Posted inଜାତୀୟ

ଚାଇନା ସହିତ ଯୁଦ୍ଧ ହେଲେ ଭାରତକୁ ସମର୍ଥନ କରିବେ ୭ ଦେଶ…

ନୂଆଦିଲ୍ଲୀ , ୫।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଯଦି ଦୁଇଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଭାରତକୁ ୭ ଦେଶ ସମର୍ଥନ କରିବେ। ସେମାନଙ୍କ ମଧ୍ୟରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ, ଫ୍ରାନ୍ସ୍‌, ବ୍ରିଟେନ୍‌, ଜର୍ମାନୀ ଆଦି ଦେଶ ରହିଛନ୍ତି। ରୁଷ୍‌ ବର୍ତ୍ତମାନ ସୁଦ୍ଧା ଭାରତର ସମର୍ଥନ ନେଇ ସକରାତ୍ମକ ମନୋଭାବ ପୋଷଣ କରିଛି। ତେବେ ରୁଷ୍‌ ସମ୍ପୂର୍ଣ୍ଣ ହଁ ନ କହି ଚୁପ୍‌ ରହିଛି। ସେହିପରି ଚାଇନାକୁ ପାକିସ୍ତାନ ଏବଂ ଉତ୍ତରକୋରିଆର ସମର୍ଥନ ମିଳିବା ନିଶ୍ଚିତ ବୋଲି କୁହାଯାଉଛି। ଭାରତ ପାଖରେ ୧୪୪୪ ହଜାର ସେନା ଯବାନ ରହିଛନ୍ତି। ଅପରପକ୍ଷରେ ଚାଇନା ପାଖରେ ୨୧୮୩ ହଜାର ସୈନ୍ୟବଳ ରହିଛି। ଭାରତ ମିତ୍ରଶକ୍ତିଙ୍କ ପାଖରେ ୩୧୫୧୧୬୦ ସୈନ୍ୟ ରହିଛନ୍ତି। ଭାରତ ପାଖରେ ଗୋଟିଏ ଏୟାର କ୍ରାଫ୍ଟ କ୍ୟାରିୟର ରହିଛି। ଚାଇନା ପାଖରେ ୨ଟି ଏୟାର କ୍ରାଫ୍ଟ କ୍ୟାରିୟର ଅଛି। ମିତ୍ରମଶକ୍ତି ପାଖରେ ୨୭ଟି ଏୟାର କ୍ରାଫ୍ଟ କ୍ୟାରିୟର ରହିଛି। ଭାରତ ପାଖରେ ୧୬ ବୁଡ଼ାଜାହାଜ ଥିବାବେଳେ ଚାଇନା ପାଖରେ ୭୪ଟି ଅଛି। ମିତ୍ରଶକ୍ତି ପାଖରେ ୧୦୮ ବୁଡ଼ାଜାହାଜ ରହିଛି। ଚାଇନା ପାଖରେ ୧୨୩୨ ଯୁଦ୍ଧ ବିମାନ ରହିଛି। ଭାରତ ପାଖରେ ଏହାର ସଂଖ୍ୟା ୫୩୮ ଅଛି। ମିତ୍ରଶକ୍ତି ପାଖରେ ୨୯୮୪ ଯୁଦ୍ଧ ବିମାନ ରହିଛି। ଭାରତ ପାଖରେ ୪୨୯୪ ଟ୍ୟାଙ୍କ ଅଛି। ଅପରପକ୍ଷରେ ଚାଇନା ପାଖରେ ୩୫୦୦ ଟ୍ୟାଙ୍କ ରହିଛି। ସେହିପରି ମିତ୍ରଶକ୍ତି ପାଖରେ ୧୧୬୪୪ ଟ୍ୟାଙ୍କ ଅଛି। ମିତ୍ରଶକ୍ତିଙ୍କ ଯୋଗୁ ଭାରତର ସାମରିକ ଶକ୍ତି ଚାଇନା ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୯୦୦ ମନ୍ଦିରର ରହସ୍ୟମୟ ପର୍ବତ! ସୂର୍ଯ୍ୟାସ୍ତ ହେଉ ହେଉ ଦେଖାଯା’ନ୍ତି…

ଭାରତରେ ଅନେକ ସୁନ୍ଦର ପାର୍ୱତ୍ୟ ସ୍ଥଳ ରହିଛି, କିନ୍ତୁ ଗୁଜରାଟର ଶତ୍ରୁଞ୍ଜୟ ପର୍ୱତ ନିଜର ଆଧ୍ୟାତ୍ମିକ ଓ ଧାର୍ମିକ ବିଶେଷତା ପାଇଁ ଏକ ସ୍ୱତନ୍ତ୍ର ପରିଚୟ ବହନ…

ରେଭେନ୍ସା ବିଶ୍ବବିଦ୍ୟାଳୟ ବିବାଦ; ସମୂହ ଛୁଟିରେ ଗଲେ ଅଧ୍ୟାପକ

କଟକ,୨୮।୮(ପ୍ରଭୁକଲ୍ୟାଣ ପାଲ): ସମୁହ ଛୁଟିରେ ଗଲେ ରେଭେନ୍ସା ଅଧ୍ୟାପିକା ଓ ଅଧ୍ୟାପକ । ଏହାସହ କୁଳପତିଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି । ରେଭେନ୍ସା ୟୁନିଭରସିଟି ଟିଚର୍ସ…

କ’ଣ ରାକ୍ଷୀରେ ଭାଇଙ୍କ ଠାରୁ ମିଳୁଥିବା ଟଙ୍କାରୁ ସରକାର ନିଅନ୍ତି ଟ୍ୟାକ୍ସ? ଜାଣନ୍ତୁ କେତେ ଟଙ୍କା ନେଲେ…

ନୂଆଦିଲ୍ଲୀ,୨୮।୮: ରକ୍ଷାବନ୍ଧନ ପର୍ୱ ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ ଓ ପ୍ରେମର ପ୍ରତୀକ। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧିଥାନ୍ତି ଏବଂ ବଦଳରେ ଭାଇ ସେମାନଙ୍କୁ…

ଥରିଲା ଚାଇନା: ଭୟରେ ଲୋକେ ଦୌଡ଼ିଲେ

ବେଜିଂ,୨୮।୭: ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କସ ସେଣ୍ଟର (CENC) ଅନୁଯାୟୀ, ଲଙ୍ଗଚାଙ୍ଗ ସହରରେ ୫.୧ ତୀବ୍ରତାର ଭୂକମ୍ପ…

ଖାତାକୁ ଗଲା ସୁଭଦ୍ରା ଟଙ୍କା, ତୁରନ୍ତ ଚେକ୍‌ କରନ୍ତୁ ଆକାଉଣ୍ଟ

ନୟାଗଡ଼,୨୮ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଲାଠିପଡ଼ାରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ଗହ୍ମାପୂର୍ଣ୍ଣିମା ଅବସରରେ ୫ମ କିସ୍ତି ସୁଭଦ୍ରା ଅନୁଦାନ ପ୍ରଦାନ କରିଛନ୍ତି। ଆଜିର…

ମୋହନ ଭାଗବତଙ୍କ ଭିଜା ରଦ୍ଦ ପାଇଁ ୟୁଏସ୍‌ସିଆଇଆର୍‌ଏଫ୍‌ର ଦାବି

ଓ୍ବାଶିଂଟନ,୨୮।୮(ପି.ଟି.): ନ୍ୟୁୟର୍କକୁ ୩ ଦିନିଆ ଗସ୍ତରେ ଯାଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ଭିଜା ରଦ୍ଦ କରିବାକୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା…

ଆଖଡ଼ାଶାଳୀ ସ୍ଲୁଇସ୍‌ କ୍ରୀକ୍‌ ୬ ପଞ୍ଚାୟତର ଚାଷୀଙ୍କ ଭାତହାଣ୍ଡି, ବିଧାୟକ କହିଲେ ଏଠାରେ ଖୁବ୍‌ଶୀଘ୍ର ହେବ…

ମହାକାଳପଡ଼ା,୨୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଗୁରୁବାର ବଳଦେବଜୀଉଙ୍କ ଜନ୍ମଦିବସ ଅବସରରେ ଚଷା…

ଗ୍ରାହକଙ୍କୁ ବଡ଼ ଝଟ୍‌କା ବଢିଲା କ୍ଷୀର ଦର: ଏବେ ଲିଟର ପିଛା…

ମୁମ୍ବାଇ,୨୮।୮: ପାର୍ବଣ ଋତୁ ଆରମ୍ଭରୁ ଗ୍ରାହକଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ସେପ୍ଟେମ୍ବର ୧, ୨୦୨୬ଠାରୁ, ମୁମ୍ବାଇରେ କ୍ଷୀର କିଣିବା ସାଧାରଣ ଲୋକଙ୍କ ପକେଟ ଉପରେ ଭାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri