Posted inଜାତୀୟ

ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କଲେ ମୋଦି: ଡବଲ ଇଞ୍ଜିନ ସରକାରଙ୍କର ବିକାଶ ଉପରେ ଧ୍ୟାନ

ଶାହାଜହନପୁର,୧୮ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତର ପ୍ରଦେଶର ଶାହଜହାନପୁରରେ ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଛନ୍ତି । ପାଖାପାଖି ୫୯୪ କିଲୋମିଟର ଲମ୍ବା ଏହା ୬ ଲେନ ବିଶିଷ୍ଟ ହେବ । ଏହି କାର୍ଯ୍ୟକ୍ରମରେ ସମ୍ବୋଧନ ଦେବା ଅବସରରେ ମୋଦି କହିଥିଲେ ଏହି ଏକ୍ସପ୍ରେସ ୱେ ମାଧ୍ୟମରେ ୟୁପିର ବିକାଶର ରାସ୍ତା ଖୋଲିବ । ମୋଦି ଆହୁରି ମଧ୍ୟ କହିଥିଲେ ମା’ ଗଙ୍ଗା ସମସ୍ତ ମଙ୍ଗଳ, ଉନ୍ନତି ପ୍ରଗତିର ସ୍ରୋତ । ମା’ ଗଙ୍ଗା ସବୁ ସୁଖ ଦେଇଥାଆନ୍ତି ଓ ସବୁ ଦୁଃଖ ହରଣ କରିଥାଆନ୍ତି । ସେହିପରି ଗଙ୍ଗା ଏକ୍ସପ୍ରେସ୍ ୱେ ଉତ୍ତର ପ୍ରଦେଶର ସମସ୍ତ ପ୍ରଗତିର ବାଟ ଫିଟାଇବ । ଆଜିର ଦିନ ଶହାଜହାନପୁର ପାଇଁ ଐତିହାସିକ ଦିନ । ପାଖାପାଖି ୬୦୦ କିଲୋମିଟର ଲମ୍ବ ଏହି ଏକ୍ସପ୍ରେସ ୱେ ପାଇଁ ୩୬ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ଏହି ଅବସରରେ ମୋଦି କହିଥିଲେ, ପ୍ରଥମେ ଏମିତି ପରିଯୋଜନା କାଗଜରେ ଏଇଥିପାଇଁ ଆରମ୍ଭ ହେଉଥିଲା କି ସେମାନେ ସେମାନଙ୍କ ଟ୍ରେଜେରି ଭରୁଥିଲେ । ଏବେ ଏହା ୟୁପି ଜନତାଙ୍କ ଟଙ୍କା ବଞ୍ଚାଉଛି । ଆଜି ଡବଲ ଇଞ୍ଜିନ ସରକାରରେ ୟୁପିର ବୃଦ୍ଧି ହେଉଥିବା ସମାର୍ଥ୍ୟ ଆମେ ସମସ୍ତେ ଦେଖୁଛୁ । ପୂର୍ବଞ୍ଚଳ ଏକ୍ସପ୍ରେସ୍ ୱେ ଅବା ଦିଲ୍ଲୀ-ମେରଠ ଏକ୍ସପ୍ରେସ୍‌ୱେ, କୁଶିନଗର ଇଣ୍ଟର ନ୍ୟାଶନାଲ ଏୟାର ପୋର୍ଟ ହେଉ ଅବା ଡେଡିକେଟେଡ ଫ୍ରେଟ କରିଡର ଏ ସମସ୍ତ ଜନତାଙ୍କ ସେବା ପାଇଁ ସମର୍ପିତ । ସମଗ୍ର ୟୁପି ଏକା ସାଙ୍ଗେ ବଢୁଛି ତ ଦେଶ ଆଗକୁ ବଢୁଛି । ସେଥିପାଇଁ ଡବଲ ଇଞ୍ଜିନର ସରକାର ୟୁପିର ବିକାଶ ଉପରେ ଫୋକସ କରୁଛି । ସବକା ସାଥ ସବାକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ମନ୍ତ୍ର ସହ ଆମେ ୟୁପିରେ ବିକାଶ ପାଇଁ ପ୍ରୟାସ କରୁଛୁ ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

‘କଂଗ୍ରେସର ଲୁଟ ଜିନ୍ଦେଗିକେ ସାଥ ଭି, ଜିନ୍ଦେଗିକେ ବାଦ ଭି’, ପିଟ୍ରୋଡାଙ୍କ ବୟାନକୁ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ, ୨୪।୪: କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜବାବ ରଖିଛନ୍ତି। ବୁଧବାର (ଏପ୍ରିଲ ୨୪, ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri