Posted inଜାତୀୟ

ଚାଇନା ସହିତ ଯୁଦ୍ଧ ହେଲେ ଭାରତକୁ ସମର୍ଥନ କରିବେ ୭ ଦେଶ…

ନୂଆଦିଲ୍ଲୀ , ୫।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଯଦି ଦୁଇଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଭାରତକୁ ୭ ଦେଶ ସମର୍ଥନ କରିବେ। ସେମାନଙ୍କ ମଧ୍ୟରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ, ଫ୍ରାନ୍ସ୍‌, ବ୍ରିଟେନ୍‌, ଜର୍ମାନୀ ଆଦି ଦେଶ ରହିଛନ୍ତି। ରୁଷ୍‌ ବର୍ତ୍ତମାନ ସୁଦ୍ଧା ଭାରତର ସମର୍ଥନ ନେଇ ସକରାତ୍ମକ ମନୋଭାବ ପୋଷଣ କରିଛି। ତେବେ ରୁଷ୍‌ ସମ୍ପୂର୍ଣ୍ଣ ହଁ ନ କହି ଚୁପ୍‌ ରହିଛି। ସେହିପରି ଚାଇନାକୁ ପାକିସ୍ତାନ ଏବଂ ଉତ୍ତରକୋରିଆର ସମର୍ଥନ ମିଳିବା ନିଶ୍ଚିତ ବୋଲି କୁହାଯାଉଛି। ଭାରତ ପାଖରେ ୧୪୪୪ ହଜାର ସେନା ଯବାନ ରହିଛନ୍ତି। ଅପରପକ୍ଷରେ ଚାଇନା ପାଖରେ ୨୧୮୩ ହଜାର ସୈନ୍ୟବଳ ରହିଛି। ଭାରତ ମିତ୍ରଶକ୍ତିଙ୍କ ପାଖରେ ୩୧୫୧୧୬୦ ସୈନ୍ୟ ରହିଛନ୍ତି। ଭାରତ ପାଖରେ ଗୋଟିଏ ଏୟାର କ୍ରାଫ୍ଟ କ୍ୟାରିୟର ରହିଛି। ଚାଇନା ପାଖରେ ୨ଟି ଏୟାର କ୍ରାଫ୍ଟ କ୍ୟାରିୟର ଅଛି। ମିତ୍ରମଶକ୍ତି ପାଖରେ ୨୭ଟି ଏୟାର କ୍ରାଫ୍ଟ କ୍ୟାରିୟର ରହିଛି। ଭାରତ ପାଖରେ ୧୬ ବୁଡ଼ାଜାହାଜ ଥିବାବେଳେ ଚାଇନା ପାଖରେ ୭୪ଟି ଅଛି। ମିତ୍ରଶକ୍ତି ପାଖରେ ୧୦୮ ବୁଡ଼ାଜାହାଜ ରହିଛି। ଚାଇନା ପାଖରେ ୧୨୩୨ ଯୁଦ୍ଧ ବିମାନ ରହିଛି। ଭାରତ ପାଖରେ ଏହାର ସଂଖ୍ୟା ୫୩୮ ଅଛି। ମିତ୍ରଶକ୍ତି ପାଖରେ ୨୯୮୪ ଯୁଦ୍ଧ ବିମାନ ରହିଛି। ଭାରତ ପାଖରେ ୪୨୯୪ ଟ୍ୟାଙ୍କ ଅଛି। ଅପରପକ୍ଷରେ ଚାଇନା ପାଖରେ ୩୫୦୦ ଟ୍ୟାଙ୍କ ରହିଛି। ସେହିପରି ମିତ୍ରଶକ୍ତି ପାଖରେ ୧୧୬୪୪ ଟ୍ୟାଙ୍କ ଅଛି। ମିତ୍ରଶକ୍ତିଙ୍କ ଯୋଗୁ ଭାରତର ସାମରିକ ଶକ୍ତି ଚାଇନା ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡିଲେ ଜତିନ ବୋରା

ନୂଆଦିଲ୍ଲୀ,୧୨।୧୨: ନାଗରିକତ୍ୱ (ସଂଶୋଧନ) ବିଲ୍‌(ସିଏବି)କୁ ନେଇ ଆସାମରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତି ମଧ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଅଭିନେତା ଜତିନ...

ଓ୍ବାର୍ଲଡ କପ୍‌ ପ୍ରେମ: ସୁନାରେ ବ୍ୟାଟ, ବଲ ତିଆରି କଲେ ଯୁବକ

ଅହମ୍ମଦାବାଦ,୧୬।୬: ଗୁଜରାଟ ଅହମ୍ମଦାବଦର ମନିଷ ସୋନୀ ନାମକ ଜଣେ ଯୁବକ ଏବେ ଖୁବ୍‌ ଚର୍ଚ୍ଚାରେ। କ୍ରିକେଟ ଓ୍ବାର୍ଲଡ କପ୍‌ ଚାଲିଥିବା ସମୟରେ ସେ ସୁନାରେ କ୍ରିକେଟ...

ଡାକ୍ତରଙ୍କୁ ପ୍ରଦାନ କରାଯାଉଥିବା ଉପହାରକୁ ଆୟକର ରିହାତିରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ …

ନୂଆଦିଲ୍ଲୀ, ୨୨।୨ : ବିଭିନ୍ନ ଫାର୍ମା କମ୍ପାନୀଗୁଡ଼ିକ ପକ୍ଷରୁ ଡାକ୍ତରଙ୍କୁ ପ୍ରଦାନ କରାଯାଉଥିବା ଉପହାରକୁ ଆୟକର ରିହାତିରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ। ଏସମ୍ପର୍କରେ ଫାର୍ମା...

ମୋଦିଙ୍କୁ ଇମ୍ପ୍ରେସ କଲେ ତାଞ୍ଜାନିଆ ସୋସିଆଲ ମିଡିଆ ଷ୍ଟାର କିଲି ପଲ

ନୂଆଦିଲ୍ଲୀ,୨୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ତାଞ୍ଜାନିଆର ଲୋକପ୍ରିୟ ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କର...

କଂଗ୍ରେସ ଉପରେ ବର୍ଷିଲେ ସ୍ମୃତି ଇରାନୀ, କହିଲେ ସେଙ୍ଗୋଲକୁ ‘ନେହେରୁଙ୍କ ବାଡି’ ଭାବରେ ରଖିଥିଲେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୨୭।୫: ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ଆସନ୍ତାକାଲି ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ବିରୋଧୀ ଉଦଘାଟନୀ ସମାରୋହକୁ ବର୍ଜନ କରିଛନ୍ତି। ତେବେ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁ ଘଟଣା: ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧: ପୋଲିସ ଏଏସ୍‌ଆଇଙ୍କ ଗୁଳିମାଡରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ଘଟିଛି। ତାଙ୍କ ପରଲୋକ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ...

୩ଘଣ୍ଟା ପଚରାଉଚରା ପରେ ଗୁଜରାଟର ଏଏପି ମୁଖ୍ୟଙ୍କୁ ଛାଡ଼ିଲା ପୋଲିସ

ନୂଆଦିଲ୍ଲୀ,୧୩।୧୦: ଆମ ଆଦମୀ ପାର୍ଟିର ଗୁଜରାଟର ମୁଖ୍ୟ ଗୋପାଳ ଇଟାଲିଆଙ୍କୁ ଦିଲ୍ଲୀ ପୋଲିସ ଗୁରୁବାର ୩ଘଣ୍ଟା ଅଟକ ରଖିବା ପରେ ଛାଡ଼ିଛି। ଏହି ସମୟରେ ପୋଲିସ...

ବିଳମ୍ବ ହେବାରୁ ପ୍ଲାଟଫର୍ମ ଭିତରେ କାର୍‌ ପୂରାଇଦେଲେ ମନ୍ତ୍ରୀ

ଲକ୍ଷ୍ନୌ,୨୪।୮: ୟୁପିର ପଶୁପାଳନ ମନ୍ତ୍ରୀ ଧରମପାଲ ସିଂ ବିଳମ୍ବ ହେବାରୁ ଟ୍ରେନ ଚଢିବା ପାଇଁ ରେଳ ପ୍ଲାଟଫର୍ମ ଭିତରେ ନିଜ କାରକୁ ପୁରାଇ ଦେଇଛନ୍ତି। ମନ୍ତ୍ରୀଙ୍କ...

Advertisement
Archives

Model This Week