ଭୁବନେଶ୍ୱର,୨୧ା୨(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ରବିବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୭୧% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଦୁଇଟି ପର୍ଯ୍ୟାୟ ଭଳି ଏହି ପର୍ଯ୍ୟାୟରେ ମଧ୍ୟ ମାଲକାନଗିରି ଜିଲାରେ ମତଦାନ ହାର ଉତ୍ସାହଜନକ ରହିଛି। ମାଲକାନଗିରି ଜିଲାର ମାଥିଲି ଓ ପଡ଼ିଆ ବ୍ଲକ, କନ୍ଧମାଳ ଜିଲାର ଫିରିଙ୍ଗିଆ ବ୍ଲକ ମାଓବାଦୀପ୍ରବଣ ଅଞ୍ଚଳ ହୋଇଥିଲେ ମଧ୍ୟ ସେଠାରେ ମତଦାନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟରେ ୨୯ ଜିଲାର ୬୩ ବ୍ଲକର ୧୩୮୨ ପଞ୍ଚାୟତରେ ୧୭୧ ଜିଲା ପରିଷଦ ସଭ୍ୟ ପାଇଁ ୧୮,୪୯୫ ବୁଥ୍‌ରେ ନିର୍ବାଚନ ଶେଷ ହୋଇଛି। ଯାଜପୁର ଜିଲାର ବିଞ୍ଝାରପୁର ବ୍ଲକରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ ରାଜ୍ୟ ନିର୍ବାଚନ କମିଶନର ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଏ ସମ୍ପର୍କରେ ଡିଜିପି ଏବଂ ଯାଜପୁର ଜିଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ତୁରନ୍ତ ଦୋଷୀମାନଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କେତେକ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେବା ଫଳରେ ଭୋଟଗ୍ରହଣ ବାଧାପ୍ରାପ୍ତ ହୋଇଛି। ଏ ସମ୍ପର୍କରେ ଜିଲାପାଳଙ୍କଠାରୁ ରିପୋର୍ଟ ମିଳିବା ପରେ କମିଶନର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ତୃତୀୟ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହୋଇଥିଲା। ରାଜ୍ୟର ବିଭିନ୍ନ ବୁଥ୍‌ରେ ଲୋକମାନଙ୍କ ମଧ୍ୟରେ ମତଦାନକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସକାଳୁ ମତଦାନ ସାମାନ୍ୟ ଧିମା ଥିବାବେଳେ ସକାଳ ୯ଟା ପରେ ବୁଥ୍‌ଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ତେବେ କେତେକ ସ୍ଥାନରେ ନିର୍ବାଚନ ହିଂସାକାଣ୍ଡ ଯୋଗୁ ନିର୍ବାଚନକୁ ମଧ୍ୟ ବାତିଲ କରାଯାଇଛି। ଜିଲାପାଳଙ୍କ ରିପୋର୍ଟ ପରେ ସେସବୁ ସ୍ଥାନରେ ପୁନଃ ନିର୍ବାଚନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ବାଚନ ଶେଷ ହେବା ପରେ ଭୋଟବାକ୍ସଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ବ୍ଲକ ସଦର ମହକୁମାରେ ଥିବା ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖାଯାଇଛି। ୧୭୧ ଜିଲା ପରିଷଦ ଜୋନରେ ମୋଟ ୬୭୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିିତା କରୁଛନ୍ତି। ପ୍ରାର୍ଥୀମାନଙ୍କର ଭାଗ୍ୟ ବାଲଟ ବାକ୍ସ ଭିତରେ ସିଲ୍‌ ହୋଇଯାଇଛି। ଆସନ୍ତା ୨୬ ତାରିଖରୁ ୩ ଦିନ ବ୍ୟାପୀ ଭୋଟ ଗଣତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡିବା ପରେ ବଡ଼ ଗୁମର ଖୋଲିଲେ ଦେବାଶିଷ, କହିଲେ-ନବୀନ ବାବୁ ଭାଜପା ହାତ ଧରି…

ଭୁବନେଶ୍ୱର,୨୫।୫: ବିଜେଡି ଛାଡ଼ିବା ପରେ ଦେବାଶିଷ ସାମନ୍ତରାୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁ ଭାଜପା ହାତ ଧରି କ୍ୟାରିୟର ଆରମ୍ଭ କରିଥିଲେ। ବାଜପେୟୀ,…

ଅଭିଷେକଙ୍କ ଘରେ ପଶିଲା ପୋଲିସ: ଥମୁନି ଦିଦିଙ୍କ ଅଡ଼ୁଆ

କୋଲକାତା,୨୫।୫: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ କୋଲକାତାସ୍ଥିତ ବାସଭବନରେ ପୋଲିସ ପହଞ୍ଚିଛି। ତାଙ୍କ ଘର ବାହାରେ ପ୍ରବଳ ପୋଲିସ ଫୋର୍ସ ମୁତୟନ କରାଯାଇଛି।…

OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ

ଭୁବନେଶ୍ୱର,୨୩।୫: OERC ଅଧ୍ୟକ୍ଷ ପଦରୁ ପ୍ରଦୀପ ଜେନା ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଦବୀରୁ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଏପରକି…

ଧନୁଯାତ୍ରା ତୋରଣ ଭାଙ୍ଗିବାକୁ ନେଇ ବଢୁଛି ଅସନ୍ତୋଷ: ଘଟଣା: ଥାନାରେ ଏତଲା ଦେଲେ ପୌରାଧ୍ୟକ୍ଷା

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡବତାସରେ ବରଗଡ଼ ସହର ଥାନା ଛକରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଧନୁଯାତ୍ରା ତୋରଣ ଭାଙ୍ଗି…

ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏସବୁ ବିଷୟରେ ଆଲୋଚନା କଲେ ମୋହନ, ଓଡ଼ିଶାବାସୀ ଶୁଣିଲେ ହୋଇଯିବେ ଖୁସି!

ଭୁବନେଶ୍ୱର, ୨୫।୫: ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିବା ଜଣାପଡିଛି। ଏନେଇ ଏକ୍ସରେ ସୂଚନା…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ତଦନ୍ତ ପାଇଁ ଜିଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡବତାସରେ ବରଗଡ଼ ସହର ଥାନା ଛକରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଧନୁଯାତ୍ରା ତୋରଣ…

ଇଦ-ଉଲ-ଜୁହା ଛୁଟି ପରିବର୍ତ୍ତନ: ଏହି ଦିନକୁ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର,୨୫।୫: ଶେଷରେ ଇଦ-ଉଲ-ଜୁହା ଛୁଟିକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି। ଆସନ୍ତା ୨୭ରେ ନୁହେଁ, ୨୮ରେ ଇଦ-ଉଲ-ଜୁହା ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି। ଏନେଇ ସରକାରଙ୍କ…

ପେଟ୍ରୋଲ-ଡିଜେଲ ସଙ୍କଟ ମଧ୍ୟରେ ସରକାର କଲେ ବଡ଼ ଘୋଷଣା, ୩ରାଜ୍ୟରେ….

ନୂଆଦିଲ୍ଲୀ,୨୫।୫: ପେଟ୍ରୋଲ ପମ୍ପଗୁଡ଼ିକରେ ଇନ୍ଧନ ଅଭାବ ସମ୍ପର୍କରେ ସରକାରଙ୍କ ସୂଚନା ସାମ୍ନାକୁ ଆସିଛି । ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ସୁଜାତା ଶର୍ମା କହିଛନ୍ତି ଯେ ଦେଶରେ ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri