Posted inଜାତୀୟ

ସାମାଜିକ ସୁରକ୍ଷାରୁ ବଞ୍ଚିତ ୭୫% ଭାରତୀୟ

ନୂଆଦିଲ୍ଲୀ, ୪ା୯: କୌଣସି ରୋଗରେ ପୀଡ଼ିତ, ଦିବ୍ୟାଙ୍ଗ, ବୃଦ୍ଧାବସ୍ଥା, ବେରୋଜଗାର ସମେତ ମୃତ୍ୟୁ ଆଦି ପରିସ୍ଥିତିବେଳେ ସମ୍ପୃକ୍ତ ବ୍ୟକ୍ତି ଏବଂ ପରିବାରର ସୁରକ୍ଷା ଜରୁରୀ ହୋଇପଡ଼ିଥାଏ। ଲୋକଙ୍କ ଦାରିଦ୍ର୍ୟ ଏବଂ ଦୁର୍ବଳତା ହ୍ରାସ ନିମନ୍ତେ ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ଆର୍ଥିକ, ସାମାଜିକ ବିପଦରୁ ସୁରକ୍ଷା ଯୋଗାଯାଇଥାଏ। କିନ୍ତୁ ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲ୍‌ଓ) ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ମୋଟ ଜନସଂଖ୍ୟାର ସିଂହଭାଗ ଲୋକଙ୍କ ନିକଟରେ ଏହି ସୁବିଧା ଉପଲବ୍ଧ ନାହିଁ। ମାତ୍ର ୨୪.୪% ଭାରତୀୟଙ୍କ ପାଖରେ ହିଁ କୌଣସି ପ୍ରକାର ସୋସିଆଲ ପ୍ରୋଟେକ୍ସନ ବା ସାମାଜିକ ସୁରକ୍ଷା ରହିଛି, ଯାହା କି ପଡ଼ୋଶୀ ବାଂଲାଦେଶ (୨୮.୪%)ଠାରୁ ମଧ୍ୟ କମ୍‌। ଅର୍ଥାତ ୭୫%ରୁ ଅଧିକ ଭାରତୀୟଙ୍କ ପାଖରେ ସାମାଜିକ ସୁରକ୍ଷା ନାହିଁ। ଶୁକ୍ରବାର ଆଇଏଲ୍‌ଓ ଜାରି କରିଥିବା ଓ୍ବାଲର୍‌ଡ ସୋସିଆଲ ପ୍ରୋଟେକ୍ସନ ରିପୋର୍ଟ ୨୦୨୦-୨୨ ଅନୁଯାୟୀ ଏସିଆ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମଙ୍ଗୋଲିଆ, ନ୍ୟୁଜିଲାଣ୍ଡ, ସିଙ୍ଗାପୁର ଏବଂ ଅଷ୍ଟ୍ରେଲିଆରେ ଶତପ୍ରତିଶତ ଲୋକଙ୍କ ନିକଟରେ ସାମାଜିକ ସୁରକ୍ଷା ଥିବାବେଳେ ମ୍ୟାନ୍‌ମାର ଏବଂ କାମ୍ବୋଡିଆରେ ଏହି ସଂଖ୍ୟା ମାତ୍ର ୧୦ ପ୍ରତିଶତ।

ସାମାଜିକ ସୁରକ୍ଷା କ୍ଷେତ୍ରରେ କମ୍‌ ନିବେଶ, ଅବଦାନ ନ ଥିବା ଯୋଜନା ଅଧୀନରେ ଖର୍ଚ୍ଚ ହେଉଥିବା ଅର୍ଥ ଲୋକଙ୍କୁ ଏହି ନିରାପତ୍ତା ପ୍ରଦାନ ପାଇଁ ଯଥେଷ୍ଟ ନୁହେଁ। ଅବଦାନ ଥିବା ସୁବିଧା ଅଧୀନରେ କେବଳ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ଆସୁଥିବାବେଳେ ଅବଦାନ ନ ଥିବା ଯୋଜନାରେ ଗରିବ ଲୋକଙ୍କୁ ରଖାଯାଉଛି। ଭାରତର ସାମାଜିକ ସୁରକ୍ଷା ସୁବିଧା ମୁଣ୍ଡପିଛା ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୫%ରୁ ବି କମ୍‌। ତେବେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏ) ଭଳ କାର୍ଯ୍ୟକ୍ରମରେ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଶହେ ଦିନ ପର୍ଯ୍ୟନ୍ତ କାମ ପ୍ରଦାନ ବ୍ୟବସ୍ଥାକୁ ଏହି ରିପୋର୍ଟରେ ପ୍ରଶଂସା କରାଯାଇଛି। ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ରତି ୪ରେ ୩ ଜଣ ଅସୁସ୍ଥ କିମ୍ବା କାର୍ଯ୍ୟକ୍ଷେତ୍ରରେ ଆହତ ହେଲେ ସେମାନେ ସାମାଜିକ ସୁରକ୍ଷା ପାଇପାରି ନ ଥାନ୍ତି ବୋଲି ଏଥିରେ କୁହାଯାଇଛି। ମୁଣ୍ଡ ପିଛା ଆୟ କମ୍‌ ଥିବା ଦେଶଗୁଡ଼ିକ ଯଥା ଭାରତ, ପାକିସ୍ତାନ, ନେପାଳ, ଆଫଗାନିସ୍ତାନ ଆଦିରେ ୫%ରୁ ବି କମ୍‌ ଶ୍ରମିକଙ୍କ ପାଇଁ ଆଘାତଜନିତ ସ୍ବାସ୍ଥ୍ୟ ସମସ୍ୟାବେଳେ ସାମାଜିକ ସୁରକ୍ଷା ଉପଲବ୍ଧ ବୋଲି ଆଇଏଲ୍‌ଓର ଏହି ରିପୋର୍ଟରେ ଦର୍ଶାଯାଇଛି।
ଆହୁରି କୁହାଯାଇଛି ଯେ, ୨୦୨୦ ସୁଦ୍ଧା ବିଶ୍ୱର ମୋଟ ଜନସଂଖ୍ୟାର କେବଳ ୪୬.୯% ଅନୂ୍ୟନ ଗୋଟିଏ ସାମାଜିକ ସୁରକ୍ଷା ଅଧୀନରେ ଥିଲେ। ବଳକା ୫୩.୧% ଅର୍ଥାତ ପ୍ରାୟ ୪.୧ ବିଲିୟନ ଲୋକ ସୋସିଆଲ ପ୍ରୋଟେକ୍ସନରୁ ବଞ୍ଚିତ ଥିଲେ। ଏହାବାଦ୍‌ ଲିଙ୍ଗଗତ ଦୃଷ୍ଟିରୁ ଦେଖିଲେ ସାମାଜିକ ସୁରକ୍ଷା ପାଇଥିବା ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ପ୍ରାୟ ୮% କମ୍‌। କାର୍ଯ୍ୟ କରିବା ବୟସ ବର୍ଗରେ ଆସୁଥିବା ବୈଶ୍ୱିକ ଜନସଂଖ୍ୟାର ୬୯.୪% ବା ୪ ବିଲିୟନ ଲୋକ ଆଂଶିକ ଭାବେ ସୁରକ୍ଷିତ କିମ୍ବା ସେମାନଙ୍କ ନିକଟରେ ଆଦୌ ସାମାଜିକ ସୁରକ୍ଷା ନ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

କୋହଲିଙ୍କ ଉପରେ ଟଙ୍କା ନେବା ଅଭିଯୋଗ କରିଥିବା ବାବା ଦେଲେ ବଡ଼ ବୟାନ, ଏବେ କହିଲେଣି ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୦: ମଥୁରାର ବୃନ୍ଦାବନସ୍ଥିତ ରାଧା କୁଟୀ ଆଶ୍ରମରେ ସାଧୁସନ୍ଥମାନେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପକ୍ଷକାର ଦିନେଶ ଫଳାହାରୀଙ୍କୁ ‘ବ୍ରଜ ରତ୍ନ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଭଗବାନ…

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି; ଜନ୍ତରମନ୍ତରରେ ହେବନି ବିକ୍ଷୋଭ ପ୍ରଦର୍ଶନ, ଏହି ୩ ନୂଆ ସ୍ଥାନ….

ନୂଆଦିଲ୍ଲୀ,୧୨।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?