୭ ଆନ୍ତଃରାଜ୍ୟ ସାଇବର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୩୦।୬(ବ୍ୟୁରୋ):କମିଶନରେଟ୍‌ ପୋଲିସ ଏକ ବଡ଼ ଆନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗର ରହସ୍ୟ ଉନ୍ମୋଚନ କରିଛି ା ସାଇବର ଠକେଇ ଲିଙ୍କ୍‌ ଖୋଜୁ ଖୋଜୁ ମିଳିଛି ବଡ଼ ଧରଣର ଟେଲିକମ୍‌ ସ୍କାମ୍‌। କେତେକ ସର୍ଭିସ ପ୍ରୋଭାଇଡର ବେଆଇନ ଭାବେ ସିମ୍‌ ଆକ୍ଟିଭେଟ କରି କିପରି ସାଇବର ଠକଙ୍କୁ ସିମ୍‌ ଯୋଗାଉଥିଲେ ତାହା ଧରାପଡ଼ିଛି। ସ୍ପେଶାଲ ସ୍କ୍ବାର୍ଡ ଓ ଶହୀଦନଗର ଥାନା ପୋଲିସ ମିଳିତ ଚଢ଼ାଉ କରି ୭ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୬ ହଜାରରୁ ଅଧିକ ଡୁପ୍ଲିକେଟ୍‌ ସିମ୍‌କାର୍ଡ ଓ ୧୫୦ରୁ ଊର୍ଦ୍ଧ୍ୱ ଚୋରା ମୋବାଇଲ ଫୋନ୍‌ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ଭଦ୍ରକର ମହେଶ୍ବର ବାରିକ, ରଜନୀକାନ୍ତ ପାଣିଗ୍ରାହୀ, ଶ୍ରୀନିବାସ ଘଡ଼େଇ, ରାଜେଶ କୁମାର ସେଠୀ, କେନ୍ଦୁଝରରୁ ସୁବ୍ରତ କୁମାର ପାଣିଗ୍ରାହୀ ଓ ସୁକାନ୍ତ କୁମାର ଦାସ ଏବଂ ବାଲେଶ୍ବରରୁ ମଙ୍ଗଳମୟ ମିଶ୍ର। ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି।
ବାଙ୍କୁଆଳର ଜଣେ ମହିଳା ପ୍ରାୟ ୫ ଲକ୍ଷ ଟଙ୍କା ସାଇବର ଠକେଇର ଶିକାର ହୋଇଥିଲେ। ଉକ୍ତ ମହିଳାଙ୍କୁ ଅଭିଯୁକ୍ତମାନେ ସିମ୍‌ ଅଚଳ ହେବା ନେଇ ଫୋନ କରିଥିଲେ। ପରେ ସେମାନେ ପଠାଇଥିବା ଲିଙ୍କ୍‌ରେ କ୍ଲିକ୍‌ କଲେ ସିମ୍‌ ବନ୍ଦ ହେବ ନାହିଁ ବୋଲି କହିଥିଲେ। ମହିଳା ଜଣଙ୍କ ଉକ୍ତ ଲିଙ୍କ୍‌ରେ କ୍ଲିକ୍‌ କରିବା ପରେ ପ୍ରଥମେ ୨ଲକ୍ଷ ୭୮ହଜାର ଓ ପରେ ଆଉ ୨ ଲକ୍ଷ କଟିଯାଇଥିଲା। ମହିଳାଙ୍କ ଅଭିଯୋଗ କ୍ରମେ ଏନେଇ ଶହୀଦ ନଗର ଥାନାରେ ଏକ ମାମଲା(ନଂ. ୨୫୮/୨୧) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଡିସିପି ଉମାକାନ୍ତ ଦାଶଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ବାଡ୍‌ ଓ ଶହୀଦନଗର ଥାନା ପୋଲିସର ଏକ ଟିମ୍‌ ତଦନ୍ତ ଆରମ୍ଭ କରିଥିଲେ। କଲ୍‌ ଆସିଥିବା ନମ୍ବରର ମୋବାଇଲ ଇଏମ୍‌ଆଇ ନମ୍ବର ଟ୍ରାକ୍‌ କରିବାପରେ ୭୫ରୁ ଊଦ୍ଧର୍‌ବ ନମ୍ବର ବ୍ୟବହାର ହୋଇଥିବା ସାଇବର ହେଲ୍‌ପ ଡେସ୍କ ଜାଣିବାକୁ ପାଇଥିଲା। ତେବେ ଏଥିରେ ଏକାଧିକ ନମ୍ବର ଓଡ଼ିିଶାର ସିମ୍‌ ଥିବା ଜଣାପଡ଼ିଥିଲା। ଏହି ଓଡ଼ିଶା ନମ୍ବର କେଉଁଠୁ ଆକ୍ଟିଭେଶନ ହୋଇଛି ଓ କାହା ନାଁରେ ରହିଛି ଏସମ୍ପର୍କରେ ତଦନ୍ତ ସମୟରେ ଭଦ୍ରକ ଏକ ରିଟେଲର ପଏଣ୍ଟର ସୂଚନା ମିଳିଥିଲା। ପରେ ସେଠାରୁ ଏହି ରିଟେଲରର ଡିଷ୍ଟ୍ରିବ୍ୟୁଟରଙ୍କ ସମ୍ପର୍କରେ ଜଣାପଡ଼ିବା ସହ କିଛି ନିର୍ଦ୍ଦିଷ୍ଟ ଟେଲିକମ କମ୍ପାନୀର କର୍ମଚାରୀ ସମ୍ପୃକ୍ତ ରହି ସେମାନଙ୍କ ସେଲ୍‌ସ ଟାର୍ଗେଟକୁ ପୂରଣ କରିବା ପାଇଁ ଏପରି ସିମ୍‌ ଆକ୍ଟିଭେଶନ କରୁଥିବା ଜଣାପଡ଼ିଥିଲା। ଏପରିକି ସାଧାରଣ ଲୋକେ ଯେଉଁଠି ଡକ୍ୟୁମେଣ୍ଟ ଦେଉଥିଲେ ସେଠାରୁ ଡକ୍ୟୁମେଣ୍ଟ ଏହି ଗ୍ୟାଙ୍ଗ ସଂଗ୍ରହ କରୁଥିଲେ। ପରେ ଆଉ କାହାର ଫଟୋ ଲଗାଇ ଡକ୍ୟୁମେଣ୍ଟ ନକଲ କରି ବେନାମି ସିମ୍‌ ଆକ୍ଟିଭ୍‌ କରିବା ସହ ଟେଲିକମ୍‌ ସ୍କାମ୍‌ କରୁଥିବା ଜଣାପଡ଼ିଥିଲା। ଯାହାକି ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ ଇଣ୍ଡିଆର ନିୟମକୁ ଉଲ୍ଲଂଘନ କରି ସିମ୍‌ ଆକ୍ଟିଭେଟ କରାଯାଉଥିଲା। ସେହି ସିମ୍‌କାର୍ଡ଼କୁ ଅନେକ ସାଇବର ଠକଙ୍କୁ କୋରିଅର କରାଯାଉଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ତେବେ ଏସବୁ ସିମ୍‌ ପଞ୍ଜାବ, ହରିୟାଣା, ୟୁପି, ଦିଲ୍ଲୀ, ପାକିସ୍ତାନ ଓ ଭାରତର ବର୍ଡ଼ରରେ ଥିବା ଜାଲିଆନାଓ୍ବାଲାବାଗ ଭଳି ଅଞ୍ଚଳକୁ ପଠାଯାଉଥିବା ଜଣାପଡ଼ିଛି। ସେଠାରୁ ସାଇବର ଠକ ଅନେକ ଉପାୟରେ ବିଭିନ୍ନ ରାଜ୍ୟ ତଥା ଓଡ଼ିଶାର ଲୋକଙ୍କୁ ଫୋନ କରି ଓଡ଼ିଶାର ନମ୍ବର କହି ବିଶ୍ବାସ ଜନ୍ମାଇ ଏପରି ଠକେଇର ଜାଲ ବିଛାଉଥିଲେ। ୭ ସାଇବର ଠକ ଗିରଫ ହେବା ପରେ ସେମାନଙ୍କ ନେଟଓ୍ବର୍କର ବଳ କମିବ ବୋଲି କହିଛନ୍ତି ପ୍ରିୟଦର୍ଶୀ। ଅପରପକ୍ଷରେ ଏହା ଜାତୀୟ ନିରାପତ୍ତା ପାଇଁ ବଡ଼ ବିପଦ ବୋଲି ଡିସିପି ଦାଶ କହିଛନ୍ତି। ଗିରଫ ଅଭିଯୁକ୍ତମାନେ ୨୦ରୁ ୫୦ ଟଙ୍କା ମୂଲ୍ୟରେ ଆକ୍ଟିଭେଟ ସିମ୍‌କୁ ରାଜ୍ୟ ବାହାରେ ଥିବା ସାଇବର ଅପରାଧୀଙ୍କୁ ବିକ୍ରି କରୁଥିଲେ। ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଆକ୍ଟିଭେଟ ସିମ୍‌ ଏମାନେ ଏପରି ରାଜ୍ୟ ବାହାରକୁ ବିକ୍ରି କରିଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri