ଅନୁଗୋଳର ୭୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଅନୁଗୋଳ ଅଫିସ/ ଆଠମଲ୍ଲିକ, ୧୮ା୮: ମହାନଦୀ ବନ୍ୟାରେ ପ୍ରଭାବିତ ହୋଇଛି ଅନୁଗୋଳ ଓ ଆଠମଲ୍ଲିକ ବ୍ଲକ। ହଜାର ହଜାର ଲୋକ ପାଣି ଘେରରେ ଥିବାବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ ବଣ୍ଟନ କାର୍ଯ୍ୟ ଜାରି ରହିଛି। ପ୍ରଶାସନିକ ଅଧିକାରୀମାନେ ବୋଟ୍‌ ମାଧ୍ୟମରେ ବିଭିନ୍ନ ଗାଁ ବୁଲି ସ୍ଥିତି ତଦାରଖ କରୁଛନ୍ତି। ହେଲେ ୭୦ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଥିବା ଜଣାପଡିଛି। ହୀରାକୁଦରୁ ୪୦ଟି ଗେଟ୍‌ ଦେଇ ଛଡ଼ାଯାଇଥିବା ବନ୍ୟା ଜଳ ମହାନଦୀରେ ପ୍ରବାହିତ ହେଉଥିବାରୁ ବନ୍ୟାଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ତେବେ ପ୍ରଶାସନ ପକ୍ଷରୁ ୫୭୩ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଗୃହପାଳିତ ପ୍ରାଣୀଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଗତ ଶନିବାର ରାତିରୁ ମହାନଦୀରେ ବନ୍ୟାପାଣି ପ୍ରବେଶ କରିବା ପରେ ଅନୁଗୋଳ ବ୍ଲକର ଟିକରପଡା ପଞ୍ଚାୟତର ଟିକରପଡା, ମଝିପଡା, ଗଇଁଦି ଓ ବେହେରାସାହିର ଲୋକମାନେ ପାଣି ଘେରରେ ରହିଛନ୍ତି। ଅନୁଗୋଳ ବ୍ଲକର ୩୭୫ ଲୋକଙ୍କୁ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳରେ ରଖାଯାଇଛି। ସେମାନଙ୍କ ପାଇଁ ଡଙ୍ଗାରେ ଖାଦ୍ୟ ସାମଗ୍ରୀ ନିଆଯାଇ ପ୍ରଦାନ କରାଯାଉଛି। ବାହ୍ୟ ଜଗତରୁ ବିଚ୍ଛିନ୍ନ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟରେ ଚୁଡା, ଚିନି ଓ ବିସ୍କୁଟ ଆଦି ପ୍ରଦାନ କରାଯାଉଛି। ଟିକରପଡାରେ ଅଗ୍ନିଶମ ଏବଂ ଏନ୍‌ଡିଆର୍‌ଏଫ ଟିମ୍‌ ବୋର୍ଟ ସହ ଉପସ୍ଥିତ ରହିଛନ୍ତି। ବନ୍ୟା ବିଭୀଷିକା ସମ୍ପୂର୍ଣ୍ଣ ନ ଟଳିବା ପର୍ଯ୍ୟନ୍ତ ଲୋକଙ୍କୁ ଅସ୍ଥାୟୀ ବନ୍ୟା ଆଶ୍ରୟ ସ୍ଥଳରେ ରଖାଯାଇ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ୬ ଦିନ ହେବ ଘରଦ୍ବାର ଛାଡି ଆଶ୍ରୟସ୍ଥଳୀରେ ମୁଣ୍ଡ ଗୁଞ୍ଜିଥିବା ଲୋକେ ଘରକୁ ଫେରିବାକୁ ବ୍ୟସ୍ତ ହୋଇପଡ଼ିଛନ୍ତି। କିନ୍ତୁ ବନ୍ୟା ଦୁର୍ଦ୍ଦଶା ଥମୁ ନ ଥିବାରୁ ସେମାନେ ଚିନ୍ତାରେ ପଡ଼ିଛନ୍ତି। ବୁଧବାର ପୂର୍ବାପେକ୍ଷା ବନ୍ୟାଜଳ କମିଥିଲେ ବି ହୀରାକୁଦରୁ ଛଡ଼ାଯାଇଥିବା ଅଧିକ ପାଣି ପହଞ୍ଚୁଥିବାରୁ ସେମାନେ ଆଉ କିଛିଦିନ ଆଶ୍ରୟସ୍ଥଳୀରେ ରହିବାକୁ ପଡ଼ିବ ବୋଲି ପ୍ରଶାସନ ବୁଝାଶୁଝା କରିଛି। ଘଟଣାସ୍ଥଳରେ ଅନୁଗୋଳ ଉପଜିଲାପାଳ ବାଇତୁର ଦୀପଙ୍କ ନେତୃତ୍ୱରେ ଏକ ଟିମ୍‌ ଉପସ୍ଥିତ ଅଛନ୍ତି। ପ୍ରଭାବିତ ଲୋକଙ୍କୁ କିଭଳି ସମସ୍ତ ସୁବିଧା ପ୍ରଦାନ କରାଯିବ ସେ ନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ୍‌ କାର୍ଯ୍ୟ କରୁଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ଆଠମଲ୍ଲିକ ବ୍ଲକର ୧୩ ପଞ୍ଚାୟତ ଓ ଏନଏସି ଅଞ୍ଚଳରେ ବନ୍ୟା ପରିସ୍ଥିତି ସ୍ଥିର ରହିଛି। ତେବେ ହୀରାକୁଦର ୪୦ଟି ଗେଟ୍‌ ଖୋଲା ରହିଥିବାରୁ ବନ୍ୟାର ଭୟାବହତାକୁ ନେଇ ଆଠମଲ୍ଲିକବାସୀ ଆଶଙ୍କାରେ ଅଛନ୍ତି। ଆଠମଲ୍ଲିକ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିଶେଷକରି ମହାନଦୀ ଗର୍ଭରେ ଥିବା କୁଦଗାଁ ଗ୍ରାମର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଚାରିଦିନ ହେଲା ୧୫୯ ଜଣଙ୍କୁ ଅସ୍ଥାୟୀ ଶିବିରକୁ ଅଣାଯାଇଥିବା ବେଳେ ବୁଧବାର ଆଉ ୨୭ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଉପଜିଲାପାଳ ତରଣୀ ସୁନାଙ୍କ ନେତୃତ୍ୱରେ ତହସିଲଦାର ସୋଫି ସାଇନିକା, ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ, ଆଇଆଇସି ନିରୋଦ କୁମାର ଦାସ, ବିଡିଓ ସନ୍ତୋଷ କୁମାର ସାହୁ, ସରପଞ୍ଚ ସିଦ୍ଧାର୍ଥ ଶଙ୍କର ଖେତୀ ପ୍ରମୁଖ ଉପସ୍ଥିତ ରହି ସ୍ଥାନାନ୍ତର ପ୍ରକ୍ରିୟାକୁ ପରିଚାଳନା କରୁଛନ୍ତି। ଆଠମଲ୍ଲିକ ଦମକଳ ବାହିନୀ ଓ ଜଙ୍ଗଲ ବିଭାଗର ବୋଟ ସାହାଯ୍ୟରେ କୁଦଗାଁ ଗ୍ରାମରୁ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ଅଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri