Posted inଜାତୀୟ

୭୮% ଗ୍ରାମାଞ୍ଚଳ ଭାରତୀୟ ଚାହାନ୍ତି ‘ଝିଅ ଗ୍ରାଜୁଏଟ ହେଉ’

ନୂଆଦିଲ୍ଲୀ,୧୦।୮: ଭାରତର ଗ୍ରାମାଞ୍ଚଳରେ ରହୁଥିବା ୭୮ ପ୍ରତିଶତ ଅଭିଭାବକ ଚାହାନ୍ତି ଯେ, ସେମାନଙ୍କ ଝିଅ ଅତିକମରେ ସ୍ନାତକ ପର୍ଯ୍ୟନ୍ତ ପଢ଼ୁ। ଏହା ଏକ ସର୍ଭେରୁ ଜଣାପଡିଛି। ୨୦ଟି ରାଜ୍ୟର ୬୨୨୯ ଗ୍ରାମୀଣ ପରିବାରକୁ ନେଇ ଏହି ସର୍ଭେ କରାଯାଇଥିଲା। ଏହାର ରିପୋର୍ଟକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସନ୍ଧ୍ୟାରେ ପ୍ରକାଶ କରିଛନ୍ତି। ଲିଙ୍ଗଗତ ବ୍ୟବଧାନ କଥା ଯଦି କୁହାଯିବ, ତେବେ ଗ୍ରାମାଞ୍ଚଳ ଅଭିଭାବକ ମାନେ ସେମାନଙ୍କ ପୁଅ ଓ ଝିଅକୁ ଟେକ୍‌ନିକାଲ ଡିଗ୍ରୀ, ସ୍ନାତକ, ସ୍ନାତକୋତ୍ତର ଭଳି ସମାନ ଶିକ୍ଷା ଦେବା ପାଇଁ ଚାହାନ୍ତି। ୮୨ ପ୍ରତିଶତ ପୁଅ ଏବଂ ୭୮ ପ୍ରତିଶତ ଝିଅଙ୍କ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍ନାତକ ତଥା ତା’ ଠାରୁ ଅଧିକ ପଢ଼ାଇବା ପାଇଁ ଚାହାଁନ୍ତି। ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ଆଧାରରେ କରାଯାଇଥିବା ଏହି ସର୍ଭେରେ ଜଣାପଡିଛି ଯେ, ଛାତ୍ରୀ ତୁଳନାରେ ଅଧିକ ସଂଖ୍ୟକ ଛାତ୍ର ପ୍ରାଥମିକ ସ୍ତରରୁ ହିଁ ପାଠପଢ଼ା ଛାଡିଥାନ୍ତି। ଯଦି ଛାତ୍ରୀଙ୍କ କଥା କୁହାଯିବ ତେବେ ୩୫ ପ୍ରତିଶତ ଛାତ୍ରୀ ଏହି ସ୍ତରରୁ ପାଠପଢ଼ା ଛାଡିଥାନ୍ତି। ସେହିପରି ୬୫ ପ୍ରତିଶତ ଝିଅ ଏବଂ ୭୫ ପ୍ରତିଶତ ପୁଅ ପ୍ରାଥମିକ ଶିକ୍ଷା ପରେ ପାଠପଢ଼ା ଛାଡ଼ିଥାନ୍ତି। ନିଜ ଗଁା ଅଞ୍ଚଳରେ ଉଚ୍ଚ ଶିକ୍ଷା ଲାଭ ପାଇଁ କୌଣସି ଶିକ୍ଷାନୁଷ୍ଠାନ ନଥିବା ଏହାର ଏକ ପ୍ରମୁଖ କାରଣ ବୋଲି ଜଣାପଡିଛି। ଡେଭଲପମେଣ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌(ଡିଆଇୟୁ), ଟ୍ରାନ୍ସଫର୍ମିଂ ରୁରାଲ ଇଣ୍ଡିଆ ଫାଉଣ୍ଡେଶନ(ଟିଆରଆଇଏଫ) ଏବଂ ସମ୍ବୋଧିତ ସଂସ୍ଥା ଦ୍ୱାରା ଗ୍ରାମାଞ୍ଚଳର ୬ରୁ ୧୬ ବର୍ଷ ଶିଶୁଙ୍କ ଶିକ୍ଷା ଆଧାରରେ ଏହି ସର୍ଭେ କରାଯାଇଥିଲା। ସର୍ଭେରୁ ଜଣାଯାଇଛି, ୬୫ ପ୍ରତିଶତ ପିଲା ସେମାନଙ୍କ ଅଧ୍ୟୟନବେଳେ ମା’ଙ୍କ ତତ୍ତ୍ୱାବଧାନରେ ରହିଥିବାବେଳେ ୪୯ ପ୍ରତିଶତ ଶିଶୁ ବାପାଙ୍କ ତତ୍ତ୍ୱାବଧାନରେ ରହିଥାନ୍ତି। ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାଙ୍କୁ ନିଜେ ଘରେ ପାଠ ପଢ଼ାଇବା ସହ ସେମାନଙ୍କ ଅଧ୍ୟୟନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଅପରପକ୍ଷେ ୩୮ ପ୍ରତିଶତ ଅଭିଭାବକ ସେମାନଙ୍କ ପିଲାଙ୍କ ଉନ୍ନତ ଶିକ୍ଷା ଲାଗି ଘରୋଇ ଟ୍ୟୁସନ ଉପରେ ନିର୍ଭର କରିଥାନ୍ତି।

ଗ୍ରାମାଞ୍ଚଳରେ ଏକଥା ମଧ୍ୟ ଦେଖାଯାଇଥାଏ ଯେ, ପିଲାଙ୍କ ବାପାମା’ ବ୍ୟତୀତ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ପାଠପଢ଼ାରେ ସହାୟକ ହୋଇଥାନ୍ତି। ୨୫.୬ ପ୍ରତିଶତ ଶିଶୁଙ୍କୁ ସେମାନଙ୍କ ପରିବାର ବୟସ୍କ ବ୍ୟକ୍ତି ପାଠ ପଢ଼ାଉଥିବାବେଳେ ୩.୮ ପ୍ରତିଶତ ପିଲା ଅଙ୍ଗନଓ୍ବାଡି ଏବଂ ୭.୬ ପ୍ରତିଶତ ପିଲା ଘରୋଇ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ପଢ଼ିଥାନ୍ତି। ଆଜିକାଲି ପିଲାମାନେ ପାଠପଢ଼ା ଅପେକ୍ଷା ସ୍ମାର୍ଟଫୋନରେ କେତେ ସମୟ ବିନିଯୋଗ କରିଥାନ୍ତି ସେନେଇ ମଧ୍ୟ ଏହି ସର୍ଭେରେ ଦର୍ଶାଯାଇଛି। ଦୈନିକ ୭୩ ପ୍ରତିଶତ ଶିଶୁ ଦୁଇ ଘଣ୍ଟାରୁ କମ ସମୟ ସ୍ମାର୍ଟଫୋନ ଦେଖୁଥିବାବେଳେ ଅଧିକ ବୟସର ପିଲା ଅଧିକ ସମୟ ସ୍ମାର୍ଟଫୋନ ଦେଖିବାରେ ବିତାଇଥାନ୍ତି ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri