Posted inଫୁରସତ

କାର୍‌ ଚଳାଉଛନ୍ତି ମୂଷା

ଓ୍ବାଶିଂଟନ୍‌: ଆମେରିକାର ରିଚ୍‌ମଣ୍ଡ ୟୁନିଭର୍ସିଟିରେ ମୂଷାମାନେ କାର୍‌ ଚଲାଉଛନ୍ତି। ମନୁଷ୍ୟମାନେ ବ୍ୟବହାର କରୁଥିବା କାର୍‌ ନୁହେଁ ବରଂ ପ୍ଲାଷ୍ଟିକ୍‌ ଖୋଳାରେ ତିଆରି ହୋଇଥିବା ସ୍ବତନ୍ତ୍ର ପ୍ରକାର କାର୍‌କୁ ମୂଷାମାନେ ଚଲାଉଥିବାର ଦେଖିବାକୁ ମିଳିଛି। ୟୁନିଭର୍ସିଟିରେ କାର୍ଯ୍ୟରତ ଅଧ୍ୟାପକ କେଲି ଲାମ୍ବର୍ଟ ଏହି ବିଶେଷ ପ୍ରକାର କାର୍‌ ତିଆରି କରିଛନ୍ତି। ଟ୍ରାନ୍ସପରେଣ୍ଟ ପ୍ଲାଷ୍ଟିକ୍‌ ବକ୍ସରେ ତିଆରି ହୋଇଥିବା ଏହି କାରର ତଳ ଅଂଶ ଆଲୁମିନିୟମ୍‌ରେ ତିଆରି ହୋଇଛି। କାର୍‌ ଭିତରେ ୩ଟି କପର୍‌ ବାର୍‌ ରହିଛି। ଏହି ବାର୍‌ଗୁଡ଼ିକୁ ଛୁଇଁବାମାତ୍ରେ କାର୍‌ ଷ୍ଟାର୍ଟ ହୋଇଯାଏ। ବାମ ପାର୍ଶ୍ୱରେ ଥିବା ବାର୍‌କୁ ଛୁଇଁବା ଦ୍ୱାରା କାର୍‌ଟି ବାମ ଓ ଡାହାଣ ବାର୍‌ ଦ୍ୱାରା କାର୍‌ଟି ଡାହାଣ ପାଖକୁ ଯାଇଥାଏ। ମୋଟ ଭାବେ ୬ ମାଈ ଏବଂ ୪ ଅଣ୍ଡିରା ମୂଷାକୁ ଏଥିରେ ସାମିଲ କରାଯାଇଛି। ୪ ସ୍କୋୟାର୍‌ ମିଟର ପରିମିତ ସ୍ଥାନରେ ମୂଷାଙ୍କ ପାଇଁ ସ୍ବତନ୍ତ୍ର ପ୍ରକାର ବାଟ ତିଆରି କରାଯାଇଛି। ବାର୍‌ଗୁଡ଼ିକ ଛୁଇଁବା ପାଇଁ ମୂଷାଙ୍କୁ ଖାଦ୍ୟର ଲୋଭ ଦେଖାଯାଉଛି। ତିଆରି ହୋଇଥିବା ସ୍ବତନ୍ତ୍ର ପ୍ରକାର ରୁଟର ବିଭିନ୍ନ ଭାଗରେ ଖାଦ୍ୟ ରଖାଯାଉଛି। କାର୍‌ ଚଲାଇବାରେ ମୂଷାଙ୍କ ଅନୁଭୂତି ବିଷୟରେ ଜାଣିବା ପାଇଁ ଗବେଶକମାନେ ଏହି ସ୍ବତନ୍ତ୍ର ଧରଣର ଗବେଷଣା କରୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ପଗଡ଼ି

ରାଜସ୍ଥାନ, ବିକାନେର୍‌ର ଯୁବକ ପବନ ବ୍ୟାସ ସବୁଠାରୁ ବଡ଼ ପଗଡ଼ି ବାନ୍ଧିବାରେ ରେକର୍ଡ କରିଛନ୍ତି। ୧୦୮ ପ୍ରକାର ପଗଡ଼ି ବାନ୍ଧିବାରେ ଧୁରନ୍ଧର ପବନ ୧୫୬୯ ଫୁଟ୍‌...

ଏହି ପୋକ କିଲୋ ୨୦ ଲକ୍ଷ ଟଙ୍କା, ଚାଇନା ଯୋଗୁ ବେପାର ମାନ୍ଦା

ବିଶ୍ୱର ସବୁଠୁ ଦାମୀ ପୋକ ବଜାରରେ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥାଏ। ଚାଇନା ଯୋଗୁ ଏବେ ଏହି ପୋକ ବ୍ୟବସାୟ ମାନ୍ଦା...

ଅନ୍ୟର ଭୁଲ ବଦଳାଇ ଦେଲା ଭାଗ୍ୟ: ଜିତିଲେ ୯ କୋଟି ଟଙ୍କା

ବେଳେ ବେଳେ ଭୁଲ ଅନ୍ୟ ପାଇଁ ଲାଭଦାୟକ ହୋଇଥାଏ। ଆମେରିକାର ମିଚିଗନ ଶହରର ଏମିତି ଏକ ଘଟଣା ସମ୍ମୁଖକୁ ଆସିଛି। ଜଣେ ବ୍ୟକ୍ତିଙ୍କୁ ଲଟେରି କ୍ଲର୍କ...

ବିମାନ ଉଡାଇ ନେଇଥିଲେ ଚୋର

ସୁନା, ରୁପା କିମ୍ବା ଅନ୍ୟ ମୂଲ୍ୟବାନ ବସ୍ତୁ ଚୋରି ହେବା ଘଟଣା ବର୍ତ୍ତମାନ ସଧାରଣ ହୋଇଗଲାଣି। କିନ୍ତୁ କଦାପି ଶୁଣିଛନ୍ତି, ଚୋରମାନେ ବିମାନ ବନ୍ଦରରୁ  ବିମାନ...

୨୩ ହଜାର ବର୍ଷ ପୂର୍ବେ ଆମେରିକାରେ ବାସ କରୁଥିଲେ ମଣିଷ, ହିମ ମାନବର ପାଦଚିହ୍ନର ସନ୍ଧାନ…

ଓ୍ବାଶିଂଟନ, ୧୧।୬ : ଆମେରିକାରେ ୨୩ ହଜାରେ ବର୍ଷ ପୂର୍ବେ, ଏପରି ଏକ ସମୟ ଥିଲା ଯେତେବେଳେ ପୃଥିବୀ ଅତ୍ୟଧିକ ଥଣ୍ଡା ଥିଲା । ସେହି...

କରୋନା ସଂକ୍ରମଣ ରୋକିବାକୁ ରାସାୟନିକ ପଦାର୍ଥ ଚିହ୍ନଟ, ଔଷଧ ପ୍ରସ୍ତୁତିରେ ହୋଇପାରେ ସହାୟକ

ଟେନିସି: କରୋନା ଭାଇରସ୍‌ କ୍ଷୀପ୍ର ବେଗରେ ବଢ଼ିଚାଲିଥିବାରୁ ଏହାକୁ କେମିତି ରୋକାଯାଇପାରିବ ସେନେଇ ବୈଜ୍ଞାନିକମାନେ ରାତିଦିନ ଲାଗିଛନ୍ତି। ଏଥିପାଇଁ ବୈଜ୍ଞାନିକମାନେ ବିଶ୍ୱର ଦ୍ରୁତତମ ସୁପର କମ୍ପ୍ୟୁଟର...

୨୦ ମାସର ଶିଶୁ ୫ ଜଣଙ୍କ ଜୀବନ ରକ୍ଷା କଲେ

ନୂଆଦିଲ୍ଲୀ,୧୪।୧: କୁହାଯାଏ ଖୁସି ବାଣ୍ଟିଲେ ବଢ଼ିଥାଏ। ଏଭଳି କାର୍ଯ୍ୟ ଜଣେ ୨୦ ମାସର ଶିଶୁ କରିଛନ୍ତି। ସେ ୫ ଜଣ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି।...

ଓଡ଼ିଶାର ସର୍ବବୃହତ୍‌ ପରିବାର: ଗୟାବନ୍ଧ ଗ୍ରାମର ଶ୍ରୀଚନ୍ଦନ ପରିବାର, ସଦସ୍ୟ ୧୨୩; ପାଲଟିଛି ଦୃଷ୍ଟାନ୍ତ

ଆଜିର ସମୟରେ ପରିବାର ଛୋଟରୁ ଛୋଟ ହୋଇ ଚାଲିଥିବାବେଳେ ଶ୍ରୀଚନ୍ଦନ ପରିବାର କିନ୍ତୁ ବ୍ୟତିକ୍ରମ। ୧୨୩ ସଦସ୍ୟ ବିଶିଷ୍ଟ ଏହି ପରିବାର ସମସ୍ତଙ୍କ ପାଇଁ ପାଲଟିଛି...

Advertisement
Archives

Model This Week