ବନ୍ଧୁକ ଚୋରାଚାଲାଣ ଗ୍ୟାଙ୍ଗ୍‌ର ୭ ଗିରଫ

ପୁରୀ ଅଫିସ,୨୯।୫ ପୁରୀରେ ବନ୍ଧୁକ ଚୋରାଚାଲାଣ ହେଉଥିବାରୁ ଗତ କିଛିଦିନ ମଧ୍ୟରେ ଲଗାତର ହତ୍ୟା, ଲୁଟ୍‌, ଗୁଳିକାଣ୍ଡ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ପୁରୀ ପୋଲିସ ତତ୍ପରତା ଦେଖାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତଦନ୍ତ କରୁଥିବା ବେଳେ ଶନିବାର ଏହି ବନ୍ଧୁକ ଚୋରାଚାଲାଣ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ। ସେବାୟତ ଶିବରାମ ପାତ୍ରଙ୍କୁ ଗୁଳି କରି ହତ୍ୟା ମାମଲାର ତଦନ୍ତ ବେଳେ ସମ୍ପୃକ୍ତ ବେଆଇନ ବନ୍ଧୁକ କାରବାରର ସୁରାକ୍‌ ପୋଲିସ ହାତରେ ଲାଗିଛି। ପୁରୀ ପୋଲିସ ଏହି ମାମଲାରେ ୭ଜଣଙ୍କୁ ଗିରଫ କରିଛି। ଏଥିସହ ୪ଟି ଦେଶୀ ବନ୍ଧୁକ, ୪ଟି ଗୁଳି, ଲୁହାରଡ୍‌, ୨ ମୋବାଇଲ୍‌ ଫୋନ, ଗୋଟିଏ ବାଇକ୍‌ ଓ ୨୮ଶହ ଟଙ୍କା ଜବତ କରିଛି। ବଳିଆପଣ୍ଡା ଓ ଟାଉନ ଥାନା ଅଞ୍ଚଳରୁ ଗୋଟିଏ ଲେଖାଏ ଓ ସଦର ଥାନା ଅଞ୍ଚଳରୁ ଦୁଇଟି ବନ୍ଧୁକ ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ ସଦର ଥାନା ଅଞ୍ଚଳର ରତିକାନ୍ତ ପରିଡ଼ା, ଚନ୍ଦନପୁର ଥାନା ଅଞ୍ଚଳର ବିକ୍ରମ ପଣ୍ଡା, ଟାଉନ ଥାନା ଅଞ୍ଚଳର ରୁଦ୍ରପ୍ରସାଦ ରାଉତ ଓ ହରିଚନ୍ଦନ ପୃଷ୍ଟି, କୁମ୍ଭାରପଡ଼ା ଥାନା ଅଞ୍ଚଳର ଲୋକନାଥ ଦାଶ ଓ ରଞ୍ଜିତ କୁମାର ମହାନ୍ତି ଏବଂ ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଞ୍ଚଳର ଅଶୋକ ସାହୁ। ଏମାନଙ୍କ ବିରୋଧରେ ୪ଟି ମାମଲା(ନଂ. ୭୧,୧୬୬, ୧୬୭, ୧୭୩/୨୨) ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଶନିବାର ଏସ୍‌ପି କନୱର ବିଶାଲ ସିଂ ଖବରଦାତା ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ଚଳିତବର୍ଷ ୧୬ଟି ବନ୍ଧୁକ ଜବତ ହୋଇସାରିଲାଣି। ବେଆଇନ ବନ୍ଧୁକ କାରବାର ବିରୋଧରେ ପୋଲିସର ଅନୁସନ୍ଧାନ ଓ ଚଢ଼ାଉ ଜାରି ରହିବ। ତେବେ ଧରାଯାଇଥିବା ଅଭିିଯୁକ୍ତମାନଙ୍କ ବିରୋଧରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଏକରୁ ଅଧିକ ମାମଲା ରହିଥିଲା। ବନ୍ଧୁକ କାରବାରରେ ଆନ୍ତଃଜିଲା କାର୍ଯ୍ୟକଳାପ ଚାଲୁ ରହିଛି। ପୋଲିସ ଏସବୁର ତଦନ୍ତ କରିବା ସହ ଗିରଫ ୭ଜଣଙ୍କୁ ପଚରାଉଚରା କରୁଛି। ପୁରୀ ପୋଲିସ ଏବେ ମଧ୍ୟ ଚଢ଼ାଉ ଜାରି ରଖିଥିବା ବେଳେ ଆନ୍ତଃଜିଲା ଚୋରାଚାଲଣ ଲିଙ୍କ୍‌କୁ ଧରିବାକୁ ଉଦ୍ୟମ କରାଯାଉଛି। ସ୍ଥାନୀୟ ସ୍ତରରୁ ବେପାରୀମାନେ ବନ୍ଧୁକ କିଣୁଥିବା ବେଳେ ବିଭିନ୍ନ ଶ୍ରେଣୀରେ ବେପାରୀ ଓ ଡିଲର ସକ୍ରିୟ ରହୁଛନ୍ତି। ବର୍ତ୍ତମାନ ସୁଦ୍ଧା ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣ ବେପାରୀ ଓ ଅନ୍ୟମାନେ ବନ୍ଧୁକ ନିଜ ପାଖରେ ରଖିଥିଲେ। ଅପରାଧ ଘଟାଇବା ପାଇଁ ଏହି ବନ୍ଧୁକକୁ ବ୍ୟବହାର କରାଯାଉଛି। ଦାଦାବଟି ଓ ଡ୍ରଗ୍ସ କ୍ଷେତ୍ରରେ ପୁରୀ ପୋଲିସ ଯେଉଁଭଳି ଭାବେ ସଫଳତା ପାଇଛି ତାହା ଚୋରାବନ୍ଧୁକ ଚାଲାଣ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହେବ। କ୍ରମାଗତ ଭାବେ ଚଢ଼ାଉ ଚାଲିଥିବା ହେତୁ ଅପରାଧୀମାନଙ୍କ ସମ୍ପର୍କିତ କୌଣସି ଖବର ପୁରୀ ପୋଲିସକୁ ଦେବାକୁ ଚାହୁଁଥିଲେ, ଜାରି ହୋଇଥିବା ଟୋଲ୍‌ ଫ୍ରି ନମ୍ବରରେ ଯୋଗାଯୋଗ କରାଯାଇପାରିବ। ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କ ସଂଖ୍ୟା ମଧ୍ୟ ଆମ ନିକଟରେ ରହିଛି। ଲାଇସେନ୍ସଧାରୀଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ପୋଲିସର ନଜର ରହିଛି ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri