Posted inଜାତୀୟ

ହିମାଚଳ ପ୍ରଦେଶର ୭୪ ପ୍ରତିଶତ ବିଧାୟକ କୋଟିପତି, ୧୯ ଜଣଙ୍କ ବିରୋଧରେ ଅପରାଧୀକ ମାମଲା…

ଶିମଲା,୨୦।୧୦ : ହିମାଚଳ ଇଲେକଶନ ୱାଚ, ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ହିମାଚଳ ଜ୍ଞାନ ବିଜ୍ଞାନ ସମିତି ଦ୍ୱାରା ନିର୍ବାଚନ ସାକ୍ଷରତା ଅଭିଯାନ ଅନ୍ତର୍ଗତ ୧୫୦୦ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳରେ ୫୦ ହଜାରରୁ ଅଧିକ ପରିବାରଙ୍କ ନିକଟରେ ପହଞ୍ଚିବ। ହିମାଚଳ ଇଲେକଶନ ୱାଚ ଏବଂ ଏଡିଆର ପକ୍ଷରୁ ୬୮ ଜଣ ବିଧାୟକଙ୍କ ଅପରାଧୀକ ମାମଲା, ଶିକ୍ଷା, ଲିଙ୍ଗ ଗତ ସୂଚନା ଏବଂ ଆର୍ଥିକ ପୃଷ୍ଠଭୂମି ରିପୋର୍ଟ ପ୍ରକାଶ ପାଇଛି। ୧୪ ତମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିର୍ବାଚନ ସାକ୍ଷରତା ଅଭିଯାନ ଚାଲିଛି।
ଏହା ମାଧ୍ୟମରେ ଲୋକଙ୍କୁ ଭୋଟ ଦେବାର ମହତ୍ତ୍ୱ ବିଷୟରେ ଅବଗତ କରାଯିବା ସହିତ ସେମାନଙ୍କୁ ଭୋଟ ଦେବାକୁ ଉତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କେନ୍ଦ୍ରୀୟ ତଥା ରାଜ୍ୟ ନିର୍ବାଚନ ସ୍ତରରେ ରାଜନୈତିକ ଦଳଗୁଡିକ ସେମାନଙ୍କ ୱେବସାଇଟରେ ବିଚାରାଧୀନ ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ବିଷୟରେ ବିସ୍ତୃତ ତଥ୍ୟ ଅପଲୋଡ କରିବା ବାଧ୍ୟତାମୂଳକ, ଅପରାଧର ପ୍ରକୃତି, ଫ୍ରେମ ହୋଇଥିବା ଚାର୍ଜ ଭଳି ଆନୁସଙ୍ଗିକ ବିବରଣୀ , କୋର୍ଟ, କେସ ନମ୍ବର ଇତ୍ୟାଦି ସମ୍ବନ୍ଧୀୟ ସୂଚନା ରହିବ। ସୁପ୍ରିମକୋର୍ଟ ରାଜନୈତିକ ଦଳମାନଙ୍କୁ ସେମାନଙ୍କର ୱେବସାଇଟରେ ଏସବୁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ, ପ୍ରାର୍ଥୀ ଚୟନ ହେବାର ୭୨ ଘଣ୍ଟା ମଧ୍ୟରେ ପ୍ରାର୍ଥୀଙ୍କୁ ମନୋନୀତ କରିବାର କାରଣ ପ୍ରଦାନ କରାଯିବ। ଏହି ସୂଚନା ଏକ ସ୍ଥାନୀୟ ଖବରକାଗଜ ଏବଂ ଏକ ଜାତୀୟ ଖବରକାଗଜ, ଫେସବୁକ, ଟୁଇଟର ସମେତ ରାଜନୈତିକ ଦଳର ଅଫିସିଆଲ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ପ୍ରକାଶ ପାଇବ।

ହିମାଚଳ ପ୍ରଦେଶ ଇଲେକଶନ ୱାଚ ଏବଂ ଏଡିଆର ୨୦୧୭ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ୬୮ ଜଣ ବିଧାୟକଙ୍କ ଆତ୍ମ-ଘୋଷିତ ଆଫିଡେଭିଟ ବିଶ୍ଳେଷଣ କରିଛନ୍ତି। ଏହା ରାଜ୍ୟରେ ୫୦ ବିଧାୟକ ହେଉଛନ୍ତି କୋଟିପତି। ଏହା ମୋଟ ବିଧାୟକଙ୍କର ୭୪ ପ୍ରତିଶତ। ଏସବୁ ବିଧାୟକଙ୍କ ହାରାହାରି ସମ୍ପତ୍ତି ପରିମାଣ ୮.୪୫ କୋଟି। ସେହିପରି ୧୯ ଜଣ ବିଧାକୟଙ୍କ ବିରୋଧରେ ଅପରାଧୀକ ମାମଲା ରହିଛି। ଏହା ମୋଟ ବିଧାୟକଙ୍କ ସଂଖ୍ୟାର ୨୮ ପ୍ରତିଶତ। ରାଜ୍ୟର ୮ ଜଣ ବିଧାୟକଙ୍କ ବିରୋଧରେ ଗୁରୁତର ଅପରାଧୀକ ମାମଲା ଅଛି। ଏଭଳି ବିଧାୟକଙ୍କ ସଂଖ୍ୟା ୧୨ ପ୍ରତିଶତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri