Posted inଜାତୀୟ

ହିମାଚଳ ପ୍ରଦେଶର ୭୪ ପ୍ରତିଶତ ବିଧାୟକ କୋଟିପତି, ୧୯ ଜଣଙ୍କ ବିରୋଧରେ ଅପରାଧୀକ ମାମଲା…

ଶିମଲା,୨୦।୧୦ : ହିମାଚଳ ଇଲେକଶନ ୱାଚ, ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ହିମାଚଳ ଜ୍ଞାନ ବିଜ୍ଞାନ ସମିତି ଦ୍ୱାରା ନିର୍ବାଚନ ସାକ୍ଷରତା ଅଭିଯାନ ଅନ୍ତର୍ଗତ ୧୫୦୦ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳରେ ୫୦ ହଜାରରୁ ଅଧିକ ପରିବାରଙ୍କ ନିକଟରେ ପହଞ୍ଚିବ। ହିମାଚଳ ଇଲେକଶନ ୱାଚ ଏବଂ ଏଡିଆର ପକ୍ଷରୁ ୬୮ ଜଣ ବିଧାୟକଙ୍କ ଅପରାଧୀକ ମାମଲା, ଶିକ୍ଷା, ଲିଙ୍ଗ ଗତ ସୂଚନା ଏବଂ ଆର୍ଥିକ ପୃଷ୍ଠଭୂମି ରିପୋର୍ଟ ପ୍ରକାଶ ପାଇଛି। ୧୪ ତମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିର୍ବାଚନ ସାକ୍ଷରତା ଅଭିଯାନ ଚାଲିଛି।
ଏହା ମାଧ୍ୟମରେ ଲୋକଙ୍କୁ ଭୋଟ ଦେବାର ମହତ୍ତ୍ୱ ବିଷୟରେ ଅବଗତ କରାଯିବା ସହିତ ସେମାନଙ୍କୁ ଭୋଟ ଦେବାକୁ ଉତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କେନ୍ଦ୍ରୀୟ ତଥା ରାଜ୍ୟ ନିର୍ବାଚନ ସ୍ତରରେ ରାଜନୈତିକ ଦଳଗୁଡିକ ସେମାନଙ୍କ ୱେବସାଇଟରେ ବିଚାରାଧୀନ ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ବିଷୟରେ ବିସ୍ତୃତ ତଥ୍ୟ ଅପଲୋଡ କରିବା ବାଧ୍ୟତାମୂଳକ, ଅପରାଧର ପ୍ରକୃତି, ଫ୍ରେମ ହୋଇଥିବା ଚାର୍ଜ ଭଳି ଆନୁସଙ୍ଗିକ ବିବରଣୀ , କୋର୍ଟ, କେସ ନମ୍ବର ଇତ୍ୟାଦି ସମ୍ବନ୍ଧୀୟ ସୂଚନା ରହିବ। ସୁପ୍ରିମକୋର୍ଟ ରାଜନୈତିକ ଦଳମାନଙ୍କୁ ସେମାନଙ୍କର ୱେବସାଇଟରେ ଏସବୁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ, ପ୍ରାର୍ଥୀ ଚୟନ ହେବାର ୭୨ ଘଣ୍ଟା ମଧ୍ୟରେ ପ୍ରାର୍ଥୀଙ୍କୁ ମନୋନୀତ କରିବାର କାରଣ ପ୍ରଦାନ କରାଯିବ। ଏହି ସୂଚନା ଏକ ସ୍ଥାନୀୟ ଖବରକାଗଜ ଏବଂ ଏକ ଜାତୀୟ ଖବରକାଗଜ, ଫେସବୁକ, ଟୁଇଟର ସମେତ ରାଜନୈତିକ ଦଳର ଅଫିସିଆଲ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ପ୍ରକାଶ ପାଇବ।

ହିମାଚଳ ପ୍ରଦେଶ ଇଲେକଶନ ୱାଚ ଏବଂ ଏଡିଆର ୨୦୧୭ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ୬୮ ଜଣ ବିଧାୟକଙ୍କ ଆତ୍ମ-ଘୋଷିତ ଆଫିଡେଭିଟ ବିଶ୍ଳେଷଣ କରିଛନ୍ତି। ଏହା ରାଜ୍ୟରେ ୫୦ ବିଧାୟକ ହେଉଛନ୍ତି କୋଟିପତି। ଏହା ମୋଟ ବିଧାୟକଙ୍କର ୭୪ ପ୍ରତିଶତ। ଏସବୁ ବିଧାୟକଙ୍କ ହାରାହାରି ସମ୍ପତ୍ତି ପରିମାଣ ୮.୪୫ କୋଟି। ସେହିପରି ୧୯ ଜଣ ବିଧାକୟଙ୍କ ବିରୋଧରେ ଅପରାଧୀକ ମାମଲା ରହିଛି। ଏହା ମୋଟ ବିଧାୟକଙ୍କ ସଂଖ୍ୟାର ୨୮ ପ୍ରତିଶତ। ରାଜ୍ୟର ୮ ଜଣ ବିଧାୟକଙ୍କ ବିରୋଧରେ ଗୁରୁତର ଅପରାଧୀକ ମାମଲା ଅଛି। ଏଭଳି ବିଧାୟକଙ୍କ ସଂଖ୍ୟା ୧୨ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଭାରତକୁ ବଡ଼ ସଫଳତା: ଆଣ୍ଡାମାନ ସମୁଦ୍ର ଗର୍ଭରୁ ମିଳିଲା ପ୍ରାକୃତିକ ଗ୍ୟାସର ବିପୁଳ ଭଣ୍ଡାର!

ନୂଆଦିଲ୍ଲୀ,୫।୬: ଭାରତର ଶକ୍ତି ସୁରକ୍ଷା ଏବଂ ଦେଶ ଭିତରେ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ସରକାରୀ ତୈଳ କମ୍ପାନୀ…

ଫିଲ୍ଡରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ବିଦ୍ୟୁତ୍‌ କର୍ମଚାରୀ, ସ୍ତ୍ରୀଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) ଶୁକ୍ରବାର ଫିଲ୍ଡରେ କାମ କରୁଥିବା ବେଳେ ହଠାତ୍‌ ଟଳିପଡ଼ିଥିଲେ।…

କ’ଣ CJP ମୁଖ୍ୟ ଅଭିଜିତ ଦିପକେ ୩ ପ୍ରବକ୍ତାଙ୍କୁ ଦେବେ ଦରମା, ସୋସଆଲ ମିଡିଆରେ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୬: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଭାରତ ଫେରିବା ଏବଂ ଜୁନ ୬ ତାରିଖରେ ଦିଲ୍ଲୀରେ ପ୍ରତିବାଦ କାର୍ଯ୍ୟକ୍ରମ ସ୍ଥିର ହେବାର କିଛି ଦିନ…

TMCକୁ ଆଉ ଏକ ଧକ୍କା, ମେୟର ପଦରୁ ଇସ୍ତଫା ଦେଲେ ମମତାଙ୍କ ନିକଟତମ

କୋଲକାତା,୫।୬: ବଙ୍ଗଳା ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଦେଖାଦେଇଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବଂ ବିଭାଜନ ମଧ୍ୟରେ, ଦଳର ବରିଷ୍ଠ ନେତା ଏବଂ ପୂର୍ବତନ…

ପାନୀୟ ଜଳ ବିଦ୍ୟୁତ ସମସ୍ୟା ନେଇ ଟାଟା ପାଓ୍ବାର ଅଫିସ ଘେରାଉ

ବଲାଙ୍ଗୀର,୫ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତର ବହୁ ଗ୍ରାମବାସୀ ଶୁକ୍ରବାର ବଲାଙ୍ଗୀର ଆସି ଆରଡବ୍ଲ୍ୟୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ଅଫିସ ଏବଂ…

ମୋଦିଙ୍କ ପ୍ରଶଂସା ମଧ୍ୟରେ କ୍ୟାମେରାରେ କଏଦ ହୋଇଥିଲା ଏକ ହସ ପୁଟିନଙ୍କ ସାମ୍ନାରେ ବସିଥିବା ଏହି ରହସ୍ୟମୟୀ ମହିଳା ଜଣକ କିଏ? ଜାଣନ୍ତୁ…

ନୂଆଦିଲ୍ଲୀ,୫।୬: ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆନ୍ତର୍ଜାତୀୟ ସମ୍ବାଦ ସଂସ୍ଥାର ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେ ଖୋଲାଖୋଲି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୯ ଦିନ ପରେ ମିଳିଲା ଗୌରାଙ୍ଗଙ୍କ ଗଳିତ ମୃତଦେହ, ପାଖରେ ପଡ଼ିଥିବା ଏସବୁ ଜିନିଷ ଦେଖି…

ଆଳି,୫ା୬(ବନମାଳୀ ସେନାପତି): ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗ୍ରାମର ନିଖୋଜ ଗୌରାଙ୍ଗ ସେଠୀଙ୍କ ଗଳିତ ମୃତଦେହ ୯ ଦିନ ପରେ ଉଦ୍ଧାର ହୋଇଛି। ଆଳି ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri