରେ ଅବତରଣ କରିଛି।

ବୁକାରେଷ୍ଟରୁ ୨୦୦ ଲୋକଙ୍କୁ ନେଇ ବାୟୁସେନାର ପ୍ରଥମ ବିମାନ ରାତି ସାଢ଼େ ଗୋଟାଏରେ ଅବତରଣ କରିଥିଲା। ଦ୍ୱିତୀୟ ବିମାନ ଗୁରୁବାର ସକାଳେ ବୁଦ୍ଧାପେଷ୍ଟରୁ ୨୧୦ ଭାରତୀୟଙ୍କୁ ଆଣିଥିଲ। ଦ୍ୱିତୀୟର କିଛି ସମୟ ପରେ, ବାୟୁସେନାର ତୃତୀୟ ବିମାନ ୨୦୮ ଜଣ ଭାରତୀୟଙ୍କ ସହ ରିଜଜୋରୁ ଆସି ପହଞ୍ଚିଥିଲା।

ସେହିପରି ବୁକାରେଷ୍ଟରୁ ଭାରତୀୟ ବାୟୁସେନାର ସି-୧୭ ଚତୁର୍ଥ ବିମାନ ଗାଜିଆବାଦର ହିଣ୍ଡନ ଏୟାରବେସରେ ୧୮୦ ଜଣ ଭାରତୀୟଙ୍କୁ ନେଇ ଅବତରଣ କରିଛି।

ସୂଚନାଯୋଗ୍ୟ, ସ୍ବତନ୍ତ୍ର ବିମାନ ମାଧ୍ୟମରେ ରୋମାନିଆ, ହଙ୍ଗେରୀ ଏବଂ ପୋଲାଣ୍ଡ ଭଳି ୟୁକ୍ରେନର ପାଶ୍ଚାତ୍ୟ ପଡୋଶୀ ଦେଶରୁ ଭାରତ ନିଜ ନାଗରିକମାନଙ୍କୁ ଏୟାରଲିଫ୍ଟ କରିବା କାର୍ଯ୍ୟ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏସ୍‌ଆଇ ଏଜେଣ୍ଟ ଗିରଫ

ନୂଆଦିଲ୍ଲୀ, ୧।୯(ପି.ଟି.): ପାକିସ୍ତାନୀ ଗୋଇନ୍ଦା ସଂସ୍ଥା (ଆଇଏସ୍‌ଆଇ) ପାଇଁ କାର୍ଯ୍ୟ କରୁଥବା ଗୁଜରାଟ ମୁନ୍ଦ୍ରା ଡକ୍‌ୟାର୍ଡର ସୁପରଭାଇଜର ରଜକଭାଇ କୁମ୍ଭାରଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)...

କ୍ରିକେଟର ସୁରେଶ ରୈନାଙ୍କୁ ଧରି ନେଲା ପୋଲିସ

ମୁମ୍ବାଇ,୨୨।୧୨: ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କୁ ପୋଲିସ ଧରି ନେଇଛି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ରାତ୍ରକାଳୀନ କର୍ଫ୍ୟୁ ଜାରି ରହିଥିବାବେଳେ ରୈନାଙ୍କ...

ସିବିଆଇକୁ ତଦନ୍ତ ଦାୟିତ୍ୱ

ନୂଆଦିଲ୍ଲୀ/ ଲକ୍ଷ୍ନୌ, ୩୧ା୭(ପି.ଟି.): ବହୁଚର୍ଚ୍ଚିତ ଉନ୍ନାଓ ପୀଡ଼ିତା ଦୁର୍ଘଟଣା ମାମଲାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଦିଆଯାଇଛି। ଉତ୍ତରପ୍ରଦେଶ ସରକାରଙ୍କ ସୁପାରିସକ୍ରମେ କେନ୍ଦ୍ର...

ହୋମ୍‌ ଆଇସୋଲେଶନ୍‌ରେ ତେଜସ୍ବୀ

ପାଟନା,୨୮।୮: ବିହାରରେ କରୋନା ମହାମାରୀ ପ୍ରକୋପ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। କରୋନା ବିପଦ ଏବେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘର ମୁହାଁ ହୋଇଛି।...

ଇସ୍ତଫା ଫେରାଇ ନେଲେ ସିଦ୍ଧୁ

ଚଣ୍ଡିଗଡ଼,୫ ।୧୧: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ତୁଟିବାର ନାଁ ନେଉନି । କିନ୍ତୁ ବେଳକୁ ବେଳ ଏହା ସମାଧାନ ଆଡକୁ ଯାଉଥିବା ଦେଖାଯାଉଛି...

ମୁକାବିଲା ଲାଗି ୧୫,୦୦୦ କୋଟିର ଜରୁରୀ ପାଣ୍ଠି

ନୂଆଦିଲ୍ଲୀ,୧୦।୪: କରୋନା ମହାମାରୀର ମୁକାବିଲା ଲାଗି କେନ୍ଦ୍ର ସରକାର ୧୫,୦୦୦ କୋଟି ଟଙ୍କାର ଜରୁରୀ ପାଣ୍ଠିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଶତ ପ୍ରତିଶତ କେନ୍ଦ୍ରୀୟ...

ଫାରୁକ ଅବଦୁଲ୍ଲା-ମେହବୁବା ସବୁଠାରୁ ବଡ ଦେଶଭକ୍ତ, କହିଲେ ଯଶଓ୍ବନ୍ତ…

ଶ୍ରୀନଗର, ୯।୭ : ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ସମର୍ଥନ ସଂଗ୍ରହ ପାଇଁ ଶନିବାର ଜମ୍ମୁ-କଶ୍ମୀରରେ ପହଞ୍ଚଛନ୍ତି। ଗଣମାଧ୍ୟମ ସାମ୍ନାରେ ସିହ୍ନା ରାଜ୍ୟର...

ରାଜୀବ କୁମାରଙ୍କ ବଢିଲା ଚିନ୍ତା: ଜାମିନ ପାଇଁ ଗଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୨।୫: ସାରଦା ଚିଟ୍‌ଫଣ୍ଡ୍‌ ମାମଲାରେ ସମ୍ପୃକ୍ତ ଥିବା କୋଲକତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ଜାମିନ ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗରେ ଓକିଲ...

Advertisement
Archives

Model This Week