ବିଭିନ୍ନ ଫେକ୍‌ ଆପ୍‌ର ୭୫ ଲକ୍ଷ ଫ୍ରିଜ୍‌ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୬।୭(ସତ୍ୟଜିତ୍‌ ରାଉତ)ଦେଶର ବଡ଼ ଶିଳ୍ପପତି, ଖେଳାଳି ଓ ଅଭିନେତାଙ୍କ ଫଟୋ ବ୍ୟବହାର କରି ନିବେଶ ଆଳରେ ସାଧାରଣ ଲୋକଙ୍କୁ ଠକେଇ କରାଯାଉଛି। ଏହି ମାମଲାର ତଦନ୍ତ କରୁଥିବାବେଳେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ବିଭିନ୍ନ ଠକେଇ ଆପ୍‌ର ସନ୍ଧାନ ପାଇଛି। ତେବେ ଏସବୁ ଆପ୍‌ର ଲିଙ୍କ୍‌ରେ ଥିବା ୧୪ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୭୫ ଲକ୍ଷ ଟଙ୍କା ଫ୍ରିଜ୍‌ କରିଛି। ଏନେଇ ବୁଧବାର ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଆପ୍‌ଗୁଡ଼ିକ ମଧ୍ୟରେ ଡାଇସ୍‌, କୁଇକ୍‌ରମି, ଫ୍ଲାଇ ଆଭିଏଟର୍‌, ଉୟି ଅନ୍‌ଲାଇନ୍‌ପ୍ରୋ ଥ୍ରୀ, ଏମ୍‌ଭିପି ଟ୍ରେଡର୍‌, ଏଫ୍‌ଟି୧୧, ୟୁଏନ୍‌ଓ, ଫୋରେକ୍ସଦାନା, ଲାଇଭ୍‌ ୨୨ କ୍ୟାସ୍‌, ଆଭିଏଟର୍‌ ଏକ୍ସ, ସିଟି୫, ହୋମର୍‌ ଆଲେକ୍ସାଣ୍ଡର୍‌ ଆଦି ରହିଛି। ପୂର୍ବରୁ (ଜଏନ୍‌ ଟ୍ରେଡ୍‌ ଫାଇନାନ୍‌ସିଆଲ ଗ୍ରୋଥ୍‌) ଆପ୍‌ର ୫ଟି ଆକାଉଣ୍ଟରେ ଥିବା ୧.୨୨ କୋଟି ଟଙ୍କାକୁ ଇଓଡବ୍ଲ୍ୟୁ ପକ୍ଷରୁ ଫ୍ରିଜ୍‌ କରାଯାଇଛି। ଏପରିକି ଫ୍ରିଜ୍‌ ହୋଇଥିବା ଆକାଉଣ୍ଟରେ ୧୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କାରବାର ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଏସବୁ ଫେକ୍‌ ଆପ୍‌କୁ ୧.୫୬ କୋଟିରୁ ଊର୍ଦ୍ଧ୍ୱ ଲୋକ ଡାଉନ୍‌ଲୋଡ୍‌ କରିଛନ୍ତି। ଏସବୁ ଆପ୍‌ର ମାଷ୍ଟରମାଇଣ୍ଡ୍‌ ୟୁଏଇ, ଦୁବାଇରେ ରହି ଏଭଳି କାରବାର କରୁଛନ୍ତି। ତେବେ ଅମିତାଭ ବଚ୍ଚନ୍‌, ମୁକେଶ ଅମ୍ବାନି, ରତନ୍‌ ଟାଟା, ସଚିନ ତେନ୍ଦୁଲକର, ୟୁଟ୍ୟୁବର୍‌ ଟେକ୍‌ନିକାଲ ଗୁରୁଜୀ ପ୍ରମୁଖଙ୍କ ଫଟୋକୁ ବିଜ୍ଞାପନ ରୂପେ ବ୍ୟବହାର କରି ଲୋକଙ୍କୁ ଫସାଯାଉଛି। ନିବେଶ ପରେ ବହୁଗୁଣ ଲାଭ ଅର୍ଥାତ୍‌ ୫ ଟଙ୍କାରୁ ୧୨୫ ଟଙ୍କା, ୨୦ ଟଙ୍କାରୁ ୧୨୮୫ ଟଙ୍କା ମିଳିବ ବୋଲି କୁହାଯାଇ ଫସାଯାଉଛି। ଏହି ଆପ୍‌ରେ ୟୁପିଆଇ ନମ୍ବର ଦ୍ୱାରା ଟଙ୍କା ଡିପୋଜିଟ୍‌ ହୁଏ। ତେବେ ଏଥିସହ ଲିଙ୍କ୍‌ ହୋଇଥିବା ବ୍ୟାଙ୍କ ଆକାଉଣ୍ଟଗୁଡ଼ିକ ବହୁତ ସେଲ୍‌ କମ୍ପାନୀ ଦ୍ୱାରା ପରିଚାଳନା କରାଯାଉଛି। ପରେ ଏହି ଟଙ୍କାକୁ କ୍ରିପ୍ଟୋ ଟ୍ରେଡିଂ ଦ୍ୱାରା ଭାରତ ବାହାରକୁ ନିଆଯାଉଛି। ଇଓଡବ୍ଲ୍ୟୁ ପକ୍ଷରୁ ଏହି ମାମଲା(ନଂ.୧୯/୨୦୨୩)ର ଅଧିକ ତଦନ୍ତ କରୁଛି। ଏଭଳି ଲୋଭରେ ପଡ଼ି ସାଇବର ଠକଙ୍କ ଜାଲରେ ନ ଫସିବାକୁ ଇଓଡବ୍ଲ୍ୟୁ ପକ୍ଷରୁ ସଚେତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri