୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ ସହରର ଗୁରୁତ୍ୱ ତଥା ସେତେବେଳର ବାଣିଜ୍ୟ ବ୍ୟବସାୟକୁ ଦୃଷ୍ଟିରେ ରଖି ୧୯୫୧ରେ ରାଜ୍ୟ ସରକାର ପୌରପାଳିକା ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହା ଏକ ଐତିହ୍ୟ ତଥା ସଂସ୍କୃତିସମ୍ପନ୍ନ ମନ୍ଦିରମାଳିନୀ ସହର। ପୌରପାଳିକାର ୭୫ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ତେଣୁ ଗୌରବମୟ ଇତିହାସକୁ ମନେପକାଇ ସ୍ବାୟତ୍ତ ଶାସନ ଦିବସ ତଥା ହୀରକ ଜୟନ୍ତୀ ସମାରୋହରେ ସୋମବାର ପୌରପରିଷଦ କାର୍ଯ୍ୟାଳୟ ଉତ୍ସବମୁଖର ହେବ। ତେବେ ପ୍ରଶ୍ନ ଉଠେ ଯେଉଁ ଲକ୍ଷ୍ୟ ନେଇ ରାଜାଙ୍କ ଶାସନ ଅମଳରୁ ଏହି ପୌର ପରିଷଦ ଗଠନ ହୋଇଛି ସେଥିରୁ ଆଜି କେତେ ପୂରଣ ହୋଇଛି। ୯୦ ପ୍ରତିଶତରୁ ଅଧିକ ନିର୍ମାଣ ଯୋଜନା ମୁତାବକ ହୋଇ ନ ଥିବାବେଳେ ଡ୍ରେନ୍‌ ସମସ୍ୟା ଆଜି ବି ପୌରବାସୀଙ୍କୁ ଯନ୍ତ୍ରଣା ଦେଉଛି। ପୌରପାଳିକାର ଯେଉଁଭଳି ବିକାଶ ହେବା କଥା ତାହା ହୋଇନାହିଁ। ଏବେ ବି ଲୋକେ ମୌଳିକ ସୁବିଧା ପାଇବା ପାଇଁ ସଂଘର୍ଷ କରୁଛନ୍ତି।
ଓଡ଼ିଶାର ମଧ୍ୟଭାଗରେ ଥିବା ସୁବର୍ଣ୍ଣପୁର ସହରର ବିକାଶ ପାଇଁ ଯଥେଷ୍ଟ ଭିତ୍ତିଭୂମି ଅଛି। ତିନିପାର୍ଶ୍ୱରେ ଚିରସ୍ରୋତା ତେଲ ଓ ମହାନଦୀ ଘେରି ରହିଛି। ମାତ୍ର ଯୋଜନାବଦ୍ଧ ବିକାଶ ହୋଇପାରିନି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥିବା ଅନେକ କୋଟି ଟଙ୍କା ବିନା ଯୋଜନାରେ କାର୍ଯ୍ୟକାରୀ ହେଉଛି। ଷ୍ଟାଡିୟମ, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ଅଛି। ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଧ୍ୟାନ ଦିଆଯାଉନି। ମୁଖ୍ୟ ସ୍ଥାନଗୁଡ଼ିକରେ ସିସି କ୍ୟାମେରା ସ୍ଥାପନ ହୋଇପାରିନି। ପ୍ରସ୍ତାବିତ ମାଷ୍ଟରପ୍ଲାନ ନାଲିଫିତା ତଳେ ରହିଯାଇଛି। ସହରର ଜନସଂଖ୍ୟା ବୃଦ୍ଧି ପାଇ ଏବେ ୩୦ ହଜାର ଟପିଲାଣି। ମାତ୍ର ଏଯାଏ ଆଶା ଅନୁରୂପ ବିକାଶ ହୋଇପାରିନି। ସ୍ବରେଜ ବ୍ୟବସ୍ଥା ନ ଥିବା ବେଳେ ସହରର ମଇଳା ପାଣି ସିଧାସଳଖ ମହାନଦୀକୁ ଛଡ଼ାଯାଉଛି। ଘରୋଇକରଣ ପରେ ପରିମଳ ବ୍ୟବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ଯୋଜନାଟି ବାଟବଣା ହୋଇଛି। ବସ୍ତିଗୁଡ଼ିକରେ ଗୃହ ନିର୍ମାଣ ଓ ରାସ୍ତା ଘାଟର ଅବସ୍ଥା ସୁଧୁରିଛି। ତେବେ ପରିମଳ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯାଇନି। ସହରର ପ୍ରମୁଖ ଛକଗୁଡ଼ିକରେ ଆବର୍ଜନା ବାକ୍ସ ନାହିଁ। ପୌରାଞ୍ଚଳବାସୀ ଏବେ ବି ରାସ୍ତା, ଡ୍ରେନ୍‌, ଲାଇଟ୍‌ ଓ ପିଇବା ପାଣି ଆଦି ସମସ୍ୟା ଭୋଗୁଛନ୍ତି। ଉନ୍ନୟନ କାର୍ଯ୍ୟ ନାମରେ ପୁରାତନ ଗଛଗୁଡ଼ିକ କାଟି ଦିଆଯାଉଥିବାବେଳେ ସେହି ଅନୁଯାୟୀ ନୂତନ ଚାରାରୋପଣ କରାଯାଉନି। ଇତିମଧ୍ୟରେ ୧୫ଟି ପୌର ପରିଷଦ ଗଠନ ହୋଇସାରିଛି। ତେବେ ବିକାଶ ଯେଉଁ ତିମିରକୁ ସେଇ ତିମିର। ରକ୍ଷଣାବେକ୍ଷଣ ଅଭାବରୁ ସହରର ପୁରାତନ ମନ୍ଦିର ଓ ରାଜପ୍ରାସାଦ ଧ୍ୱଂସାଭିମୁଖୀ ହେବାକୁ ବସିଲାଣି। ସହରରେ ସରକାରୀ ଜମି, ପ୍ରାକୃତିକ ନାଳଗୁଡ଼ିକୁ ଜବରଦଖଲ କରାଯାଉଛି। ଏକ ଆଦର୍ଶ ପୌରପାଳିକା ଗଠନ ପାଇଁ ଏହି ସବୁ ସମସ୍ୟା ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାୟକଙ୍କୁ ପଚାରିବାରେ ସହରର ବିକାଶ କାର୍ଯ୍ୟ ଜାରି ରହିଛି। ସୋମବାର ଅନେକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫୋରିୟର ଟ୍ରାନ୍ସଫର୍ମର

ଚିନ୍ତା କରନ୍ତୁ, ଆପଣ ରଥଯାତ୍ରା ଦେଖିବାକୁ ଯାଇଛନ୍ତି, ବାୟୁ ଚାପର ତୀବ୍ର ପରିବର୍ତ୍ତନ ଯୋଗୁ ଆପଣଙ୍କ କାନରେ ଏକ ଗୋଳମାଳିଆ ଓ ପ୍ରକମ୍ପିତ ଶବ୍ଦ ତରଙ୍ଗ ଆସି…

ଗୁଡାରି ଏନଏସିକୁ ମିଳିଲା ଦୁଇ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀ….

ଗୁଡାରି,୩୧।୮(ପ୍ରମୋଦ କୁମାର ପତି ): ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ…

କଂଗ୍ରେସ-TVK ମଧ୍ୟରେ ବଢ଼ିଲା ବିବାଦ, ୨୦୨୯ରେ ରାହୁଲଙ୍କୁ ପିଏମ୍ ପ୍ରାର୍ଥୀ ନକଲେ….

ଚେନ୍ନାଇ,୩୧।୮: ତାମିଲନାଡୁରେ କଂଗ୍ରେସ ଓ TVK ମଧ୍ୟରେ ୨୦୨୯ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। କଂଗ୍ରେସ ନେତା ତଥା ପର୍ଯ୍ୟଟନ…

କିଡ୍‌ନୀ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଏହା ସୁସ୍ଥ ରହିବା ନିହାତି ଦରକାର। ତେବେ ଏଥିଲାଗି କେତୋଟି ସରଳ ଉପାୟ ରହିଛି। ଆସନ୍ତୁ ସେ…

OSEPAର ବଡ଼ ଘୋଷଣା: ଏହି ଦିନ ହେବ ସମେଟିଭ-୧ ପରୀକ୍ଷା

ଭୁବନେଶ୍ୱର,୩୧।୮: OSEPA ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଛାତ୍ରୀଛାତ୍ରମାନଙ୍କ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହେବ ବୋଲି ଘୋଷଣା…

ଝିଅର ଫି’ ପାଇଁ ଖାଲି ପାଦରେ ଦୌଡ଼ିଲେ ମା’, ମାରାଥନ୍‌ରେ ଜିତିଲେ ୩ ହଜାର ଟଙ୍କା

ମୁମ୍ବାଇ,୩୧।୮: ଝିଅମାନଙ୍କ ପାଠପଢ଼ା ପାଇଁ ଜଣେ ମା’ଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

ବିଜେଡିର ବଡ଼ ଚେତାବନୀ: MMDR ପ୍ରତ୍ୟାହାର ନ ହେଲେ ଧାରଣା

ଭୁବନେଶ୍ୱର,୩୧।୮:ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬(MMDR) ପ୍ରତ୍ୟାହାର ନ ହେବା ଯାଏ ରାଜଭବନ ଆଗରେ ଧାରଣା ଦିଆଯିବ ବୋଲି ସୋମବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri