ଜଣେ ଲେଖାଏ ଶିକ୍ଷକରେ ଚାଲିଛି ଜିଲାର ୭୨ ସ୍କୁଲ

ନବରଙ୍ଗପୁର,୬।୮(ସଦାଶିବ ପ୍ରହରାଜ)ପ୍ରତ୍ୟେକ କ୍ଷେତ୍ରରେ ମୂଳଦୁଆ ହେଉଛି ମୁଖ୍ୟ। ଶିକ୍ଷା କ୍ଷେତ୍ରରେ ପ୍ରାଥମିକ ଶିକ୍ଷାକୁ ଜ୍ଞାନ ଅର୍ଜନର ମୂଳଦୁଆ କୁହାଯାଏ। ତେବେ ଜିଲାରେ ୭୨ ବିଦ୍ୟାଳୟ ଜଣେ ଲେଖାଏ ଶିକ୍ଷକରେ ଚାଲିଛି। ଉପାନ୍ତ ହେଉ ବା ସହରାଞ୍ଚଳ, ସବୁଠି ଭୁଶୁଡ଼ି ପଡିଛି ଜିଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା। ଛାତ୍ରୀଛାତ୍ରଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ବ୍ୟାପକ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଶିକ୍ଷକଙ୍କ ଭିତ୍ତିଭୂମି ନ ସଜାଡ଼ିବା ଯୋଗୁ ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ନିମ୍ନମୁହାଁ ହେବାରେ ଲାଗିଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାରେ। ଯେଉଁଠି ଶିକ୍ଷକ ଅଭାବ ଯୋଗୁ ଛାତ୍ରୀଛାତ୍ର ଉନ୍ନତ ଶିକ୍ଷା ପାଇବାରୁ ବଞ୍ଚତ୍ତ ହେବା ସହ ଶିକ୍ଷକଙ୍କ ଉପରେ ମଧ୍ୟ ମାନସିକ ଚାପ ପଡୁଥିବା ଦେଖିବାକୁ ମିଳୁଛି। ନବରଙ୍ଗପୁର ଜିଲାର ୧୦ ବ୍ଲକରେ ସମୁଦାୟ ୧୧୧୨ଟି ପ୍ରାଥମିକ ବିଦ୍ୟାଳୟ ରହିଥିବାବେଳେ ୭୨ ବିଦ୍ୟାଳୟ କେବଳ ଜଣେ ଲେଖାଏ ଶିକ୍ଷକରେ ଚାଲିଛି।
ନବରଙ୍ଗପୁର ସଦର ବ୍ଲକ ଅନ୍ତର୍ଗତ ଚକାଛପର ସରକାରୀ ପ୍ରାଥମିକ ବିଦ୍ୟାଳୟ। ଗୋଟିଏ କକ୍ଷରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୨ଜଣ ଛାତ୍ରୀଛାତ୍ରଙ୍କୁ ବସାଇ ପାଠ ପଢ଼ାଯାଉଛି। ଶିକ୍ଷୟିତ୍ରୀ ଲେଖାମଣି ମୁଦୁଲି ପିଲାଙ୍କ ପାଠ ପଢ଼ା ସହ ଅଫିସ କାର୍ଯ୍ୟ କରୁଛନ୍ତି l ଫଳରେ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ବିଗତ ଦିନରେ ଏଠାରେ ୩ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଥିଲେ। ଜଣେ ଶିକ୍ଷକ ଅବସର ନେଇଥିବାବେଳେ ବେଳେ ଆଉ ଜଣେ ପଦୋନ୍ନତି ପାଇ ଅନ୍ୟ ସ୍କୁଲକୁ ଚାଲିଯାଇଛନ୍ତି। ଫଳରେ ସ୍କୁଲର ବିଭିନ୍ନ କାମ ସହ ୬୨ ଜଣ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ଅସୁବିଧା ହେଉଛି ବୋଲି ଶିକ୍ଷୟିତ୍ରୀ ଲେଖାମଣି ମୁଦୁଲି କହିଛନ୍ତି। ଏଠାରେ ଆଉ ଜଣେ ଶିକ୍ଷକ ନିଯୁକ୍ତି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହିଭଳି ଅଗ୍ନିପୁର ପଞ୍ଚାୟତ ଅଧୀନ ଡି.ବେହେରାଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ସ୍ଥିତି ସମାନ। ୨୫ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷୟିତ୍ରୀ। ଫଳରେ ଅଫିସ କାର୍ଯ୍ୟ ସହ ପାଠପଢ଼ା ବ୍ୟାଘାତ ହେଉଛି। ଏପରିକି ଶିକ୍ଷୟିତ୍ରୀ ଜଣଙ୍କ ଅସୁସ୍ଥ ହେଲେ ମଧ୍ୟ ବାଧ୍ୟହୋଇ ସ୍କୁଲକୁ ଆସି ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଏଠାରେ ମଧ୍ୟ ଗୋଟିଏ ଶ୍ରେଣୀଗୃହରେ ୫ଟି ଶ୍ରେଣୀର ଛାତ୍ରୀଛାତ୍ର ବସି ପଢୁଛନ୍ତି। କାଳେ ଛାତ୍ରୀଛାତ୍ର ବାହାରକୁ ଚାଲିଯିବେ, ତେଣୁ ଗେଟ୍‌କୁ ତାଲା ପକାଇ ରଖୁଛନ୍ତି ବୋଲି ଶିକ୍ଷୟିତ୍ରୀ ସୁଜାତା ମଣ୍ଡଳ କହିଛନ୍ତି। ପିଲାଙ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା କରିବାକୁ ହେଲେ ଆଉ ଜଣେ ଶିକ୍ଷକ ନିଯୁକ୍ତି ପାଇଁ ଦାବି ହୋଇଛି। ସେମିତି ନବରଙ୍ଗପୁର ସହର ମଧ୍ୟରେ ଥିବା ବ୍ଲକ କଲୋନି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ୩୨ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷୟିତ୍ରୀ ରହିଛନ୍ତି। ଜିଲାର କେତେକ ସ୍କୁଲରେ ଛାତ୍ରୀଛାତ୍ର କମ୍‌ ଥିଲେ ମଧ୍ୟ ସେଠାରେ ଶିକ୍ଷକଙ୍କ ସଂଖ୍ୟା ଅଧିକ ରହିଛି। ତାହାକୁ ଜିଲା ଶିକ୍ଷା ବିଭାଗ ତର୍ଜମାକରି ଅନୁପାତଭିତ୍ତିକ ଶିକ୍ଷକ ନିଯୁକ୍ତି କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।
ଅନ୍ୟପଟେ ଶିକ୍ଷୟିତ୍ରୀ ଶିକ୍ଷକ ଓ ଅଭିଭାବକଙ୍କ ଦାବିକୁ ଯଥାର୍ଥ ବୋଲି ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ କହିଛନ୍ତି। ଜିଲାରେ ୭୨ଟି ବିଦ୍ୟାଳୟ କେବଳ ଜଣେ ଲେଖାଏ ଶିକ୍ଷକରେ ଚାଲିଥିବା ସ୍ବୀକାର କରିଛନ୍ତି। ଏହା ଉପରେ ତର୍ଜମାକରି ଉକ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?