Posted inଖେଳ

ଉତ୍ତରାଞ୍ଚଳ ୧୯୮ରେ ଅଲ୍‌ଆଉଟ

ବେଙ୍ଗାଲୁରୁ, ୬।୭: ଦୁଲିପ ଟ୍ରଫି କ୍ରିକେଟର ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣାଞ୍ଚଳ ବୋଲରମାନେ ଚମତ୍କାର ବୋଲିଂ କରି ଉତ୍ତରାଞ୍ଚଳ ପ୍ରଥମ ଇନିଂସକୁ ୧୯୮ ରନରେ ସୀମିତ ରଖିଛନ୍ତି। ପଶ୍ଚିମାଞ୍ଚଳ ବୋଲିଂ ଆକ୍ରମଣର ନେତୃତ୍ୱ ନେଇଛନ୍ତି ବିଦ୍ୱାଥ କଭେରପ୍ପା। ଏହି ଡାହାଣହାତୀ ମିଡିୟମ ପେସର ୨୮ ରନ ବିନିମୟରେ ୫ ଉଇକେଟ ହାସଲ କରି ଉତ୍ତରାଞ୍ଚଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଅନ୍ୟ ବୋଲରଙ୍କ ମଧ୍ୟରେ କେ.ଭି. ଶଶିକାନ୍ତ ୨ଟି ଏବଂ ବିଜୟ କୁମାର ବ୍ୟଶକ, ସାଇ କିଶୋର ଓ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଉତ୍ତରାଞ୍ଚଳ ପକ୍ଷରୁ ପ୍ରଭସିମରନ ସିଂ ସର୍ବାଧିକ ୪୯, ଅଙ୍କିତ କୁମାର ୩୩ ଓ ହର୍ଷିତ ରାଣା ୩୧ ରନ କରିଥିଲେ। ପଶ୍ଚିମାଞ୍ଚଳ ମଧ୍ୟ ପ୍ରଥମ ଇନିଂସରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରଥମ ଦିବସ ଖେଳ ଶେଷ ବେଳକୁ ୬୩ ରନ ମଧ୍ୟରେ ୪ ଉଇକେଟ ହରାଇଛି। ମୟଙ୍କ ଅଗ୍ରଓ୍ବାଲ ୩୭ ଓ ତିଲକ ବର୍ମା ୧୨ ରନରେ ଅପରାଜିତ ରହିଛନ୍ତି। ଆଉଟ ହୋଇଥିବା ୪ ଜଣ ଯାକ ବ୍ୟାଟର ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଉତ୍ତରାଞ୍ଚଳ ପକ୍ଷରୁ ବାଲ୍‌ତେଜ୍‌ ସିଂ ଓ ହର୍ଷିତ ରାଣା ୨ଟି ଲେଖାଏ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଳ ଜିତିବା ପରେ ବି ଖୁସି ନାହାନ୍ତି ରିଷଭ ପନ୍ତ: ଦୁଃଖରେ କହିଲେ ଏମିତି କଥା

ନୂଆଦିଲ୍ଲୀ,୧୫।୫: ଆଇପିଏଲ ୨୦୨୪ର ୬୪ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧୯ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଦିଲ୍ଲୀ ପ୍ଲେ...

ଏମିତି ଚମତ୍କାର କ୍ୟାଚ୍‌ ଧରିଲେ ରାହୁଲ, ଛିଡାହୋଇ କରତାଳି ଦେଲେ ମାଲିକ

ନୂଆଦିଲ୍ଲୀ,୧୫।୫: ଲକ୍ଷ୍ନୌ ସୁପର ଜିଆଣ୍ଟସ କେ.ଏଲ ରାହୁଲଙ୍କ ଅଧିନାୟକତ୍ୱରେ ଆଉ ଏକ ମ୍ୟାଚ ହାରିଛି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ କ୍ରମାଗତ ତୃତୀୟ...

କୋହଲିଙ୍କ ବଡ ରେକର୍ଡ ଭାଙ୍ଗିଦେଲେ ପାକିସ୍ତାନ ଅଧିନାୟକ

ଡବଲିନ୍‌,୧୫।୫: ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିଛି ପାକିସ୍ତାନ। ଡବଲିନ୍‌ରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ଆୟର୍ଲାଣ୍ଡକୁ ୬ ଉଇକେଟରେ...

ଚିନ୍ମୟ ଏସିଆନ ଟାଏକୋଣ୍ଡୋ ଜାତୀୟ ଦଳର କୋଚ୍‌ ଭାବେ ମନୋନୀତ

ଭଦ୍ରକ,୧୫।୫ (ସନାତନ ରାଉତ): ଭିଏତ୍‌ନାମର ଦାନାଙ୍ଗଠାରେ ଆୟୋଜିତ ଏସିଆନ ଟାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ଜାତୀୟ ଦଳର କୋଚ୍‌ ଭାବେ ଓଡ଼ିଶା ଟାଏକୋଣ୍ଡୋର ସମ୍ପାଦକ ଭଦ୍ରକ ଜିଲା...

ଗୋଲ୍ଡେନ୍‌ ବଲ୍‌ ନିଲାମି ରୋକିବାକୁ ଉତ୍ତରାଧିକାରୀଙ୍କ ପ୍ରୟାସ

ପ୍ୟାରିସ୍‌,୧୫ା୫(ପି.ଟି): ଆର୍ଜେଣ୍ଟିନାର ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କ ଚୋରି ହୋଇଥିବା ଗୋଲ୍ଡେନ୍‌ ବଲ୍‌ର ନିଲାମକୁ ରୋକିବା ପାଇଁ ପ୍ରୟାସ କରିଛନ୍ତି ତାଙ୍କ ଉତ୍ତରାଧିକାରୀ। ୧୯୮୬ରେ ଆର୍ଜେଣ୍ଟିନା...

କୋଚ୍‌ ଦୌଡ଼ରେ ଲକ୍ଷ୍ମଣ, ଲାଙ୍ଗର, ଗମ୍ଭୀର

ନୂଆଦିଲ୍ଳୀ୍‌,୧୫ା୫: ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ଶେଷ ହେବା ସହ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବ। ଡ୍ରାଭିଡ୍‌ଙ୍କ...

ଷ୍ଟବ୍ସ, ପୋରେଲଙ୍କ ଅର୍ଦ୍ଧଶତକ

ନୂଆଦିଲ୍ଲୀ,୧୫ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଟ୍ରିଷ୍ଟାନ ଷ୍ଟବ୍ସ ଓ ଅଭିଷେକ ପୋରେଲ।...

ମହିଳା ପୋଲ୍‌ଭଲ୍ଟରେ ରୋଜିଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୫।୫(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୭ତମ ଜାତୀୟ ଫେଡେରେଶନ କପ୍‌ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ତୃତୀୟ ଦିବସରେ ଅନୁଷ୍ଠିତ ମହିଳା ପୋଲଭଲ୍ଟ ଫାଇନାଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri