Posted inଜାତୀୟ

ଜଙ୍ଗଲରେ ସିଂହ ସହ ୫ ଦିନ ବିତାଇଲେ ୭ ବର୍ଷୀୟ ବାଳକ

ହରାରେ, ୬।୧: ଉତ୍ତର ଜିମ୍ବାଓ୍ବେର ମେଶୋନାଲେଣ୍ଡ ପଶ୍ଚିମ ପ୍ରଦେଶର ‘କରିବା ଗ୍ରାମୀଣ’ ଜିଲାଲ ୭ ବର୍ଷୀୟ ବାଳକ ଟିନୋଟେଡା ପୁଡୁଙ୍କ କାହାଣୀ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ସେ ୫ ଦିନ ସିଂହ ଅଭୟାରଣ୍ୟ ମଧ୍ୟରେ ଭୟଙ୍କର ବନ୍ୟଜନ୍ତୁଙ୍କ ସହ ବିତାଇ ଜୀବିତ ଉଦ୍ଧାର ହୋଇଛନ୍ତି। ଏହାକୁ ସମସ୍ତେ ଚମତ୍କାର କହୁଛନ୍ତି।
ଗତ ମାସ ୩୦ ତାରିଖରେ ସ୍ଥାନୀୟ ନ୍ୟାମିନ୍ୟାମି ସମୁଦାୟର ପୁଡୁ ରାସ୍ତା ଭୁଲି ନିଜ ଘରଠାରୁ ୨୩ କି.ମି. ଦୂର ସିଂହ ସଂରକ୍ଷଣ ପାଇଁ ପ୍ରସିଦ୍ଧ ମାତୁସାଦୋନା ଜାତୀୟ ପାର୍କକୁ ଚାଲିଯାଇଥିଲେ। ଏହାପରେ ପରିବାର ଲୋକେ ଏବଂ ଗ୍ରାମବାସୀ ପୁଡୁଙ୍କୁ ଖୋଜିବାକୁ ବହୁ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ତେବେ ନିଖୋଜ ହେବାର ୫ ଦିନ ପରେ ଶନିବାର ମାତୁସାଦୋନା ଜାତୀୟ ପାର୍କର ରେଞ୍ଜରମାନେ ପୁଡୁଙ୍କୁ ଜୀବିତ ଉଦ୍ଧାର କରିଥିଲେ। ଉଦ୍ଧାର ହେବା ପରେ ପୁଡୁ କହିଛନ୍ତି, ତାଙ୍କ ଘର ମରୁଡ଼ି ପ୍ରଭାବିତ ଅଞ୍ଚଳରେ ହୋଇଥିବାରୁ ମାଟି ଖୋଳି ପାଣି କିପରି ପିଆଯାଏ, ଏହା ସେ ଜାଣିଥିଲେ। ଏପରିକି ଏଥିପାଇଁ କେଉଁ ଭୂମି ଉପଯୁକ୍ତ ତାହା ମଧ୍ୟ ତାଙ୍କୁ ଶିକ୍ଷା ଦିଆଯାଇଥିବା ପୁଡୁ କହିଛନ୍ତି। ସେ ଜଙ୍ଗଲ ମଧ୍ୟରେ ବାଡ଼ି ସାହାଯ୍ୟରେ ମାଟି ଖୋଳି ବାହାରୁଥିବା ପାଣିକୁ ପିଇ ବଞ୍ଚି ରହୁଥିଲେ। ପୁଡ଼ୁ ଆହୁରି କହିଛନ୍ତି, ସେ ଜଙ୍ଗଲ ମଧ୍ୟରେ ବିଭିନ୍ନ ଫଳ ଖାଉଥିଲେ। ସେହିପରି ସେ ଉଚ୍ଚ ପଥର ମଧ୍ୟରେ ଲୁଚି କରି ଶୋଉଥିଲେ, ଯାହାଫଳରେ ସିଂହ ଏବଂ ଅନ୍ୟାନ୍ୟ ହିଂସ୍ର ବନ୍ୟଜନ୍ତୁମାନେ ତାଙ୍କ ନିକଟକୁ ପହଞ୍ଚି ପାରିବେ ନାହିଁ। ଏହିପରି ଭାବେ ସେ ବନ୍ୟଜନ୍ତୁଙ୍କଠାରୁ ନିଜକୁ ରକ୍ଷା କରି ଜଙ୍ଗଲ ମଧ୍ୟରେ ତିଷ୍ଠି ପାରିଥିଲେ ବୋଲି ପୁଡୁ କହିଛନ୍ତି।
ଜିମ୍ବାଓ୍ବେର ସାଂସଦ ମୁତ୍ସା ମୁରୋମ୍ବେଦଜୀ ରବିବାର ପୁଡୁଙ୍କ କାହାଣୀକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି,
ଜଙ୍ଗଲରେ ସିଂହ ଯାହା ଭାଇରାଲ ହେବାରେ ଲାଗିଛି। ମୁତ୍ସା ଏକ୍ସ’ରେ ପୁଡୁଙ୍କ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଏହା ନିଶ୍ଚିତ ଭାବେ ଏକ ଚମତ୍କାର ଘଟଣା। ଉତ୍ତର ଜିମ୍ବାଓ୍ବେର ‘କରିବା ଗ୍ରାମୀଣ’ ହେଉଛି ଏପରି ଏକ ଅଞ୍ଚଳ ଯେଉଁଠାରେ ଗୋଟିଏ ଭୁଲ୍‌ ମୋଡ଼ ମଣିଷକୁ ବିପଜ୍ଜନକ ମାତୁସାଦୋନା ସିଂହ ଅଭୟାରଣ୍ୟକୁ ନେଇପାରେ। ପୁଡୁ ସହ ମଧ୍ୟ ଠିକ୍‌ ଏପରି ହୋଇଥିଲା ଏବଂ ସେ ରାସ୍ତା ଭୁଲି ମାତୁସାଦୋନା ଜାତୀୟ ପାର୍କକୁ ଚାଲିଯାଇଥିଲେ। ଘଟଣାକୁ ନେଇ ଜିମ୍ବାଓ୍ବେ ‘ପାର୍କ୍ସ ଆଣ୍ଡ୍‌ ଓ୍ବାଇଲ୍ଡଲାଇଫ୍‌ ମ୍ୟାନେଜମେଣ୍ଟ ଅଥରିଟି’ କହିଛନ୍ତି, ପୁଡୁ ପାର୍କ ମଧ୍ୟରେ ପ୍ରବେଶ କରିବା ପରେ ପ୍ରାୟ ୫୦ କି.ମି. ଚାଲି ଚାଲି ଅଭୟାରଣ୍ୟର ଅପହଞ୍ଚ ଅଞ୍ଚଳରେ ପହଞ୍ଚି ଯାଇଥିଲେ। ଏହି ସମୟରେ ବର୍ଷା ମଧ୍ୟ ହୋଇଥିଲା, ଫଳରେ ପୁଡୁଙ୍କର ପାଦ ଚିହ୍ନ ଲିଭିଯାଇଥିଲା। ତେଣୁ ତାଙ୍କୁ ଖୋଜିବା ବନ ଅଧିକାରୀମାନଙ୍କ ପାଇଁ କାଠିକର ପାଠ ହୋଇପଡ଼ିଥିଲା। ପୁଡୁଙ୍କୁ ଉଦ୍ଧାର କରାଯିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଡାକ୍ତର ପୁଡୁଙ୍କ ମାନସିକ ସ୍ଥିତିକୁ ମଧ୍ୟ ପରୀକ୍ଷା କରୁଛନ୍ତି। ତେବେ ପୁଡୁଙ୍କ ସାହସିକତାକୁ ବିଶ୍ୱବ୍ୟାପୀ ପ୍ରଶଂସାର ସୁଅ ଛୁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?