Posted inଫୁରସତ

୭ ବର୍ଷର ଏହି ବାଳିକାଙ୍କ ଅଦ୍ଭୁତ ପ୍ରତିଭା: କୁନି ହାତରେ ୭୦ କିଗ୍ରା ଭାରୋତ୍ତୋଳନ କରି ଏବେ ଚର୍ଚ୍ଚାରେ

ନୂଆଦିଲ୍ଲୀ: ବୟସ ମାତ୍ର ୭ ବର୍ଷ। ହେଲେ କାରନାମା କୌଣସି ବଡ଼ ତାରକାଠାରୁ କମ୍‌ ନୁହେଁ। ଆମେ କଥା ହେଉଛୁ କାନାଡ଼ାର ରୋରି ଭାନ ଉଲଫତଙ୍କ କଥା। ଏତେ କମ୍‌ ବୟସରେ ସେ ୭୦ କେଜି ଭାରୋତ୍ତୋଳନ କରୁଛନ୍ତି। କଥାଟି ବିଶ୍ୱାସ ହେଉ ନ ଥିଲେ ହେଁ ସତ। ଗତ ସପ୍ତାହରେ ସେ ୩୦ କିଗ୍ରା ଓଜନ ବର୍ଗରେ ଯୁବ ଜାତୀୟ ଚାମ୍ପିଅନ୍‌ ପାଇଁ ଅଣ୍ଡର-୧୧ ଏବଂ ଅଣ୍ଡର-୧୩ ଯୁବ ଜାତୀୟ ଚାମ୍ପିୟନ ପାଇଁ ଟାଇଟଲ ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।

ସାଧାରଣତଃ ୭୦ କିଗ୍ରାରୁ ଅଧିକ ଓଜନର ଭାରୋତ୍ତଳନ ପ୍ରଶଂସନୀୟ ବୋଲି ବିବେଚନା କରାଯାଏ। କାରଣ ଏଭଳି ବଡ଼ ଏବଂ ବୃତ୍ତିଗତ ଭାରୋତ୍ତୋଳନକାରୀ ହିଁ କରିପାରନ୍ତି। ଏହାଛଡ଼ା ଓଜନ ଉଠାଇବା ପାଇଁ ନିଜ ଭିତରେ ଅନେକ ଶକ୍ତି ବିକଶିତ ହେବା ସହ ଅଭ୍ୟାସ କରିବାକୁ ପଡ଼ିଥାଏ। ହେଲେ ରୋରି ଏଭଳି କରି ଦେଖାଇଛନ୍ତି।

ରୋରିଙ୍କ ଉଚ୍ଚତା ଏବେ ୪ ଫୁଟ। ସପ୍ତାହରେ ୯ ଘଣ୍ଟାରୁ ଅଧିକ ସମୟ ଟ୍ରେନିଂ ନିଅନ୍ତି। ପିଲାଟିବେଳୁ ସେ ନିଜକୁ ଜଣେ ଜିମ୍ନାଷ୍ଟ ହେବାକୁ ଚାହୁଁଥିଲେ। ୫ ବର୍ଷ ପରେ ସେ ନିଜର ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ଏହାର ଦୁଇ ବର୍ଷ ପରେ ସେ ତାହା କରିଦେଖାଇଛନ୍ତି। ତାଙ୍କ ପ୍ରତିଭା ଅଦ୍ଭୁତ ବୋଲି କେହି କେହି ମତ ରଖୁଛନ୍ତି। ଏହି ଲିଟିଲ ରୋରିଙ୍କ ଏକାଧିକ ଭିଡିଓ ଏବେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ନେଲା ଅଜବ ଛେଳି ଛୁଆ; ନାକ ଜାଗାରେ ରହିଛି ଆଖି

ବିଳାସପୁର, ୧୦।୮: ଛତିଶଗଡ଼ର ବିଳାସପୁରରେ ଏକ ଅଜବ ଛେଳି ଛୁଆ ଜନ୍ମ ନେଇଛି। ନବଜାତ ଛେଳି ଛୁଆର ନାକ ନ ଥିବାବେଳେ ଏହି ସ୍ଥାନରେ ଆଖି...

୬୭ ପବ୍‌ରେ ମଦ ପିଇ ୱାଲର୍‌ଡ ରେକର୍ଡ

ଲଣ୍ଡନ: ୱାଲର୍‌ଡ ରେକର୍ଡ କରିବା ନିଶାରେ ଅନେକ ବ୍ୟକ୍ତି ଅଜବ କାମ କରିବାକୁ ପଛାଇ ନ ଥାନ୍ତି। ଏପରି ଏକ ଘଟଣା ସାମ୍‌ନାକୁ ଆସିଛି। ବ୍ରିଟେନ୍‌ରେ...

କଳିଝଗଡ଼ା କରିବାକୁ ଯେଉଁ ମେଳାକୁ ଆସନ୍ତି ମହିଳା..

ଉତ୍ତରପ୍ରଦେଶ ଭଦୋହିରେ ପ୍ରତିବର୍ଷ ଏକ ମେଳା ଆୟୋଜିତ ହୋଇଥାଏ। ଏହାକୁ କଜରୀ ମେଳା କୁହାଯାଏ। ମେଳାରେ ରହିଛି ଏକ ପରମ୍ପରା। ଏଠାକୁ ଆସିଥିବା ମହିଳାମାନେ ପ୍ରଥମେ...

ଓଡ଼ିଶା ବାହାରେ ଜଗନ୍ନାଥ ମନ୍ଦିର

ଜଗତର ନାଥ ଶ୍ରୀଜଗନ୍ନାଥ। ତାଙ୍କ ରୂପ ଯେମିତି ସୁନ୍ଦର, ମହିମା ବି ସେମିତି ବିଶ୍ୱବିଖ୍ୟାତ। ଖାସ୍‌ ସେଇଥିପାଇଁ ତ ତାଙ୍କ ଦର୍ଶନ ନିମନ୍ତେ ଦୂରଦୂରାନ୍ତରୁ ଭକ୍ତଗଣ...

ପ୍ରଥମ କିନ୍ନର ନ୍ୟୁଜ୍‌ ଆଙ୍କର, ମାର୍ଚ୍ଚ ୮ରୁ ପଢ଼ିବେ ଖବର

ଢାକା,୬।୩: ଇତିମଧ୍ୟରେ ବାଂଲାଦେଶ ସ୍ବାଧୀନତା ପାଇବା ୫୦ ବର୍ଷ ପୂରଣ କରିଛି। ଏହି ଦେଶକୁ ପ୍ରଥମଥର ପାଇଁ କିନ୍ନର ନ୍ୟୁଜ ଆଙ୍କର ମିଳିଛନ୍ତି। ଏଠାକାର ଏକ...

ଏମିତି ଗାଁ, ଯେଉଁଠି ଲୋକେ ରୁହନ୍ତି ମାଟିତଳେ

ସାଧାରଣତଃ ଲୋକେ ଘର ତିଆରି କରିବା ପାଇଁ ଖୋଲା ଏବଂ ଆରାମଦାୟକ ସ୍ଥାନକୁ ପସନ୍ଦ କରିଥା’ନ୍ତି। ଯେଉଁଠି ବାୟୁ ଚଳାଚଳ ଭଲ ଭାବେ କରିପାରୁଥିବ। କିନ୍ତୁ...

ଶୋଇବା ପ୍ରତିଯୋଗିତା, ବେଡ୍‌ରେ ପଡ଼ି ରହିବାକୁ ପଡ଼ିବ ୨୦ ଘଣ୍ଟା, ପୁରସ୍କାର ରାଶି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦୁନିଆର ପ୍ରତ୍ୟେକ କୋଣ ଅନୁକୋଣ ଅନେକ ଆଶ୍ଚର୍ଯ୍ୟଜନକ ଘଟଣାରେ ପରିପୂର୍ଣ୍ଣ। କେବଳ ଅନନ୍ୟ ରୀତିନୀତି ନୁହେଁ, ଏହି ଦୁନିଆରେ ମଧ୍ୟ ଅନନ୍ୟ ପ୍ରତିଯୋଗିତା ଅଛି, ଯାହା...

କେବଳ ନେତା ନୁହେଁ, ଭଲ ଅଭିନେତା ମଧ୍ୟ: ଏହିସବୁ ଫିଲ୍ମରେ ଅଭିନୟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଫେବ୍ରୁୟାରୀ ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଗୁଜରାଟର ଅହମଦାବାଦ ଯିବେ। ତାଙ୍କୁ ସ୍ବାଗତ...

Advertisement
Archives

Model This Week