୭ କୋଟିର ସାଇବର ଠକେଇ

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ବର୍ଷକ ମଧ୍ୟରେ ସାଇବର ଲୁଟେରା ପ୍ରାୟ ୭ କୋଟି ଟଙ୍କା ଲୁଟିଛନ୍ତି। ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା ମଧ୍ୟରୁ ଗୋଲଡେନ୍‌ ପିରିୟଡ଼ ବ୍ଲକ ହୋଇ ଫେରି ପାରିଛି ୧ କୋଟି ୪୮ ଲକ୍ଷ ୧୧ ହଜାର ୮୭୦ ଟଙ୍କା। ଭୁବନେଶ୍ୱର ସାଇବର ସେଲ୍‌ରେ ଏନେଇ ମୋଟ୍‌ ୬୭ଟି ମାମଲା ରୁଜୁ ହୋଇଛି। ୧୩ ଅଭିଯୁକ୍ତ ଗିରଫ ହୋଇଥିବା ଭୁବନେଶ୍ୱର ସାଇବର ହେଲ୍ପ ଡେସ୍କର ବାର୍ଷିକ ରିପୋର୍ଟରେ ପ୍ରକାଶ ପାଇଛି। ଗୃହ ମନ୍ତ୍ରଣାଳୟର ସାଇବର ସେଫ୍‌କୁ ସମସ୍ତ ଠକେଇ କଲ୍‌ ନମ୍ବର ପଠାଇଛି ପୋଲିସ। ତେବେ ସାଇବର ଠକେଇ ନେଇ ଟୋଲ୍‌ ଫ୍ରି ନମ୍ବରକୁ କେବଳ ଭୁବନେଶ୍ୱରରୁ ଆସିଛି ୨୮୭୨ କଲ୍‌ ।

ଭୁବନେଶ୍ୱର ବାହାରୁ ଆସିଛି ସାଢ଼େ ୩ ହଜାର କଲ୍‌। ପଞ୍ଜାବ , ରାଜସ୍ଥାନ, ଗୁରୁଗାଓଁ ଏବଂ ବାଙ୍ଗାଲୁରୁ ଅଧିକାଂଶ ଠକେଇ ମାମଲା ଆସିଛି। ଏନେଇ ଗୁଗୁଲ୍‌ ମ୍ୟାପିଂରୁ କମିଶନରେଟ ପୋଲିସ ସାଇବର ଠକଙ୍କ ଲୋକେଶନ ଟ୍ରାକ୍‌ କରିଛି। ଭୁବନେଶ୍ୱରରେ ଜମତାରା ଗ୍ୟାଙ୍ଗ ସକ୍ରିୟ ରହିଥିବା ସୂଚନା ଦେଇଛି ପୋଲିସ। any ଡେସ୍କ ଆପ୍ଲିକେଶନ ଡାଉନଲୋଡ୍‌ କଲେ ଅଧିକ ଠକେଇ ହେଉଥିବା ଜଣାପଡ଼ିଛି । ଏନେଇ କୌଣସି ମେସେଜ ଆସିଲେ ଏହି ଆପ୍‌ ଡାଉନଲୋଡ୍‌ ନ କରିବାକୁ ଭୁବନେଶ୍ୱର ଡିସିପି ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଉପରେ କାଟିଦେଲେ ଦିନମଜୁରିଆଙ୍କ ତଣ୍ଟି

ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ବଙ୍ଗଳାପଡାର ଦ୍ୱାରିକା ରାତ୍ରେ(୨୬)।...

ପରିିଚୟ ଦେଇଛି ଲାଲ୍‌ ଭେଣ୍ଡି ଚାଷ

ଦିନକୁ ଦିନ ଲାଲ୍‌ ଭେଣ୍ଡିର ଚାହିଦା ବଢ଼ି ଚାଲିଛି। ଏହି କିସମ ଭେଣ୍ଡିରେ ପ୍ରଚୁର ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। ସେଥିପାଇଁ ରାଜ୍ୟ ବାହାରେ...

ଏମ୍‌ପି ଚନ୍ଦ୍ରଶେଖରଙ୍କ ସୂଚନା:ବ୍ରହ୍ମପୁର-ସମ୍ବଲପୁର ନୂଆ ରେଳପଥ

ବ୍ରହ୍ମପୁର ଅଫିସ,୨୪ା୮-ବହୁ ପ୍ରତୀକ୍ଷିତ ବ୍ରହ୍ମପୁର-ସମ୍ବଲପୁର ନୂଆ ରେଳପଥ ନିର୍ମାଣ ପାଇଁ ଭାରତୀୟ ରେଲୱେ ବୋର୍ଡ ମଞ୍ଜୁର କରିଛନ୍ତି। ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଶୁକ୍ରବାର ଧରିତ୍ରୀକୁ...

ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍‌ଚରିଂକୁ ପ୍ରୋତ୍ସାହନ

ଭୁବନେଶ୍ୱର,୧୨।୧୧ (ବ୍ୟୁରୋ):ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍ଚରିଂକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‌ ଆଣ୍ଡ୍‌ ମ୍ୟାନୁଫ୍ୟାକ୍ଚରିଂ(ଇଏସ୍‌ଡିଏମ୍‌) ପଲିସି ବା ଇଲେକ୍ଟ୍ରୋନିକ୍ସ ନୀତି ଆଣିବେ।...

ଆଜି ରାଜଧାନୀରୁ ୧୬ ନୂଆ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ରାଜଧାନୀରୁ ମଙ୍ଗଳବାର ପୁଣି ୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା...

ଉତ୍କଳ ସମ୍ମିଳନୀ ପକ୍ଷରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର,୫।୮(ବ୍ୟୁରୋ): ଉତ୍କଳ ସମ୍ମିଳନୀ ପକ୍ଷରୁ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ଉତ୍କଳ ସମ୍ମିଳନୀର ପୂର୍ବତନ ସଭାପତି ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମ ଦିବସ ଅବସରରେ...

ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର,୫।୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଗୁରୁବାର ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ। ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିତିଛି ଭାରତ। ଭାରତୀୟ...

ସୁନ୍ଦରବନରେ ‘ଅମ୍ଫନ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ, ପ୍ରବେଶ କରୁଛି ବାହ୍ୟ ଅଂଶ: ବିଶ୍ୱାସ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ଅପରାହ୍ନ ୨ଟା ୩୦ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ବାତ୍ୟାର ବାହ୍ୟ ଅଂଶ ପଶ୍ଚିମବଙ୍ଗରେ...

Advertisement


Archives

Model This Week