ବୁଡ଼ନ୍ତା ବସ ଉପରେ ୭ ଘଣ୍ଟା, ପାଖରେ ନଗଦ ୯ ଲକ୍ଷ ରାଜସ୍ବ…

ଚିପଲୁନ୍‌,୨୭।୭: ମହାରାଷ୍ଟ୍ରରେ ବହୁ ଅଞ୍ଚଳରେ ବର୍ଷା ଓ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୧୬୪ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ ଜଣ ନିଖୋଜ ଅଛନ୍ତି। ରତ୍ନାଗିରି, କୋଲହାପୁର, ସାଙ୍ଗଲି ଏବଂ ରାୟଗଡ ଭଳି ଜିଲ୍ଲା ଏବେ ବି ପାଣିରେ ବୁଡି ରହିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବି ସରକାରୀ ରାଜସ୍ବକୁ ସୁରକ୍ଷିତ ରଖିବା ଲାଗି ନିଆରା କାର୍ଯ୍ୟ କରି ଜଣେ ବସ୍‌ ଡିପୋ ମ୍ୟାନେଜର ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ରତ୍ନାଗିରିର ଚିପଲୁନ୍‌ରେ ବର୍ଷା ଓ ବନ୍ୟା ଯୋଗୁଁ ସଙ୍କଟ ପରିସ୍ଥିତି ମଧ୍ୟରେ ବସ ଡିପୋ ମ୍ୟାନେଜର ରଣଜିତ୍‌ ରାଜଶୀରକେ ରାଜ୍ୟ ପରିବହନ ବିଭାଗର ୯ ଲକ୍ଷ ଟଙ୍କାର ରାଜସ୍ବକୁ ସୁରକ୍ଷିତ ରଖିପାରିଛନ୍ତି। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପ୍ରବଳ ବର୍ଷା ପରେ ଜଳ ସ୍ତର ବଢୁଥିବାବେଳେ ରଣଜିତ୍‌ ସକାଳ ୪ଟା ୩୦ରେ କାର୍ଯ୍ୟାଳୟରେ ପହଞ୍ଚି ସଂଗ୍ରୁହୀତ ହୋଇଥିବା ରାଜସ୍ବ ହାତରେ ଧରି ବାହାରକୁ ଆସିଥିଲେ। ତେବେ ବସ୍‌ ଡିପୋ ପାଣିରେ ବୁଡ଼ିଯାଇଥିବାର ଦେଖି ପାଣିରେ ବୁଡ଼ି ଯାଇଥିବା ଏକ ବସ୍‌ ଛାତ ଉପରକୁ ଚଢ଼ିଯାଇଥିଲେ। ତାଙ୍କ ସହିତ କାର୍ଯ୍ୟାଳୟର ୬ ସଦସ୍ୟ ଭୋର୍‌ ସକାଳ ୫ଟା ୩୦ରେ ବସ ଛାତ ଉପରକୁ ଚଢ଼ି ସେଠାରେ ୭ ଘଣ୍ଟା ବସି ରହିଥିଲେ। ପରେ ସେମାନଙ୍କୁ ଏନଡିଆରଏଫ ଉଦ୍ଧାରକାରୀ ଦଳ ଉଦ୍ଧାର କରିଥିଲେ। ସେହି ମୁହୂର୍ତ୍ତକୁ ମନେ ପକାଇ ରଣଜିତ କୁହନ୍ତି, ’ଏହା ବହୁତ ଭୟାନକ ଥିଲା। ଏମିତି ଏକ ସମୟ ଆସିଲା ଯେତେବେଳେ ଜଳ ସ୍ତର ବହୁତ ଉଚ୍ଚକୁ ବଢ଼ିଗଲା ଏବଂ ବସ ଥରିିବାକୁ ଲାଗିଲା। ଆମେ ଭୟଭୀତ ହୋଇ ଯାଇଥିଲୁ। ଯେ କୌଣସି ସମୟରେ ଆମେ ବସରୁ ଖସିପଡିବାର ଆଶଙ୍କା ଥିଲା। କିନ୍ତୁ ଆମେ ସେଠାରେ ମନୋବଳ ଦୃଢ଼ କରି ଅଟକି ରହିଲୁ। ରାଜ୍ୟ ସରକାର ଏବେ ରଣଜିତ ଏବଂ ତାଙ୍କ ସହିତ ବସ ଛାତରେ ବସି ରହିଥିବା ସଦସ୍ୟଙ୍କୁ ସମ୍ମାନିତ କରିବାକୁ ଯୋଜନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri