୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ ସହରର ଗୁରୁତ୍ୱ ତଥା ସେତେବେଳର ବାଣିଜ୍ୟ ବ୍ୟବସାୟକୁ ଦୃଷ୍ଟିରେ ରଖି ୧୯୫୧ରେ ରାଜ୍ୟ ସରକାର ପୌରପାଳିକା ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହା ଏକ ଐତିହ୍ୟ ତଥା ସଂସ୍କୃତିସମ୍ପନ୍ନ ମନ୍ଦିରମାଳିନୀ ସହର। ପୌରପାଳିକାର ୭୫ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ତେଣୁ ଗୌରବମୟ ଇତିହାସକୁ ମନେପକାଇ ସ୍ବାୟତ୍ତ ଶାସନ ଦିବସ ତଥା ହୀରକ ଜୟନ୍ତୀ ସମାରୋହରେ ସୋମବାର ପୌରପରିଷଦ କାର୍ଯ୍ୟାଳୟ ଉତ୍ସବମୁଖର ହେବ। ତେବେ ପ୍ରଶ୍ନ ଉଠେ ଯେଉଁ ଲକ୍ଷ୍ୟ ନେଇ ରାଜାଙ୍କ ଶାସନ ଅମଳରୁ ଏହି ପୌର ପରିଷଦ ଗଠନ ହୋଇଛି ସେଥିରୁ ଆଜି କେତେ ପୂରଣ ହୋଇଛି। ୯୦ ପ୍ରତିଶତରୁ ଅଧିକ ନିର୍ମାଣ ଯୋଜନା ମୁତାବକ ହୋଇ ନ ଥିବାବେଳେ ଡ୍ରେନ୍‌ ସମସ୍ୟା ଆଜି ବି ପୌରବାସୀଙ୍କୁ ଯନ୍ତ୍ରଣା ଦେଉଛି। ପୌରପାଳିକାର ଯେଉଁଭଳି ବିକାଶ ହେବା କଥା ତାହା ହୋଇନାହିଁ। ଏବେ ବି ଲୋକେ ମୌଳିକ ସୁବିଧା ପାଇବା ପାଇଁ ସଂଘର୍ଷ କରୁଛନ୍ତି।
ଓଡ଼ିଶାର ମଧ୍ୟଭାଗରେ ଥିବା ସୁବର୍ଣ୍ଣପୁର ସହରର ବିକାଶ ପାଇଁ ଯଥେଷ୍ଟ ଭିତ୍ତିଭୂମି ଅଛି। ତିନିପାର୍ଶ୍ୱରେ ଚିରସ୍ରୋତା ତେଲ ଓ ମହାନଦୀ ଘେରି ରହିଛି। ମାତ୍ର ଯୋଜନାବଦ୍ଧ ବିକାଶ ହୋଇପାରିନି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥିବା ଅନେକ କୋଟି ଟଙ୍କା ବିନା ଯୋଜନାରେ କାର୍ଯ୍ୟକାରୀ ହେଉଛି। ଷ୍ଟାଡିୟମ, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ଅଛି। ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଧ୍ୟାନ ଦିଆଯାଉନି। ମୁଖ୍ୟ ସ୍ଥାନଗୁଡ଼ିକରେ ସିସି କ୍ୟାମେରା ସ୍ଥାପନ ହୋଇପାରିନି। ପ୍ରସ୍ତାବିତ ମାଷ୍ଟରପ୍ଲାନ ନାଲିଫିତା ତଳେ ରହିଯାଇଛି। ସହରର ଜନସଂଖ୍ୟା ବୃଦ୍ଧି ପାଇ ଏବେ ୩୦ ହଜାର ଟପିଲାଣି। ମାତ୍ର ଏଯାଏ ଆଶା ଅନୁରୂପ ବିକାଶ ହୋଇପାରିନି। ସ୍ବରେଜ ବ୍ୟବସ୍ଥା ନ ଥିବା ବେଳେ ସହରର ମଇଳା ପାଣି ସିଧାସଳଖ ମହାନଦୀକୁ ଛଡ଼ାଯାଉଛି। ଘରୋଇକରଣ ପରେ ପରିମଳ ବ୍ୟବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ଯୋଜନାଟି ବାଟବଣା ହୋଇଛି। ବସ୍ତିଗୁଡ଼ିକରେ ଗୃହ ନିର୍ମାଣ ଓ ରାସ୍ତା ଘାଟର ଅବସ୍ଥା ସୁଧୁରିଛି। ତେବେ ପରିମଳ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯାଇନି। ସହରର ପ୍ରମୁଖ ଛକଗୁଡ଼ିକରେ ଆବର୍ଜନା ବାକ୍ସ ନାହିଁ। ପୌରାଞ୍ଚଳବାସୀ ଏବେ ବି ରାସ୍ତା, ଡ୍ରେନ୍‌, ଲାଇଟ୍‌ ଓ ପିଇବା ପାଣି ଆଦି ସମସ୍ୟା ଭୋଗୁଛନ୍ତି। ଉନ୍ନୟନ କାର୍ଯ୍ୟ ନାମରେ ପୁରାତନ ଗଛଗୁଡ଼ିକ କାଟି ଦିଆଯାଉଥିବାବେଳେ ସେହି ଅନୁଯାୟୀ ନୂତନ ଚାରାରୋପଣ କରାଯାଉନି। ଇତିମଧ୍ୟରେ ୧୫ଟି ପୌର ପରିଷଦ ଗଠନ ହୋଇସାରିଛି। ତେବେ ବିକାଶ ଯେଉଁ ତିମିରକୁ ସେଇ ତିମିର। ରକ୍ଷଣାବେକ୍ଷଣ ଅଭାବରୁ ସହରର ପୁରାତନ ମନ୍ଦିର ଓ ରାଜପ୍ରାସାଦ ଧ୍ୱଂସାଭିମୁଖୀ ହେବାକୁ ବସିଲାଣି। ସହରରେ ସରକାରୀ ଜମି, ପ୍ରାକୃତିକ ନାଳଗୁଡ଼ିକୁ ଜବରଦଖଲ କରାଯାଉଛି। ଏକ ଆଦର୍ଶ ପୌରପାଳିକା ଗଠନ ପାଇଁ ଏହି ସବୁ ସମସ୍ୟା ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାୟକଙ୍କୁ ପଚାରିବାରେ ସହରର ବିକାଶ କାର୍ଯ୍ୟ ଜାରି ରହିଛି। ସୋମବାର ଅନେକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?