୭ ଆନ୍ତଃରାଜ୍ୟ ସାଇବର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୩୦।୬(ବ୍ୟୁରୋ):କମିଶନରେଟ୍‌ ପୋଲିସ ଏକ ବଡ଼ ଆନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗର ରହସ୍ୟ ଉନ୍ମୋଚନ କରିଛି ା ସାଇବର ଠକେଇ ଲିଙ୍କ୍‌ ଖୋଜୁ ଖୋଜୁ ମିଳିଛି ବଡ଼ ଧରଣର ଟେଲିକମ୍‌ ସ୍କାମ୍‌। କେତେକ ସର୍ଭିସ ପ୍ରୋଭାଇଡର ବେଆଇନ ଭାବେ ସିମ୍‌ ଆକ୍ଟିଭେଟ କରି କିପରି ସାଇବର ଠକଙ୍କୁ ସିମ୍‌ ଯୋଗାଉଥିଲେ ତାହା ଧରାପଡ଼ିଛି। ସ୍ପେଶାଲ ସ୍କ୍ବାର୍ଡ ଓ ଶହୀଦନଗର ଥାନା ପୋଲିସ ମିଳିତ ଚଢ଼ାଉ କରି ୭ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୬ ହଜାରରୁ ଅଧିକ ଡୁପ୍ଲିକେଟ୍‌ ସିମ୍‌କାର୍ଡ ଓ ୧୫୦ରୁ ଊର୍ଦ୍ଧ୍ୱ ଚୋରା ମୋବାଇଲ ଫୋନ୍‌ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ଭଦ୍ରକର ମହେଶ୍ବର ବାରିକ, ରଜନୀକାନ୍ତ ପାଣିଗ୍ରାହୀ, ଶ୍ରୀନିବାସ ଘଡ଼େଇ, ରାଜେଶ କୁମାର ସେଠୀ, କେନ୍ଦୁଝରରୁ ସୁବ୍ରତ କୁମାର ପାଣିଗ୍ରାହୀ ଓ ସୁକାନ୍ତ କୁମାର ଦାସ ଏବଂ ବାଲେଶ୍ବରରୁ ମଙ୍ଗଳମୟ ମିଶ୍ର। ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି।
ବାଙ୍କୁଆଳର ଜଣେ ମହିଳା ପ୍ରାୟ ୫ ଲକ୍ଷ ଟଙ୍କା ସାଇବର ଠକେଇର ଶିକାର ହୋଇଥିଲେ। ଉକ୍ତ ମହିଳାଙ୍କୁ ଅଭିଯୁକ୍ତମାନେ ସିମ୍‌ ଅଚଳ ହେବା ନେଇ ଫୋନ କରିଥିଲେ। ପରେ ସେମାନେ ପଠାଇଥିବା ଲିଙ୍କ୍‌ରେ କ୍ଲିକ୍‌ କଲେ ସିମ୍‌ ବନ୍ଦ ହେବ ନାହିଁ ବୋଲି କହିଥିଲେ। ମହିଳା ଜଣଙ୍କ ଉକ୍ତ ଲିଙ୍କ୍‌ରେ କ୍ଲିକ୍‌ କରିବା ପରେ ପ୍ରଥମେ ୨ଲକ୍ଷ ୭୮ହଜାର ଓ ପରେ ଆଉ ୨ ଲକ୍ଷ କଟିଯାଇଥିଲା। ମହିଳାଙ୍କ ଅଭିଯୋଗ କ୍ରମେ ଏନେଇ ଶହୀଦ ନଗର ଥାନାରେ ଏକ ମାମଲା(ନଂ. ୨୫୮/୨୧) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଡିସିପି ଉମାକାନ୍ତ ଦାଶଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ବାଡ୍‌ ଓ ଶହୀଦନଗର ଥାନା ପୋଲିସର ଏକ ଟିମ୍‌ ତଦନ୍ତ ଆରମ୍ଭ କରିଥିଲେ। କଲ୍‌ ଆସିଥିବା ନମ୍ବରର ମୋବାଇଲ ଇଏମ୍‌ଆଇ ନମ୍ବର ଟ୍ରାକ୍‌ କରିବାପରେ ୭୫ରୁ ଊଦ୍ଧର୍‌ବ ନମ୍ବର ବ୍ୟବହାର ହୋଇଥିବା ସାଇବର ହେଲ୍‌ପ ଡେସ୍କ ଜାଣିବାକୁ ପାଇଥିଲା। ତେବେ ଏଥିରେ ଏକାଧିକ ନମ୍ବର ଓଡ଼ିିଶାର ସିମ୍‌ ଥିବା ଜଣାପଡ଼ିଥିଲା। ଏହି ଓଡ଼ିଶା ନମ୍ବର କେଉଁଠୁ ଆକ୍ଟିଭେଶନ ହୋଇଛି ଓ କାହା ନାଁରେ ରହିଛି ଏସମ୍ପର୍କରେ ତଦନ୍ତ ସମୟରେ ଭଦ୍ରକ ଏକ ରିଟେଲର ପଏଣ୍ଟର ସୂଚନା ମିଳିଥିଲା। ପରେ ସେଠାରୁ ଏହି ରିଟେଲରର ଡିଷ୍ଟ୍ରିବ୍ୟୁଟରଙ୍କ ସମ୍ପର୍କରେ ଜଣାପଡ଼ିବା ସହ କିଛି ନିର୍ଦ୍ଦିଷ୍ଟ ଟେଲିକମ କମ୍ପାନୀର କର୍ମଚାରୀ ସମ୍ପୃକ୍ତ ରହି ସେମାନଙ୍କ ସେଲ୍‌ସ ଟାର୍ଗେଟକୁ ପୂରଣ କରିବା ପାଇଁ ଏପରି ସିମ୍‌ ଆକ୍ଟିଭେଶନ କରୁଥିବା ଜଣାପଡ଼ିଥିଲା। ଏପରିକି ସାଧାରଣ ଲୋକେ ଯେଉଁଠି ଡକ୍ୟୁମେଣ୍ଟ ଦେଉଥିଲେ ସେଠାରୁ ଡକ୍ୟୁମେଣ୍ଟ ଏହି ଗ୍ୟାଙ୍ଗ ସଂଗ୍ରହ କରୁଥିଲେ। ପରେ ଆଉ କାହାର ଫଟୋ ଲଗାଇ ଡକ୍ୟୁମେଣ୍ଟ ନକଲ କରି ବେନାମି ସିମ୍‌ ଆକ୍ଟିଭ୍‌ କରିବା ସହ ଟେଲିକମ୍‌ ସ୍କାମ୍‌ କରୁଥିବା ଜଣାପଡ଼ିଥିଲା। ଯାହାକି ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ ଇଣ୍ଡିଆର ନିୟମକୁ ଉଲ୍ଲଂଘନ କରି ସିମ୍‌ ଆକ୍ଟିଭେଟ କରାଯାଉଥିଲା। ସେହି ସିମ୍‌କାର୍ଡ଼କୁ ଅନେକ ସାଇବର ଠକଙ୍କୁ କୋରିଅର କରାଯାଉଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ତେବେ ଏସବୁ ସିମ୍‌ ପଞ୍ଜାବ, ହରିୟାଣା, ୟୁପି, ଦିଲ୍ଲୀ, ପାକିସ୍ତାନ ଓ ଭାରତର ବର୍ଡ଼ରରେ ଥିବା ଜାଲିଆନାଓ୍ବାଲାବାଗ ଭଳି ଅଞ୍ଚଳକୁ ପଠାଯାଉଥିବା ଜଣାପଡ଼ିଛି। ସେଠାରୁ ସାଇବର ଠକ ଅନେକ ଉପାୟରେ ବିଭିନ୍ନ ରାଜ୍ୟ ତଥା ଓଡ଼ିଶାର ଲୋକଙ୍କୁ ଫୋନ କରି ଓଡ଼ିଶାର ନମ୍ବର କହି ବିଶ୍ବାସ ଜନ୍ମାଇ ଏପରି ଠକେଇର ଜାଲ ବିଛାଉଥିଲେ। ୭ ସାଇବର ଠକ ଗିରଫ ହେବା ପରେ ସେମାନଙ୍କ ନେଟଓ୍ବର୍କର ବଳ କମିବ ବୋଲି କହିଛନ୍ତି ପ୍ରିୟଦର୍ଶୀ। ଅପରପକ୍ଷରେ ଏହା ଜାତୀୟ ନିରାପତ୍ତା ପାଇଁ ବଡ଼ ବିପଦ ବୋଲି ଡିସିପି ଦାଶ କହିଛନ୍ତି। ଗିରଫ ଅଭିଯୁକ୍ତମାନେ ୨୦ରୁ ୫୦ ଟଙ୍କା ମୂଲ୍ୟରେ ଆକ୍ଟିଭେଟ ସିମ୍‌କୁ ରାଜ୍ୟ ବାହାରେ ଥିବା ସାଇବର ଅପରାଧୀଙ୍କୁ ବିକ୍ରି କରୁଥିଲେ। ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ଟିଭେଟ ସିମ୍‌ ଏମାନେ ଏପରି ରାଜ୍ୟ ବାହାରକୁ ବିକ୍ରି କରିଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?