ଭୁବନେଶ୍ୱର,୨୧ା୨(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ରବିବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୭୧% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଦୁଇଟି ପର୍ଯ୍ୟାୟ ଭଳି ଏହି ପର୍ଯ୍ୟାୟରେ ମଧ୍ୟ ମାଲକାନଗିରି ଜିଲାରେ ମତଦାନ ହାର ଉତ୍ସାହଜନକ ରହିଛି। ମାଲକାନଗିରି ଜିଲାର ମାଥିଲି ଓ ପଡ଼ିଆ ବ୍ଲକ, କନ୍ଧମାଳ ଜିଲାର ଫିରିଙ୍ଗିଆ ବ୍ଲକ ମାଓବାଦୀପ୍ରବଣ ଅଞ୍ଚଳ ହୋଇଥିଲେ ମଧ୍ୟ ସେଠାରେ ମତଦାନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟରେ ୨୯ ଜିଲାର ୬୩ ବ୍ଲକର ୧୩୮୨ ପଞ୍ଚାୟତରେ ୧୭୧ ଜିଲା ପରିଷଦ ସଭ୍ୟ ପାଇଁ ୧୮,୪୯୫ ବୁଥ୍‌ରେ ନିର୍ବାଚନ ଶେଷ ହୋଇଛି। ଯାଜପୁର ଜିଲାର ବିଞ୍ଝାରପୁର ବ୍ଲକରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ ରାଜ୍ୟ ନିର୍ବାଚନ କମିଶନର ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଏ ସମ୍ପର୍କରେ ଡିଜିପି ଏବଂ ଯାଜପୁର ଜିଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ତୁରନ୍ତ ଦୋଷୀମାନଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କେତେକ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେବା ଫଳରେ ଭୋଟଗ୍ରହଣ ବାଧାପ୍ରାପ୍ତ ହୋଇଛି। ଏ ସମ୍ପର୍କରେ ଜିଲାପାଳଙ୍କଠାରୁ ରିପୋର୍ଟ ମିଳିବା ପରେ କମିଶନର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ତୃତୀୟ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହୋଇଥିଲା। ରାଜ୍ୟର ବିଭିନ୍ନ ବୁଥ୍‌ରେ ଲୋକମାନଙ୍କ ମଧ୍ୟରେ ମତଦାନକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସକାଳୁ ମତଦାନ ସାମାନ୍ୟ ଧିମା ଥିବାବେଳେ ସକାଳ ୯ଟା ପରେ ବୁଥ୍‌ଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ତେବେ କେତେକ ସ୍ଥାନରେ ନିର୍ବାଚନ ହିଂସାକାଣ୍ଡ ଯୋଗୁ ନିର୍ବାଚନକୁ ମଧ୍ୟ ବାତିଲ କରାଯାଇଛି। ଜିଲାପାଳଙ୍କ ରିପୋର୍ଟ ପରେ ସେସବୁ ସ୍ଥାନରେ ପୁନଃ ନିର୍ବାଚନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ବାଚନ ଶେଷ ହେବା ପରେ ଭୋଟବାକ୍ସଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ବ୍ଲକ ସଦର ମହକୁମାରେ ଥିବା ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖାଯାଇଛି। ୧୭୧ ଜିଲା ପରିଷଦ ଜୋନରେ ମୋଟ ୬୭୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିିତା କରୁଛନ୍ତି। ପ୍ରାର୍ଥୀମାନଙ୍କର ଭାଗ୍ୟ ବାଲଟ ବାକ୍ସ ଭିତରେ ସିଲ୍‌ ହୋଇଯାଇଛି। ଆସନ୍ତା ୨୬ ତାରିଖରୁ ୩ ଦିନ ବ୍ୟାପୀ ଭୋଟ ଗଣତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଟାରୁ ଆରମ୍ଭ...

ଡ. ଯଯାତି କେଶରୀ ନାୟକଙ୍କୁ ‘ଆଉଟ୍‌ଷ୍ଟାଣ୍ଡିଂ ରିଭିଓ୍ବର’ ସମ୍ମାନ

ଭୁବନେଶ୍ୱର, ୨।୪ (ବ୍ୟୁରୋ): କୋଲକାତାସ୍ଥିତ ଭାରିଏବ୍‌ଲ ଏନର୍ଜି ସାଇକ୍ଲୋଟ୍ରନ୍‌ ସେଣ୍ଟର (ଭିଇସିସି)ଠାରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଡ. ଯଯାତି କେଶରୀ ନାୟକଙ୍କୁ ଚଳିତ ବର୍ଷ ‘ଆଉଟ୍‌ଷ୍ଟାଣ୍ଡିଂ...

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ : ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ

ଭୁବନେଶ୍ୱର,୨।୮(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଷୟରେ ୟୁଜି ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ଗୁରୁବାର ପ୍ରକାଶ ପାଇଛି। ବିଜ୍ଞାନରେ ପଦାର୍ଥ ବିଜ୍ଞାନ...

ବିଜେପୁର ଉପନିର୍ବାଚନ: ଖୁବ୍‌ଶୀଘ୍ର କଂଗ୍ରେସର ପ୍ରାର୍ଥୀ ଘୋଷଣା, ୨୬ରେ କରିପାରେ ବିଜେଡି

ଭୁବନେଶ୍ୱର,୨୪।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନକୁ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦଳଗୁଡ଼ିକୁ ଏବେ ପ୍ରାର୍ଥୀ ଚୟନ ଚିନ୍ତା। ବିଜେଡି ପକ୍ଷରୁ ନବୀନ ନିବାସରେ ବୈଠକ...

ଜରୁରିକାଳୀନ ପରିସ୍ଥିତିକୁ କ୍ଷମା ଦିଆଯାଇପାରିବନି: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ୧୯୭୫ ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ଦେଶରେ ଜାରି ଜରୁରିକାଳୀନ ପରିସ୍ଥିତିକୁ କେବେ କ୍ଷମା ଦିଆଯାଇପାରିବନି। ରାଜ୍ୟ ଭାଜପା...

ରୋଷଘରେ ଲାଗିବ ନୂଆ ଖାଣ୍ଡେଲାଇଟ୍‌ ପଥର

ପୁରୀ ଅଫିସ,୧୦।୬:ଚଳିତବର୍ଷ ଶ୍ରୀମନ୍ଦିର ରୋଷଘରେ ନୂଆ ଖାଣ୍ଡେଲାଇଟ୍‌ ପଥର ଲଗାଯିବ। ସେହିପରି ଆସନ୍ତା ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପ ମରାମତି ସହ କଳାହାଟ...

ବାତ୍ୟା ଅମ୍ପନ ତାଣ୍ଡବ: ପଶ୍ଚିମବଙ୍ଗରେ ଧନଜୀବନ କ୍ଷତିକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ; ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ସାମୁଦ୍ରିକ ଝଡ ଅମ୍ଫନ କେବଳ ଓଡିଶା ନୁହେଁ, ପଶ୍ଚିମବଙ୍ଗରେ ମଧ୍ୟ ବ୍ୟାପକ କ୍ଷତି ଘଟାଇଛି। ସେଠାରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ବହୁ...

ପୁରୀରେ ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ

ପୁରୀ ଅଫିସ, ୨୬।୫: ବାତ୍ୟା ଫନୀରେ ପୁରୀ ଜିଲାରେ ହୋଇଥିବା କ୍ଷୟକ୍ଷତି ଆକଳନ ଲାଗି ପୁରୀରେ ପହଞ୍ଚିଛନ୍ତି ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ। ରବିବାର ପୂର୍ବାହ୍ନରେ ସର୍କିଟ...

Advertisement
Archives

Model This Week