Posted inଜାତୀୟ

ସଙ୍କଟ ସମୟରେ ଅର୍ଥନୀତିକୁ ମଜଭୁତ୍‌ କରିବାକୁ ସମସ୍ତଙ୍କୁ ଏକାଠି ହେବାକୁ ପଡିବ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୧: ୭୩ତମ ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟା ଅର୍ଥାତ୍‌ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ, ଦେଶ ତଥା ବିଦେଶରେ ରହୁଥିବା ଭାରତର ସମସ୍ତ ଲୋକଙ୍କୁ ମୋର ଶୁଭେଚ୍ଛା! ଏହା ଆମ ସମସ୍ତଙ୍କୁ ଏକତା ସୁତ୍ରରେ ବାନ୍ଧି ରଖିବାର ଏକ ଉତ୍ସବ। ୧୯୫୦ ମସିହାରେ ଏହି ଦିନ ଆମ ସମସ୍ତଙ୍କର ଏହି ଗୌରବଶାଳୀ ପରିଚୟ ଆମକୁ ପ୍ରାପ୍ତ ହୋଇଥିଲା।
ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି କହିଛନ୍ତି, ମାନବ ସମାଜ ଆଜି ଯେପରି ପରସ୍ପରର ସାହାଯ୍ୟ ଆବଶ୍ୟକ କରୁଛି, ତାହା ପୂର୍ବରୁ କେବେ ଘଟି ନ ଥିଲା। ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଛି କିନ୍ତୁ କରୋନା ଭାଇରସ ବିରୋଧରେ ମାନବିକତାର ସଂଗ୍ରାମ ଏବେ ବି ଜାରି ରହିଛି। ହଜାର ହଜାର ଲୋକ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି। ସମଗ୍ର ବିଶ୍ୱ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି। ବିଶ୍ୱ ସମୁଦାୟ ଅଦ୍ୟାବଧି ବିପଦର ସମ୍ମୁଖୀନ ହୋଇଛି।ମୁଁ ଗର୍ବିତ ଅନୁଭବ କରୁଛି ଯେ ଆମେ କରୋନା ବିରୋଧରେ ଅସାଧାରଣ ନିଷ୍ଠା ଏବଂ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଛୁ। ମହାମାରୀର ପ୍ରଭାବ ଏବେ ବି ବ୍ୟାପକ, ଆମକୁ ସଜାଗ ରହିବାକୁ ପଡିବ। ସଙ୍କଟର ଏହି ସମୟରେ, ଆମେ ଦେଖିଛୁ ଯେ ଆମ ଦେଶବାସୀ କିପରି ଗୋଟିଏ ପରିବାର ପରି ଯୋଡି ହୋଇ ଅଛନ୍ତି। ଏହି କାରଣରୁ ଆମର ଅର୍ଥନୀତି ପୁନର୍ଜୀବିତ ହୋଇଛି। ପ୍ରତିକୂଳ ପରିସ୍ଥିତିରେ ଭାରତର ସ୍ଥିରତା ଅର୍ଥନୀତିର ଏକ ପ୍ରମାଣ। ସାଧାରଣତନ୍ତ୍ର ଦିବସର ଏହି ଦିନ ମଧ୍ୟ ସେହି ମହାନ ବୀରମାନଙ୍କୁ ସ୍ମରଣ କରିବାର ଏକ ସୁଯୋଗ ବୋଲି ରାଷ୍ଟ୍ରପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ହେବେ ’

ନୂଆଦିଲ୍ଲୀ,୧୦।୩: ଆମ ଆଦମି ପାର୍ଟି (ଏଏପି)କୁ ପଞ୍ଜାବରେ ସ୍ପଷ୍ଟ ବହୁମତ ମିଳିବା ନିଶ୍ଚିତ। କାରଣ ୧୧୭  ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ ଅପରାହ୍ନ ୧୧ଟା ପର୍ଯ୍ୟନ୍ତ...

ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ: ଦ୍ୱିତୀୟ ନମ୍ବରରେ ଢାକା

ନୂଆଦିଲ୍ଲୀ,୨୨।୩: ଭାରତର ରାଜଧାନୀ ଦିଲ୍ଲୀ ନାମରେ ଆଉ ଏକ ଅବାଞ୍ଛିତ ରେକର୍ଡ ପଞ୍ଜିକୃତ ହୋଇଛି। ଲଗାତର ଦ୍ୱିତୀୟ ବର୍ଷ ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ...

‘କୃଷି ଆଇନ ଚାଷୀଙ୍କୁ ବରବାଦ କରିଦେବ’

ଥିରୁଭାନନ୍ତପୁରମ୍‌, ୨୩ା୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ତାଙ୍କ ନିର୍ବାଚନମଣ୍ଡଳୀ କେରଳର ଓ୍ବାୟନାଡ୍‌ରେ ଟ୍ରାକ୍ଟର ରାଲି କହିଛନ୍ତି। ଏଥିରେ ଶହେରୁ ଊର୍ଦ୍ଧ୍ୱ ଟ୍ରାକ୍ଟର ସହ...

ପୂଣ୍ୟତିଥିରେ ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି-ଶାହା-ସୋନିଆ-ମନମୋହନ-ରାହୁଲ

ନୂଆଦିଲ୍ଲୀ,୩୧।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୩୬ତମ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଟୁଇଟ୍‌ କରି ଇନ୍ଦିରାଙ୍କୁ ବିନମ୍ର...

ପାଖରେ ନ ଥିଲା ଆମ୍ବୁଲାନ୍ସ ପାଇଁ ଟଙ୍କା, ଶିଶୁପୁତ୍ରର ମୃତଦେହକୁ ବ୍ୟାଗରେ ରଖି ବସରେ ୨୦୦ କିଲୋମିଟର ଯାତ୍ରା କଲେ ଅସହାୟ ବାପା…

କୋଲକାତା,୧୫।୫ : ଉତ୍ତର ପଶ୍ଚିମବଙ୍ଗର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପୁଣି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲ ସୂତ୍ର ଅନୁଯାୟୀ, ଆମ୍ବୁଲାନ୍ସ ପାଇଁ...

ମୁକେଶ ଅମ୍ବାନିଙ୍କ ବଡ଼ ଘୋଷଣା: ୨୦୨୧ରେ ଜିଓ ଆଣିବ ୫-ଜି

ନୂଆଦିଲ୍ଲୀ,୮।୧୨: ଦେଶର ଜିଓ ଉପଭୋକ୍ତା ୨୦୨୧ରେ ୫-ଜି ସୁବିଧା ପାଇପାରିବେ। ଏନେଇ ମୁକେଶ ଅମ୍ବାନି ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ଭାରତୀୟ ମୋବାଇଲ କଂଗ୍ରେସର ଉଦ୍‌ଘାଟନୀ...

ବେୱଫା ଚା’ ବାଲା: ପ୍ରେମରେ ଧୋକା ଖାଇଥିବା ଲୋକଙ୍କୁ କମ ଦାମରେ ଚା’…

ରାୟପୁର, ୪।୯ : ଆମେ ଏମ୍‌ବିଏ ଚା’ ବାଲା, ଗ୍ରାଜୁଏଟ ଚା’ ବାଲା, ଏମଏସ୍‌ସି ଚା’ ବାଲାଙ୍କ ବିଷୟରେ ତ ଶୁଣିଛେ। କିନ୍ତୁ ଛତିଶଗଡର ବାଲୋଦାବଜାର...

ଭାରତରେ ନୂଆ ପ୍ରଜାତିର ବାଦୁଡି ସନ୍ଧାନ

ନୂଆଦିଲ୍ଲୀ,୨୩।୮: ଅନ୍ତର୍ଜାତୀୟ ଅନୁସନ୍ଧାନକାରୀଙ୍କ ଏକ ଦଳ ଭାରତ ଏବଂ ଶ୍ରୀଲଙ୍କାରେ ଏକ ନୂତନ ପ୍ରଜାତିର ବାଦୁଡି ସନ୍ଧାନ କରିଛନ୍ତି, ଯାହାର ଲମ୍ବା ଆଙ୍ଗୁଠି ଅଛି। ଅନୁସନ୍ଧାନକାରୀମାନେ...

Advertisement
Archives

Model This Week