ରାଜ୍ୟର ୭୯ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ଦୁଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ

ଭୁବନେଶ୍ୱର,୨୭।୬: ରାଜ୍ୟରେ ଥିବା ଅଣାଅସୀଟି ମାଧ୍ୟମିକ ବିଦ୍ୟାଳୟକୁ ଯୁକ୍ତ ଦୁଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଭାବେ ଉନ୍ନୀତ କରାଯାଇଛି । ଶିକ୍ଷା ମନ୍ତ୍ରଣାଳୟର ପ୍ରକଳ୍ପ ଅନୁମୋଦନ ବୋର୍ଡର ସୁପାରିସ କ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉନ୍ନୀତ ହୋଇଥିବା ଅଣାଅସୀଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କଳା ବିଭାଗ ଖୋଲିବ । ଚଳିତ ଶିକ୍ଷାବର୍ଷରୁ ଏହା କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, କଳାହାଣ୍ଡିରେ ୧୭ଟି ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଇଥିବା ବେଳେ ଗଞ୍ଜାମରେ ୧୪ଟି, ସୁନ୍ଦରଗଡ଼ରେ ୧୦ଟି, ବଲାଙ୍ଗୀରରେ ୮ଟି, ଭଦ୍ରକରେ ୪ଟି, କୋରାପୁଟରେ ୬ଟି, କେନ୍ଦୁଝରରେ ୫ଟି, ଝାରସୁଗୁଡ଼ାରେ ୪ଟି, ସମ୍ବଲପୁରରେ ୩ଟି, ବୌଦ୍ଧ, ମାଲକାନଗିରି ଓ ନବରଙ୍ଗପୁରରେ ୨ଟି ଲେଖାଏଁ ଏବଂ ମୟୂରଭଞ୍ଜ ଓ ନୂଆପଡ଼ାରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ରହିଛି ।

ଅନ୍ୟପଟେ ରାଜ୍ୟରେ ଥିବା ଯୁକ୍ତ ୩ କଳା, ବିଜ୍ଞାନ, ବାଣିଜ୍ୟ, ଶାସ୍ତ୍ରୀ, ସେଲଫ୍‍ ଫାଇନାନ୍ସିଂ ଓ ଆଇନ ଶ୍ରେଣୀରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍‍ ୧ ଲକ୍ଷ ୭୮ ହଜାର ୯୭୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଯୁକ୍ତ ୩ କଳାରେ ୧ ଲକ୍ଷ ୯ ହଜାର ୮୫୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଚୟନ ହୋଇଥିବା ବେଳେ ବିଜ୍ଞାନରେ ୪୫ ହଜାର ୬୧୪, ବାଣିଜ୍ୟରେ ୧୭ ହଜାର ୧୫୬, ଶାସ୍ତ୍ରୀରେ ୩ ହଜାର ୫୭୪, ସେଲ୍‍ଫ ଫାଇନାନ୍ସିଂରେ ୨ ହଜାର ୬୨୬ ଏବଂ ଆଇନ ପାଠ୍ୟକ୍ରମରେ ୧୫୨ ଜଣ ନାମ ଲେଖାଇବାକୁ ଚୟନ ହୋଇଛନ୍ତି ।

ଗୁରୁବାର ସୁଦ୍ଧା ଯୁକ୍ତ ୩ କଳାରେ ୫ ହଜାର ୧୪୬ ଜଣ ନାମ ଲେଖାଇଥିବା ବେଳେ ବିଜ୍ଞାନରେ ୧ ହଜାର ୬୧ ଜଣ, ବାଣିଜ୍ୟରେ ୯୨୬ ଜଣ, ସେଲଫ୍‍ ଫାଇନାନ୍ସିଂରେ ୭୬ ଜଣ, ଶାସ୍ତ୍ରୀରେ ୨୬୧ ଜଣ ନାମ ଲେଖାଇଛନ୍ତି । ଏହି ପ୍ରଥମ ପର୍ଯ୍ୟାୟ ନାମଲେଖା ଚଳିତ ମାସ ୨୯ ତାରିଖ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ମେଧାତାଲିକା ଜୁଲାଇ ୫ ତାରିଖରେ ପ୍ରକାଶ ପାଇବ ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri