Posted inଜାତୀୟ

ଜଙ୍ଗଲରେ ସିଂହ ସହ ୫ ଦିନ ବିତାଇଲେ ୭ ବର୍ଷୀୟ ବାଳକ

ହରାରେ, ୬।୧: ଉତ୍ତର ଜିମ୍ବାଓ୍ବେର ମେଶୋନାଲେଣ୍ଡ ପଶ୍ଚିମ ପ୍ରଦେଶର ‘କରିବା ଗ୍ରାମୀଣ’ ଜିଲାଲ ୭ ବର୍ଷୀୟ ବାଳକ ଟିନୋଟେଡା ପୁଡୁଙ୍କ କାହାଣୀ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ସେ ୫ ଦିନ ସିଂହ ଅଭୟାରଣ୍ୟ ମଧ୍ୟରେ ଭୟଙ୍କର ବନ୍ୟଜନ୍ତୁଙ୍କ ସହ ବିତାଇ ଜୀବିତ ଉଦ୍ଧାର ହୋଇଛନ୍ତି। ଏହାକୁ ସମସ୍ତେ ଚମତ୍କାର କହୁଛନ୍ତି।
ଗତ ମାସ ୩୦ ତାରିଖରେ ସ୍ଥାନୀୟ ନ୍ୟାମିନ୍ୟାମି ସମୁଦାୟର ପୁଡୁ ରାସ୍ତା ଭୁଲି ନିଜ ଘରଠାରୁ ୨୩ କି.ମି. ଦୂର ସିଂହ ସଂରକ୍ଷଣ ପାଇଁ ପ୍ରସିଦ୍ଧ ମାତୁସାଦୋନା ଜାତୀୟ ପାର୍କକୁ ଚାଲିଯାଇଥିଲେ। ଏହାପରେ ପରିବାର ଲୋକେ ଏବଂ ଗ୍ରାମବାସୀ ପୁଡୁଙ୍କୁ ଖୋଜିବାକୁ ବହୁ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ତେବେ ନିଖୋଜ ହେବାର ୫ ଦିନ ପରେ ଶନିବାର ମାତୁସାଦୋନା ଜାତୀୟ ପାର୍କର ରେଞ୍ଜରମାନେ ପୁଡୁଙ୍କୁ ଜୀବିତ ଉଦ୍ଧାର କରିଥିଲେ। ଉଦ୍ଧାର ହେବା ପରେ ପୁଡୁ କହିଛନ୍ତି, ତାଙ୍କ ଘର ମରୁଡ଼ି ପ୍ରଭାବିତ ଅଞ୍ଚଳରେ ହୋଇଥିବାରୁ ମାଟି ଖୋଳି ପାଣି କିପରି ପିଆଯାଏ, ଏହା ସେ ଜାଣିଥିଲେ। ଏପରିକି ଏଥିପାଇଁ କେଉଁ ଭୂମି ଉପଯୁକ୍ତ ତାହା ମଧ୍ୟ ତାଙ୍କୁ ଶିକ୍ଷା ଦିଆଯାଇଥିବା ପୁଡୁ କହିଛନ୍ତି। ସେ ଜଙ୍ଗଲ ମଧ୍ୟରେ ବାଡ଼ି ସାହାଯ୍ୟରେ ମାଟି ଖୋଳି ବାହାରୁଥିବା ପାଣିକୁ ପିଇ ବଞ୍ଚି ରହୁଥିଲେ। ପୁଡ଼ୁ ଆହୁରି କହିଛନ୍ତି, ସେ ଜଙ୍ଗଲ ମଧ୍ୟରେ ବିଭିନ୍ନ ଫଳ ଖାଉଥିଲେ। ସେହିପରି ସେ ଉଚ୍ଚ ପଥର ମଧ୍ୟରେ ଲୁଚି କରି ଶୋଉଥିଲେ, ଯାହାଫଳରେ ସିଂହ ଏବଂ ଅନ୍ୟାନ୍ୟ ହିଂସ୍ର ବନ୍ୟଜନ୍ତୁମାନେ ତାଙ୍କ ନିକଟକୁ ପହଞ୍ଚି ପାରିବେ ନାହିଁ। ଏହିପରି ଭାବେ ସେ ବନ୍ୟଜନ୍ତୁଙ୍କଠାରୁ ନିଜକୁ ରକ୍ଷା କରି ଜଙ୍ଗଲ ମଧ୍ୟରେ ତିଷ୍ଠି ପାରିଥିଲେ ବୋଲି ପୁଡୁ କହିଛନ୍ତି।
ଜିମ୍ବାଓ୍ବେର ସାଂସଦ ମୁତ୍ସା ମୁରୋମ୍ବେଦଜୀ ରବିବାର ପୁଡୁଙ୍କ କାହାଣୀକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି,
ଜଙ୍ଗଲରେ ସିଂହ ଯାହା ଭାଇରାଲ ହେବାରେ ଲାଗିଛି। ମୁତ୍ସା ଏକ୍ସ’ରେ ପୁଡୁଙ୍କ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଏହା ନିଶ୍ଚିତ ଭାବେ ଏକ ଚମତ୍କାର ଘଟଣା। ଉତ୍ତର ଜିମ୍ବାଓ୍ବେର ‘କରିବା ଗ୍ରାମୀଣ’ ହେଉଛି ଏପରି ଏକ ଅଞ୍ଚଳ ଯେଉଁଠାରେ ଗୋଟିଏ ଭୁଲ୍‌ ମୋଡ଼ ମଣିଷକୁ ବିପଜ୍ଜନକ ମାତୁସାଦୋନା ସିଂହ ଅଭୟାରଣ୍ୟକୁ ନେଇପାରେ। ପୁଡୁ ସହ ମଧ୍ୟ ଠିକ୍‌ ଏପରି ହୋଇଥିଲା ଏବଂ ସେ ରାସ୍ତା ଭୁଲି ମାତୁସାଦୋନା ଜାତୀୟ ପାର୍କକୁ ଚାଲିଯାଇଥିଲେ। ଘଟଣାକୁ ନେଇ ଜିମ୍ବାଓ୍ବେ ‘ପାର୍କ୍ସ ଆଣ୍ଡ୍‌ ଓ୍ବାଇଲ୍ଡଲାଇଫ୍‌ ମ୍ୟାନେଜମେଣ୍ଟ ଅଥରିଟି’ କହିଛନ୍ତି, ପୁଡୁ ପାର୍କ ମଧ୍ୟରେ ପ୍ରବେଶ କରିବା ପରେ ପ୍ରାୟ ୫୦ କି.ମି. ଚାଲି ଚାଲି ଅଭୟାରଣ୍ୟର ଅପହଞ୍ଚ ଅଞ୍ଚଳରେ ପହଞ୍ଚି ଯାଇଥିଲେ। ଏହି ସମୟରେ ବର୍ଷା ମଧ୍ୟ ହୋଇଥିଲା, ଫଳରେ ପୁଡୁଙ୍କର ପାଦ ଚିହ୍ନ ଲିଭିଯାଇଥିଲା। ତେଣୁ ତାଙ୍କୁ ଖୋଜିବା ବନ ଅଧିକାରୀମାନଙ୍କ ପାଇଁ କାଠିକର ପାଠ ହୋଇପଡ଼ିଥିଲା। ପୁଡୁଙ୍କୁ ଉଦ୍ଧାର କରାଯିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଡାକ୍ତର ପୁଡୁଙ୍କ ମାନସିକ ସ୍ଥିତିକୁ ମଧ୍ୟ ପରୀକ୍ଷା କରୁଛନ୍ତି। ତେବେ ପୁଡୁଙ୍କ ସାହସିକତାକୁ ବିଶ୍ୱବ୍ୟାପୀ ପ୍ରଶଂସାର ସୁଅ ଛୁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାକୁମ୍ଭରେ ଷ୍ଟିଭ୍‌ ଜବ୍ସଙ୍କ ସ୍ତ୍ରୀ ଅସୁସ୍ଥ

ପ୍ରୟାଗରାଜ,୧୪।୧: ମହାକୁମ୍ଭରେ ନିଜକୁ ସାମିଲ କରିଥିବା ଆପଲ୍‌ ସହପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସଙ୍କ ସ୍ତ୍ରୀ ଲୌରେନ୍‌ ପାଓ୍ବେଲ ଜବ୍ସ ଉତ୍ସବର ଦ୍ୱିତୀୟ ଦିନରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କଠାରେ...

କାଉନ୍‌ସେଲିଂ ନାଁରେ ୧୫ ବର୍ଷରେ ୫୦ ଯୁବତୀଙ୍କୁ ବଳାତ୍କାର, ମନସ୍ତତ୍ତ୍ୱବିତ୍‌ ଗିରଫ

ନାଗପୁର,୧୪।୧: ୧୫ ବର୍ଷରେ ଅନୂ୍ୟନ ୫୦ ଜଣ ନାବାଳିକା ଓ ଯୁବତୀଙ୍କୁ ବଳାତ୍କାର ଏବଂ ବ୍ଲାକ୍‌ମେଲିଂ କରିଥିବା ଅଭିଯୋଗରେ ଜଣେ ୪୭ ବର୍ଷୀୟ ମନସ୍ତତ୍ତ୍ୱବିତ୍‌ଙ୍କୁ ନାଗପୁରରୁ...

କାହିଁକି ଦିଲ୍ଲୀ କଂଗ୍ରେସ ପାଇଁ ପ୍ରଚାର କରୁନାହାନ୍ତି କହ୍ନୈୟା କୁମାର, ଜଣାପଡିଲା ଭିତିରି କଥା!

ନୂଆଦିଲ୍ଲୀ,୧୪।୧: ପୂର୍ବତନ JNU ଛାତ୍ର ସଂଘ ସଭାପତି ଏବଂ କଂଗ୍ରେସ ନେତା କହ୍ନେୟା କୁମାର ଏକ ପ୍ରକାର ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଆଉ ଦିଲ୍ଲୀ ନିର୍ବାଚନ...

ଦିଲ୍ଲୀ ରାଜନୀତିରେ ପଲଟିଲା ବାଜି! ‘ଭାଜପା-କଂଗ୍ରେସର ଯୁଗଳବନ୍ଦୀ’

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ର୍ନିବାଚନକୁ ନେଇ ଏବେ ଜୋର ଧରିଛି ରାଜନୀତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତୁହାକୁ ତୁହା ଆକ୍ରମଣରେ ଗୋଟିଏ ପ୍ରଶ୍ନମାଣ ମାରିଛନ୍ତି ଏଏପି...

ମହାକାଶରେ SEX କରିପାରିବେ ମହାକାଶଚାରୀ? ନାସାର ବଡ଼ ଖୁଲାସା

ନୂଆଦିଲ୍ଲୀ,୧୪।୧: ଶତାବ୍ଦୀ ଶତାଦ୍ଦୀ ଧରି, ମଣିଷ ମହାକାଶ ପ୍ରତି ଆକର୍ଷିତ ହୋଇଆସିଛି, ଏବଂ ଏହାକୁ ଅନୁସନ୍ଧାନ କରିବାର ଏହି କୌତୁହଳ ମାନବଜାତିକୁ ମହାକାଶଯାନ ଏବଂ ଦୂରବୀକ୍ଷଣ...

ପାକିସ୍ତାନକୁ ଭାରତର ଚେତାବନୀ: ଏପରି ନ କଲେ ଡଟ୍‌ ଡଟ୍‌ ଡଟ୍‌…

ନୂଆଦିଲ୍ଲୀ,୧୪।୧: ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦେଶ ପିଓକେକୁ ବ୍ୟବହାର କରି ଆତଙ୍କବାଦ ବୃଦ୍ଧି ଲାଗି ଚେଷ୍ଟା କରାଯାଉଛି। ସେଠାରେ ଆତଙ୍କବାଦୀଙ୍କ...

ମହାକୁମ୍ଭରେ ଅସମ୍ଭାଳ ଶୀତ! ସ୍ନାନ ପରେ ନେତା-ସନ୍ଥଙ୍କ ସମେତ ତିନି ମୃତ, ୩ ହଜାର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧: ମହାକୁମ୍ଭ ୨୦୨୫ ସୋମବାର ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି। କୋଟି କୋଟି ଲୋକ ଏଥିରେ ବହୁତ ଉତ୍ସାହର ସହିତ ଅଂଶଗ୍ରହଣ କରୁଛନ୍ତି, ଯେତେବେଳେ...

ଚର୍ଚ୍ଚାରେ IIT ବାବା, ଅଘୋରୀ ବାବାଙ୍କ ମେଞ୍ଚେ ପ୍ରେମିକା!

ନୂଆଦିଲ୍ଲୀ,୧୪।୧: ମହାକୁମ୍ଭରେ ହୋଇଛି ମହାସମାବେଶ। ବିଶ୍ୱର ଚାରିଆଡୁ କୋଟିକୋଟି ଶ୍ରଦ୍ଧାଳୁଙ୍କ ପ୍ରୟାଗରାଜରେ ସମାଗମ ହୋଇଛି। ପ୍ରଥମ ଦିନରେ ୧.୬କୋଟିରୁ ଅଧିକ ଭକ୍ତ ଯୋଗ ଦେଇଛନ୍ତି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri