Posted inଜାତୀୟ

ଗର୍ଭବତୀ ଗାଈର ଜୀବନ ନେଲା ପ୍ଲାଷ୍ଟିକ

ଫରିଦାବାଦ୍‌,୪।୩ : ହରିୟାଣାର ପରିଦାବାଦରେ ପ୍ରାଣି ଚିକିତ୍ସକଙ୍କ ଏକ ଦଳ ଗର୍ଭବତୀ ଗାଈ ପେଟରୁ ୭୧ କିଲୋଗ୍ରାମ ଆବର୍ଜନା ବାହାର କରିଛି। ଗାଈ ପେଟରେ ପ୍ଲାଷ୍ଟିକ, ନଖ ଓ ଅନ୍ୟ ଆବର୍ଜନା ରହିଥିଲା। କିନ୍ତୁ ସବୁ ଚେଷ୍ଟା ପରେ ମଧ୍ୟ ଗାଈ ଓ ତା’ର ଛୁଆଙ୍କୁ ବଞ୍ଚାଇପାରି ନାହାନ୍ତି ପ୍ରାଣି ଚିକିତ୍ସକଙ୍କ ଦଳ।

ଗତ ମାସ ଶେଷ ଆଡ଼କୁ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଗାଈକୁ ଉଦ୍ଧାର କରିଥିଲା ଫରିଦାବାଦର ପଶୁ ଟ୍ରଷ୍ଟ। ପଶୁ ଚିକିତ୍ସକଙ୍କ ଏକ ଦଳ ୪ ଘଣ୍ଟା ଧରି ଅପରେଶନ ପରେ ଗାଈ ପେଟରୁ ପ୍ଲାଷ୍ଟିକ, ନଖ, ମାର୍ବଲ୍ସ ଓ ଅନ୍ୟାନ୍ୟ ଆବର୍ଜନା ମିଳିଥିବା ଟ୍ରଷ୍ଟ ସଭାପତି ରବି ଦୁବେ କହିଛନ୍ତି। ସେମାନେ ଗାଈର ଛୁଆକୁ ବଞ୍ଚାଇବା ପାଇଁ ବିଫଳ ଚେଷ୍ଟା କରିଥିଲେ। ଗାଈ ପେଟରେ ଅତ୍ୟଧିକ ପରିମାଣରେ ଆବର୍ଜନା ଥିବାରୁ ତା’ର ଛୁଆକୁ ବଢ଼ିବା ପାଇଁ ପର୍ଯ୍ୟାପ୍ତ ଯାଗା ମିଳି ନ ଥିଲା। ୩ ଦିନ ପରେ ଗାଈର ମୃତ୍ୟୁ ହୋଇଥିଲା। ” ୧୩ ବର୍ଷର ଅଭିଜ୍ଞତାରେ ଗାଈ ପେଟରୁ ଏତେ ପରିମାଣରେ ଆବର୍ଜନା ବାହାରିବା ମୁଁ ଦେଖି ନାହିଁ “ ବୋଲି ଦୁବେ କହିଛନ୍ତି। ଏହି ଘଟଣା ଦେଶର ମୁଖ୍ୟତଃ ଦୁଇଟି ସମସ୍ୟା (ଦେଶର ପ୍ରଦୂଷଣ ଓ ବୁଲା ଗୋରୁ)କୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ବର୍ଷା, ଏହି ଜିଲାରେ ଲଗାତାର ୩ ଦିନ ସ୍କୁଲ ଛୁଟି, ଜାଣନ୍ତୁ…

ଭବାନୀପାଟଣା ୨୪।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ୩ ଦିନ ହେଲା କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଏନେଇ ଜନଜୀବନ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

୩ ଦିନ ହେଲା ବର୍ଷା ଜାରି , ମାଧବରୀଡ଼ାରେ ବିପଦ ସଂକେତ ଜଳସ୍ତର

ବେଲଗୁଣ୍ଠା,୨୪ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲକୁ ନେଇ ଚାଷୀଙ୍କ…

ବନ୍ୟାର ପ୍ରଖର ସ୍ରୋତରେ ନାଳ ପାରି ହେଲେ ଗର୍ଭବତୀ

ପାତ୍ରପୁର, ୨୪ା୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୀମାନ୍ତରେ ପ୍ରବାହିତ ଜାମୁଗଣ୍ଡ ନାଳରେ ବର୍ଷାଜଳ ବୃଦ୍ଧି ପାଇଛି। ଏଥିଯୋଗୁ କେତେକ ଆଦିବାସୀ ଗ୍ରାମ ବାହ୍ୟ…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

ଏସୀୟ କ୍ରୀଡ଼ାର ୧୦,୦୦୦ ମିଟର ଦୌଡ଼ରେ ସୀମାଙ୍କ ଐତିହାସିକ ବ୍ରୋଞ୍ଜ ପଦକ

ନାଗୋୟା,୨୪ା୯: ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍‌ ସୀମା ଗୁରୁବାର ମହିଳା ୧୦,୦୦୦ ମି. ବ୍ରୋଞ୍ଜ ପଦକ ଜିତିଛନ୍ତି। ସୀମା ଦୌଡ଼କୁ ୩୨:୫୦.୦୫ ସେକେଣ୍ଡରେ ଶେଷ କରି…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?