ବିଭିନ୍ନ ଫେକ୍‌ ଆପ୍‌ର ୭୫ ଲକ୍ଷ ଫ୍ରିଜ୍‌ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୬।୭(ସତ୍ୟଜିତ୍‌ ରାଉତ)ଦେଶର ବଡ଼ ଶିଳ୍ପପତି, ଖେଳାଳି ଓ ଅଭିନେତାଙ୍କ ଫଟୋ ବ୍ୟବହାର କରି ନିବେଶ ଆଳରେ ସାଧାରଣ ଲୋକଙ୍କୁ ଠକେଇ କରାଯାଉଛି। ଏହି ମାମଲାର ତଦନ୍ତ କରୁଥିବାବେଳେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ବିଭିନ୍ନ ଠକେଇ ଆପ୍‌ର ସନ୍ଧାନ ପାଇଛି। ତେବେ ଏସବୁ ଆପ୍‌ର ଲିଙ୍କ୍‌ରେ ଥିବା ୧୪ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୭୫ ଲକ୍ଷ ଟଙ୍କା ଫ୍ରିଜ୍‌ କରିଛି। ଏନେଇ ବୁଧବାର ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଆପ୍‌ଗୁଡ଼ିକ ମଧ୍ୟରେ ଡାଇସ୍‌, କୁଇକ୍‌ରମି, ଫ୍ଲାଇ ଆଭିଏଟର୍‌, ଉୟି ଅନ୍‌ଲାଇନ୍‌ପ୍ରୋ ଥ୍ରୀ, ଏମ୍‌ଭିପି ଟ୍ରେଡର୍‌, ଏଫ୍‌ଟି୧୧, ୟୁଏନ୍‌ଓ, ଫୋରେକ୍ସଦାନା, ଲାଇଭ୍‌ ୨୨ କ୍ୟାସ୍‌, ଆଭିଏଟର୍‌ ଏକ୍ସ, ସିଟି୫, ହୋମର୍‌ ଆଲେକ୍ସାଣ୍ଡର୍‌ ଆଦି ରହିଛି। ପୂର୍ବରୁ (ଜଏନ୍‌ ଟ୍ରେଡ୍‌ ଫାଇନାନ୍‌ସିଆଲ ଗ୍ରୋଥ୍‌) ଆପ୍‌ର ୫ଟି ଆକାଉଣ୍ଟରେ ଥିବା ୧.୨୨ କୋଟି ଟଙ୍କାକୁ ଇଓଡବ୍ଲ୍ୟୁ ପକ୍ଷରୁ ଫ୍ରିଜ୍‌ କରାଯାଇଛି। ଏପରିକି ଫ୍ରିଜ୍‌ ହୋଇଥିବା ଆକାଉଣ୍ଟରେ ୧୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କାରବାର ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଏସବୁ ଫେକ୍‌ ଆପ୍‌କୁ ୧.୫୬ କୋଟିରୁ ଊର୍ଦ୍ଧ୍ୱ ଲୋକ ଡାଉନ୍‌ଲୋଡ୍‌ କରିଛନ୍ତି। ଏସବୁ ଆପ୍‌ର ମାଷ୍ଟରମାଇଣ୍ଡ୍‌ ୟୁଏଇ, ଦୁବାଇରେ ରହି ଏଭଳି କାରବାର କରୁଛନ୍ତି। ତେବେ ଅମିତାଭ ବଚ୍ଚନ୍‌, ମୁକେଶ ଅମ୍ବାନି, ରତନ୍‌ ଟାଟା, ସଚିନ ତେନ୍ଦୁଲକର, ୟୁଟ୍ୟୁବର୍‌ ଟେକ୍‌ନିକାଲ ଗୁରୁଜୀ ପ୍ରମୁଖଙ୍କ ଫଟୋକୁ ବିଜ୍ଞାପନ ରୂପେ ବ୍ୟବହାର କରି ଲୋକଙ୍କୁ ଫସାଯାଉଛି। ନିବେଶ ପରେ ବହୁଗୁଣ ଲାଭ ଅର୍ଥାତ୍‌ ୫ ଟଙ୍କାରୁ ୧୨୫ ଟଙ୍କା, ୨୦ ଟଙ୍କାରୁ ୧୨୮୫ ଟଙ୍କା ମିଳିବ ବୋଲି କୁହାଯାଇ ଫସାଯାଉଛି। ଏହି ଆପ୍‌ରେ ୟୁପିଆଇ ନମ୍ବର ଦ୍ୱାରା ଟଙ୍କା ଡିପୋଜିଟ୍‌ ହୁଏ। ତେବେ ଏଥିସହ ଲିଙ୍କ୍‌ ହୋଇଥିବା ବ୍ୟାଙ୍କ ଆକାଉଣ୍ଟଗୁଡ଼ିକ ବହୁତ ସେଲ୍‌ କମ୍ପାନୀ ଦ୍ୱାରା ପରିଚାଳନା କରାଯାଉଛି। ପରେ ଏହି ଟଙ୍କାକୁ କ୍ରିପ୍ଟୋ ଟ୍ରେଡିଂ ଦ୍ୱାରା ଭାରତ ବାହାରକୁ ନିଆଯାଉଛି। ଇଓଡବ୍ଲ୍ୟୁ ପକ୍ଷରୁ ଏହି ମାମଲା(ନଂ.୧୯/୨୦୨୩)ର ଅଧିକ ତଦନ୍ତ କରୁଛି। ଏଭଳି ଲୋଭରେ ପଡ଼ି ସାଇବର ଠକଙ୍କ ଜାଲରେ ନ ଫସିବାକୁ ଇଓଡବ୍ଲ୍ୟୁ ପକ୍ଷରୁ ସଚେତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?